Sunday, April 5, 2026 06:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ମାନବବାଦୀ ସଂଗଠନ’ ଓ ଭଣ୍ଡ(!) ଗୁରୁଜୀ ମାନସ ଦାସଙ୍କ କଥା

ରହସ୍ୟଘେରରେ ବେଗୁନିଆ ପୁଲିସର ଭୁମିକା

by Our Correspondent
29 Aug, 2021- 11:31 PM
in Latest News, News
1 min read
0
‘ମାନବବାଦୀ ସଂଗଠନ’ ଓ ଭଣ୍ଡ(!) ଗୁରୁଜୀ ମାନସ ଦାସଙ୍କ କଥା

ଭୁବନେଶ୍ୱର: ‘ମାନବବାଦୀ ସଂଗଠନ’ ନାଁରେ ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ କରୁଥିବା ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କ ଜଘନ୍ୟ କାରବାର ପଦାକୁ ଆସିଗଲାଣି । ବୋଲଗଡ଼ ଓ ବେଗୁନିଆ ଅଞ୍ଚଳର ଗାଁ ଗାଁରୁ ତାଙ୍କ ବିରୋଧରେ ଏବେ ମାଳ ମାଳ ଅଭିଯୋଗ । ଶାସକ ଦଳର ତକ୍ରାଳୀନ ବିଧାୟକ, ସାଂସଦ ଓ ମେୟର ଆତ୍ମଘୋଷିତ ଗୁରୁଜୀଙ୍କୁ ମୁଣ୍ଡରେ ବସାଇବା ଏବଂ ତାଙ୍କ ପାଦଛୁଇଁ ଆଶିର୍ବାଦ ନେବାର ଦୃଶ୍ୟ ମୋବାଇଲ୍ ରୁ ମୋବାଇଲ୍ କୁ ଘୁରୁଛି । ଏହି ଲୋକଟି ବିରୋଧରେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗକୁ ଖୋର୍ଦ୍ଧା ପୁଲିସ ବାଏଁ ବାଏଁ ଉଡ଼ାଇ ଦେବା ଏବଂ ତାଙ୍କୁ ସୁରକ୍ଷା ଦେବାର ଉଦ୍ୟମ ସମସ୍ତଙ୍କୁ ଅଧିକ ଚକିତ କରୁଛି ।

ମାନବବାଦୀ ନାଁରେ ସଂଗଠନ ଚଳାଇଥିବା ଏହି ମାନସ ଦାସର ବିଭତ୍ସ କାରନାମା ସମ୍ପର୍କରେ ଅଭିଯୋଗ ସଂଖ୍ୟା ବଢୁଥିଲା ବେଳେ କିଛି ଟିଭି ଚାନେଲ୍ ରେ ତାଙ୍କୁ ଦେଖିବାକୁ ମିଳୁଛି । ନିଜକୁ ନିଦେ୍ର୍ଦାଷ ବୋଲି ସଫେଇ ଦେଉଛନ୍ତି ଏହି ଲୋକ । ସଙ୍ଗୀନ ଅଭିଯୋଗଗୁଡ଼ିକ ଉପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ଫିଲ୍ମ ଷ୍ଟାଇଲ୍ ରେ ।

ଏହି ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସ ପରିଚାଳିତ ସଂଗଠନର ମୋଡସ୍ ଅପରେଣ୍ଡି ସମ୍ପର୍କରେ ରୋଚକ କଥା ଜାଣିବାକୁ ମିଳିଛି । ଆଦିବାସୀ ହରିଜନଙ୍କୁ ପ୍ରଭାବିତ କରି ନିଜ କବଜାକୁ ଆଣିବା ପାଇଁ ସେ ସବୁ କିଛି କରିପାରନ୍ତି । ସେଥିପାଇଁ ପ୍ରତି ପଞ୍ଚାୟତରେ କ୍ୟାଡର୍ ତିଆରି କରିଛନ୍ତି । ସେମାନଙ୍କ କାମ ହେଲା, ଯିଏ ବୋଲ୍ ନ ମାନିବ ତାଙ୍କୁ ଅଲବତ୍ ମନାଯିବ । ସେଥିରେ କମ୍ପ୍ରମାଇଜ୍ ନାହିଁ ।

ଅଭିଯୋଗ ଅନୁଯାୟୀ, ହରିଜନ ଆଦିବାସୀଙ୍କୁ ଏକଜୁଟ୍ କରି ସେମାନଙ୍କ ଉନ୍ନତି ଓ ମର୍ଯ୍ୟାଦା କଥା ଚିନ୍ତା କରିବା ବଦଳରେ ସେମାନଙ୍କୁ ଶୋଷଣ କରିବା ତାଙ୍କ ସଂଗଠନର ଧର୍ମ କରିଦେଇଥିଲେ । ସଂଗଠନର ପ୍ରତିଟି ମିଟିଂ ଓ କାର୍ଯ୍ୟକ୍ରମ ପାଇଁ ସଭ୍ୟଚାନ୍ଦା ହିସାବରେ ୫୦ରୁ ୫୦୦ ଟଙ୍କା ଆଦାୟ କରାଯାଉଥିବା ବେଳେ ସରକାରୀ ଚାକିରି କରିଥିବା ସଭ୍ୟମାନଙ୍କଠାରୁ ୫୦୦ରୁ ୫୦୦୦ ପର୍ଯ୍ୟନ୍ତ ଟଙ୍କା ଆଦାୟ କରାଯାଉଥିଲା । ଯିଏ ତାଙ୍କ ବୋଲ୍ ମାନିଲାନି କି ସମର୍ଥନ ଦେଲାନି ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଉଥିଲା ।

ମୋଟାମୋଟି ଦେଖିଲେ, ହରିଜନ ଓ ଆଦିବାସୀଙ୍କୁ ପ୍ରଭାବିତ କରି ନିଜ କବଜାରେ ରଖିବା ଏବଂ ନିର୍ବାଚନ ସମୟରେ ଏହି ଭୋଟବ୍ୟାଙ୍କକୁ ଧରି ନିଜର ପତିଆରା ବଢ଼ାଇବା, ମୋଟା ଅର୍ଥ ରୋଜଗାର କରିବା କୁଆଡ଼େ ଏହି ଗୁରୁଜୀଙ୍କ ସଂଗଠନର ମୁଖ୍ୟ କାର୍ଯ୍ୟ ଥିଲା । ଏଥିଯୋଗୁଁ ଗାଁ ଗାଁରେ ଜାତିଭେଦ ଓ ଗଣ୍ଡଗୋଳ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ସେଥିରୁ ବି ଫାଇଦା ନେଉଥିଲେ ଗୁରୁଜୀ । କଳାକୋର୍ଟ ପିନ୍ଧି ଆଇନ ସହାୟତା କରୁଥିଲେ ଏବଂ ସେଇ ବାବଦରେ ଭଲ ରକମ ରୋଜଗାର କରୁଥିଲେ ।

୨୦୦୭-୦୮ ମସିହାରୁ ମାନସ ଦାସ ନିଜ ସଂଗଠନ ଜରିଆରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ସମୟକ୍ରମେ ଅନେକ ହରିଜନ ଓ ଆଦିବାସୀ ତାଙ୍କ ନିର୍ଯ୍ୟାତନାର ଶିକାର ହେଉଥିଲେ ମଧ୍ୟ ଭୟରେ ପାଟି ଖୋଲୁନଥିଲେ । ତାଙ୍କର ପତିଆରା ଆଗରେ ଡରି ଯାଉଥିଲେ । ଦୁଇଦିନ ତଳେ ଏକ ଭାଇରାଲ୍ ଭିଡ଼ିଓରେ ମାନବବାଦୀ ସଂଗଠନ ଦ୍ୱାରା ତାଲିବାନୀ ଶାସନର ନଗ୍ନ ଦୃଶ୍ୟ ପଦାକୁ ଆସିବା ପରେ ଏବେ ସବୁ ଖୋଲୁଛି ।

ଏହି ଭିଡ଼ିଓ ଦୃଶ୍ୟରେ ବେଗୁନିଆ ବ୍ଲକ୍ ମାନପୁର ଗାଁର ମାଗୁଣୀ ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ଅତି ନିର୍ମମ ଭାବେ ଠେଙ୍ଗା ଓ ଲୁହା ରଡ଼ରେ ପିଟୁଛନ୍ତି ମାନବାଦୀ ସଂଗଠନର ସଂଖ୍ୟାଧିକ କର୍ମୀ । ତାଙ୍କର ଭୁଲ୍ ଥିଲା ସେ ସଂଗଠନର ନୀତି ଓ ଆଦର୍ଶ ପଥରେ ଯାଉନାହାନ୍ତି । ପ୍ରାୟ ଦେଢ଼ମାସ ତଳର ଥିଲା ଏହି ଘଟଣା । ସାରା ରାଜ୍ୟରେ ଏହା ହଇଚଇ ସୃଷ୍ଟି କରିଛି ଏବଂ ଅତ୍ୟାଚାରର ଶିକାର ବାପପୁଅ ବେଗୁନିଆଁ ଥାନାରେ ଏତଲା ଦେଇଛନ୍ତି । ଏଥିରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି ମାନସ ଦାସ ।

ଅଗଷ୍ଟ ୨ ତାରିଖରେ ବୋଲଗଡ଼ ଅନ୍ତର୍ଗତ କଡ଼ବ ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରି ପୋଡ଼ି ଦେଇଥିବା ନେଇ ମାନବବାଦୀ ସଂଗଠନ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାଦିନ ମାନସ ଦାସ ଗାଁରେ କଙ୍ଗାରୁ କୋର୍ଟ କରି ସତ୍ୟବ୍ରତଙ୍କୁ ଗାଳି ଓ ବସାଉଠା କରିଥିବା ଏତଲାରେ ଦର୍ଶାଯାଇଥିଲା । ମାତ୍ର ବେଗୁନିଆ ପୁଲିସ ଆଶ୍ଚର୍ଯ୍ୟଜନକ ଭାବେ ଏତଲାରୁ ମାନସ ଦାସଙ୍କୁ ଗାଏବ କରି ସୁରକ୍ଷା ଦେଇଥିବା ଅଭିଯୋଗ ହୋଇଛି । ମୃତ ସତ୍ୟବ୍ରତଙ୍କ ପୁତୁରା ବସନ୍ତ ନାୟକ ଆଜି ମାନସ ଦାସଙ୍କ ସଂପୃକ୍ତି ନେଇ ପୁଣି ଏକ ଏତଲା ଦେଇଛନ୍ତି । ସେ ଗୁରୁଜୀ ନୁହେଁ, ଭଣ୍ଡ ଦଲାଲ୍ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ମାନବବାଦୀ ସଂଗଠନର ତାଲିବାନୀ ଶାସନ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଖୋଦ୍ ସଂଗଠନ ମୁଖିଆଙ୍କ ବିରୋଧରେ ହତ୍ୟା, ଅମାନବୀୟ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭିଯୋଗ ପୁଲିସ ଖାତାରେ ଚଢ଼ିଛି । ମାତ୍ର ଏ ଯାଏଁ ପୁଲିସ ତାଙ୍କ ପାଖ ମାଡ଼ିନାହିଁ । ଏହି ଆତ୍ମଘୋଷିତ ଗୁରୁଜୀ ବି ତାଙ୍କ ବିରୋଧରେ ମାମଲାକୁ ନେଇ ଆଦୌ ବ୍ୟସ୍ତ ଥିଲା ଭଳି ଲାଗୁନାହାନ୍ତି ।

ସାଧାରଣ ଲୋକଟି ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଥିଲେ ପୁଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇ ଦିଅନ୍ତାଣି । ମାତ୍ର ଅସାଧାରଣ ମାନସ ଦାସଙ୍କ ପାଖ ମାଡୁନି ପୁଲିସ । ପୁଲିସର ଜେରା କି ଜେଲ୍ ରେ ଲୋକ ୟାଙ୍କୁ ନ ଦେଖି ଟିଭି ଚାନେଲ୍ ହଟସିଟ୍ ରେ ଦେଖୁଛନ୍ତି । ଏତେବଡ଼ ମାମଲାକୁ ଖୋର୍ଦ୍ଧା ପୁଲିସ ଏଭଳି ଢ଼ଙ୍ଗରେ ନେବା ବି କିଛି କମ୍ ଅପରାଧ ନୁହେଁ । ମାମଲାରେ ପୁଲିସ ନିରପେକ୍ଷ ନ ରହି ଯଦି ଚାପର ବାହାନା ଦେଖାଏ, ତେବେ ଆଗକୁ ବିସ୍ଫୋରକ ପରିସ୍ଥିତିର ଆଶଙ୍କାକୁ ଏଡ଼ାଇ ଦେଇହେବନି । ସେଥିପ୍ରତି ଜିଲ୍ଲା ଓ ପୁଲିସ ପ୍ରଶାସନ ନିଜକୁ ପ୍ରସ୍ତୁତ ବି ରଖିବା ଦରକାର ।

Previous Post

ପିଲାମାନଙ୍କ ସଫଳତା ହେବ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର: ମୁଖ୍ୟମନ୍ତ୍ରୀ

Next Post

୨୦୨୨ ଡିସେମ୍ବର ସୁଦ୍ଧା ହରିଶଙ୍କର, ନୃସିଂହନାଥ କ୍ଷେତ୍ରର ବିକାଶ

Next Post
୨୦୨୨ ଡିସେମ୍ବର ସୁଦ୍ଧା ହରିଶଙ୍କର, ନୃସିଂହନାଥ କ୍ଷେତ୍ରର ବିକାଶ

୨୦୨୨ ଡିସେମ୍ବର ସୁଦ୍ଧା ହରିଶଙ୍କର, ନୃସିଂହନାଥ କ୍ଷେତ୍ରର ବିକାଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19177 shares
    Share 7671 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA