ଭୁୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରାଯାଇଛି । ଦ୍ୱିତୀୟ ଥର ପାଇଁ ତାଙ୍କ କାର୍ଯ୍ୟକାଳ ବଢ଼ିଛି । ୨୦୨୩ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ । ଏ ମର୍ମରେ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ କରିଛି ।
୧୯୮୬ ବ୍ୟାଚ୍ ଆଇଏଏସ୍ ସୁରେଶ ମହାପାତ୍ର ୨୦୨୦ ଡିସେମ୍ବରରେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିଲେ । ତାଙ୍କର ଚାକିରି ୨୦୨୨ ଫେବ୍ରୁଆରୀ ୨୮ ରେ ସରିଥାନ୍ତା । ତେବେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଥିଲେ । ଚଳିତମାସ ଅଗଷ୍ଟ ୩୧ ରେ ତାଙ୍କର କାର୍ଯ୍ୟକାଳ ସରୁଥିଲା । ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳକୁ ଦ୍ୱିତୀୟ ଥର ପାଇଁ ଆଉ ୬ ମାସ ବୃଦ୍ଧି କରିଛନ୍ତି ।








