Tuesday, July 8, 2025 03:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନୂଆଦଳ ସଜବାଜ; ଯୋଗାଡ଼ିଆ ଦାୟିତ୍ୱରେ ଯଗେଂଶ୍ୱର

by Our Correspondent
12 Jan, 2019- 06:41 PM
in Latest News, News, Politics
1 min read
0
ନୂଆଦଳ ସଜବାଜ; ଯୋଗାଡ଼ିଆ ଦାୟିତ୍ୱରେ ଯଗେଂଶ୍ୱର
ଭୁବନେଶ୍ୱର: ଖାରବେଳ ସ୍ୱାଇଁଙ୍କ ସ୍ୱପ୍ନର ମହାମେଣ୍ଟକୁ ବାସ୍ତବ ରୂପ ଦେବା ପାଇଁ କସରତ୍ ଆରମ୍ଭ ହୋଇଛି । ବିଜେଡ଼ି ଛାଡ଼ିଥିବା କିମ୍ବା ତଡ଼ା ଖାଇଥିବା ତଥାକଥିତ ବିଜୁପ୍ରେମୀଙ୍କୁ ନେଇ ଏକ ଆଞ୍ଚଳିକ ଦଳ ଗଢ଼ା ହେବ । ନବୀନ ପଟ୍ଟନାୟକଙ୍କୁ ଶାସନଗାଦିରୁ ହଟାଇବା ଏକମାତ୍ର ଲକ୍ଷ୍ୟ ହେବ । ଏଥିପାଇଁ କୌଣସି ସୁଯୋଗ ହାତଛଡ଼ା କରାଯିବନି । ବିଜେପି ନଚେତ କଂଗ୍ରେସ ସହ ଏହି ନୂଆ ଦଳର ନିର୍ବାଚନ ଗଠବନ୍ଧନ ହେବ । ଏହି ଚାର୍ଟର ଧରି କାର୍ଯ୍ୟକ୍ରମ ଆଗକୁ ବଢ଼ାଯାଉଛି । ବିଜେପି ଉପରେ ବୈଜୟନ୍ତ ପଣ୍ଡାଙ୍କ ବୈରାଗ୍ୟ ଭାବ ସର୍ବସାଧାରଣ ହେବା ପରଠୁ କାର୍ଯ୍ୟକ୍ରମର ବେଗ ବଢ଼ିଯାଇଛି । ଖାରବେଳ ଅତ୍ୟଧିକ ଉତ୍ସାହିତ ହୋଇ ଯୋଜନାକୁ ସାକାର କରିବା ଉଦ୍ୟମରେ ଲାଗିପଡ଼ିଛନ୍ତି ।
ପ୍ରସ୍ତାବିତ ନୂଆ ଦଳର ନାଁ ଓଡ଼ିଶା ଜନତା ଦଳ ହୋଇପାରେ । ବୈଜୟନ୍ତ ପଣ୍ଡା ଏହି ନବଜନ୍ମିତ ଦଳର ନେତୃତ୍ୱ ନେବେ ବୋଲି ଆପାତତଃ ବିଚାର କରାଯାଇଛି । ଡାକ୍ତର ଦାମୋଦର ରାଉତ, ଖାରବେଳ ସ୍ୱାଇଁ ଓ ବ୍ରଜକିଶୋର ତ୍ରିପାଠୀ ଉପନେତୃତ୍ୱ ଭାର ସମ୍ଭାଳିବେ । ତେବେ କୌତୁହଳର କଥା ହେଉଛି, ଦଳ ଗଠନ ନ ହେଉଣୁ ଦଳକୁ ଜିଆଣିଆ ଦେବାକୁ ଅନ୍ୟ ଛୋଟ ଛୋଟ ଦଳର ସାହାଯ୍ୟ ଯୋଗାଡ଼ ହେଲାଣି । ବିଜେଡ଼ି ଓ ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ନେତା ଯଗେଂଶ୍ୱର ବାବୁ ଏହାର ଯୋଗାଡ଼ିଆ ଦାୟିତ୍ୱ ନେଇଛନ୍ତି ।
ସୂଚନା ଅନୁଯାୟୀ ସମାଜବାଦୀ ପାର୍ଟି(ଓଡ଼ିଶା), ସମୃଦ୍ଧ ଓଡ଼ିଶା, କଳିଙ୍ଗ ସେନା, ପ୍ରାଉଟିଷ୍ଟ ପାର୍ଟି, ଫ୍ରି ଥଟ୍ ପାର୍ଟି ଅଫ ଇଣ୍ଡିଆ ଭଳି ଛୋଟ ଛୋଟ ଦଳଙ୍କୁ ଗତ ଗୁରୁବାର ଦିନ ଏକାଠି ବସାଇଥିଲେ ଯଗେଂଶ୍ୱର । ଭୁବନେଶ୍ୱରର ସପ୍ତସପ୍ତୀ ମନ୍ଦିର ନିକଟ ପ୍ରଜ୍ଞା ବିଜ୍ଞାନ କଲେଜ ପରିସରରେ ଏହି ବୈଠକ ବସିଥିଲା । କେଉଁ ସର୍ତ୍ତରେ ସେମାନେ ପ୍ରସ୍ତାବିତ ନୂଆ ଦଳକୁ ସମର୍ଥନ ଦେବେ ତାହା ଉପରେ ଆଲୋଚନା ହୋଇଥିଲା । ପ୍ରାରମ୍ଭିକ କଥାବାର୍ତ୍ତାରେ ଏହି ଛୋଟ ଛୋଟ ଦଳକୁ ଦୁଇଟି ଲେଖାଏଁ ବିଧାନସଭା ଆସନ ଛାଡ଼ିବାକୁ ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ଆବଶ୍ୟକ ଖର୍ଚ୍ଚପାତି ବୁଝିବେ ବୈଜୟନ୍ତ ପଣ୍ଡା । ଏହି ପ୍ରସ୍ତାବରେ ସହମତି ଆଣିବା ପାଇଁ ଖୁବ୍ ଶୀଘ୍ର ଆଉ ଏକ ବୈଠକ ଡକାଯିବ । ନୂଆ ଦଳ ଘୋଷଣା ପୂର୍ବରୁ ଏହି କାର୍ଯ୍ୟ ସାରିଦେବାକୁ ଯୋଜନା କରାଯାଇଛି ।
ଏହି ପ୍ରକ୍ରିୟାରେ ସାମିଲ ଥିବା ଜଣେ ନେତାଙ୍କ ସୂଚନା ଅନୁଯାୟୀ, କଂଗ୍ରେସ ସହ ମହାମେଣ୍ଟ କରିବାକୁ ଖାରବେଳ ସ୍ୱାଇଁ ମନା କରିଥିଲେ ମଧ୍ୟ ସେଥିରେ ପରିବର୍ତ୍ତନ ହୋଇଛି । ପରିସ୍ଥିତି ଦେଖି କଂଗ୍ରେସ ସହ ମହାମେଣ୍ଟ କରିବା ସପକ୍ଷରେ ବୈଜୟନ୍ତ, ଦାମ, ବ୍ରଜ ଅଛନ୍ତି । ତେଣୁ ବିଜେପି ନଚେତ୍ କଂଗ୍ରେସ ସହ ମେଣ୍ଟ କରିବାକୁ ଦ୍ୱାର ଖୋଲା ରଖାଯିବ । ବିଜେଡ଼ିକୁ ହଟାଇବା ଏକମାତ୍ର ଲକ୍ଷ୍ୟ ରହିଥିବାରୁ ବିଜେପି ଟଙ୍କାବଳ ଉପରେ ଆଖି ରଖାଯାଇଛି । ଯଦି ତାହା ନ ହୁଏ ତେବେ କଂଗ୍ରେସ ସହ ହାତ ମିଳାଯିବ ।
ତାଙ୍କ କହିବାନୁଯାୟୀ ବୈଜୟନ୍ତ-ଦାମ-ଖାରବେଳ-ବ୍ରଜଙ୍କୁ ନେଇ ପ୍ରସ୍ତାବିତ ନୂଆ ଦଳର ଜନ୍ମ ଆସନ୍ତା ୨୦ ତାରିଖ ପୂର୍ବରୁ ହେବ । ଦୁଇମାସ ତଳୁ ଖାରବେଳ ନୂଆ ଦଳ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ବୈଜୟନ୍ତ ତାଙ୍କୁ କଥା ଦେଇ ନ ଥିଲେ । ବିଜେପି ଲାଇନ୍ କଟିବା ପରେ ବୈଜୟନ୍ତ ବାଟକୁ ଆସିଛନ୍ତି । କଂଗ୍ରେସରେ ସେ ଯୋଗଦେଇପାରନ୍ତି ବୋଲି ସାନି ଚର୍ଚ୍ଚା ଆରମ୍ଭ ହୋଇଥିଲେ ମଧ୍ୟ ସେ କଂଗ୍ରେସରେ ନ ମିଶି ଦଳର ସମର୍ଥନ ଲୋଡ଼ିବେ । ପ୍ରସ୍ତାବିତ ନୂଆ ଦଳକୁ ବଳଶାଳୀ କରି ବିଜେଡ଼ିକୁ ହଟାଇବାର ସମସ୍ତ ବନ୍ଦୋବସ୍ତ ନିଜ ହାତକୁ ନେଇଥିବା ସେ କହିଛନ୍ତି ।
Previous Post

Odia News Website Odisha

Next Post

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର: ଦରମା, ଛୁଟି, ଅବସର, ସାମାଜିକ ସୁରକ୍ଷା ବଢ଼ିଲା

Next Post
ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର: ଦରମା, ଛୁଟି, ଅବସର, ସାମାଜିକ ସୁରକ୍ଷା ବଢ଼ିଲା

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର: ଦରମା, ଛୁଟି, ଅବସର, ସାମାଜିକ ସୁରକ୍ଷା ବଢ଼ିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA