Wednesday, March 4, 2026 10:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଝିଅମାନେ ନିର୍ଭୟରେ ସ୍ୱପ୍ନ ଦେଖ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

by Our Correspondent
08 Mar, 2025- 08:59 PM
in Latest News, News
1 min read
0
ଝିଅମାନେ ନିର୍ଭୟରେ ସ୍ୱପ୍ନ ଦେଖ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ପ୍ରତ୍ୟେକ ଝିଅ ମାନଙ୍କୁ ନିର୍ଭୟରେ ସ୍ୱପ୍ନ ଦେଖିବାକୁ ଆହ୍ୱାନ ଦେଇଛନ୍ତି । ସମାଜର ସମସ୍ତ ବାଧାବିଘ୍ନକୁ ଭାଙ୍ଗି ଆତ୍ମ ବିଶ୍ୱାସର ସହ ଆଗକୁ ବଢିବାକୁ ପ୍ରେରଣା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଏହା ତୁମର ସମୟ, ତୁମର ମୁହୂର୍ତ୍ତ, ତୁମର ଓଡ଼ିଶା” (This is your Time, your Moment and this is your Odisha) ।

ଆଜି ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସଶକ୍ତିକରଣର ପ୍ରକୃତ ଅର୍ଥ ମହିଳାମାନଙ୍କୁ କିଛି ଆର୍ଥିକ ସାହାଯ୍ୟ ଦେବା ନୁହେଁ । ଏହାର ପ୍ରକୃତ ଅର୍ଥ ହେଉଛି ପରିବାର ତଥା ସାମାଜିକ ସ୍ତରରେ ନିଷ୍ପତ୍ତି ନେବାର ଅଧିକାର । ଆମ ସରକାର ସଶକ୍ତିକରଣର ଏହି ବ୍ୟାପକ ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଓଡ଼ିଶାର ଅଧା ଜନସଂଖ୍ୟା ଅର୍ଥାତ ସମଗ୍ର ମହିଳା ସମାଜକୁ ଅର୍ଥନୈତିକ, ସାମାଜିକ ତଥା ରାଜନୈତିକ ସ୍ତରରେ ସଶକ୍ତ କରିବୁ, ଯାହାଦ୍ୱାରା ମହିଳା ମାନେ ସବୁ କ୍ଷେତ୍ରରେ ବ୍ୟକ୍ତିଗତ ଭାବେ ନିଷ୍ପତ୍ତି ନେବାରେ ସମର୍ଥ ହୋଇପାରିବେ ।

ଓଡ଼ିଶାରେ ଏବେ ପରିବର୍ତ୍ତନର ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜନୈତିକ ପରିବର୍ତ୍ତନ ସହିତ ସମାଜର ସବୁ କ୍ଷେତ୍ରରେ ପରିବର୍ତ୍ତନର ସ୍ରୋତ ବହିବା ଆରମ୍ଭ କରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ମହିଳା ସଶକ୍ତିକରଣ ପାଇଁ ଏକ ଐତିହାସିକ ଏବଂ ପଥପ୍ରଦର୍ଶନକାରୀ “ସୁଭଦ୍ରା” ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । ଏହା ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଯୋଜନା ଏବଂ ଓଡ଼ିଶାର ବିକାଶ କାହାଣୀକୁ ପୁନଃ ଲିଖିତ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ । ଏହି ଯୋଜନାରେ ୧ କୋଟି ମହିଳା ସଶକ୍ତ ହେବାର ରାସ୍ତା ଖୋଲିଛି। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବା ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କୁ ସମାଲୋଚନା କରି କହିଲେ ଯେ, ସେମାନେ କହୁଛନ୍ତି ସୁଭଦ୍ରା ଯୋଜନାରେ ଦିନକୁ ୨୭ ଟଙ୍କା ଦେଇ ବାହାବା ନେଉଛନ୍ତି । ସେମାନେ କହିପାରିବେ କି, ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ ୨୪ ବର୍ଷରେ ୨୪ ପଇସା ସେମାନେ ଦେଇଛନ୍ତି କି ? ଆମେ ବର୍ଷକୁ ୧୦ ହଜାର କରି ୫ ବର୍ଷରେ ୫୦ ହଜାର ଟଙ୍କା ଦେବୁ । ସରକାର ଆସିବେ ଯିବେ କିନ୍ତୁ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଆମ ସମସ୍ତଙ୍କୁ ମହିଳାମାନଙ୍କ ପାଇଁ କାମ କରିବାକୁ ପଡ଼ିବ ବୋଲି ସେ କହିଥିଲେ ।

ମହିଳାଙ୍କ ନେତୃତ୍ୱାଧୀନ ସଶକ୍ତିକରଣ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ‘କିଶୋରୀ ସୁଭଦ୍ରା’, ‘ସୁଭଦ୍ରା ସଞ୍ଚୟ’, ‘ସୁଭଦ୍ରା ସଖୀ’, ‘ସୁଭଦ୍ରା ଯାତ୍ରୀ’, ‘ସୁଭଦ୍ରା ସଂଘ (ସୁଭଦ୍ରା କ୍ଲବ), ସୁଭଦ୍ରା’ ‘କୁହ ସୁଭଦ୍ରା (କଲ୍ ସେଣ୍ଟର)’, ‘ସୁଭଦ୍ରା ସହଯୋଗୀ’, ‘ସୁଭଦ୍ରା ପଣ୍ଡିତ’ ଓ ‘ସୁଯୋଗ୍ୟ ସୁଭଦ୍ରା’ ଭଳି ନୂତନ ଯୋଜନା ପାଇଁ ପଦକ୍ଷେପ ଗ୍ରହଣ କରାଯିବ କାହା କଥାରେ ଆମେ ଅଟକି ଯିବୁନାହିଁ ବୋଲି ସେ କହିଥିଲେ ।

ଏହି ଅବସରରେ ମହିଳା ସୁରକ୍ଷା ଏବଂ ସେମାନଙ୍କ ନିରାପତ୍ତା ପ୍ରତି ସରକାରଙ୍କ ପ୍ରୟାସର ନିଦର୍ଶନ ସ୍ବରୂପ, ମୁଖ୍ୟମନ୍ତ୍ରୀ ରାଜ୍ୟବ୍ୟାପୀ ‘ଶକ୍ତି’ ଆପ୍ ରୋଲ୍-ଆଉଟ୍ କରିଥିଲେ । ଏହି ଅତ୍ୟାଧୁନିକ ଡିଜିଟାଲ ବ୍ୟବସ୍ଥା ମହିଳାମାନଙ୍କ ପାଇଁ ଦେବଦୂତ ଭାବରେ କାର୍ଯ୍ୟ କରିବ ବୋଲି ସେ କହିଥିଲେ। ଏକ ବଟନ୍ କ୍ଲିକ୍ ରେ ତୁରନ୍ତ ଜରୁରୀକାଳୀନ ସୁରକ୍ଷା ସହାୟତା ପ୍ରଦାନ କରିବ। ଏହି ଆପ୍ ଜରିଆରେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କ ପାଖରେ ସୁରକ୍ଷାର ଏକ ଢାଲ, ବିପତ୍ତିରେ ଏକ ସାଥୀ, ଏବଂ ସଶକ୍ତିକରଣ ପାଇଁ ଏକ ସାଧନ ହେବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ରଣନୀତିକ କାର୍ଯ୍ୟ ଯୋଜନା (Odisha State Strategic Action Plan)ର ଶୁଭାରମ୍ଭ କରିଥିଲେ । ୨୦୨୪ରୁ ୨୦୨୯ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ । ବାଲ୍ୟବିବାହ ରୋକିବା ଦିଗରେ ଏହା ସହାୟକ ହେବ ।

ଭାରତୀୟ ସଂସ୍କୃତି ଓ ପରମ୍ପରାରେ ନାରୀମାନଙ୍କୁ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ନାରୀ ମାନେ ଏକାଧାରରେ ମାତା, କନ୍ୟା ଓ ଭଗିନୀ ଭାବରେ ନିଜର ଭୂମିକା ନିଭାଇଥାନ୍ତି । ଶାସ୍ତ୍ର ପୁରାଣରେ ନାରୀ ମାନଙ୍କ ମର୍ଯ୍ୟାଦାକୁ ନେଇ ଅନେକ ଶ୍ଲୋକ ରହିଛି । କନ୍ୟା ପୂଜନ ଆମ ଦେଶର ଏକ ପ୍ରାଚୀନ ପରମ୍ପରା । କିନ୍ତୁ କାଳକ୍ରମେ ବିଭିନ୍ନ କୁସଂସ୍କାର ଓ ଭେଦଭାବ ଯୋଗୁ ମହିଳାମାନେ ପୁରୁଷମାନଙ୍କଠାରୁ ପଛରେ ରହିଯାଇଥିଲେ ବୋଲି ସେ କହିଥିଲେ।

ସମାଜର ଏହି ଐତିହାସିକ ଭୁଲକୁ ସୁଧାରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ବର୍ତ୍ତମାନ ସମାଜରେ ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ପୁରୁଷ ମାନଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଦେଶ ଓ ସମାଜ ପ୍ରତି ମୂଲ୍ୟବାନ୍ ଅବଦାନ ରଖୁଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ଜଣେ ମହିଳା ସଶକ୍ତ ହୁଏ, ସେତେବେଳେ ଗୋଟେ ପିଢି ସଶକ୍ତ ହୁଏ । ସେଥିପାଇଁ ଝିଅ ମାନଙ୍କ ଶିକ୍ଷା ଉପରେ ଗୁରୁତ୍ୱଆରୋପ କରାଯାଉଛି ।

ନାରୀ ବିନା ସଂସ୍କୃତି ନାହିଁ, ନାରୀ ବିନା ସଭ୍ୟତା ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ପବିତ୍ର ଭାରତ ଭୂମିର ଗାର୍ଗୀ, ମୈତ୍ରୀ, ସୀତା. ସାବିତ୍ରୀଙ୍କ ସଭ୍ୟତାକୁ ଅବଦାନ, ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ଝାନ୍ସି ରାଣୀ, କସ୍ତୁରବା ଗାନ୍ଧୀଙ୍କ ପରି ମହିୟସୀ ମହିଳାଙ୍କ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ ।

ସେହିପରି ଓଡ଼ିଶାରେ ସମାଜ ପରିବର୍ତ୍ତନର ବାର୍ତ୍ତାବହ ହୋଇଥିବା କୁନ୍ତଳା କୁମାରୀ ସାବତ, ସରଳା ଦେବୀ, ମା ରମାଦେବୀ, ମାଳତୀ ଚୌଧୁରୀ ଓ ଅନ୍ନପୂର୍ଣ୍ଣା ମହାରଣା, ପାର୍ବତୀ ଗିରି, କ୍ୟାପଟେନ ଲକ୍ଷ୍ମୀ ପଣ୍ଡାଙ୍କ ପରି ମହିୟସୀ ମହିଳା, କଳା , ସାହିତ୍ୟ, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ସଂଯୁକ୍ତା ପାଣିଗ୍ରାହୀ, ପାର୍ବତୀ ଘୋଷ, ଡକ୍ଟର ପ୍ରତିଭା ରାୟ ଓ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ପରି ମହିୟସୀ ମହିଳା ମାନଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ସ୍ମରଣ କରିଥିଲେ । ବର୍ତ୍ତମାନ ସମୟରେ ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କ ଅବଦାନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ, ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଓ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ସ୍ମରଣ କରିଥିଲେ ।

ମହିଳା ସଶକ୍ତିକରଣର ଏହି ବିଜୟ ଯାତ୍ରାରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଆମେ ଏପରି ଏକ ଭବିଷ୍ୟତ ସୃଷ୍ଟି କରିବା ଯାହା ସାହସୀ, ସମାବେଶୀ ଓ ସମ୍ଭାବନାପୂର୍ଣ୍ଣ ହୋଇଥିବ । ଆମେ ଏପରି ସମାଜ ସୃଷ୍ଟି କରିବା ଯେଉଁଠାରେ ଲିଙ୍ଗଗତ ଭେଦଭାବ ନଥିବ ।

କାର୍ଯ୍ୟକ୍ରମରେ ରାଜ୍ୟସ୍ତରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ଜିଲ୍ଲା ସମାଜକଲ୍ୟାଣ ଅଧିକାରୀ ନବରଙ୍ଗପୁର ଦୌପଦୀ କହଁର, ଜିଲ୍ଲା ଶିୁଶୁ ସୁରକ୍ଷା ଅଧିକାରୀ ସୁନ୍ଦରଗଡ଼ ଶ୍ରୀବନ୍ତ ଜେନା ଏବଂ ରାୟଗଡ଼ା ଜିଲ୍ଲାର ଅଙ୍ଗନବାଡ଼ି କର୍ମୀ ଯଶସ୍ୱିନୀ ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲାର ବିମଳା କିଶୋରୀ ଖେସ୍‍, ମୟୁରଭଞ୍ଜ ଜିଲ୍ଲାର ସ୍ମୃତିଲତା ପରିଡ଼ାଙ୍କ ସହିତ ଜିଲ୍ଲାସ୍ତରର ବିଭିନ୍ନ ଖେଳକୁଦ ଓ ସଂଗୀତ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା କେନ୍ଦୁଝରର ଗୀତାଞ୍ଜଳୀ ନାୟକ, ପୁରୀର ସୁବ୍ରତାରାଣୀ ବେହେରା, ବଲାଙ୍ଗୀରର ସବିତା ବର୍ମା, ମାଲକାନ୍‍ଗିରିର ବୈଦେହୀ ଦୁରୁ ଏବଂ ମୟୁରଭଞ୍ଜର ଅଶ୍ରୁମଣି ହେମ୍ରମ୍‍ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଅଙ୍ଗନବାଡି କର୍ମୀ ଜୟନ୍ତି ନାୟକ ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ମୃତ୍ୟୁହାର ସହିତ ବାଲ୍ୟବିବାହ ରୋକିବା ଦିଗରେ ତାଙ୍କର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।

ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ମହିଳାଙ୍କ ସମୃଦ୍ଧି ଓ ସଶକ୍ତିକରଣ ପାଇଁ ଆମ ସରକାର ପ୍ରତିବଦ୍ଧ ଅଛନ୍ତି । ସରକାର ବଦଳିଛି, ମହିଳାଙ୍କ ପାଇଁ ଏକ ନୂଆ ଦୁନିଆ ଦେବା ପାଇଁ ଆମେ ସମସ୍ତେ କାର୍ଯ୍ୟରତ ଅଛୁ । ମହିଳାଙ୍କ ସୁରକ୍ଷା ନ ହେଲେ ଅର୍ଥନୈତିକ ଓ ସାମାଜିକ ପ୍ରଗତି ସବୁ ତୁଚ୍ଛ । ସୁଭଦ୍ରା ଯୋଜନାର ସଫଳତା ପାଇଁ ତୃଣମୂଳସ୍ତରରେ କାମ କରିଥିବା ପ୍ରତ୍ୟେକଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ଆଜିର ଦିନ ଆମପାଇଁ ମହିଳାଙ୍କୁ ଏକ ସୁରକ୍ଷିତ ବାତାବରଣରେ ଆଗକୁ ବଢ଼ିବାର ସୁଯୋଗ ଦେବାପାଇଁ ସଂକଳ୍ପର ଦିନ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ୟୁନିସେଫ୍‍ କ୍ଷେତ୍ର ସେବା ମୁଖ୍ୟ ସୋଲେଡାଡ୍‍ ହେରେରୋ ନିଜର ଅଭିଭାଷଣ ରଖିଥିଲେ ।

ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶିକା ଆଇ.ସି.ଡି.ଏସ୍‍. ମୋନିଷା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପାଇଁ ଛାତ୍ର କଂଗ୍ରେସର ମଶାଲ ରାଲି

Next Post

ବିଜୁଙ୍କ ଅସ୍ଥି, ବିଜୟଙ୍କ ବିସର୍ଜନ

Next Post
ବିଜୁଙ୍କ ଅସ୍ଥି, ବିଜୟଙ୍କ ବିସର୍ଜନ

ବିଜୁଙ୍କ ଅସ୍ଥି, ବିଜୟଙ୍କ ବିସର୍ଜନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA