Wednesday, February 18, 2026 01:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୪ ସପ୍ତାହରେ ଚକାଚକ୍ ହେବ ବିନ୍ଦୁସାଗର

ବିଜେଡ଼ି-ବିଜେପି କର୍ମୀଙ୍କ ଇଲେକ୍ସନ୍ ଡ୍ରାଏ ରନ୍!

by Our Correspondent
09 Jan, 2021- 06:41 PM
in Latest News, News
1 min read
0
୪ ସପ୍ତାହରେ ଚକାଚକ୍ ହେବ ବିନ୍ଦୁସାଗର

ଭୁବନେଶ୍ୱର: ଚକାଚକ୍ ହେବ ବିନ୍ଦୁସାଗର ଜଳାଶୟ । ହାଇଡ୍ରୋ-ଡାଇନାମିକ୍ କାଭିଟେସନ ଭଳି ଅତ୍ୟାଧୁନିକ ଟେକନୋଲୋଜି ଜରିଆରେ ଏହାର ଜଳକୁୁ ସ୍ୱଚ୍ଛ କରାଯିବ । ରାଜ୍ୟ ସରକାରଙ୍କ ଏକାମ୍ର ଯୋଜନାରେ ବିନ୍ଦୁସାଗର ସ୍ୱଚ୍ଛ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟମାନେ ଏଥିରେ ଉପସ୍ଥିତ ଥିଲେ ।

ବିନ୍ଦୁସାଗର ଜଳ ସ୍ୱଚ୍ଛ କରିବାକୁ ୪ ମାସ ସମୟ ଲାଗିବ ବୋଲି ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏହା ୪ ସପ୍ତାହରେ ଶେଷ ହେବ ବୋଲି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଘୋଷଣା କରିଛନ୍ତି । ସ୍ଥାନୀୟ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଧାର୍ଯ୍ୟ ସମୟରେ କାର୍ଯ୍ୟ ଶେଷ ହେବାକୁ ନେଇ ରାଜ୍ୟ ସରକାରଙ୍କୁ ପିନ୍ ମାରିବାରୁ ମନ୍ତ୍ରୀ ଶ୍ରୀ ପଣ୍ଡା ତାହାର କଡ଼ା ଜବାବ ଦେଇ ୪ ମାସ ନୁହେଁ, ୪ ସପ୍ତାହରେ କାମ ସରିବ ବୋଲି ଚାଲେଂଜ ଦେଇଛନ୍ତି ।

ତେବେ ଅପରାଜିତାଙ୍କ ପିନ୍ ଏବଂ ଅଶୋକ ପଣ୍ଡାଙ୍କ କଡ଼ା ଜବାବ ସଭାମଞ୍ଚ ତଳେ ଉପସ୍ଥିତ ବିଜେପି ଓ ବିଜେଡ଼ି କର୍ମୀଙ୍କୁ ମୁହାଁମୁହିଁ ଅବସ୍ଥାକୁ ଟାଣି ଆଣିଥିଲା । ନିଜ ନିଜ ଦଳ ସପକ୍ଷରେ ସେମାନେ ଜିନ୍ଦାବାଦ ସ୍ଲୋଗାନ୍ ଦେଇ ନାରାବାଜି କରିଥିଲେ । ମଞ୍ଚରେ ଭାଷଣ ଦେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାରାବାଜି କରୁଥିବା ଯୁବକମାନଙ୍କୁ ଆକଟ କରିଥିଲେ ।

ଧର୍ମେନ୍ଦ୍ର କହିଲେ, ଓଃ ଜିନ୍ଦାବାଦ ପାର୍ଟି ଟିକିଏ ରହିଲ! ହାତଯୋଡିକି ଅନୁରୋଧ କରୁଛି ଏସବୁ ବନ୍ଦ କର । ତେବେ ଧର୍ମେନ୍ଦ୍ର ସେତିକିରେ ଅଟକି ନ ଥିଲେ । ଏହି ନାରାବାଜିର ଯଥାର୍ଥତା ଏମିତି ବ୍ୟାଖ୍ୟା କରିଥିଲେ.. ଆଗକୁ ମ୍ୟୁନିସିପାଲିଟି ନିର୍ବାଚନ ଅଛି । ଏଠି ଅପରାଜିତା ଆରମ୍ଭ କରିବେ ଆଉ ଅଶୋକ ପଣ୍ଡା ଉତ୍ତର ଦେବେ । ଜିନ୍ଦାବାଦ ହେବନି କେମିତି? ହବା ସ୍ୱାଭାବିକ.. ।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ, ବିନ୍ଦୁସାଗର ମୋ ପାଇଁ ସବୁବେଳେ ବଡ଼ ଆକର୍ଷଣ ହୋଇ ରହିଛି । ଦେଶର ସବୁ ତୀର୍ଥ ଜଳ ବିନ୍ଦୁସାଗରରେ ଏକାଠି ହୋଇଛି । ବିନ୍ଦୁସାଗରର ପ୍ରତିଟି ଜଳ ବିନ୍ଦୁ ପବିତ୍ର । ବିନ୍ଦୁସାଗର ଜାତୀୟ ସଂହତି ଓ ଏକତାର ପ୍ରତୀକ । ବିନ୍ଦୁସାଗର ଏକ ତୀର୍ଥ ପୋଖରୀ ନୁହେଁ, ପୁରୁଣା ଭୁବନେଶ୍ୱରର ଲୋକମାନଙ୍କ ସାମାଜିକ ଏବଂ ସାଂସ୍କୃତିକ ଜୀବନ ସହ ଏହାର ନିବିଡ ସମ୍ପର୍କ ରହିଛି । ଏଭଳି ତୀର୍ଥ ପୋଖରୀଗୁଡ଼ିକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ।

ସ୍ୱଚ୍ଛ ଜଳ ହିଁ ସମୃଦ୍ଧ ଜୀବନ । ଆଗାମୀ ଦିନରେ ବିଶୁଦ୍ଧ ଜଳ ସାରା ବିଶ୍ୱ ପାଇଁ ଏକ ବଡ ଆହ୍ୱାନ ହେବାକୁ ଯାଉଛି । ତେଣୁ ଏ କ୍ଷେତ୍ରରେ ଏକାମ୍ର ଅଞ୍ଚଳରେ ରହିଥିବା ୨୦ରୁ ଅଧିକ ଛୋଟ ବଡ଼ ତୀର୍ଥ ପୋଖରୀର ସୁରକ୍ଷା ପାଇଁ ନାଗରିକ ସମାଜ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଭାଷଣରେ କହିଥିଲେ, ଏକାମ୍ର ଯୋଜନା କାମକୁ ଆଗେଇ ନେବା ପାଇଁ ଏଏସଆଇ ତଥା ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ । ଓଡ଼ିଆ ଜାତିର ଏ ମହାନ ଗୌରବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସମସ୍ତେ ଏକାଠି କାମ କରିବାକୁ ଆହ୍ୱାନ ଦେଇଥିଲେ ।

ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା, ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଆଇଓସିଏଲ୍ ଅଧ୍ୟକ୍ଷ ଓ ଆଇସିଟିର କୁଳପତି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ ।

ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆନ୍ କେମିକାଲସ୍ ଇନଷ୍ଟିଚ୍ୟୁଟ୍ ଏବଂ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ସହିତ ରାଜ୍ୟ ସରକାର ୨୦୨୦ ଜୁନ୍ ମାସରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ରାଜ୍ୟ ସରକାର ଏଥିପାଇଁ ଭିତ୍ତିଭୂମି ସୁବିଧା ଯୋଗାଇ ଦେବେ ଏବଂ ଆଇସିଟି-ଆଇଓସି ପକ୍ଷରୁ ହାଇଡ୍ରୋ- ଡାଇନାମିକ ପମ୍ପ ନିୟୋଜିତ କରାଯିବ ।

Previous Post

ପରୀ ବାପାମାଆଙ୍କ ଆତ୍ମାହୁତି ଉଦ୍ୟମ ଥିଲା ଡ୍ରାମା !

Next Post

୧୬ ରୁ କରୋନା ଟିକା

Next Post
୧୬ ରୁ କରୋନା ଟିକା

୧୬ ରୁ କରୋନା ଟିକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA