Monday, February 23, 2026 09:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କରୋନାରେ ଚାଲିଗଲେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ

ସାମ୍ବାଦିକମହଲରେ ଶୋକର ଛାୟା

by Our Correspondent
05 Nov, 2020- 02:08 PM
in Latest News, Media, News
1 min read
0
କରୋନାରେ ଚାଲିଗଲେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ

ଭୁବନେଶ୍ୱର: ଓଡ଼ିଆ ସାମ୍ବାଦିକତା ଜଗତ ଜଣେ ଯୁବ ପ୍ରତିଭାଙ୍କୁ ହରାଇଛି । ନ୍ୟୁଜ୍ ୧୮ ଓଡିଆ ଚାନେଲ୍ ର ଜଣାଶୁଣା କ୍ରାଇମ୍ ରିପୋର୍ଟର ପ୍ରବୀର ପ୍ରଧାନଙ୍କର ଜୀବନ ନେଇଛି କରୋନା । ତାଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା । ଦେଢ଼ମାସ ତଳେ ସେହି କରୋନା ତାଙ୍କ ବାପାଙ୍କ ଜୀବନ ନେଇଥିଲା । ଏବେ ତାଙ୍କର ଏକମାତ୍ର ପୁଅ ବି ଚାଲିଗଲେ ।

ପ୍ରବୀରଙ୍କ ଅକାଳ ବିୟୋଗ ସାମ୍ବାଦିକମାନଙ୍କୁ ସ୍ତବଧ୍ କରିଦେଇଛି । ଅତ୍ୟନ୍ତ ନମ୍ର, ଭଦ୍ର ତଥା ନିଜର ପ୍ରଚଣ୍ଡ ପ୍ରତିଭା ପାଇଁ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିବା ପ୍ରବୀର ଆଉ ଯେ ଇହ ଜଗତରେ ନାହାନ୍ତି ତାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ପ୍ରବୀର କରୋନାରେ ଆକ୍ରାନ୍ତ ହୋଇ ଗତ ୧ ତାରିଖରେ ସ୍ଥାନୀୟ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ମାତ୍ର ଗତକାଲି ସଂଧ୍ୟାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କର ଫୁସଫୁସ୍ ୯୫ ପ୍ରତିଶତ ସଂକ୍ରମିତ ହେବା ସହ ବ୍ଲଡ ପ୍ରେସର୍ କମିଯାଇଥିଲା । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ । ଆଜି ସକାଳ ୮.୧୨ ମିନିଟ୍ ରେ ଆଖି ବୁଜି ଦେଇଥିଲେ ପ୍ରବୀର ।

ବୈାଦ୍ଧ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ପ୍ରବୀର ସାମ୍ବାଦିକତାରେ ଡିଗ୍ରୀ ହାସଲ ପରେ ଧରିତ୍ରୀ ଖବରକାଗଜରୁ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ୨୦୧୧ ମସିହାରେ ସେ ଇଟିଭିରେ ଯୋଗଦେଇଥିଲେ । ନ୍ୟୁଜ୍ ୧୮ ଓଡ଼ିଆ ଚାନେଲ୍ ରେ ସିନିୟର୍ ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ । କ୍ରାଇମ୍ ରିପୋର୍ଟିଂରେ ତାଙ୍କର ବିଶେଷ ଦକ୍ଷତା ଥିଲା । ଚାନେଲ୍ ପକ୍ଷରୁ ଦୁଇଥର ସେ ବେଷ୍ଟ୍ ରିପୋର୍ଟର ପୁରସ୍କାର ପାଇବା ସହ ଜାତୀୟସ୍ତରରେ ମଧ୍ୟ ବେଷ୍ଟ କ୍ରାଇମ୍ ରିପୋର୍ଟର ପୁରସ୍କାର ହାସଲ କରିଥିଲେ ।

କେବଳ ଭଲ ସାମ୍ବାଦିକ ନ ଥିଲେ ପ୍ରବୀର । ତାଙ୍କର ନମ୍ର ଓ ସରଳ ଆଚାର ବ୍ୟବହାର ପାଇଁ ନିଜ ଅଫିସ ଓ ବନ୍ଧୁ ମହଲରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ଖୁବ୍ ପରିଶ୍ରମୀ ଓ କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠାପରତା କମ୍ ବୟସରୁ ତାଙ୍କୁ ସଫଳତାର ଶୀର୍ଷ ଛୁଆଁଇଥିଲା । ଦେଢ଼ମାସ ତଳେ ବାପାଙ୍କୁ ହରାଇଲା ପରେ ପ୍ରବୀର ଭାଙ୍ଗି ପଡ଼ିଥିଲେ । ତେବେ କାର୍ଯ୍ୟକ୍ଷେତ୍ରରେ ଏହା ତାଙ୍କୁ ବାଧା ଦେଇ ନ ଥିଲା ।

ନିଜର ବିଧବା ମାଆ, ପତ୍ନୀ ଓ ଦୁଇବର୍ଷର ଝିଅକୁ ଅନାଥ କରି ଆରପାରିକୁ ଚାଲିଯାଇଛନ୍ତି ପ୍ରବୀର । ତାଙ୍କର ଜଣେ ଭଉଣୀ ଅଛନ୍ତି । ସେ ବିବାହିତା ଏବଂ ଭୁବନେଶ୍ୱରରେ ରହୁଛନ୍ତି । ତାଙ୍କର ସ୍ୱର୍ଗତ ବାପା ଜଣେ ପୁଲିସ ଅଫିସର ଥିଲେ ।

ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Previous Post

ଜୀବନ ପ୍ରଦୀପ ଦାଶ ବିଜେଡ଼ିରୁ ସସପେଣ୍ଡ୍

Next Post

ସାରୁଅ ଜମି କେଳେଙ୍କାରୀର ପର୍ଦ୍ଦାଫାସ୍ କଲା କ୍ରାଇମବ୍ରାଞ୍ଚ

Next Post
ସାରୁଅ ଜମି କେଳେଙ୍କାରୀର ପର୍ଦ୍ଦାଫାସ୍ କଲା କ୍ରାଇମବ୍ରାଞ୍ଚ

ସାରୁଅ ଜମି କେଳେଙ୍କାରୀର ପର୍ଦ୍ଦାଫାସ୍ କଲା କ୍ରାଇମବ୍ରାଞ୍ଚ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA