Friday, January 16, 2026 01:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅକାଳରେ ଚାଲିଗଲେ ହ୍ୟୁମାନ୍ ସାଗର

by Our Correspondent
17 Nov, 2025- 10:17 PM
in Latest News, News
1 min read
0
ଅକାଳରେ ଚାଲିଗଲେ ହ୍ୟୁମାନ୍ ସାଗର

humane - 1

ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଆଉ ନାହାନ୍ତି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସଂଧ୍ୟାରେ ସେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା । ଏତେ କମ୍ ବୟସରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ଏହି ସ୍ୱନାମଧନ୍ୟ କଣ୍ଠଶିଳ୍ପୀଙ୍କ ଅକାଳ ମୃତ୍ୟୁକୁ ନେଇ ସମଗ୍ର ରାଜ୍ୟର ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ଅସୁସ୍ଥତା କାରଣରୁ କିଛି ଦିନ ତଳେ ହ୍ୟୁମାନ୍ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ତାଙ୍କ ଅବସ୍ଥା ଆହୁରି ଖରାପ ହୋଇପଡ଼ିଲା । ଅତି ସଙ୍କଟାପନ୍ନ ଅବସ୍ଥାରେ ଗତ ୧୪ ତାରିଖ ଦିନ ଭୁବନେଶ୍ୱର ଏମ୍ସରେ ସେ ଭର୍ତ୍ତି ହୋଇଥିଲେ । ତାଙ୍କ ଲିଭର୍, କିଡନୀ ସମେତ ଏକାଧିକ ଅଙ୍ଗ ଅଚଳ ହୋଇପଡ଼ିଥିଲା । ଏକମୋ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ମାତ୍ର ସବୁ ଚେଷ୍ଟା ବିଫଳ ହୋଇଥିଲା । ଆଜି ରାତି ୯ଟା ୮ ମିନିଟ୍ ରେ ଆଖି ବୁଜିଦେଇଥିଲେ ହ୍ୟୁମାନ୍ ।

୧୯୯୦ ନଭେମ୍ବର ୨୫ରେ ଟିଟିଲାଗଡ଼ରେ ଜନ୍ମିତ ହୁ୍ୟମାନ୍ ୨୦୧୨ରେ ତରଙ୍ଗ ଭଏସ୍ ଅଫ ଓଡ଼ିଶା ସିଜିନ୍-୨ରେ ଭାଗ ନେଇ ବିଜୟୀ ହୋଇଥିଲେ । ତାଙ୍କ କଣ୍ଠର ଯାଦୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ୨୦୧୫ରେ ତରଙ୍ଗ ପ୍ରଡକ୍ସନ୍ ର ଫିଲ୍ ‘ତୁ ହିଁ ତୁ’ ର ଟାଇଟିଲ୍ ସଙ୍ଗୀତ ଗାଇବାର ସୁଯୋଗ ତାଙ୍କୁ ମିଳିଥିଲା । ଏହି ଗୀତଟି ଅଦ୍ଭୂତପୂର୍ବ ସଫଳତା ହାସଲ କରିଥିଲା । ଏହାପରଠାରୁ ସେ ଆଉ ପଛକୁ ଫେରିନଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ସଙ୍ଗୀତ ଦେଇ ଚାଲିଥିଲେ । ୧୯ଟି ଓଡ଼ିଆ ଫିଲ୍ମ ସମେତ ଅନେକ ଆଲବମ୍ ସଙ୍ଗୀତରେ ସେ କଣ୍ଠଦାନ କରିଥିଲେ । ସବୁ ପ୍ରକାର ଗୀତ ଗାଇବାରେ ସେ ଓସ୍ତାଦ୍ ଥିଲେ । ତାଙ୍କର ପ୍ରେମ, ବିରହ ଗୀତଗୁଡ଼ିକ ଯୁବପୀଢ଼ିଙ୍କୁ ମତୁଆଲା କରୁଥିଲା ।

ହ୍ୟୁମାନ୍ ଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କଠାରୁ ଆରମ୍ଭ କରି ସଙ୍ଗୀତ ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକପ୍ରକାଶ କରିଛନ୍ତି । ତାଙ୍କର ଶେଷ ଦର୍ଶନ ପାଇଁ ଏମ୍ସ ହସ୍ପିଟାଲରେ ପ୍ରବଳ ଭିଡ଼ ହୋଇଛି ।

Previous Post

ନୂଆପଡ଼ା ଆଜି କଂଗ୍ରେସକୁ ବିଜେପିର ଏକମାତ୍ର ବିକଳ୍ପ ରୂପେ ମୋହର ମାରିଛି: ଭକ୍ତ

Next Post

ସାଧାରଣ ଲୋକଙ୍କ କଥା ଧୈର୍ଯ୍ୟର ସହ ଶୁଣ, ସମାଧାନ କର

Next Post
ସାଧାରଣ ଲୋକଙ୍କ କଥା ଧୈର୍ଯ୍ୟର ସହ ଶୁଣ, ସମାଧାନ କର

ସାଧାରଣ ଲୋକଙ୍କ କଥା ଧୈର୍ଯ୍ୟର ସହ ଶୁଣ, ସମାଧାନ କର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19147 shares
    Share 7659 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA