Saturday, April 4, 2026 08:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମିଶନ ଶକ୍ତି ମହିଳାଙ୍କୁ ବିନା ସୁଧରେ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ

ଆହୁରି ଆଗକୁ ବଢ଼ିବେ ମିଶନ ଶକ୍ତି ମା': ମୁଖ୍ୟମନ୍ତ୍ରୀ

by Our Correspondent
27 Feb, 2024- 06:15 PM
in Latest News, News
1 min read
0
ମିଶନ ଶକ୍ତି ମହିଳାଙ୍କୁ ବିନା ସୁଧରେ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ

ଭୁବନେଶ୍ୱର: ଓଡ଼ିଶାର ୭୦ ଲକ୍ଷ ଏସଏଚଜି ମହିଳାଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ବ୍ୟବସ୍ଥା, ମିଶନ ଶକ୍ତି ମା’ ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ମା’ ମାନଙ୍କ ସମ୍ମାନ ଓ ଉନ୍ନତି ପାଇଁ ମୋ ସରକାର ନିରନ୍ତର ଭାବେ କାମ କରିଚାଲିଛି। ଏକ ସ୍ୱତନ୍ତ୍ର ଜୀବିକା ଅର୍ଜନ ପଦକ୍ଷେପ ମାଧ୍ୟମରେ ମିଶନ ଶକ୍ତି ମା’ ମାନଙ୍କୁ ୮ ହଜାର କୋଟି ଟଙ୍କାର ସରକାରୀ ବିଜିନେସ୍ ସହାୟତା ଯୋଗାଇ ଦିଆଯାଇଅଛି। ମା’ ମାନେ ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ପାର୍ଟନର ହୋଇଛନ୍ତି। ନୂଆ ଓଡିଶା ଗଠନରେ ସାମିଲ ହୋଇଛନ୍ତି। ଆଜି ମିଶନ ଶକ୍ତି ମା’ ମାନଙ୍କର ଭଲ କାମ ଦେଶ ବିଦେଶରେ ପହଞ୍ଚି ପାରିଛି। ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ ଦୁବାଇ ଓ ସିଙ୍ଗାପୁରକୁ ଏକ୍ସପୋଜର୍ ଭିଜିଟ୍ ରେ ଯାଉଛନ୍ତି । 

ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ ଏସଏଚଜି ରୁ ଏସଏମଇ ଆଡକୁ ଆଗଉଥିବାର ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ କର୍ପୋରେଟ୍ ଜଗତ ସହ ଯୋଡି ହୋଇଛନ୍ତି। ବିଜିନେସ୍‌ କରିବା ପାଇଁ ଆଗଉଛନ୍ତି। ସେଥିପାଇଁ ରାଜ୍ୟର ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ଓ ୧.୫ ଲକ୍ଷ ଏସ.ଏଚ୍.ଜି. ଲିଡର ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ପାଇଁ ୭୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ମିଶନ ଶକ୍ତି ମା’ ମାନଙ୍କ ଦ୍ୱାରା ତିଆରି ଜିନିଷର ବିକ୍ରି ପାଇଁ ମିଶନ ଶକ୍ତି ବଜାର କରାଯାଉଛି। ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ମିଶନ ଶକ୍ତି ବଜାର ଆଜି ଖୋଲାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଓ ରିଟେଲ୍ ଆଉଟଲେଟ୍ ଖୋଲାଯିବ। ଚଳିତ ବର୍ଷ ମିଶନ ଶକ୍ତି ମା’ ମାନେ ୧୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପାଇଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମା’ ମାନଙ୍କୁ ଯୋଗାଇ ଦିଆଯିବ । ଏଣିକି ଓଡିଶାର ମା’ ମାନେ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ନେଇପାରିବେ ଏବଂ ସମସ୍ତ ସୁଧ ରାଜ୍ୟ ସରକାର ଫେରସ୍ତ କରିବେ । ଏହା ଦ୍ୱାରା ମା’ ମାନଙ୍କର ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ ହେବ । ଆଜି ମିଶନ ଶକ୍ତି ମା’ ମାନେ ଓଡିଶାର ରୂପାନ୍ତରରେ ଯୋଗଦାନ ଦେଉଛନ୍ତି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରି ବରଗଡ ଜିଲ୍ଲା ମା’ ଯମୁନା ଏସ୍.ଏଚ୍.ଜି. ଓ ଗଂଜାମ ଜିଲ୍ଲା ମା’ ବିମଳା ଏସ୍‌.ଏଚ୍‌.ଜି.କୁ ଚେକ୍‌ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଭାଷଣ ଦେଇଥିଲେ । ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସି ପାତ୍ର, ଗିତାଞ୍ଜଳୀ ବସ୍ତିଆ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ କହିଥିଲେ ଯେ ବିନା ସୁଧରେ ଋଣ ବ୍ୟବସ୍ଥା ମା’ମାନଙ୍କ ହାତମୁଠାକୁ ଟାଣ କରିବା ସହିତ ଆର୍ଥିକ କ୍ଷେତ୍ରରେ ସେମାନଙ୍କୁ ଅଧିକ ସଶକ୍ତ କରିଛି। ମିଶନ ଶକ୍ତି ମା’ମାନେ ଆଜି ଏକ୍ସପୋଜର୍ ଭିଜିଟ୍ ରେ ଯାଉଛନ୍ତି । ଆଜି ଓଡିଶାର ରୂପାନ୍ତରରେ ମା’ମାନଙ୍କର ଏକ ପଦ ଚିହ୍ନ ଅଧିକ ସ୍ପଷ୍ଟ ହୋଇଯାଉଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ଏସ୍.ଏଚ.ଏଜି. ଲିଡର କେତକୀ ବେହେରା ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆମ ମା’ ମାନଙ୍କୁ ବହୁତ ସମ୍ମାନ ଦେଉଛନ୍ତି। ଆମକୁ ହାଣ୍ଡିଶାଳରୁ ବାହାର କରି ଦୁବାଇ ଓ ସିଙ୍ଗାପୁର ବୁଲାଇଲେ। ରାଜ୍ୟର ୭୦ ଲକ୍ଷ ମା’ ମାନଙ୍କ ସମ୍ମାନାର୍ଥେ ୟୁନିଫର୍ମ ଓ ବ୍ଲେଜର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ମିଶନ ଶକ୍ତିର ବହୁସଂଖ୍ୟକ ମା’ମାନେ ଯୋଗ ଦେଇଥିଲେ।

Previous Post

CM launches Nua-O scholarship scheme

Next Post

ଛେପ ଢ଼ୋକିଲେ ତୋମାର

Next Post
ଛେପ ଢ଼ୋକିଲେ ତୋମାର

ଛେପ ଢ଼ୋକିଲେ ତୋମାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA