Monday, March 16, 2026 02:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆମେ ଇତିହାସର ସଠିକ୍ ଚିତ୍ର ଉପସ୍ଥାପନ କରୁଛୁ: ଧର୍ମେନ୍ଦ୍ର

ସାର୍ ଯଦୁନାଥ ସରକାର ଫେଲୋସିପର ପ୍ରଥମ ବ୍ୟାଚର ଦୀକ୍ଷାନ୍ତ ସମାରୋହ

by Our Correspondent
02 Sep, 2025- 11:21 PM
in Latest News, News
1 min read
0
ଆମେ ଇତିହାସର ସଠିକ୍ ଚିତ୍ର ଉପସ୍ଥାପନ କରୁଛୁ: ଧର୍ମେନ୍ଦ୍ର

• ଇତିହାସ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ପାଇଁ ପଥ ପ୍ରଶସ୍ତ କରେ
• ଆମ ସାଂସ୍କୃତିକ, ଐତିହାସିକ ଏବଂ ବୌଦ୍ଧିକ ଐତିହ୍ୟକୁ ଜୀବନ୍ତ କରିବାରେ ଆଗଭର ହୁଅନ୍ତୁ ଯୁବପିଢି
• ଛାତ୍ରଛାତ୍ରୀମାନେ ଭାରତର ପ୍ରକୃତ ‘ପରିଚୟ’ ଉପସ୍ଥାପନ କରିବା ଦିଗରେ ପ୍ରତିବଦ୍ଧ ରୁହନ୍ତୁ  
• ଦେଶର ପୂର୍ବାଞ୍ଚଳର ଇତିହାସ ଏବଂ ଐତିହ୍ୟକୁ ଏହାର ଯଥାର୍ଥ ସ୍ୱୀକୃତି ଦେବା ପାଇଁ ପ୍ରଚେଷ୍ଟା କରିବା

ଭୁବନେଶ୍ୱର, ସେପ୍ଟେମ୍ବର ୨: ଆମେ କାହାର ଇତିହାସକୁ ଲିଭାଇ ଦେବା ତଥା ଇତିହାସର କୌଣସି ବିଷୟ ଉପରେ ଅବହେଳା କରିବାକୁ ଚାହୁଁନାହୁଁ ବରଂ ଇତିହାସର ସଠିକ୍ ଚିତ୍ର ଉପସ୍ଥାପନ କରୁଛୁ ବୋଲି ଆଜି ନୂଆଦିଲ୍ଲୀ ଠାରେ ଭାରତୀୟ ଇତିହାସ ପାଇଁ ସାର୍ ଯଦୁନାଥ ସରକାର ଫେଲୋସିପର ପ୍ରଥମ ବ୍ୟାଚର ଦୀକ୍ଷାନ୍ତ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦ ଫାଉଣ୍ଡେସନ ଫର୍ ଇଣ୍ଡିଆନ୍ ହିଷ୍ଟୋରିକାଲ୍ ଆଣ୍ଡ୍ କଲଚୁରାଲ୍ ରିସର୍ଚ୍ଚ(ଏଫଆଇଏଚସିଆର) ପକ୍ଷରୁ ଆୟୋଜିତ ଏହି ଫେଲୋସିପର ପ୍ରଥମ ବ୍ୟାଚକୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ସଫଳତା କାମନା କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ଆଜି ଛାତ୍ରଛାତ୍ରୀମାନେ ସେମାନଙ୍କର ସାର୍ଟିଫିକେଟ୍ ଗ୍ରହଣ କରୁନାହାନ୍ତି ବରଂ ଭାରତର ଐତିହାସିକ, ସାଂସ୍କୃତିକ ଏବଂ ବୌଦ୍ଧିକ ସାର୍ବଭୌମତ୍ୱର ମଶାଲବାହକ ହେବାର ଦାୟିତ୍ୱ ବହନ କରୁଛନ୍ତି । ସେ ଆହୁରି କହିଛନ୍ତି ଯେ ଇତିହାସ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ପାଇଁ ପଥ ପ୍ରଶସ୍ତ କରେ । ଆମର ସାଂସ୍କୃତିକ, ଐତିହାସିକ ଏବଂ ବୌଦ୍ଧିକ ଐତିହ୍ୟକୁ ପୁନରୁଦ୍ଧାର କରିବା ଦିଗରେ ଏହି ପଦକ୍ଷେପ ପ୍ରଶଂସନୀୟ । ଦୀର୍ଘ ସମୟ ଧରି ଆମେ ଉପନିବେଶବାଦୀ ଏବଂ ପକ୍ଷପାତପୂର୍ଣ୍ଣ କାହାଣୀରୁ ଇତିହାସ ଅଧ୍ୟୟନ କରିଆସୁଛନ୍ତି । ଭାରତର ଐତିହାସିକ, ସାଂସ୍କୃତିକ ଏବଂ ସଭ୍ୟତାଗତ ଐତିହ୍ୟକୁ ବ୍ୟାପକ, ତଥ୍ୟଭିତ୍ତିକ ଏବଂ ପ୍ରମାଣ-ଆଧାରିତ କହିବା ପାଇଁ ଏହିପରି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜାତୀୟ ଶିକ୍ଷା ନୀତି ଭାରତୀୟତାର ମୂଳରେ ଥିବା ଶିକ୍ଷା ମାଧ୍ୟମରେ ଆମର ସଭ୍ୟତାଗତ କ୍ଷୟକୁ ପ୍ରତିହତ କରିବା ଦିଗରେ ପ୍ରୟାସ କରୁଅଛି ।

ଆମର ବର୍ତ୍ତମାନର ପିଢ଼ି ଆମର ସାଂସ୍କୃତିକ, ଐତିହାସିକ ଏବଂ ବୌଦ୍ଧିକ ଐତିହ୍ୟକୁ ଜୀବନ୍ତ କରିବାକୁ ଚେଷ୍ଟା କରିବା ଉଚିତ । ସ୍ନାତକ ଏବଂ ଆଗାମୀ ପାଇବାକୁ ଥିବା ଫେଲୋସିପ୍ ଛାତ୍ରଛାତ୍ରୀମାନେ ଭାରତର ପ୍ରକୃତ ‘ପରିଚୟ’ ଉପସ୍ଥାପନ କରିବା ପାଇଁ ପ୍ରତିବଦ୍ଧ ରହିବେ । ଆମ ଦେଶର ପୂର୍ବାଞ୍ଚଳର ଇତିହାସ ଏବଂ ଐତିହ୍ୟକୁ ଏହାର ଯଥାର୍ଥ ସ୍ୱୀକୃତି ଦେବା ପାଇଁ ପ୍ରଚେଷ୍ଟା କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଭାରତୀୟ ଇତିହାସ ପାଇଁ ସାର୍ ଯଦୁନାଥ ସରକାର ଫେଲୋସିପର ଫେଲୋସିପ୍ ସଦସ୍ୟମାନେ ଆମର ସଭ୍ୟତାଗତ ଐତିହ୍ୟ ଉପରେ ଜାତୀୟ ଆଲୋଚନାକୁ ଆକାର ଦେବା, ଆମର ବିବିଧତାକୁ ପାଳନ କରିବା ସହିତ ଆମର ଐତିହ୍ୟକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବାରେ ଯୋଗଦାନ ଦେବେ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

 

Previous Post

ଫୁଲବାଣୀ ଓ ତାଳଚେର ସରକାରୀ ମେଡିକାଲ କଲେଜକୁ ମିଳିଲା ୧୦୦ ଲେଖାଏଁ MBBS ସିଟ୍

Next Post

ଦିଲ୍ଲୀରେ ଖୋଲିଲା ଓମଫେଡ୍ କାଫେ ଓ କୋରାପୁଟ କଫି କାଫେ

Next Post

ଦିଲ୍ଲୀରେ ଖୋଲିଲା ଓମଫେଡ୍ କାଫେ ଓ କୋରାପୁଟ କଫି କାଫେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19165 shares
    Share 7666 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA