Sunday, March 15, 2026 02:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚାକିରି ଦେବା ନାଁରେ ବେପାର କରୁଥିଲେ ଡିନ୍ ହୋତା

by Our Correspondent
26 May, 2017- 06:08 PM
in Latest News
0
ଚାକିରି ଦେବା ନାଁରେ ବେପାର କରୁଥିଲେ ଡିନ୍ ହୋତା

ଭୁୁବନେଶ୍ୱର: ଆଇଟିଇଆର୍ କଲେଜର ପ୍ଲେସମେଣ୍ଟ ମୁଖ୍ୟ ତଥା ସୋଆ ବିଶ୍ୱବିଦ୍ୟାଳୟର ଡିନ୍ ରାଜକୁମାର ହୋତାଙ୍କ ସମ୍ପର୍କରେ ସାଂଘାତିକ ଅଭିଯୋଗ ଆସିବାରେ ଲାଗିଛି । ଛାତ୍ରଛାତ୍ରୀଙ୍କ ଭାଗ୍ୟ ସହ ସେ କିଭଳି ଖେଳ ଖେଳୁଥିଲେ ତାହାର ଗୁମର ଫିଟାଇଛନ୍ତି ବହୁ ଅଭିଭାବକ । ସେମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ଲେସମେଣ୍ଟ ନାଁରେ ବର୍ଷ ବର୍ଷ ଧରି ହୋତା କଲେଜ ଛାତ୍ରଛାତ୍ରୀଙ୍କୁ ଶୋଷୁଥିଲେ । ନିଜ ପିଲାର ଭବିଷ୍ୟତ ପାଇଁ ପଇସାବାଲା ଲୋକ ହୋତାଙ୍କୁ ସନ୍ତୁଷ୍ଟ କରି ପାର୍ ହେଉଥିବା ବେଳେ ଗରିବ ଅଭିଭାବକ ହାତ ଟେକି ଦେଉଥିଲେ । ଭାଗ୍ୟ ଉପରେ ଛାଡ଼ିଦେଉଥିଲେ ପିଲାର ଭବିଷ୍ୟତ । ଅନେକ ଅଭିଭାବକ କରଜବାରଜ କରି ହୋତାଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରି ବି ବିଫଳ ହେଉଥିଲେ । ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ଏଇ ହୋତା ରୀତିମତ ଖେଳ ଖେଳୁଥିଲେ । ଏଥିରୁ ପ୍ରବଳ ପଇସା ରୋଜଗାର କରିବାର ବାଟ ପାଇଯାଇଥିଲେ ।

ଆଇଟିଇଆର୍ କଲେଜରେ ପଢ଼ୁଥିବା ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ହୋତା ଥିଲେ ଭଗବାନ ସଦୃଶ । କ୍ୟାମ୍ପସ୍ ଚୟନ ବେଳେ ସେ ହିଁ ଥିଲେ ପିଲାଙ୍କ ଭାଗ୍ୟବିଧାତା । କିଏ କେଉଁ କମ୍ପାନୀରେ ଚାକିରି କରିବେ ତାହାର ଚାବିକାଠି ଥିଲା ହୋତାଙ୍କ ପାଖରେ । କଲେଜକୁ କ୍ୟାମ୍ପସ୍ ସିଲେକ୍ସନ୍ ଆସିବା ପୂର୍ବରୁ ହୋତାଙ୍କ ଗୋଡ଼ ଆଗ ଧରିବାକୁ ପଡୁଥିଲା । ଅଭିଭାବକଙ୍କ ସହ ତାଙ୍କର ମୂଲଚାଲ ହେଉଥିଲା । ଅଭିଭାବକଙ୍କ ସହ ସେ ମୋଟା ଅଙ୍କର ମୂଲଚାଲ୍ କରୁଥିଲେ । ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିଲେ । ଗୋଟେ ହାତରେ ପଇସା ଧରୁଥିଲା ବେଳେ ଅନ୍ୟ ହାତରେ ପିଲାଙ୍କୁ କ୍ୟାମ୍ପସ ଚୟନରେ ବସାଉଥିଲେ । ସେହି ହିସାବନିକାଶ ଧରି କେଉଁ ପିଲା କେଉଁ କ୍ୟାମ୍ପସ୍ ପରୀକ୍ଷାରେ ବସିବେ ତାହା ନିର୍ଦ୍ଧାରଣ କରୁଥିଲେ ହୋତା । କମ୍ପାନୀ ମନୋନୟନ କରିବାର ଦାୟିତ୍ୱ ମଧ୍ୟ ନେଉଥିଲେ । ଏହି ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କ ମେଧା ବଦଳରେ ଆଭିଜାତ୍ୟ ମାପକାଠି ପାଲଟିଥିଲା । କିଛି ଛାତ୍ରଛାତ୍ରୀ ଓ ଅଭିଭାବକ ଏହି ସିଷ୍ଟମ୍ ର ଟେର୍ ନ ପାଇ କାନମୁଣ୍ଡା ଆଉଁଷୁଥିଲା ବେଳେ ଟେର୍ ପାଉଥିବା ପଇସାବାଲା ଲୋକ ପାର୍ ପାଇବାରେ ସକ୍ଷମ ହେଉଥିଲେ । ଏକଥା କଲେଜର ପ୍ରାୟ ଛାତ୍ରଛାତ୍ରୀ ଓ ଅଭିଭାବକ ଜାଣୁଥିଲେ ମଧ୍ୟ କ୍ୟାରିୟର୍ ଭୟରେ ପାଟି ଫିଟାଉ ନ ଥିଲେ । ହୋତା ସାର୍ ଚାହିଁଲେ ଜୀବନ ବରବାଦ୍ କରିଦେବେ ବୋଲି ସେମାନେ ଭାବିନେଇଥିଲେ ।

ଏକଥା ଯେ କଲେଜ କର୍ତ୍ତୃପକ୍ଷ ଜାଣି ନ ଥିଲେ ତାହା ନୁହେଁ । କିଛି ଅଭିଭାବକ ଏକଥା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି କହିଛନ୍ତି । ମାତ୍ର କର୍ତ୍ତୃପକ୍ଷ ତାହାକୁ ଅଣଦେଖା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଯଦି ଏହା ସତ ତାହାହେଲେ କଲେଜ କର୍ତ୍ତୃପକ୍ଷଙ୍କ ଜାଣତରେ ଛାତ୍ରଛାତ୍ରୀଙ୍କୁ ଶୋଷଣ କରାଯାଉଥିଲା ବୋଲି ଧରିନେବାକୁ ପଡ଼ିବ । ଏମିତିରେ ପ୍ରଶ୍ନ, କର୍ତ୍ତୃପକ୍ଷଙ୍କ ବିନା ଜାଣତରେ ହୋତା ବର୍ଷ ବର୍ଷ ଧରି ଏହି କାରବାର କରିବାକୁ କିଭଳି ସାହସ କରୁଥିଲେ ? କର୍ତ୍ତୃପକ୍ଷ ଯଦି ଏହା ଉପରେ ଅଭିଯୋଗ ପାଇଥିଲେ ଚୁପ୍ ବସିଥିଲେ କାହିଁକି ? ହୋତାଙ୍କ ଶୋଷଣର ଶିକାର ହୋଇ ଭବିଷ୍ୟତ ଅନ୍ଧାର କରିଥିବା ଛାତ୍ରଛାତ୍ରୀଙ୍କୁ ଏବେ ନ୍ୟାୟ ଦେବ କିଏ ? ଆଜି ଘଟଣା ଅସମ୍ଭାଳ ହୋଇ ପଦାରେ ପଡ଼ିବାରୁ କର୍ତ୍ତୃପକ୍ଷ ନିଜକୁ ସତୀ ଦେଖାଇଛନ୍ତି । ଗୁଡ଼ଗାଁର ସଂପୃକ୍ତ ଜାଲ୍ ପ୍ଲେସମେଣ୍ଟ ସଂସ୍ଥା ସମ୍ପର୍କରେ ଅଜ୍ଞତା ଦେଖାଇଛନ୍ତି । ଅନ୍ୟ ରାଜ୍ୟରେ ମଧ୍ୟ ସେହି ଜାଲ୍ ସଂସ୍ଥା ନିଜର କାୟା ବିସ୍ତାର କରିଥିବା କହି ନିଜ ମୁହଁ ଲୁଚାଇଛନ୍ତି ।

ସୂଚନାଯୋଗ୍ୟ, ଗୁଡ଼ଗାଁର ସଂପୃକ୍ତ ପ୍ଲେସମେଣ୍ଟ ସଂସ୍ଥା ସହ ଆଇଟିଇଆର୍ କଲେଜ ପକ୍ଷରୁ ରାଜିନାମା ସ୍ୱାକ୍ଷର କରିଥିଲେ ଶ୍ରୀମାନ୍ ହୋତା । ସଂପୃକ୍ତ ସଂସ୍ଥା ପକ୍ଷରୁ ଗତ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ୯ଟି କମ୍ପାନୀକୁ ଡାକି କ୍ୟାମ୍ପସ୍ ଚୟନ କରାଯାଇଥିଲା । ୪୧୪ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ନିଯୁକ୍ତିପତ୍ର ଦିଆଯାଇଥିଲା । ମାତ୍ର ସେହି ନିଯୁକ୍ତିପତ୍ର ଧରି ଛାତ୍ରଛାତ୍ରୀମାନେ ଚାକିରି କରିବାକୁ ଗଲାବେଳେ ତାହା ଜାଲ୍ ବୋଲି ଜଣାପଡ଼ିଛି । ଜାଲିଆତିର ଶିକାର ହୋଇଥିବା ଛାତ୍ରଛାତ୍ରୀମାନେ ଆଇଟିଇଆର୍ କଲେଜ ଆସି ଆନ୍ଦୋଳନ କରିବା ପରେ ପ୍ଲେସମେଣ୍ଟ ଅଧିକାରୀ ହୋତା ଫେରାର ହୋଇଯାଇଥିଲେ । ଆଜି କମିସନରେଟ୍ ପୁଲିସ ତାଙ୍କୁ ଗିରଫ କରିଛି । ତାଙ୍କଠାରୁ ପୁଲିସ ସତ ଓଗାଳିବ ବୋଲି ଆଶା କରାଯାଉଛି ।

Previous Post

କିପରି କରିବେ ଆଗାମୀ ବର୍ଷରେ ସଞ୍ଚୟ ଓ ନିବେଶ

Next Post

ଆଇଟିଇଆର୍ ଠକେଇ: ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ?

Next Post
ଆଇଟିଇଆର୍ ଠକେଇ: ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ?

ଆଇଟିଇଆର୍ ଠକେଇ: ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA