Saturday, March 14, 2026 11:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ଓଡ଼ିଆ ସାମ୍ଵାଦିକତା ଦିବସ

by Our Correspondent
04 Aug, 2020- 12:10 PM
in Guest Column, Latest News
1 min read
0
ଗୋପାଳ ସାହୁ
ଆଜି ଓଡ଼ିଆ ସାମ୍ଵାଦିକତା ଦିବସ ଉପଲକ୍ଷେ, ସମସ୍ତ ଓଡ଼ିଆ ସାମ୍ଵାଦିକ ଏବଂ ସମ୍ଵାଦପତ୍ର ଓ ଗଣମାଧ୍ୟମ ପ୍ରତିଷ୍ଠାନ ସହିତ ସମ୍ପୄକ୍ତ ସମସ୍ତ ଭାଇ, ଭଉଣୀ, ବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଏବଂ ଶୁଭକାମନା। ଓଡ଼ିଆ ଗଣମାଧ୍ୟମ ଜଗତର ଅଗ୍ରପୁଜ୍ୟ ସ୍ଵର୍ଗତ ଶ୍ରୀ ଗୌରୀ ଶଙ୍କର ରାୟ ଏବଂ ସ୍ଵର୍ଗତ ବାବୁ ବିଚିତ୍ରାନନ୍ଦ ଦାସ ମହୋଦୟଙ୍କୁ ଭକ୍ତିପୁତ ପ୍ରଣାମ।
ସ୍ଵର୍ଗତ ଶ୍ରୀ ଗୌରୀ ଶଙ୍କର ରାୟ ଏବଂ ତାଙ୍କର ଅତି ଘନିଷ୍ଠ ସହଯୋଗୀ ସ୍ଵର୍ଗତ ବାବୁ ବିଚିତ୍ରାନନ୍ଦ ଦାସ ମହୋଦୟଙ୍କ ନିଷ୍ଠାପର ଉଦ୍ୟମରେ, ୧୮୬୬ ଖ୍ରୀଷ୍ଟାବ୍ଦରେ ଠିକ୍ ଆଜିର ଦିନରେ ‘କଟକ ପ୍ରିଣ୍ଟିଂ କମ୍ପାନୀରୁ ଓଡ଼ିଶାର ପ୍ରଥମ ଖବରକାଗଜ “ଉତ୍କଳ ଦୀପିକା”, ପ୍ରଥମ କରି ପ୍ରକାଶ ପାଇଥିଲା। ସ୍ଵର୍ଗତ ଶ୍ରୀ ରାୟ ଏହାର ପ୍ରତିଷ୍ଠାତା ଏବଂ ପ୍ରଥମ ସମ୍ପାଦକ ଥିଲେ। ଯଦିଓ ପ୍ରଥମରୁ ଏହା ସାପ୍ତାହିକ ଆକାରରେ ପ୍ରକାଶିତ ହେଉଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଏହା ଦୈନିକ ଖବରକାଗଜ ଭାବରେ ପ୍ରକାଶିତ ହୋଇ ଖ୍ୟାତି ଅର୍ଜନ କରିଥିଲା। ସାଧାରଣ ଜନତାଙ୍କ ମୌଳିକ ସମସ୍ୟାକୁ ତତ୍କାଳୀନ ସରକାରଙ୍କ ପାଖରେ ଉତ୍ଥାପନ କରିବାରେ ମୁଖ୍ୟ ଭୁମିକା ନିଭଉଥିଲା।
ସ୍ଵର୍ଗତ ଶ୍ରୀ ରାୟଙ୍କ ସମ୍ପାଦନାରେ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବାବୁ ବିଚିତ୍ରାନନ୍ଦ ଦାସଙ୍କ ନିଷ୍ଠାପର ସହଯୋଗର “ଉତ୍କଳ ଦୀପିକା” ସେ ସମୟର ଓଡ଼ିଶାରେ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ କ୍ଷେତ୍ରରେ ବ୍ୟାପକ ଜନ ସଚେତନତା ସୄଷ୍ଟି କରିବାରେ ସଫଳ ହୋଇଥିଲା ଏବଂ ଓଡ଼ିଶାର ଜନସାଧାରଣଙ୍କ ମୌଳିକ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପନ କରିବାରେ ଅଗ୍ରଣି ଭୂମିକା ଗ୍ରହଣ କରିଥିଲା। ଶିକ୍ଷା ସଚେତନତାରେ ପଛୁଆ, ତତ୍କାଳୀନ ସମାଜରେ ବାଲ୍ୟବିବାହ ପରି କୁସଂସ୍କାର ତଥା ଘୃଣ୍ୟ ପ୍ରଥା ବିରୋଧରେ ମଧ୍ୟ ତୀବ୍ର ସ୍ଵର ଉତ୍ତୋଳନ କରିଥିଲେ ଏବଂ ସମାଜରେ ସମସ୍ତଙ୍କ ପାଖରେ ପରିବର୍ତ୍ତନର ବାର୍ତ୍ତା ପହଞ୍ଚାଇଥିଲେ।
ଶ୍ରୀ ରାୟ ନିଜ ଜୀବନର ଅନ୍ତିମ ମୁହୁର୍ତ୍ତ ପର୍ଯ୍ୟନ୍ତ “ଉତ୍କଳ ଦୀପିକାର ସମ୍ପାଦନା ଦାୟିତ୍ୱ” ସାଧୁତା ଓ ନିଷ୍ଠାପରତାର ସହିତ ନିର୍ବାହ କରିଲେ। ଉତ୍କଳ ଦୀପିକାର ଜନ ସଚେତନତା, ତତ୍କାଳୀନ ସରକାରଙ୍କ ଉପରେ ଏହାର ପ୍ରଭାବ, ଓଡ଼ିଆ ସାହିତ୍ୟର ପ୍ରସାର ଏବଂ ସର୍ବୋପରି ଖବରକାଗଜର ସାମଗ୍ରିକ ସଫଳତା ହିଁ ଓଡ଼ିଶାରେ ସମ୍ବାଦପତ୍ର ପ୍ରକାଶନର ମୂଳଦୁଆ ପକାଇଥିଲା। ଯାହା ଫଳରେ ସମୟକ୍ରମେ ଓଡ଼ିଶାର ତତ୍କାଳୀନ ସମୟରେ ଆହୁରି ଅନେକ ଗୁଡ଼ିଏ ସମ୍ଵାଦପତ୍ର ପ୍ରକାଶନ ହୋଇଥିଲା।
ତତ୍କାଳୀନ ଇଂରେଜ ସରକାରର ପ୍ରିୟ ଚାଟୁକାର ବଙ୍ଗାଳି କିରାଣୀ ଗୋଷ୍ଠୀଙ୍କ ହୀନ ଚକ୍ରାନ୍ତରେ, ଓଡ଼ିଶାରୁ ଓଡ଼ିଆ ଭାଷା ଉଠେଇ ଦେଇ ସ୍କୁଲମାନଙ୍କରେ ବଙ୍ଗଳାଭାଷା ପ୍ରଚଳନ କରେଇବାକୁ ଏବଂ ଶେଷରେ ଓଡ଼ିଶା ରାଜ୍ୟକୁ ବଙ୍ଗଳା ରାଜ୍ୟରେ ମିଶେଇ ଦେବାକୁ ଅପଚେଷ୍ଟା କରାଯାଉଥିଲା, ସେତେବେଳେ ‘ଉତ୍କଳ ଦୀପିକା” ହିଁ ଓଡ଼ିଶାରେ ଜନମତ ଜାଗ୍ରତ କରେଇ ଏହାକୁ ଦୄଢ଼ ପ୍ରତିରୋଧ କରିଥିଲେ।
ବଙ୍ଗଳା କାବ୍ୟ ବିଦ୍ୟାସୁନ୍ଦର ଓ ଓଡ଼ିଆ କାବ୍ୟ ରସକଲ୍ଲୋଳ ସମ୍ବନ୍ଧରେ ଏକ ତୁଳନାତ୍ମକ ବିଶ୍ଲେଷଣ ପ୍ରକାଶ କରି “ଓଡ଼ିଶାର ସାହିତ୍ୟ ଓ ଶିଳ୍ପ ବିଭବ ବିଷୟରେ ଓଡ଼ିଆ ଜାତିକୁ ସଚେତନ କରିବାକୁ ଉତ୍କଳ ଦୀପିକା ବାରମ୍ବାର ପ୍ରୟାସ କରି ସଫଳ ହୋଇଥିଲା।
ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନ ଶ୍ରୀ ଗୌରୀ ଶଙ୍କର ରାୟ, ତାଙ୍କର ସାହିତ୍ୟ ସାଧନା ଓ ସାମ୍ଵାଦିକତା ଏବଂ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ତଥା ସମ୍ପାଦିତ ଓଡ଼ିଶାର ପ୍ରଥମ ଖବରକାଗଜ ଉତ୍କଳ ଦୀପିକା ମାଧ୍ୟମରେ ମାତୄଭୂମିର ସେବା ଏବଂ ସମାଜରେ ସଚେତନତାର ବାର୍ତ୍ତା ବାଣ୍ଟି ଓଡ଼ିଆଙ୍କୁ ଜାଗ୍ରତ କରେଇବାର ନିରନ୍ତର ନିଷ୍ଠାପର ପ୍ରୟାସ ପାଇଁ, ପ୍ରତ୍ୟେକ ଓଡ଼ିଆ ଏବଂ ଓଡ଼ିଶାର ଗଣମାଧ୍ୟମ ସହିତ ସମ୍ପୄକ୍ତ ସମସ୍ତଙ୍କର ସବୁଦିନ ପାଇଁ ଅଗ୍ରପୁଜ୍ୟ ହୋଇରହିଥିବେ।
ଆଜିର ଏହି ଦିନରେ ସମସ୍ତ ସାମ୍ଵାଦିକ, ସମ୍ଵାଦପତ୍ର ତଥା ଗଣମାଧ୍ୟମ ପ୍ରତିଷ୍ଠାନ, ସ୍ଵର୍ଗତ ଶ୍ରୀ ଗୌରୀ ଶଙ୍କର ରାୟଙ୍କ ନୀତି ଆଦର୍ଶ ଏବଂ ସାଧୁ ସାମ୍ଵାଦିକତାର ସାଧନା ପଥକୁ ଅନୁସରଣକରି ଆଗେଇ ଚାଲିଲେ, ଏହାହିଁ ଉତ୍କଳ ଜନନୀର ଶ୍ରେଷ୍ଠ ସେବା ଏବଂ ସ୍ଵର୍ଗତ ଶ୍ରୀ ରାୟଙ୍କୁ ଉପଯୁକ୍ତ ସମ୍ମାନ ହେବ।
(ସ୍ୱତନ୍ତ୍ର ପ୍ରତିନିଧି ଗୋପାଳ ସାହୁଙ୍କ ଯୋଗାଯୋଗ ନଂ 7978394203)
Previous Post

ଆଜି ପୁଣି ୧୩୮୪ ପଜିଟିଭ୍, ୯ ମୃତ

Next Post

ପ୍ରଦୀପ ସିଂହ ଆଇଏଏସ୍ ଟପ୍ପର୍; ଅଷ୍ଟମ ଓ ଦଶମ ସ୍ଥାନରେ ଓଡ଼ିଶାର ଅଭିଷେକ, ସଞ୍ଜିତା

Next Post

ପ୍ରଦୀପ ସିଂହ ଆଇଏଏସ୍ ଟପ୍ପର୍; ଅଷ୍ଟମ ଓ ଦଶମ ସ୍ଥାନରେ ଓଡ଼ିଶାର ଅଭିଷେକ, ସଞ୍ଜିତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA