Friday, April 17, 2026 10:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏଥର ଅନନ୍ତଙ୍କ ପାଳି, ଖୁବ୍ ଶୀଘ୍ର ହଟିବେ

by Our Correspondent
19 Jun, 2017- 09:18 AM
in Latest News, Politics
1 min read
0
ଏଥର ଅନନ୍ତଙ୍କ ପାଳି, ଖୁବ୍ ଶୀଘ୍ର ହଟିବେ

ଭୁବନେଶ୍ୱର: ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା(ବୁନୁ)ଙ୍କୁ ଖୁବ୍ ଶୀଘ୍ର ହଟାଯିବ । ବହୁ ବିଳମ୍ବ ହୋଇଥିଲେ ବି ଆଉ ଅଧିକ ବିଳମ୍ବ ନ କରି ଜୁନ୍ ଶେଷ ସୁଦ୍ଧା ତାଙ୍କୁ ପଦରୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ଅନନ୍ତଙ୍କ ଜାଗାରେ କାହାକୁ ମେୟର କରାଯିବ ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିସହ ଲବିରେ ଥିବା ଆଶାୟୀ ମେୟରମାନେ ପୁଣି ଚଳଚଞ୍ଚଳ ହୋଇଛନ୍ତି ।

ସେକ୍ସ ସ୍କାଣ୍ଡାଲ୍ ଅଭିଯୁକ୍ତ ଅନନ୍ତଙ୍କୁ ନ ହଟାଇ ବିଜେଡ଼ି ମସ୍ତବଡ଼ ଭୁଲ୍ କରିଛି ଏ କଥା ଦଳର ନେତୃମଣ୍ଡଳୀ ଅନୁଭବ କରିଛନ୍ତି । ସୁପ୍ରିମୋ ଆଜି ପର୍ଯ୍ୟନ୍ତ କ’ଣ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ତାହା ଅଧିକାଂଶ ନେତାଙ୍କୁ ବିସ୍ମିତ କରିଛି । ଭୁବନେଶ୍ୱରର ମେୟର ଭାବେ ଅନନ୍ତଙ୍କ ବଦନାମର ଭାର ସାରା ରାଜ୍ୟରେ ବିଜେଡ଼ି ପାଇଁ ମହଙ୍ଗା ପଡ଼ିଥିବା ସେମାନେ କହିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ଦଳକୁ ଏହା କ୍ଷତାକ୍ତ କରିଥିବା ସେମାନେ କହିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ତାଙ୍କୁ ହଟାଯାଇଥିଲେ ଦଳର ୧୦ ପ୍ରତିଶତ ଭୋଟ ବଞ୍ଚିଯାଇଥାଆନ୍ତା ବୋଲି ସେମାନଙ୍କ ଆକଳନ ।

ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ଅନନ୍ତଙ୍କ ସେକ୍ସ ସିଡ଼ି ପଦାକୁ ଆସିଲା ପରେ ମୁଖ୍ୟମନ୍ତ୍ରୀ ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ତାହାର ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ ଅଧିକାରୀ ଯାଞ୍ଚ କରି ସିଡ଼ି ସତ ବୋଲି ରିପୋର୍ଟ ଦେଇଥିଲେ । ଖାଲି ସେତିକି ନୁହେଁ, ମେୟରଙ୍କୁ ତୁରନ୍ତ ହଟାଇବାକୁ ସେ ସୁପାରିଶ କରିଥିଲେ । ଏକଥା ବି ଜଣାଇ ଦେଇଥିଲେ ଯେ ମେୟରଙ୍କୁ ନ ହଟାଇଲେ ଦଳ ନିଶ୍ଚିତ କ୍ଷତିଗ୍ରସ୍ତ ହେବ । ବିରୋଧୀ ଦଳ ଏଥିରୁ ଫାଇଦା ନେବାର ସୁଯୋଗ ପାଇବେ । ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟ ପାଇଲା ପରେ ମୁଖ୍ୟମନ୍ତ୍ରୀ ସେହିଦିନ ହିଁ ଅନନ୍ତଙ୍କୁ ହଟାଇବାକୁ ମନସ୍ଥିର କରିଥିଲେ ଏବଂ ତାଙ୍କର ଇସ୍ତଫା ଚାହିଁଥିଲେ । ମାତ୍ର ଚତୁର ଅନନ୍ତ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ଅଫିସରଙ୍କ ସହାୟତାରେ ଏହାକୁ ବ୍ରେକ୍ ଲଗାଇବାରେ ସମର୍ଥ ହୋଇଥିଲେ ।

ପଞ୍ଚାୟତ ନିର୍ବାଚନରେ ଦଳ ଏଥିପାଇଁ ବହୁମୂଲ୍ୟ ଦେଲା ବୋଲି ମୁଖ୍ୟମନ୍ତ୍ରୀ ଅନୁଭବ କଲା ପରେ ବିଗିଡ଼ି ଯାଇଥିବା ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି । ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଅନନ୍ତଙ୍କୁ ହଟାଇବାକୁ ଏକରକମ ନିଷ୍ପତ୍ତି ସରିଥିଲେ ମଧ୍ୟ ବିଭିନ୍ନ କାରଣରୁ ସେଥିରେ ବିଳମ୍ବ ହୋଇଛି । ଆଉ କାଳବିଳମ୍ବ ନ କରିବାକୁ ମୁଖ୍ୟମନ୍ତ୍ରୀ ଚାହିଁଛନ୍ତି । ଏଥିସହ ତାଙ୍କ ଦପ୍ତର ପକ୍ଷରୁ ସମ୍ଭାବ୍ୟ ମେୟରଙ୍କ ନାଁ ଉପରେ ବିଚାର ଆଲୋଚନା ଆରମ୍ଭ ହୋଇଛି ।

ସେପଟେ ମେୟର ଆସନ ପାଇଁ ଦାବିଦାରଙ୍କ ତାଲିକା ବି କିଛି କମ ନାହିଁ । ବିରଞ୍ଚି ନାରାୟଣ ମହାସୁପକାର(ଲିଟୁ), ଦେବାଶିଷ ସିଟ୍(ପିଣ୍ଟୁ), ମହାମାୟା ସ୍ୱାଇଁ, ଅମରେଶ ଜେନା(ବାଇଁଆ), ଏମ. ନିଜାମୁଦ୍ଦିନ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା ଚାହୁଁଚନ୍ତି ନିଜ ସମର୍ଥକଙ୍କୁ ଏହି ପଦରେ ବସାଇବେ । ବିବାଦୀୟ ହାଟ ବ୍ୟବସାୟୀ ଗୟାଧର ସ୍ୱାଇଁଙ୍କ ପତ୍ନୀ ମହାମାୟା ସ୍ୱାଇଁ ତାଙ୍କର ପ୍ରଥମ ପସନ୍ଦ ହୋଇଥିଲା ବେଳେ ସ୍ୱାଧୀନ କର୍ପୋରେଟର ଲିଟୁ ମହାସୁପକାର ଦ୍ୱିତୀୟ ପସନ୍ଦ ରହିଛନ୍ତି । ବିଜେପିରୁ ଆସି ପ୍ରଥମ ଥର ପାଇଁ କର୍ପୋରେଟର ହୋଇଥିବା ପିଣ୍ଟୁ ସିଟ୍ ଙ୍କ ପାଇଁ ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମାଙ୍କ ଭଳି ପାୱାରଫୁଲ ଯୁବଗୋଷ୍ଠୀ ଅଣ୍ଟା ଭିଡ଼ିଛନ୍ତି । ତେବେ ଶେଷ ଖବର ଅନୁଯାୟୀ ସୁପ୍ରିମୋଙ୍କ ମେୟର ଚଏସ୍ ସମସ୍ତଙ୍କୁ ଚକମା ଦେଲା ଭଳି ହେବ ।

Previous Post

ଷ୍ଟେଜ୍ ସୋ ! ଭାଇନାଙ୍କୁ ମନାଇଲେ ତଥାଗତ

Next Post

ଦଳିତ କାର୍ଡ ଖେଳିଲା ଏନଡିଏ

Next Post
ଦଳିତ କାର୍ଡ ଖେଳିଲା ଏନଡିଏ

ଦଳିତ କାର୍ଡ ଖେଳିଲା ଏନଡିଏ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA