Friday, February 20, 2026 04:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ପଣ୍ଡା ଦମ୍ପତ୍ତି ଗିରଫ ହେବେ ତ?

ସାରୁଅ ଜମି କେଳେଙ୍କାରୀ ମାମଲା

by Our Correspondent
23 Nov, 2020- 09:44 PM
in Crime, Latest News, News
1 min read
0
ପଣ୍ଡା ଦମ୍ପତ୍ତି ଗିରଫ ହେବେ ତ?

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ମାମଲାରେ ହାଇକୋର୍ଟରୁ ଝଟକା ଖାଇଥିବା ଓଟିଭି ମାଲିକ କୋଲକତା ବାଟେ ଦିଲ୍ଲୀ ପଳାଇଛନ୍ତି । ଗିରଫଦାରିରୁ ରକ୍ଷା ପାଇବା ପାଇଁ କେନ୍ଦ୍ରୀୟ ନେତାଙ୍କ ଶରଣାପନ୍ନ ହେବା ସହ ନାମୀଦାମୀ ଓକିଲଙ୍କ ପରାମର୍ଶ ଲୋଡୁଛନ୍ତି । ଏପଟେ ପଣ୍ଡା ଦମ୍ପତ୍ତିଙ୍କ ଗିରଫ ରାସ୍ତାକୁ ହାଇକୋର୍ଟରୁ ଗ୍ରୀନ୍ ସିଗନାଲ୍ ମିଳିବାର ୪ ଦିନ ବିତିଯାଇଥିଲେ ସୁଦ୍ଧା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ର ଗତିବିଧି ଅସ୍ପଷ୍ଟ ରହିଛି । ଏହି ସମୟକୁ ଓଡ଼ିଶା ଇନଫ୍ରାଟେକ୍ ନିର୍ଦ୍ଦେଶକ ପଦରେ ଥିବା ଜାଗୀ ଓ ବୈଜୟନ୍ତଙ୍କ ଅନ୍ୟତମ ମୁଖ୍ୟ ସହଯୋଗୀ ନିହାର ଭୂୟାଁ ଆଜି ପଣ୍ଡା କମ୍ପାନୀରୁ ବିଦାୟ ନେଇଛନ୍ତି । ଓଡ଼ିଶା ଇନଫ୍ରାଟେକ୍ ର ନିର୍ଦ୍ଦେଶକ ତଥା ଓଟିଭି ସିଓଓ ପଦରୁ ଇସ୍ତଫା ଦେଇ ମାମଲାରୁ ଖସିବାକୁ ଚେଷ୍ଟା କରିଛନ୍ତି ।

ଅପରାଧୀକୁ ଆମ ପୁଲିସ କେଉଁଠି ହାଜତରେ ପୂରାଇ ପିଟି ପିଟି ମାରିଦେଲାଣି ତ ଆଉ କେଉଁଠି ଗଣ୍ଡାଏ ଅପରାଧୀକୁ ଥାନାକୁ ଧରିଆଣି ପଛରେ ରୋଲ୍ ବାଡି ପୂରାଇଲାଣି । ଏପରିକି ସାଧାରଣ ଅପରାଧୀଙ୍କ କ୍ଷେତ୍ରରେ ପୁଲିସର ଏଭଳି ନିଷ୍ଠୁୁରତାର ଅନେକ ଉଦାହରଣ ରହିଛି । ଅଥଚ ନାବାଳିକା ଗଣଦୁଷ୍କର୍ମଠାରୁ ଆରମ୍ଭ କରି ଦଳିତଙ୍କ ଜମି ହଡ଼ପ ଭଳି ଜଘନ୍ୟ ଅପରାଧରେ ଅଭିଯୁକ୍ତ ଓଟିଭି ମାଲିକ ବୈଜୟନ୍ତ ପଣ୍ଡା ଓ ଜାଗୀ ମଙ୍ଗତ ପଣ୍ଡାଙ୍କ କ୍ଷେତ୍ରରେ ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ତତ୍ପରତା ଦେଖିବାକୁ ମିଳୁନାହିଁ । ବୋଧହୁଏ, ସଂପୃକ୍ତ ଅଭିଯୁକ୍ତ ସାଧାରଣ ବର୍ଗର ବ୍ୟକ୍ତିବିଶେଷ ହୋଇନଥିବାରୁ ପୁଲିସ ବାବୁମାନଙ୍କର ସାହାସ ପାଉନି । ଧନୀ ଓ କ୍ଷମତାଶାଳୀଙ୍କ ପାଇଁ ଆଇନର ଲମ୍ବା ହାତ ଛୋଟ ହେବା ଅସମ୍ଭବ ନୁହେଁ । ବୈଜୟନ୍ତ ଓ ଜାଗୀଙ୍କ କ୍ଷେତ୍ରରେ ସେୟା ଯେ ନହେବ ତାହା କିଏ କହିବ ବୋଲି ସାଧାରଣରେ ଚର୍ଚ୍ଚା ହେଲାଣି ।

ସାରୁଅରେ ୨୨ ଜଣ ଦଳିତଙ୍କ ଜମିକୁ ଚଞ୍ଚକତା ବଳରେ ପଣ୍ଡା ଦମ୍ପତ୍ତି ହଡ଼ପ କରିଥିବାର ଅଭିଯୋଗ ହୋଇଛି । ଏ ସମ୍ପର୍କିତ ମାମଲା ରଦ୍ଦ କରିବାକୁ ଏବଂ ଅନ୍ତରୀଣ ସୁରକ୍ଷା ଦେବାକୁ ହାଇକୋର୍ଟରେ ସେମାନଙ୍କ ଜାମିନ୍ ଆବେଦନ ଖାରଜ ହୋଇସାରିଛି । ରାଜ୍ୟ ସରକାର ସେମାନଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ କରୁଥିବା ଦର୍ଶାଇ ହାଇକୋର୍ଟରୁ ସେମାନେ ସୁରକ୍ଷା ଲୋଡିଥିଲେ ମଧ୍ୟ ତଥ୍ୟପ୍ରମାଣ ଦେଇପାରିଲେନି ।

ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ ଯେ ସାରୁଅ ଜମି କେଳେଙ୍କାରୀ ମାମଲା ରାଜନୈତିକ ପ୍ରତିଶୋଧ ପରାୟଣତାର ଅଂଶବିଶେଷ ନୁହେଁ । ଶାସକ ଦଳର ଏଥିରେ ସଂପୃକ୍ତିର କୌଣସି ପ୍ରମାଣ ନାହିଁ । ମାତ୍ର ହାଇକୋର୍ଟଙ୍କ ଏହି ବିଚାରକୁ ଜାଗୀ ପଣ୍ଡା ବେଖାତିର୍ କରିଛନ୍ତି । ମିଡ଼ିଆକୁ ଲୁଚିଥିବା ମ୍ୟାଡାମ୍ ନିଜର ପୁରୁଣା ରେକର୍ଡ ବଜାଇ ଚାଲିଛନ୍ତି । ସାରୁଅ ମାମଲା ରାଜ୍ୟ ସରକାରଙ୍କ ବ୍ୟକ୍ତିଗତ ଆକ୍ରୋଶର ପରିଣାମ ବୋଲି ପ୍ରେସ୍ ରିଲିଜ୍ ଜାରି କରିଛନ୍ତି । ଏଥର ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ମ୍ୟାଡାମ୍ ।

ଖାଲି ସେତିକି ନୁହେଁ, ପଣ୍ଡା କମ୍ପାନୀର ବିଭିନ୍ନ ବେଆଇନ କାରବାର ଉପରେ ହୋଇଥିବା ମାମଲା ସହ ଓଟିଭିକୁ ଯୋଡିଛନ୍ତି ଚତୁର ମାଲିକାଣୀ । ନିଜର ଏହି ଟିଭି ଚାନେଲ୍ ଟି ଅଛି ବୋଲି ବ୍ୟକ୍ତିଗତ ଅପରାଧ କଲେ ବି ତାକୁ ଗଣମାଧ୍ୟମ ସହିତ ଯୋଡି ଖସିଯିବାର ପୁରୁଣା ଚାଲ୍ ଖେଳିଛନ୍ତି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସ୍ୱାମୀ ବୈଜୟନ୍ତ ପଣ୍ଡା ଅଭ୍ୟାସଗତ ଭାବରୁ ନିଜର ରାଜନୈତିକ ପ୍ରତିପତ୍ତିକୁ କାମରେ ଲଗାଇଲେଣି । ବିଜେପି ସଂଗଠନର ଟାଣୁଆ ନେତା ରାମମାଧବ, ସୋସିଆଲ୍ ମିଡ଼ିଆ ସେଲ୍ ମୁଖ୍ୟ ତଥା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବେ ସାରୁଅ ଜମି ଦୁର୍ନୀତି ମାମଲାରେ ପଣ୍ଡା ଦମ୍ପତ୍ତିଙ୍କ ସୁରକ୍ଷା ପାଇଁ ବାହାରିଛନ୍ତି । ଅବଶ୍ୟ ଦିଲ୍ଲୀରେ ଜାତୀୟ ଗଣମାଧ୍ୟମ ବନ୍ଧୁଙ୍କଠାରୁ ଜମି ହଡ଼ପ ମାମଲାରେ ବୈଜୟନ୍ତ ସହଯୋଗ ପାଉନାହାନ୍ତି ।

ସୂଚନାଯୋଗ୍ୟ, ନିଜର କଳାଧନକୁ ବାହାମାସ୍ ଫେକ୍ କମ୍ପାନୀ ଜରିଆରେ ଧଳା କରିବାର ସଙ୍ଗୀନ ଅଭିଯୋଗ ବି ରହିଛି ବୈଜୟନ୍ତ ଓ ଜାଗୀଙ୍କ ଉପରେ । ଏଭଳି ଜଘନ୍ୟ ଅର୍ଥନୈତିକ ଅପରାଧ ଓ ଟିକସ ଫାଙ୍କିରେ ପଣ୍ଡା ଦମ୍ପତ୍ତି ଙ୍କ ସଂପୃକ୍ତି ଅଭିଯୋଗକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଇଡି ଏହାର ତଦନ୍ତ ଦାୟିତ୍ୱ ନେଇଥିଲେ ମଧ୍ୟ ତଦନ୍ତରେ ଅଗ୍ରଗତି ହେଉନାହିଁ । ବୈଜୟନ୍ତ ନିଜର ଦିଲ୍ଲୀ ପତିଆରା ବଳରେ ମାମଲା ଚାପିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି ।

ବୈଜୟନ୍ତ ପଣ୍ଡା ଜଣେ ବିଚକ୍ଷଣ ଲୋକ । ବ୍ୟବସାୟକୁ ପୁଞ୍ଜି କରି ରାଜନୀତି ଓ ରାଜନୀତିକୁ ପୁଞ୍ଜି କରି ବ୍ୟବସାୟରେ ସଫଳତା ଅର୍ଜିବାର ମନ୍ତ୍ରକୁ ସେ ମୂଳରୁ ହାତେଇ ନେଇଛନ୍ତି । ପ୍ରାୟ ୧୮ ବର୍ଷ ଧରି ବିଜେଡ଼ିରେ ଥାଇ ସେ ଏହାର ସଫଳ ପ୍ରୟୋଗ କରିଥିଲେ । ବିଜେଡ଼ିରେ ଅଖଣ୍ଡ କ୍ଷମତାଶାଳୀ ବୈଜୟନ୍ତ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛତ୍ରଛାୟାରେ ଥିବାରୁ ତାଙ୍କର ବ୍ୟବସାୟିକ ବେଆଇନ କାର୍ଯ୍ୟକୁ ସରକାରୀ ପ୍ରୋତ୍ସାହନ ମିଳୁଥିଲା । କ୍ଷମତାର ଅପବ୍ୟବହାର କରି ଆଇନ ଆଖିରେ ଧୂଳି ଦେବା ବିଦ୍ୟାଟି ତାଙ୍କୁ ଭଲ ଭାବେ ଜଣା ବୋଲି କୁହାଯାଉଛି ।

ବିଜେଡ଼ିରୁ ଗଲା ପରେ କେନ୍ଦ୍ର ସରକାରଙ୍କ ଛାଇ ଖୋଜି ବିଜେପିକୁ ଚାଲିଗଲେ । ବିରାଡି ମୁଣ୍ଡରେ ଶିକା ଛିଣ୍ଡିଲା ଭଳି ବିଜେପିକୁ ଯାଉ ଯାଉ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ପାଇଗଲେ । ତେଣୁ ସେହି ପୁରୁଣା କୌଶଳକୁ ଅବିଳମ୍ବେ ଆପଣେଇବାରେ ଲାଗିପଡ଼ିଛନ୍ତି । ବିଜେଡ଼ି ସରକାର ଅମଳରେ ତାଙ୍କ ଦ୍ୱାରା ସଂଗଠିତ ବେଆଇନ କାର୍ଯ୍ୟର ପେଡି ଖୋଲିଲା ବେଳକୁ ସେ ରାଜନୈତିକ ଆକ୍ରୋଶ ଓ ଓଟିଭି କୁ ବାହାନା କରି ଖସିଯିବାକୁ ଚେଷ୍ଟା ଚଳାଇଛନ୍ତି । ଓଟିଭି ଚଳାଉଥିବା ତାଙ୍କ ପତ୍ନୀ ବି ସେହି ବିଦ୍ୟାରେ ଦୀକ୍ଷିତ ହୋଇଛନ୍ତି । ସାରୁଅ ମାମଲା ଉପରେ ନିର୍ଦ୍ଦିଷ୍ଟ ଜବାବ ନ ରଖି ରାଜନୈତିକ ଆକ୍ରୋଶର କଥା କହୁଛନ୍ତି । ପଣ୍ଡା ଦମ୍ପତ୍ତିଙ୍କର ଏହି ବ୍ୟବସାୟିକ ମଡ଼େଲ୍ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ସ୍ଥାନିତ ହେବା ଦରକାର ବୋଲି ଅନେକ କଟାକ୍ଷ କରୁଛନ୍ତି ।

ରାଜନୈତିକ ପ୍ଲାଟଫର୍ମର ସଦୁପଯୋଗ କରି ବ୍ୟବସାୟିକ ସ୍ୱାର୍ଥ ହାସଲରେ ବୈଜୟନ୍ତଙ୍କର ସଫଳତା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସହଯୋଗ ଓ ଆର୍ଶିବାଦ ଥିଲା । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ମୁଣ୍ଡରୁ ଦୋଷ ଝାଡ଼ିପାରିବେ ନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରାୟଶ୍ଚିତ କରିବା ଦରକାର ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ମାତ୍ର ଦୁର୍ଭାଗ୍ୟ ଯେ ପ୍ରାୟଶ୍ଚିତ ବଦଳରେ ମୁଖ୍ୟମନ୍ତ୍ରୀ ସେହି ପଣ୍ଡା କୌଶଳରେ କାଳେ ଫସି ଯାଉଥିବା ସାଧାରଣରେ ସନ୍ଦେହ ସୃଷ୍ଟି ହେଲାଣି । କୋଭିଡ୍ ପରିଚାଳନା ସମ୍ପର୍କିତ ଅଡିଓ ଭାଇରାଲ୍, ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ଓ ସାରୁଅ ଜମି ଦୁର୍ନୀତି ମାମଲାରେ ପୁଲିସର ପଦକ୍ଷେପ ଏଭଳି ସନ୍ଦେହକୁ ଦାନା ଯୋଗାଇଛି ।

ସନ୍ଦେହ କାହିଁକି?

  • ଓଟିଭି ପ୍ଲାଟଫର୍ମରେ ଅଡିଓ ଭାଇରାଲ୍ ଘଟଣାରେ ଦୁଇଜଣ ଯୁବକଙ୍କୁ ଗିରଫ କରାଗଲା । ଅଥଚ ଯେଉଁ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ଏହାକୁ ଭାଇରାଲ୍ କଲା ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ସଂପୃକ୍ତ ପୋର୍ଟାଲ୍ ର ସମ୍ପାଦକ ଓ ଅନ୍ୟମାନଙ୍କୁ ପୁଲିସ ତିନି ତିନି ଥର ଜେରା କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । କୌତୁହଳର କଥା ଏହି ଘଟଣାରେ ପୁଲିସର ପ୍ରାଥମିକ ତତ୍ପରତା ଓ ଓଟିଭିର ତମ୍ବିତୋଫାନ ଦୁଇଦିନରେ ଖତମ୍ ହୋଇଗଲା । ଉଭୟ ପକ୍ଷ ଚୁପ୍ ହୋଇଯିବାରୁ କିଛି ଗୋଟେ ସଲାସୁତୁରା ହୋଇଯାଇଥିବା ସମସ୍ତଙ୍କର ଅନୁଭବ ହେଲା ।
  • ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାର ଅଢ଼େଇ ମାସ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଓଡ଼ିଶା ହାଇକୋର୍ଟଙ୍କ ବାରମ୍ବାର ତାଗିଦ୍ ମଧ୍ୟ ପୁଲିସ ଉପରେ ପ୍ରଭାବ ପକାଇନି । ହାଇକୋର୍ଟ ଏବେ ପୁଲିସ ଡିଜିଙ୍କୁ ଡାକି କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି । ଏସବୁ ସତ୍ତ୍ୱେ ବି ତଦନ୍ତକାରୀ କ୍ରାଇବ୍ରାଞ୍ଚ ଅଧିକାରୀମାନଙ୍କ ହାତ ଖୋଲୁନାହିଁ । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ପୁଲିସ ଉପରେ ଯେ ଚାପ ରହିଛି ତାହା ଅନୁମାନ କରାଯାଇପାରେ ।
  • ସାରୁଅରେ ଦଳିତଙ୍କ ଜମିକୁ ହଡ଼ପ କରାଯାଇଥିବାର ତଥ୍ୟ ପ୍ରମାଣ ଦାଣ୍ଡରେ ଗଡୁଛି । ଡ୍ରାଇଭର ରବି ସେଠୀଙ୍କୁ ମୋହରା ବନାଯାଇ ୨୨ ଜଣ ଦଳିତଙ୍କ ଜମିକୁ ପଣ୍ଡା କମ୍ପାନୀ ହାତେଇଥିବା ନିଜେ ଡ୍ରାଇଭର ତଥ୍ୟ ପ୍ରମାଣ ସହ ବୟାନ ଦେଇଛନ୍ତି । ହଡ଼ପର ଶିକାର ଦଳିତମାନେ ନିଜେ ଥାନାରେ ଏତଲା ଦେଲା ପରେ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ସବୁ ତଥ୍ୟ ପ୍ରମାଣ ସଂଗ୍ରହ କରିଛି ।

ଅଧିକ ଅନୁସନ୍ଧାନ ପାଇଁ କ୍ରାଇବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ମାମଲା ଦିଆଯାଇଛି । ଜମି ହଡ଼ପକାରୀ ସଂସ୍ଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ର ମାଲିକ ବୈଜୟନ୍ତ ପଣ୍ଡା ଓ ଜାଗୀ ପଣ୍ଡା ଏହାର ମୁଖ୍ୟ ଅଭିଯୁକ୍ତ ବୋଲି ଜଳ ଜଳ ପ୍ରମାଣ । କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ୍ ମିଟ୍ କରି ଏହି ଗୁମର ଖୋଲିଛନ୍ତି ।

ଦଳିତଙ୍କ ଜମି ହଡପ କାର୍ଯ୍ୟରେ ବୈଜୟନ୍ତ ଓ ଜାଗୀଙ୍କ ପ୍ରଚ୍ଛନ୍ନ ନିର୍ଦ୍ଦେଶ ଏବଂ ଜାଗୀଙ୍କ ବୃଦ୍ଧ ବାପା ଓ ସହଯୋଗୀମାନେ ଦଳିତଙ୍କୁ ନାଲି ଆଖି ଦେଖାଇ ଆତଙ୍କରାଜ ଚଳାଇଥିବାର ଅଭିଯୋଗ ଖୋର୍ଦ୍ଧା ଜିଲ୍ଲାପାଳଙ୍କଠାରୁ ବାଘମାରୀ ଥାନା ପର୍ଯ୍ୟନ୍ତ ଲମ୍ବିଛି ।

ଏହି ମାମଲାରେ ସଂସ୍ଥାର ନାମକୁ ମାତ୍ର ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀଙ୍କୁ କ୍ରାଇବ୍ରାଞ୍ଚ ଇଓଡବ୍ଲୁ ଗିରଫ କରି ଜେଲ୍ ରେ ପୂରାଇଲା । ପଣ୍ଡା ଏଜେଣ୍ଟ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ ମଧ୍ୟ ଗିରଫ କରାଗଲା । ମାମଲାକୁ ରାଜନୈତିକ ଆକ୍ରୋଶର ରଙ୍ଗ ଦେଇ ବୈଜୟନ୍ତ ଓ ଜାଗୀ ହାଇକୋର୍ଟରୁ କିଛି ଦିନ ପାଇଁ ଅନ୍ତରୀଣ ସୁରକ୍ଷା ଆଣିବାରେ ସମର୍ଥ ହୋଇଥିଲେ ମଧ୍ୟ ୪ ଦିନ ତଳେ ହାଇକୋର୍ଟ ବୈଜୟନ୍ତ ଓ ଜାଗୀଙ୍କ ଆବେଦନକୁ ରବ୍ଦ କରିଛନ୍ତି । ମାମଲାର ତଦନ୍ତକୁ ଠିକ୍ ବାଟରେ ଯିବାକୁ ଛାଡିଦେବା ସହ ଅଭିଯୁକ୍ତମାନେ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଜାଗୀ ଏହାକୁ ଖୋଲାଖୋଲି ଚାଲେଂଜ କରି ପ୍ରେସ୍ ବିବୃତ୍ତି ଛାଡୁଥିଲେ ମଧ୍ୟ ତଦନ୍ତକାରୀ ସଂସ୍ଥା ନୋ ଆକ୍ସନ୍ ମୋଡ୍ ରେ ଥିବା ଜଣାପଡୁଛି ।

ପ୍ରଶ୍ନ ହେଉଛି,

  • ସାରୁଅ ମାମଲାରେ ଯଦି ନାମମାତ୍ର ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଅବିଳମ୍ବେ ଉଠାଇ ନେଇପାରୁଛି ତେବେ ସଂସ୍ଥାର ମାଲିକ ତଥା କେଳେଙ୍କାରୀର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତ ବୈଜୟନ୍ତ ଓ ଜାଗୀଙ୍କୁ ଗିରଫ କରିବାରେ ଏତେ ବିଳମ୍ବ କାହିଁକି?
  • ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉନାହିଁ କି?
  • ବୈଜୟନ୍ତଙ୍କ ରାଜନୈତିକ ଚାପ ଓ ଜାଗୀଙ୍କ ପରିଚାଳିତ ଓଟିଭି ଚାପରେ ମାମଲା ଚାପି ହୋଇଯିବାର ସମ୍ଭାବନା ନାହିଁ କି?
  • ସମୟ ଗଡ଼ାଇ ସେମାନଙ୍କୁ ସୁପ୍ରିମକୋର୍ଟ ଯିବାର ସୁଯୋଗ ଦିଆଯାଉ ନାହିଁ କି?
  • ଏଥିପାଇଁ ତଦନ୍ତକାରୀ ସଂସ୍ଥା ଏବଂ ସର୍ବୋପରି ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହହଜନକ ନୁହେଁ କି?
  • ମନୋରଂଜନ ଷଡ଼ଙ୍ଗୀଙ୍କୁ ବାରମ୍ବାର ଜେରା କରି ବୀର ଦର୍ପରେ ଗିରଫ କରିଥିବା କ୍ରାଇବ୍ରାଞ୍ଚ ଇଓଡବ୍ଲୁ ତଦନ୍ତକାରୀ ଅଧିକାରୀମାନେ ବୈଜୟନ୍ତ ଓ ଜାଗୀଙ୍କୁ ନିଜ ହେପାଜତକୁ ନେଇ ତଦନ୍ତ କରିବା ପାଇଁ ସାହାସ ପାଉନାହାନ୍ତି କାହିଁକି?
  • ବୈଜୟନ୍ତ ଓ ଜାଗୀ ଜମି କେଳେଙ୍କାରୀର ମୁଖ୍ୟ କାର୍ପଟଦାର ବୋଲି ଖୋଦ୍ କ୍ରାଇବ୍ରାଞ୍ଚ ଏଡିଜି ଦମ୍ଭ ଦେଖାଉଥିଲା ବେଳେ ସେମାନଙ୍କ ପାଖ ମାଡ଼ିବାକୁ ଦମ୍ଭ ପାଉନାହିଁ କାହିଁକି?

ସୂଚନାଥାଉକି, କ୍ରାଇବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ଜାଗୀ ପଣ୍ଡା ବ୍ୟକ୍ତିଗତ ହାଜର ହେବାକୁ ନୋଟିସ୍ ଯାଇଥିଲା । ମାତ୍ର ଜାଗୀ ଅଧିକ ସମୟ ମାଗି ଏକ ସର୍ତ୍ତ ରଖିଛନ୍ତି । ସର୍ତ୍ତଟି ହେଉଛି, ମୁଁ ତମ ଅଫିସ୍ କୁ ଯିବନି । ତମେମାନେ ମୋ ଅଫିସ୍ କୁ ଆସ ବୋଲି ଇଓଡବ୍ଲୁକୁ ଓଲଟି ଇମେଲ୍ କରିଛନ୍ତି ଜାଗୀ । ଇତିମଧ୍ୟରେ ମାସେ ବିତିଯାଇଥିଲେ ମଧ୍ୟ ଇଓଡବ୍ଲୁ ଜାଗୀଙ୍କୁ ପଚରାଉଚୁରା କରିବା କଥା ଭୁଲିଯାଇଛନ୍ତି ।
ଆଇନକୁ ତା ବାଟରେ ଯିବାକୁ ଦେଇ ସରକାର ଚୁପ୍ ବସିଛନ୍ତି ନା ଆଉ କିଛି କାରଣ ପାଇଁ ପୁଲିସ ଉପରେ ଚାପ ରହିଛି ତାହା ଆଗକୁ ଦେଖିବାର ଅଛି ।

Previous Post

ରାଜ୍ୟପାଳଙ୍କ ପତ୍ନୀଙ୍କ ପରଲୋକ

Next Post

ବଞ୍ଚିଲାନି କାଳିଆ, ଜଗାକୁ ଛାଡ଼ି ଚାଲିଗଲା

Next Post
ବଞ୍ଚିଲାନି କାଳିଆ, ଜଗାକୁ ଛାଡ଼ି ଚାଲିଗଲା

ବଞ୍ଚିଲାନି କାଳିଆ, ଜଗାକୁ ଛାଡ଼ି ଚାଲିଗଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA