Friday, April 17, 2026 09:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ଧର୍ମେନ୍ଦ୍ର ରାଜ୍‍ ଆରମ୍ଭ, ନାଁ କୁ ବସନ୍ତ ପଣ୍ଡା

by Our Correspondent
14 Jan, 2016- 03:04 PM
in Politics
1 min read
0
ଧର୍ମେନ୍ଦ୍ର ରାଜ୍‍ ଆରମ୍ଭ, ନାଁ କୁ ବସନ୍ତ ପଣ୍ଡା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଧର୍ମେନ୍ଦ୍ର ପ୍ରଧାନଙ୍କ ଚଏସ୍‍କୁ ରୋକିପାରିଲେନି ପ୍ରତିପକ୍ଷ ଗୋଷ୍ଠୀ । ବସନ୍ତ ପଣ୍ଡା ଏକା ନାମାଙ୍କନପତ୍ର ଦାଖଲ କରି ନିଦ୍ଧ୍ୱର୍ନ୍ଦରେ ରାଜ୍ୟ ବିଜେପି ସଭାପତି ନିର୍ବାଚିତ ହେଲେ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସରୋଜ ପାଣ୍ଡେଙ୍କ ଉପସ୍ଥିତିରେ ସଭାପତି ବଛା ସୁରୁଖୁରୁରେ ହୋଇଗଲା । ଅବଶ୍ୟ ସବୁକିଛି ଆଗରୁ ନିର୍ଦ୍ଧାରିତ ସରିଥିଲା । କେବଳ ଔପଚାରିକତା ବାକି ଥିଲା । ଶେଷ ମୁହୁର୍ତ୍ତ ଯାଏଁ ଆପ୍ରାଣ ଉଦ୍ୟମ ଲାଗିଥିଲା ଧର୍ମେନ୍ଦ୍ରଙ୍କ ଚଏସ୍‍ ଉପରେ ରୋକ୍‍ ଲଗାଇବାକୁ । ହେଲେ ତାହା ସଫଳ ହେଲା ନାହିଁ । ଧର୍ମେନ୍ଦ୍ରଙ୍କ ପାୱାର ଆଗରେ ହାର୍‍ ମାନିଗଲେ ଜୁଏଲ୍‍, ବିଜୟ,କେ.ଭି, ଦିଲ୍ଲୀପ,ପ୍ରତାପ ଓ ଜୟନାରାୟଣଙ୍କ ଭଳି ଟାଣୁଆ ନେତା ।

ବସନ୍ତ ପଣ୍ଡା ସଭାପତି ହେବେ ବୋଲି ସପ୍ତାହେ ଆଗରୁ ସ୍ପଷ୍ଟ ହୋଇଯାଇଥିଲା । ସହମତି ଭିତ୍ତିରେ ସଭାପତି ନିର୍ବାଚନ କଥା ଘୋଷାଡୁ ଥିବା ଦିଲ୍ଲୀ ହାଇକମାଣ୍ଡ ଧର୍ମେନ୍ଦ୍ରଙ୍କ ଚଏସ୍‍କୁ ଦଳର ଚଏସ୍‍ ବୋଲି ନିର୍ଣ୍ଣୟ କରିସାରିଥିଲେ । ମାତ୍ର ଏଥିରେ ବିଦ୍ରୋହ ଆଭାସ ପାଇ ତରବରିଆ ଭାବେ ସଭାପତି ନିର୍ବାଚନ ତାରିଖ ଘୋଷଣା କରିଦିଆଗଲା । ଆମେ ପୂର୍ବରୁ ଲେଖିଥିଲୁ ଜୁଏଲ ଓରାମ୍‍ଙ୍କ କଥା ଶୁଣିବା ଦୂରେ ଥାଉ ତାଙ୍କୁ ଏହି ପ୍ରକ୍ରିୟାରୁ କୋଣଠେସା କରିଦେବାରେ ସମର୍ଥ ହେଲେ ଧର୍ମେନ୍ଦ୍ର । ଅପମାନିତ ଜୁଏଲ୍‍ ନିଜକୁ ଲୋକହସାରୁ ଦୂରେଇ ରଖିବା ପାଇଁ ଅଷ୍ଟ୍ରେଲିଆ ଚାଲିଗଲେ । ସେପଟେ ବିଜୟ ମହାପାତ୍ର ଦିଲ୍ଲୀରେ ରହି ଲବି ଚଳାଇଥିଲେ ଶେଷ ମୁହୁର୍ତ୍ତ ଯାଏଁ । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ରହଣୀୟତାକୁ ବିଜୟ ପ୍ରଶ୍ନ ଉଠାଇବା ସହ ନବୀନ ପଟ୍ଟନାୟକଙ୍କ ସହ ଲଢ଼ିବା ପାଇଁ ବସନ୍ତ ପଣ୍ଡା ଉପଯୁକ୍ତ ପ୍ରାର୍ଥୀ ନୁହଁନ୍ତି ବୋଲି ଯୁକ୍ତି ରଖିଥିଲେ । ବିଜୟଙ୍କ ସହ ସେଥିରେ ସାଥ୍‍ ଦେଇଥିଲେ ଦିଲ୍ଲୀପ ରାୟ ।

ଏପଟେ ଭୁବନେଶ୍ୱରରେ ରହି ସବୁ କଳବଳ ଖଟାଇଥିଲେ କନକ ବର୍ଦ୍ଧନ ସିଂହଦେଓ । ନିଜ ପାଇଁ ଯେତିକି ନୁହଁନ୍ତି ଧର୍ମେନ୍ଦ୍ରଙ୍କୁ ରୋକ୍‍ ଲଗାଇବା ପାଇଁ ସେ ଦିଲ୍ଲୀ ବଳ ଖଟାଇଥିଲେ । ଉଭୟ କେ.ଭି ଓ ବିଜୟ ନିଜ ପାଇଁ ଲବି କରୁଥିଲେ ମଧ୍ୟ ବିକଳ୍ପ ଚଏସ୍‍ ଭାବେ ପ୍ରତାପ ଷଡ଼ଙ୍ଗୀଙ୍କୁ ଚାହୁଁଥିଲେ । ଆରଏସଏସ୍‍ ଓ ବିଶ୍ୱ ହିନ୍ଦୁ ପରିଷଦର ସମର୍ଥନ ବି ପ୍ରତାପଙ୍କ ପାଇଁ ସମସ୍ୟା ନ ଥିଲା । ହାଇକମାଣ୍ଡ ତାଙ୍କୁ ପୂର୍ବରୁ ସଭାପତିର ପ୍ରତିଶ୍ରୁତି ବି ଦେଇଥିଲେ । ମାତ୍ର ତାଙ୍କ କଥା ପାଶୋରି ଗଲେ । ସେମିତିରେ ବସନ୍ତ ପଣ୍ଡାଙ୍କୁ ବ୍ୟକ୍ତିଗତ ଭାବେ କାହାର ବିରୋଧ ନ ଥିଲେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚେକ୍‍ ଦେବା ଯୋଜନାରେ ଥିଲେ ବିରୋଧୀ । ମାତ୍ର ସେଥିରେ ଫେଲ୍‍ ମାରିଲେ ।

ବସନ୍ତ ପଣ୍ଡା ସଭାପତି ଘୋଷଣା ହେବା ବେଳକୁ କୋର୍‍ କମିଟିର ସଦସ୍ୟ ଜୁଏଲ୍‍ ଓରାମ୍‍, ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଭଳି ବରିଷ୍ଠ ନେତାଙ୍କ ଅନୁପସ୍ଥିତି ଅସନ୍ତୋଷର ନମୁନା ମାତ୍ର । ଆଗକୁ ଏହା ଉଗ୍ର ରୂପ ନେବ ବୋଲି ଦଳର ଅନେକ ନେତା ଖୋଲା ମନ୍ତବ୍ୟ ଦେଇଛନ୍ତି । ସେମାନଙ୍କର କହିବା କଥା, ବସନ୍ତ ପଣ୍ଡା ଜଣେ ଭଦ୍ର ଓ ସୁସଂଗଠକ ଏଥିରେ କାହାରି ଦ୍ୱିମତ ନାହିଁ । ମାତ୍ର ତାଙ୍କୁ ଢ଼ାଲ କରି ରାଜ୍ୟ ବିଜେପିର ନିୟନ୍ତ୍ରଣ କରିବେ ଧର୍ମେନ୍ଦ୍ର । ନବୀନଙ୍କ ବିକଳ୍ପ ଭାବେ ନିଜକୁ ଯେତେ ପ୍ରଚାର କଲେ ମଧ୍ୟ ଲୋକ ତାଙ୍କୁ ଗ୍ରହଣ କରୁନାହାନ୍ତି ଏକଥା ସ୍ପଷ୍ଟ । ରାଜ୍ୟ ସଂଗଠନରେ ତାଙ୍କର ଅବଦାନ ନାହିଁ କି ଦବଦବା ନାହିଁ ।

କେନ୍ଦ୍ରୀୟ ନେତୃତ୍ୱର ଆର୍ଶିବାଦରେ ବିହାରରୁ ରାଜ୍ୟସଭା ଏମପି ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି । ହେଲେ ଓଡ଼ିଶା ବିଜେପି ପ୍ରତି ତାଙ୍କର ନିଷ୍ଠା ଆଗରୁ ନ ଥିଲା କି ଏବେ ନାହିଁ । କେବଳ କ୍ଷମତା ଲୋଭରେ ସେ ସଂଗଠନକୁ ନିଜ କବଜାକୁ ନେଇଛନ୍ତି । କୋଣସି ପରିସ୍ଥିତିରେ ଧର୍ମେନ୍ଦ୍ର ବିରୋଧୀ ଗୋଷ୍ଠୀ ଏହାକୁ ସହ୍ୟ କରିପାରିବେ ନାହିଁ । ବରଂ ଧର୍ମେନ୍ଦ୍ରଙ୍କ ବାଟ ଓଗାଳିବାକୁ ନିଜର ଶକ୍ତି ସାମର୍ଥ ଖଟାଇ ସଂଗଠନରୁ ମନ ଛାଡ଼ିଦେବେ । ଏହାର ଲାଭକ୍ଷତି ହାଇକମାଣ୍ଡ ଜାଣିଲା ବେଳକୁ ନାଡିଗୁଡ଼ କହୁଣୀକୁ ବୋହିଯାଇଥିବ ବୋଲି ଦଳର ଜଣେ ଟାଣୁଆ ନେତା କ୍ଷୋଭଭରା କଣ୍ଠରେ କହିଛନ୍ତି । ଦରକାର ପଡ଼ିଲେ ବିକଳ୍ପ ରାସ୍ତା ଧରିବାକୁ କିଛି ପଛାଇବେନି ବୋଲି ସେ କହିଛନ୍ତି ।

Previous Post

ତୁଣ୍ଡ ନେବ ମୁଣ୍ଡ !

Next Post

ନାଇଟ୍‍ ସେଲଟର୍‍ ନା ମଦ ଗଞ୍ଜେଇ ଆଖଡ଼ା ଶାଳ ?

Next Post
ନାଇଟ୍‍ ସେଲଟର୍‍ ନା ମଦ ଗଞ୍ଜେଇ ଆଖଡ଼ା ଶାଳ ?

ନାଇଟ୍‍ ସେଲଟର୍‍ ନା ମଦ ଗଞ୍ଜେଇ ଆଖଡ଼ା ଶାଳ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA