Friday, January 16, 2026 02:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

by Our Correspondent
14 Jun, 2025- 09:55 PM
in Latest News, News
1 min read
0
ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ପକ୍ଷରୁ ଶୁକ୍ରବାର ରଜ ପିଠା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୮ବର୍ଷରୁ ଉଦ୍ଧ୍ୱର୍ ଝିଅ ଓ ମହିଳାମାନେ ପ୍ରସ୍ତୁତ କରି ଆଣିଥିବା ବିଭିନ୍ନ ପ୍ରକାର ପିଠା ପ୍ରଦର୍ଶିତ ହୋଇଥିଲା । ପ୍ରାୟ ୪୦ ଜଣ ମହିଳା ଓ ଝିଅ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ବିଭିନ୍ନ ପ୍ରକାରର ପୋଡପିଠା ଯଥା ସପୁରୀ ଚାଉଳ ପୋଡପିଠା, କଖାରୁ ପୋଡପିଠା, ଚାଉଳ ପୋଡପିଠା, କ୍ଷୀର ପୋଡପିଠା, ବିରି ପୋଡପିଠା, ଛତୁ ପୋଡପିଠା, ମହୁଲ ପୋଡପିଠା, ମାଣ୍ଡିଆ ପୋଡପିଠା, ଅମୃତ ଭଣ୍ଡା ପୋଡପିଠା ଓ ଲାଉ ପୋଡପିଠା ପରିବେଷିତ ହୋଇଥିଲା । ଏହାଛଡା ବୁଢା ଚକୁଳି, ଛେନାମଣ୍ଡା, ବିରି ଖଜା, ସୋୟାବିନ୍ ଛୁଙ୍କ ଚିତଉ, ଜାମୁକୋଳି ଚିତଉ ପିଠା, ଆମ୍ବ କାକରା, ଚନ୍ଦ୍ରକାନ୍ତି, ସୁଜି ସିଝା ମଣ୍ଡା, ପୁରଦିଆ ମଣ୍ଡା, ସୁଜି କାକରା, ଗୁଡ଼ ଓ ଚିନି ଆରିଷା, ପାଳୁଅ ମଣ୍ଡା, କ୍ଷୀର ଗଇଁଠା, ଜାମୁକୋଳି ମିଠା, ଜାମୁନ୍ ମଣ୍ଡା, ଜାମୁନ୍ ମୋଦକ, ଗାଜର ଚିିତଉ, ମାଣ୍ଡିଆ କନ୍ଦମୂଳ ରସାବଳୀ, ମାଣ୍ଡିଆ ଖିରି ଗଇଁଠା, ମାଣ୍ଡିଆ ପିଠା, ମାଣ୍ଡିଆ କାକରା, ଆମ୍ବ ଚିତଉ, ବେଲ ପିଠା, କଦମ୍ବ ପିଠା, ଆରିସା ମୁଆଁ ପିଠା, ଛେନା ଫୁଲ, ଏଣ୍ଡୁରୀ, ମାଣ୍ଡିଆ ମଣ୍ଡା, ନଡିଆ ମୋଦକ, ଖୁଆ ଗଇଁଠା ପିଠା, ଅପରାଜିତା ଗଇଁଠା ପିଠା ଖିରୀ, ସାଗୁ ରସାବଳି, ଆମ୍ବ କାକରା, ଭୃଷଙ୍ଗ ପତ୍ର ଚକୁଳି ଭଳି ଅନେକ ପ୍ରକାରର ପିଠା ମହିଳାମାନେ ପ୍ରସ୍ତୁତ କରିଥିଲେ ।

ଏହି ମହିଳାମାନଙ୍କର ରୋଷେଇ ଦକ୍ଷତାକୁ ପରଖିବା ପାଇଁ ବିଚାରକ ଭାବେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ଛପନ ଭୋଗର ପ୍ରତିଷ୍ଠାତା ଶ୍ରୀ ସତ୍ୟବ୍ରତ ମହାନ୍ତି, ସେଫ୍ ଶ୍ରୀ ସତ୍ୟସୌଭନ ଲେଙ୍କା ଓ ପ୍ରଫେସର ପତିତପାବନ ଲେଙ୍କା ବିଚାରକ ଭାବେ ଯୋଗଦେଇ ଖାଦ୍ୟର ମାନ ନିରୂପଣ କରିଥିଲେ ।

ଏହି ପ୍ରତିଯୋଗିତାରେ ପ୍ରତିଯୋଗୀ ମାନଙ୍କର ଖାଦ୍ୟର ସ୍ୱାଦ, ପ୍ରସ୍ତୁତି, ରୂପ, ପରିବେଷଣ ଓ ଏହାର ଭିନ୍ନତାକୁ ନେଇ ବିଚାର କରାଯାଇଥିଲା ।

ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ଚଇନି ସ୍ୱାଗତ ଭାଷଣ ଦେଇ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଓଡିଶାର ସଂସ୍କୃତିକୁ ଖୁବ୍ ନିଆରା ଭାବରେ ପରିପ୍ରକାଶ କରିବାର ମାଧ୍ୟମ ହେଉଛି ପିଠା ପ୍ରତିଯୋଗିତା । ଏହା କେବଳ ପ୍ରତିଯୋଗିତା ନୁହେଁ ଏହା ମହିଳାମାନଙ୍କ ଭିତରେ ଲୁକ୍କାୟିତ ଅବସ୍ଥାରେ ଥିବା ପ୍ରତିଭାକୁ ପରିପ୍ରକାଶ କରିବା ନିମନ୍ତେ ଏକ ଉପାୟ ।

ପ୍ରଫେସର ନନ୍ଦ ମହିଳା ଓ ଝିଅମାନଙ୍କ ମଧ୍ୟରେ ଥିବା ପ୍ରତିଭା ଓ କଳା ଗୁଡିକୁ ପ୍ରକାଶ କରିବା ନିମନ୍ତେ ଏହିଭଳି ଅଭିନବ ପ୍ରୟାସ ପାଇଁ ସୋଆ ଏସ୍ଏଚଏମ୍କୁ ଶୁଭେଚ୍ଛା ଜଣାଇବା ସହ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଛପନ ଭୋଗର ପ୍ରତିଷ୍ଠାତା ଶ୍ରୀ ମହାନ୍ତି କହିଥିଲେ ଯେ ନାରୀମାନେ ସ୍ୱାବଲମ୍ବୀ ହେବା ଏବଂ ସେମାନଙ୍କ ପାଖରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ପୁଟିତ କରିବା ଜରୁରୀ । ପ୍ରତିଯୋଗୀମାନଙ୍କର ଇନୋଭେଟିବ୍ ଚିନ୍ତାଧାରା ପାଇଁ ସେମାନଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

କାର୍ଯ୍ୟକ୍ରମ ଶେଷରେ ପ୍ରୋଗାମ୍ କୋର୍ଡିନେଟର ତଥା ଏସ୍ଏଚ୍ଏମ୍ର ପ୍ରଫେସର (ଡକ୍ଟର) ଅଂଶୁମାନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

 

Previous Post

କିଛି ହଉନି, ଲୋକେ ନିରାଶ !

Next Post

ଡବଲ ଇଞ୍ଜିନିର ଚମତ୍କାରିତା: ହଇଜା, ଗ୍ୟାଙ୍ଗ ରେପ୍, ମର୍ଡର!!

Next Post
ଡବଲ ଇଞ୍ଜିନିର ଚମତ୍କାରିତା: ହଇଜା, ଗ୍ୟାଙ୍ଗ ରେପ୍, ମର୍ଡର!!

ଡବଲ ଇଞ୍ଜିନିର ଚମତ୍କାରିତା: ହଇଜା, ଗ୍ୟାଙ୍ଗ ରେପ୍, ମର୍ଡର!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA