Wednesday, March 4, 2026 05:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବରିଷ୍ଠ ସାମ୍ବାଦିକ ଏସ୍ ଏ କଲିମଙ୍କୁ ଶ୍ରଦ୍ଧାଞ୍ଜଳି

ନୂତନ ପିଢ଼ିର ସାମ୍ବାଦିକଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ

by Our Correspondent
27 Apr, 2025- 11:15 PM
in Latest News, News
1 min read
0
ବରିଷ୍ଠ ସାମ୍ବାଦିକ ଏସ୍ ଏ କଲିମଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଦୈନିକ ସମ୍ବାଦପତ୍ର ସମ୍ବାଦ କଳିକାର ଦିବଙ୍ଗତ ବାର୍ତ୍ତା ସମ୍ପାଦକ, ବରିଷ୍ଠ ସାମ୍ବାଦିକ ଏସ୍ ଏ କଲିମ୍ ଜଣେ ଅନନ୍ୟ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ। ନୂତନ ପିଢ଼ିର ସାମ୍ବାଦିକଙ୍କ ପାଇଁ ସେ ପ୍ରେରଣାର ଉତ୍ସ ଥିଲେ ବୋଲି ଆଜି ଏଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ମୃତି ସଭାରେ ମତ ପ୍ରକାଶ ପାଇଛି।

‘  ଅନ୍ତରଙ୍ଗ ପରିବାର ‘ ପକ୍ଷରୁ ଆଜି ଅପରାହ୍ନରେ ୟୂନିଟ -୯ ସ୍ଥିତ ଉତ୍କଳ କରାଟେ ସ୍କୁଲ୍  ସଭାଗୃହରେ ଭାଷାବିତ୍ ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ ସ୍ୱର୍ଗତ କଲିମଙ୍କ ପାଇଁ ଅନୁଷ୍ଠିତ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ଅବସରପ୍ରାପ୍ତ ପ୍ରଶାସକ ଭାରତ ଭୂଷଣ ଜଗଦେବ କଲିମଙ୍କୁ ଏ ଯୁଗର ଭକ୍ତ ସାଲବେଗ ଭାବେ ବର୍ଣ୍ଣନା କରିଥିଲେ। ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟ ମିଶ୍ର କଲିମ ବାବୁଙ୍କ ସହିତ ଏକାଠି କାମ କରିବା ସମୟର ସ୍ମୃତି ଚାରଣ କରିଥିଲେ। ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ କହିଥିଲେ ଯେ, କଲିମ ବାବୁଙ୍କ ଅସମୟରେ ଚାଲିଯିବା ବିଶ୍ବାସ କରି ହେଉନି। କନିଷ୍ଠ  ସାମ୍ବାଦିକମାନଙ୍କ ପାଇଁ ସେ ବଡ଼ ଭାଇ ଭଳି ଥିଲେ।
   

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରାଧାକାନ୍ତ ସେଠି,ଫକୀର କୁମାର ଉଦଗାତା, ବରିଷ୍ଠ ସାମ୍ବାଦିକ ଦିନବନ୍ଧୁ ସାହୁ, ଭାଗବତ ତ୍ରିପାଠୀ , ମୁଖ୍ୟମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ ଦେବାଶିଷ ପଟ୍ଟନାୟକ , ଶୁଭମୟ ପଣ୍ଡା , ବିଶିଷ୍ଟ କବି ଦୁର୍ଗା ଷଡଙ୍ଗୀ, ପଦ୍ମନାଭ ତ୍ରିପାଠୀ , ବରିଷ୍ଠ ସାମ୍ବାଦିକ ବିବେକ ଜେନା, ନୀଳାମ୍ବର ରଥ, ଆଲୋକ ନାୟକ, ପ୍ରକାଶ ସେଠି, ବିଘ୍ନେଶ୍ୱର ସାହୁ, ଇପ୍ସିତ ପ୍ରତିହାରୀ ,ଦୁର୍ଗା ପ୍ରସାଦ ସାମନ୍ତରାୟ, ପଲିଟିକାଲ ମହାନ୍ତି, ଧ୍ରୂତିକାମ ମହାନ୍ତି, ଅପୂର୍ବ ମହାନ୍ତି , ପ୍ରଶାନ୍ତ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  କଲିମଙ୍କ ପୂର୍ବତନ ସହକର୍ମୀ ତଥା ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ କଲିମ ବାବୁଙ୍କ ସ୍ମୃତିରେ ଜଣେ ଡେସ୍କ ସାମ୍ବାଦିକଙ୍କୁ ପ୍ରତିବର୍ଷ ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ। ଶେଷରେ ଅନ୍ତରଙ୍ଗ ପରିବାର ପକ୍ଷରୁ ଶତ୍ରୁଜିତ୍ ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

Next Post

ଜୟ ଓଡ଼ିଶାର ରକ୍ତଦାନ ଅଭିଯାନ

Next Post
ଜୟ ଓଡ଼ିଶାର ରକ୍ତଦାନ ଅଭିଯାନ

ଜୟ ଓଡ଼ିଶାର ରକ୍ତଦାନ ଅଭିଯାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA