ଭୁୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ପୁରୀ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ଶେଷ ହେବ । ଫନୀ ବାତ୍ୟାରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଘୋଷଣାରେ ସ୍ୱର୍ଗଦ୍ୱାରର ନବୀକରଣକୁ ପ୍ରାଥମିକତା ଦିଆଯାଇଥିଲା ।
୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ପୁରୀ ଗସ୍ତରେ ଆସି ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟର ସମୀକ୍ଷା କରିବା ପରେ ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଟାର୍ଗେଟ୍ ଦେଇଛନ୍ତି । ଏଥିସହ ଶ୍ରୀ ପାଣ୍ଡିଆନ୍ ଗୋଶାଳା ଏବଂ ବଡ଼ଦାଣ୍ଡ ଭିକାରୀଙ୍କ ଥଇଥାନ କାର୍ଯ୍ୟର ସମୀକ୍ଷା କରିଥିଲେ ।

ବଡ଼ଦାଣ୍ଡକୁ ସଫାସୁତୁରା ରଖିବା ପାଇଁ ବୁଲା ଗାଈଗୋରୁଙ୍କ ପାଇଁ ଗୋଶାଳା ନିର୍ମାଣ ହୋଇଛି । ବର୍ତ୍ତମାନ ସୁଦ୍ଧା ୭୦୦ ଗାଈଗୋରୁଙ୍କୁ ସେଠାକୁ ସ୍ଥାନାନ୍ତର କରାଗଲାଣି । ଆସନ୍ତା ମାସ ସୁଦ୍ଧା ଆଉ ୪୦୦ ଗାଈଗୋରୁଙ୍କୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ଆବଶ୍ୟକୀୟ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଯୋଗାଇ ଦିଆଯିବ ।








