Friday, April 17, 2026 03:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆମ ନେତାଙ୍କ (ଅ)ମଣିଷପଣିଆ

by Our Correspondent
25 Jul, 2017- 06:29 PM
in Latest News, News
1 min read
0
ଆମ ନେତାଙ୍କ (ଅ)ମଣିଷପଣିଆ
ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ବାଜପୁରର ୩୨ ବର୍ଷିୀୟ ଦୃଷ୍ଟିହୀନ ଦିଲ୍ଲୀପ ସାହୁଙ୍କ କରୁଣ କାହାଣୀ ଶୁଣିଲେ ସାଧାରଣ ମଣିଷର ଛାତି ଥରିଯାଉଛି । ବୁଲି ବୁଲି ବିଭିନ୍ନ ଷ୍ଟେଜ୍ ସୋରେ ଗୀତ ଗାଇ ପେଟ ପୋଷୁଥିବା ଦିଲ୍ଲୀପ ଟ୍ରେନ୍ ଆକ୍ସିଡେଣ୍ଟରେ ବାମ ହାତଗୋଡ଼ ହରାଇବା ଖବର ଯିଏ ଶୁଣୁଛି ଆଖିରୁ ଲୁହ ବାହାରିପଡୁଛି । ଭଗବାନ କେତେ ନିର୍ଦ୍ଦୟ ହୋଇପାରନ୍ତି ବୋଲି ଆପେ ଆପେ ପାଟିରୁ ବାହାରି ପଡୁଛି । ମାତ୍ର ଦିଲ୍ଲୀପଙ୍କ କରୁଣ କାହାଣୀ ଆମ ବଡ଼ବଡ଼ିଆ ନେତାଙ୍କ ଛାତି ଚହଲାଇ ପାରୁନି। ଟିଭି କି ଖବରକାଗଜରୁ ସେମାନେ ଯେ ଏଭଳି ହୃଦୟ ବିଦାରକ ଖବର ଜାଣୁନାହାନ୍ତି ତାହା ନୁହେଁ ହେଲେ ମଣିଷପଣିଆ ଅଭାବ ସେମାନଙ୍କୁ ଜାକି ଦଉଚି । ଆର୍ଥିକ ସାହାଯ୍ୟର ହାତ ବଢ଼ାଇବା ଦୂରେ ଥାଉ ହସ୍ପିଟାଲ୍ ଯାଇ ସମବେଦନା ଜଣାଇବାକୁ ବି ସେମାନଙ୍କ ଅଥର୍ବ ମନ ଡାକୁନି ।
ସୂଚନାଯୋଗ୍ୟ, ଦିଲ୍ଲୀପଙ୍କୁ ସାହାଯ୍ୟ ପାଇଁ କିଛି ବନ୍ଧୁ ଗଣମାଧ୍ୟମ ଜରିଆରେ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ମାଗିଥିଲେ । ଆଉ ଅକୁଣ୍ଠ ଚିତ୍ତରେ ବହୁ ବ୍ୟକ୍ତି ନିଜ ସାମର୍ଥମତେ ସହାୟତା ପଠାଇଛନ୍ତି । ୨୦ ଦିନ ଭିତରେ ୧୦ ଲକ୍ଷ ଟଙ୍କାର ସାହାଯ୍ୟ ମିଳିଲାଣି । ଲଜ୍ଜାର କଥା, ତିନି ଚାରି ଜଣ(ବିଷ୍ଣୁ ଦାସ, ଚିରଞ୍ଜିବୀ ବିଶ୍ୱାଳ, ରଞ୍ଜୀବ ବିଶ୍ୱାଳ, ପ୍ରତାପ ଷଡ଼ଙ୍ଗୀ) ରାଜନେତାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ନେତାଙ୍କ ପକେଟ୍ ରୁ ବଦାନ୍ୟ ଆକାରରେ ଟଙ୍କାଟେ ବି ବାହାରିନି । ହସ୍ପିଟାଲ୍ ଯାଇ ସମବେଦନା ଜଣାଇବାକୁ ବି ଅନ୍ୟ କାହାରି ମନ ଡାକିନି । ଗଲେ ପକେଟରୁ କିଛି ପଡ଼ିଯିବ, ବୋଧହୁଏ ସେଇ ଡର ଘାରିଛି । ଆହୁରି ଲଜ୍ଜାର କଥା, ତେଲ ପଇସାରେ ଉବୁଟୁବୁ ସୁପର୍ ପାୱାରଫୁଲ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବ୍ୟକ୍ତି ଭିକାରିକୁ ଦେଲା ଭଳି ଟଙ୍କା ୫ ହଜାର ପଠାଇ ଦେଇଛନ୍ତି । ଏଠି ନେତା, ମନ୍ତ୍ରୀଙ୍କ କଥା ନ କହିବା ଭଲ । ଦିଲ୍ଲୀପଙ୍କ ଦୁର୍ଘଟଣାର ୨୧ ଦିନ ପରେ ରାଜ୍ୟର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ନିଜ ସଚିବଙ୍କୁ ଗଲାକାଲି ସାଙ୍ଗରେ ନେଇ ଯାଇଥିଲେ ହସ୍ପିଟାଲ୍ । କୁହାମୁଣ୍ଡା ଏହି କପିଳା ମନ୍ତ୍ରୀ ଦିଲ୍ଲୀପଙ୍କୁ ଦେଖି କାନ୍ଦି ପକାଇବାର ରୋଲ୍ କଲେ । କ୍ୟାମେରା ଡକାଇ ଫଟୋ ଉଠାଇବା ପାଇଁ ୨/୩ ମିନିଟ୍ ଅଟକି ଫେରିଆସିଲେ । ପକେଟରୁ ଟଙ୍କାଟେ ବାହାରିଲାନି କି ସରକାରୀ ସାହାଯ୍ୟର ପ୍ରତିଶ୍ରୁତି ଦେଲେନି ।
ପବିତ୍ର ବାହୁଡ଼ାଯାତ୍ରା ଦିନ ବାଲେଶ୍ୱର ଷ୍ଟେସନ୍ ରେ ଭୁବନେଶ୍ୱରକୁ ଜନଶତାବ୍ଦୀ ଟ୍ରେନ୍ ଧରୁଥିବା ଦୃଷ୍ଟିହୀନ ଦିଲ୍ଲୀପ ଏକ ମୋବାଇଲ୍ ଲୁଟେରାର ଧକ୍କା ଖାଇ ଟ୍ରେନ୍ ଚକା ତଳେ ପଡ଼ିଯାଇଥିଲେ । ତାଙ୍କ ବାମ ଗୋଡ/ହାତ ଉପରେ ଚଢ଼ିଯାଇଥିଲା ଟ୍ରେନ୍ । କିଛି ଆତ୍ମୀୟ ବନ୍ଧୁଙ୍କ ସହଯୋଗରେ ସେ ଏବେ ଭୁବନେଶ୍ୱର କିମସ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । କିମସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବଦାନ୍ୟତାର ହାତ ବଢ଼ାଇ ଦିଲ୍ଲୀପଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବୁଝୁଛନ୍ତି । ୮ ମାସ ତଳେ ବିବାହ କରିଥିବା ଦିଲ୍ଲୀପ ହାତଗୋଡ଼ ହରାଇଥିବାରୁ ତାଙ୍କର ଭବିଷ୍ୟତ ନେଇ ବନ୍ଧୁମାନେ ବେଶ୍ ଚିନ୍ତିତ । ହସ୍ପିଟାଲ୍ ବେଡରେ ତାଙ୍କର ଯନ୍ତ୍ରଣା ବନ୍ଧୁ ଓ ଶୁଭେଚ୍ଛୁମାନଙ୍କୁ ଅଧିକ କଷ୍ଟ ଓ ବିଚଳିତ କରିପକାଉଛି ।

 

Previous Post

ଶପଥ ନେଲେ କୋବିନ୍ଦ

Next Post

ଖଣ୍ଡାକୁ ଡରିଲେ ପଣ୍ଡା

Next Post
ଖଣ୍ଡାକୁ ଡରିଲେ ପଣ୍ଡା

ଖଣ୍ଡାକୁ ଡରିଲେ ପଣ୍ଡା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA