Thursday, February 5, 2026 11:00 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡିରୁ ସନା, ଅରବିନ୍ଦ ସସପେଣ୍ଡ୍

ନବୀନଙ୍କ ବଡ଼ ଆକ୍ସନ୍

by Our Correspondent
15 Jan, 2026- 08:13 PM
in Latest News, News, Politics
1 min read
0
ବିଜେଡିରୁ ସନା, ଅରବିନ୍ଦ ସସପେଣ୍ଡ୍

ଭୁୁବନେଶ୍ୱର: ମୁଣ୍ଡ ଉପରେ ରାଜ୍ୟସଭା ନିର୍ବାଚନ ଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଦୁଇ ବିଧାୟକ ସନତାନ ମହାକୁଡ଼(ଚମ୍ପୁଆ) ଏବଂ ଅରବିନ୍ଦ ମହାପାତ୍ର(ପାଟକୁରା)ଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଦଳବିରୋଧୀ କାର୍ଯ୍ୟରେ ସଂପୃକ୍ତ ଦର୍ଶାଯାଇ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏ ସମ୍ପର୍କରେ ତୁରନ୍ତ ବାଚସ୍ପତିଙ୍କୁ ମଧ୍ୟ ଅବଗତ କରାଯାଇଛି । ଆଜି ସଂଧ୍ୟାରେ ନବୀନଙ୍କର ଏହି ଅପ୍ରତ୍ୟାଶିତ ନିଷ୍ପତ୍ତି ବିଜେଡି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ସନା ମହାକୁଡ଼ଙ୍କ ଦଳବିରୋଧୀ କାର୍ଯ୍ୟ ଜଣାପଡୁଥିଲେ ମଧ୍ୟ ଅରବିନ୍ଦ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ନିର୍ଦ୍ଦିଷ୍ଟ ଭାବେ ତାଙ୍କର ଦଳବିରୋଧୀ କାର୍ଯ୍ୟ ସ୍ପଷ୍ଟ ହୋଇନାହିଁ ।

କଂଗ୍ରେସ ଦଳରୁ ରାଜନୀତି କ୍ୟାରିୟର୍ ଆରମ୍ଭ କରିଥିବା ସନାତନ ମହାକୁଡ଼ ଚମ୍ପୁଆରୁ ଦ୍ୱିତୀୟ ଥର ପାଇଁ ବିଧାୟକ ଅଛନ୍ତି । ପ୍ରଥମ ଥର ୨୦୧୪ ମସିହାରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଧାୟକ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜେଡି ସହ ହାତ ମିଶାଇଥିଲେ । ୨୦୧୯ ନିର୍ବାଚନରେ କୌଣସି କାରଣରୁ ବିଜେଡିରୁ ପ୍ରାର୍ଥୀ ହୋଇ ନ ଥିଲେ ମଧ୍ୟ ତାଙ୍କ ସମର୍ଥକ ମିନାକ୍ଷୀ ମହନ୍ତଙ୍କୁ ପ୍ରାର୍ଥୀ କରିବାରେ ସମର୍ଥ ହୋଇଥିଲେ । ୨୦୨୪ ନିର୍ବାଚନରେ ବିଜେଡି ଟିକେଟରେ ଲଢ଼ି ଦ୍ୱିତୀୟ ଥର ବିଧାୟକ ହୋଇଥିଲେ ସନା ।

ତେବେ ବିଜେଡି ସରକାର ପଳାଇବା ଏବଂ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଆସିବା ପରେ ସନାଙ୍କ ମନ ବିଜେଡିରେ ରହିଲାନି । ତାଙ୍କ ଜିଲ୍ଲାର ସାଥୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟତର ହେବାକୁ ଲାଗିପଡ଼ିଲେ । ବିଜେପି ପ୍ରତି ତାଙ୍କ ମନରେ ନରମ ଭାବ ଆସିଲା ଏବଂ ସୁଯୋଗ ପାଇଲା କ୍ଷଣି ବିଜେପିକୁ ପ୍ରଶଂସାରେ ପୋତି ପକାଇଲେ । ବିଜେଡି ପ୍ରତି ଘୃଣା ଭାବ ନେଇ ସମସ୍ତ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ଦେଲେ । ବିଧାନସଭା ସମୟରେ ବିଧାୟକ ଦଳ ବୈଠକରେ ମଧ୍ୟ ଯୋଗ ଦେଉ ନ ଥିଲେ । ତାଙ୍କର ପରିବର୍ତ୍ତିତ ହାବଭାବକୁ ଲକ୍ଷ୍ୟ କରି ଥରେ ବିଧାନସଭା ପରିସରରେ ଖୋଦ୍ ନବୀନ ପଟ୍ଟନାୟକ ଉପହାସ କରିଥିଲେ ଏବଂ ଆପଣ ବିଜେପିକୁ ଯାଉଛନ୍ତି କି ବୋଲି ସନାଙ୍କୁ ପଚାରିଥିଲେ । ସେତେବେଳେ ମିଡିଆରେ ଏହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଏଇ କେନ୍ଦୁଝର ଗସ୍ତ ବେଳେ ତାଙ୍କୁ ସ୍ୱାଗତ ଜଣାଇ ପ୍ରଶଂସାରେ ପୋତିଥିଲେ ସନା । ୨୪ ବର୍ଷର ବିଜେଡି ସରକାରରେ କେନ୍ଦୁଝରରେ କିଛି ଉନ୍ନତି ହୋଇନାହିଁ ବୋଲି କହି ପୂର୍ବ ନବୀନ ସରକାରକୁ କଡ଼ା ସମାଲୋଚନା କରିଥିଲେ । ସନାତନ ମହାକୁଡ଼ଙ୍କର ଏଭଳି କାର୍ଯ୍ୟ ଯେ ଦଳବିରୋଧୀ ତାହା ସ୍ପଷ୍ଟ ଅନୁମେୟ । ଏହି କାରଣରୁ ନବୀନ ତାଙ୍କୁ ଦଳରୁ ବିଦା କରିଛନ୍ତି ବୋଲି ବୁଝାପଡୁଛି ।

ମାତ୍ର ଅରବିନ୍ଦ ମହାପାତ୍ରଙ୍କ କ୍ଷେତ୍ରରେ ନିର୍ଦ୍ଦିଷ୍ଟ କାରଣ ଜଣାପଡୁନାହିଁ । ପାଟକୁରାରୁ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ସେ ବିଧାୟକ ହୋଇଛନ୍ତି । ନବୀନଙ୍କର ପରମ ଶତ୍ରୁ ବିଜୟ ମହାପାତ୍ରଙ୍କର ସେ ପୁଅ ହୋଇଥିଲେ ମଧ୍ୟ ଗତ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍ ଦେଇଥିଲା । ନବୀନଙ୍କ ଆଶୀର୍ବାଦ ପାଇଁ ନବୀନ ନିବାସ ଯାଇଥିବା ଅରବିନ୍ଦଙ୍କୁ ନବୀନ ବହୁତ ଆଦର କରିଥିଲେ । ବାପା(ବିଜୟ ମହାପାତ୍ର)ଙ୍କ ବିଷୟରେ ପଚାରିଥିଲେ ।

ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଅରବିନ୍ଦଙ୍କର ଉପସ୍ଥାପନା ଖୁବ୍ ସୁନ୍ଦର । ବୁଲେଇ ବଙ୍କେଇ ତୀର ମାରିବାରେ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଛନ୍ତି । ତେବେ ନିର୍ଦ୍ଦିଷ୍ଟ ଭାବେ ତାଙ୍କର ଦଳବିରୋଧୀ କାର୍ଯ୍ୟ କ’ଣ ତାହା ଜଣାପଡ଼ିନାହିଁ । ତେବେ ବିଜେଡି ସହ ନିଜକୁ ଯୋଡ଼ିପାରି ନ ଥିଲେ ଏବଂ ପାର୍ଟି ଲାଇନ୍ ରେ କାର୍ଯ୍ୟ କରୁ ନ ଥିଲେ । ତାଙ୍କର ସମସ୍ତ କାର୍ଯ୍ୟ ଦଳକୁ କ୍ଷତି କରୁଥିଲା ବୋଲି ଦଳୀୟ ବିଚାରରେ କୁହାଯାଇଛି । ଗୁଇନ୍ଦା ସୂଚନା ଆଧାରରେ ନବୀନ ବାବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ଦଳର କିଛି ବରିଷ୍ଠ ନେତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ସେ କୌଣସି ଦଳବିରୋଧୀ କାର୍ଯ୍ୟ କରିନାହାନ୍ତି ବୋଲି ଶ୍ରୀ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସୋସିଆଲ୍ ମିଡିଆରୁ ସେ ପ୍ରଥମେ ଏହି ଖବର ପାଇଲା ପରେ ବିସ୍ମିତ ହୋଇଛନ୍ତି । କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ହେଲା ଜାଣିନାହାନ୍ତି । ସେ କୌଣସି ମେଳିକୁ ଯାଇନାହାନ୍ତି କି ଭୋଜିରେ ଯୋଗ ଦେଇନାହାନ୍ତି । ତାଙ୍କ ବାପାଙ୍କ ଉପରେ ଥିବା ରାଗ ନବୀନ ବାବୁ ତାଙ୍କ ଉପରେ ସୁଝାଇଛନ୍ତି କି ବୋଲି ଗଣମାଧ୍ୟମ ପ୍ରଶ୍ନକୁ ସେ ଏଡ଼ାଇ ଦେଇଛନ୍ତି । ତାଙ୍କ ବିଷୟ ସହ ବାପାଙ୍କୁ ନ ଯୋଡିବାକୁ ସେ ଅନୁରୋଧ କରିଛନ୍ତି ।

ଅରବିନ୍ଦଙ୍କ ବାପା ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ କିଛି ଜାଣିନାହାନ୍ତି ବୋଲି କହିଛନ୍ତି । ତାଙ୍କ ପୁଅ ଦଳ ବିରୋଧରେ କୌଣସି କାମ କରିନାହାନ୍ତି ବୋଲି ମଧ୍ୟ କହିଛନ୍ତି ।

Previous Post

କିଟ୍‍ ରେ ଚେସ୍‍ ମହାକୁମ୍ଭ ଉଦଘାଟିତ

Next Post

କିଟ୍‍ ରେ ଚେସ୍‍ ମହାକୁମ୍ଭ ଉଦ୍‍ଯାପିତ

Next Post
କିଟ୍‍ ରେ ଚେସ୍‍ ମହାକୁମ୍ଭ ଉଦ୍‍ଯାପିତ

କିଟ୍‍ ରେ ଚେସ୍‍ ମହାକୁମ୍ଭ ଉଦ୍‍ଯାପିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19156 shares
    Share 7662 Tweet 4789
  • ନବୀନ..ନବୀନ, ମୋହନ..ମୋହନ

    16595 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5812 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA