Wednesday, May 20, 2026 04:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅମାନିଆ ଅପରାଜିତା !!

by Our Correspondent
08 Jun, 2020- 10:38 PM
in Latest News, News
1 min read
0
ଅମାନିଆ ଅପରାଜିତା !!
ଭୁୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ କରିବାର ପୁଣି ଅଭିଯୋଗ ଆସିଛି ଭୁବନେଶ୍ୱର ସାଂସଦ ଅପରାଜତା ଷଡ଼ଙ୍ଗୀଙ୍କ ନାଁରେ । ହଂସପାଳ ଫ୍ଲାଏ ଓଭର୍ ଶିଳାନ୍ୟାସ କରିବାକୁ ଯାଇ ସାମାଜିକ ଦୂରତା ଭାଙ୍ଗିଛନ୍ତି । ଶିଳାନ୍ୟାସ ଉତ୍ସବର ଚିତ୍ର ସବୁ କ୍ୟାମେରାରେ କଏଦ ହୋଇଛି । ନିଜେ ସାଂସଦ ତାଙ୍କ ଟ୍ୱିଟର୍ ରେ ଫଟୋ ସେୟାର କରିଛନ୍ତି । ତେଣୁ ତାହା ଅଭିଯୋଗରେ ସୀମିତ ନାହିଁ । ସାଂସଦ ସାମାଜିକ ଦୂରତାର ଖୋଲା ଉଲ୍ଲଂଘନ କରିଛନ୍ତି, ତାହା ସ୍ପଷ୍ଟ ।
ସକାଳେ ସାଂସଦଙ୍କର ଏହି କୋଭିଡ୍ ନିୟମ ଉଲ୍ଲଂଘନ କାର୍ଯ୍ୟକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଲା । ବିଜେଡ଼ି ଅଭିଯୋଗ ଆଣିଲା । ସାଂସଦ ସଫେଇ ଦେଲେ, ସେ ନିୟମ ବହିର୍ଭୂତ କାର୍ଯ୍ୟ କରିନାହାନ୍ତି । କୋଭିଡ୍ ନୀତି ନିୟମ ଭିତରେ କାର୍ଯ୍ୟ କରିଛନ୍ତି । ସାଂସଦ କହିଛନ୍ତି, ସେଦିନ ଜଗନ୍ନାଥ ପ୍ରଧାନଙ୍କ ଘରକୁ ବିଶେଷ ପରିସ୍ଥିତିରେ ପଳାଇଥିଲି । ସେଥିପାଇଁ ସ୍ୱେଚ୍ଛାକୃତ ଭାବେ ଫାଇନ୍ ଦେଇଛି । ଆଜି ସବୁ ନୀତି ନିୟମ ଆପଣେଇଥିଲି ।
ସାଂସଦଙ୍କର ଏହି ସଫେଇ ଅନ୍ଧକୁ ଦର୍ପଣ ବିକିଲା ଭଳି କଥା । ଲୋକ ସବୁ ଦେଖୁଥିଲେ ମଧ୍ୟ ସାଂସଦ ଗୋଟିଏ ପଦରେ ଟାଳି ଦେଇଛନ୍ତି । ନେତାମାନଙ୍କର ଏଭଳି ଆଚରଣ ବିଚତ୍ର ନହେଲେ ମଧ୍ୟ ଅପରାଜିତା ଷଡ଼ଙ୍ଗୀଙ୍କଠାରୁ ଏହା ଆଶା କରାଯାଏନି ବୋଲି ତାଙ୍କୁ ରିଟୁଇଟ୍ କରି ଅନେକ ବ୍ୟକ୍ତି ଉଦବେଗ ଜଣାଇଛନ୍ତି । ୨୫ ବର୍ଷ ଆଇଏଏସ୍ ଚାକିରି କରିଥିବା ଅପରାଜିତା ଯେଉଁ ପ୍ରଧାନମନ୍ତ୍ରୀଙ୍କୁ ଆଦର୍ଶ କରି ରାଜନୀତିକୁ ଆସିଛନ୍ତି ତାଙ୍କଠାରୁ ଆଗ ଶୃଙ୍ଖଳା ଶିଖନ୍ତୁ ବୋଲି କିଛି ଶୁଭେଚ୍ଛୁ ପରାମର୍ଶ ଦେଇଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ସାଂସଦଙ୍କର ପ୍ରଥମ ଦାୟିତ୍ୱ କୋଭିଡ୍ ନିୟମକୁ ଠିକ୍ ଭାବେ ପାଳନ କରିବାକୁ ଲୋକମାନଙ୍କୁ ସଚେତନ କରାଇବା । ମାତ୍ର ଲୋକ ସଚେତନ ହୋଇଥିବା ବେଳେ ଓଲଟି ସାଂସଦ ସେମାନଙ୍କୁ ସାମାଜିକ ଦୂରତା ନିୟମ ଭାଙ୍ଗିବାକୁ ଉସକୋଉଛନ୍ତି କହିଲେ ଭୁଲ୍ ହେବନି । ମିଡ଼ିଆରେ ଚର୍ଚ୍ଚାରେ ରହିବା ପାଇଁ ସାଂସଦ ଜାଣିଶୁଣି ଏଭଳି ଆଚରଣ କରୁଛନ୍ତି ବୋଲି କୁହାଗଲାଣି ।
ଲକ୍ ଡାଉନ୍ ରେ ଦିଲ୍ଲୀରେ ରହିଯାଇଥିବା ସାଂସଦ ଅପରାଜିତା ଭୁବନେଶ୍ୱର ଫେରିଲା ପରଠୁ ବାରମ୍ବାର କୋଭିଡ୍ ନିୟମ ଭାଙ୍ଗି ଚାଲିଥିବାର ଦେଖିବାକୁ ମିଳୁଛି । ଲୋକମାନେ ଯଥେଷ୍ଟ ସଚେତନ ଥିବା ବେଳେ ସାଂସଦଙ୍କର ଏଭଳି ମତିଗତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ମିଡ଼ିଆରେ ଚର୍ଚ୍ଚାରେ ରହିବା ପାଇଁ ଅନେକ ଇସ୍ୟୁ ଅଛି । ପବ୍ଲିସିଟି ଷ୍ଟଣ୍ଟ ପାଇଁ ସାଂସଦ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିଲେ ଏହାଠାରୁ ବଳି ଅଧିକ ସାଂଘାତିକ କିଛି ହୋଇ ନ ପାରେ ବୋଲି କୁହାଯାଉଛି ।
ସାଂସଦଙ୍କର ଏଭଳି ଅମାନିଆ ଆଚରଣ ସମ୍ପର୍କରେ ‘ମିଡ଼ ଡ଼େ ଓଡ଼ିଶା’ ପୂର୍ବରୁ ଲେଖିଥିଲା । ପାଠକଙ୍କୁ ମନେ ପକାଇ ଦେବା ପାଇଁ ଆମେ ତାହାର ଲିଙ୍କ୍ ଏଠାରେ ଦେଉଛୁ ।

ଲୋକଙ୍କ ଜୀବନ ସାଙ୍ଗରେ ଖେଳନ୍ତୁନି ମ୍ୟାଡାମ୍ !

Previous Post

ଅମିତ୍ ଶାହାଙ୍କ ଅବୁଝା ଅଙ୍କ !

Next Post

ଏସସିବି,ତାଳଦଣ୍ଡା କେନାଲ ରୋଡ୍ କାର୍ଯ୍ୟ ତ୍ୱରାନ୍ୱୟ ପାଇଁ ବ୍ଲୁ ପ୍ରିଣ୍ଟ୍

Next Post
ଏସସିବି,ତାଳଦଣ୍ଡା କେନାଲ ରୋଡ୍ କାର୍ଯ୍ୟ ତ୍ୱରାନ୍ୱୟ ପାଇଁ ବ୍ଲୁ ପ୍ରିଣ୍ଟ୍

ଏସସିବି,ତାଳଦଣ୍ଡା କେନାଲ ରୋଡ୍ କାର୍ଯ୍ୟ ତ୍ୱରାନ୍ୱୟ ପାଇଁ ବ୍ଲୁ ପ୍ରିଣ୍ଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA