ଭୁବନେଶ୍ୱର: ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବାରୁ ଭିକ ମାଗି ପେଟ ପୋଷୁଥିଲେ, ବେଳେ ଖାଇ ବେଳେ ଉପାସ ରହୁଥିଲେ ଲିପୁନା ଓ ତାଙ୍କ ପରିବାର । ଭିକ ମାଗିବା ଛଡ଼ା ତାଙ୍କ ପାଖରେ ଆଉ କିଛି ଉପାୟ ନଥିଲା । ଜୀବନ ଜିଇବା ତାଙ୍କ ପକ୍ଷେ ଦୁର୍ବିସହ ହୋଇପଡ଼ିଥିଲା ଯେମିତି । ଭିକ ମାଗୁଥିବାରୁ ଅନେକ ଲୋକଙ୍କର ଲାଞ୍ଛନା ସହି ଲୁହରେ ଆଖି ଭିଜୁଥିଲା ସିନା, ସ୍ଵାବଲମ୍ବୀ ହେବାକୁ ରାହା ମିଳୁ ନଥିଲା । ଶେଷରେ ସାହା ହେଲା ଓଡ଼ିଶା ମୋ ପରିବାର, ସହଜ ହେଲା ଲିପୁନାଙ୍କର ଜୀବନ।








