Sunday, March 15, 2026 02:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ଲକ୍ ଡାଉନ୍ ଅମାନ୍ୟ ଓ ପୋଲିସ୍

by Our Correspondent
06 Apr, 2020- 02:46 PM
in Guest Column, Latest News, News
1 min read
0
ଲକ୍ ଡାଉନ୍ ଅମାନ୍ୟ ଓ ପୋଲିସ୍

କେନ୍ଦୁଝରରୁ ବରେନ୍ଦ୍ରକୃଷ୍ଣ ସାହୁ

କରୋନା ପାଇଁ ଚିନ୍ତାରେ ସାରା ବିଶ୍ୱ । ଅଧିକାଂଶ ଦେଶ ଲକ୍ ଡାଉନ୍ । ପୁଣି ଲୋକେ ଏକ ପ୍ରକାର ଗୃହବନ୍ଦୀ । ଏହି ମହାମାରୀ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବାହାରି ନଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କହୁଥିବା ସାମାଜିକ ଦୂରତା ହିଁ ସଂକ୍ରମଣକୁ ଚେକ୍ ଦେବାକୁ ଏକମାତ୍ର ବିକଳ୍ପ । ତେଣୁ ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ପରିସ୍ଥିତି ଓ ପରିବେଶକୁ ସମ୍ମାନ ଜଣାଇ ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ସମସ୍ତେ ବାଧ୍ୟ ଏବଂ ମାନିବା ମଧ୍ୟ ଉଚିତ । ପରିସ୍ଥିତିରେ ନିୟନ୍ତ୍ରଣ ଆଣିବାକୁ ସରକାର ତାଙ୍କ କଳବଳ ଲଗାଇ ଦେଇଛନ୍ତି । ଦିନରାତି ଏକ୍ କରି ଲୋକଙ୍କ ସେବାରେ ଲାଗିଛନ୍ତି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ସଫେଇ କର୍ମଚାରୀ, ଜରୁରିକାଳୀନ ସେବା ଓ ସାମଗ୍ରୀ ଯୋଗାଉଥିବା କର୍ମଚାରୀ ଓ ସାଧାରଣ ଜନତା । ଘରଦ୍ୱାର ଓ ପରିବାର ଭୁଲି ଲୋକଙ୍କ ପାଇଁ ଖରାତରାରେ ଖଟି ଚାଲିଛନ୍ତି ପୋଲିସ ଅଧିକାରୀ ଓ କର୍ମଚାରୀ ।
କିନ୍ତୁ ଲକ୍ ଡାଉନ୍ ଏବଂ ସାମାଜିକ ଦୂରତା କଟକଣା ଉଲ୍ଲଘଂନ କରୁଥିବା କିଛି ଡିହ ଗାଲୁଆଙ୍କ ପାଇଁ ପୋଲିସର ଚାପ ବଢୁଛି । ଯାହା ପ୍ରକାରାନ୍ତରେ ପୋଲିସକୁ ବାଧ୍ୟ କରୁଛି ମାଡ଼ ତତ୍ୱର ଉପଯୋଗ କରିବା ପାଇଁ । ଅନେକ କ୍ଷେତ୍ରରେ ଏହାର ଆବଶ୍ୟକତା ଥାଇପାରେ, କିନ୍ତୁ କିଛି କିଛି ସ୍ଥାନରେ ପୋଲିସ୍ ଆଇନର ସୀମା ଉଲ୍ଲଘଂନ କରୁଥିବା ମନେ କରାଯାଏ । ପୋଲିସ୍ ପରିବା ବିକାଳିଙ୍କ ଓଜନ ମେସିନ୍ କଚାଡ଼ି ଭାଙ୍ଗି ଦେବା ଏବଂ ପରିବା ବୋଝକୁ ଗୋଇଠା ମାରି ଛିନଛତର କରି ଦେବା ଆଦୌ ଗ୍ରହଣୀୟ ହୋଇପାରୁନି । ଏଭଳି ସ୍ଥିତିରେ ପୋଲିସ୍, ପରିବା ସହ ଓଜନ ମେସିନ୍ ସିଜ୍ କରିପାରନ୍ତା । କିନ୍ତୁ ସେମିତି ହେଉନି । ବରଂ ପୋଲିସର ଏଭଳି ଅନ୍ ଦି ସ୍ପଟ୍ ଆକ୍ସନ୍ସ, ସୋସିଆଲ୍ ମିଡିଆରେ ପ୍ରସାରିତ ହେଉଛି । ଲକ୍ ଡାଉନ୍ ଅମାନ୍ୟ କରୁଥିବା ଅନେକ ଡିହ ଗାଲୁଆଙ୍କ ପିଠି ନୋଳା ଫାଟିଗଲାଣି । ତେବେ କିଛି ବୃଦ୍ଧ ଲୋକଙ୍କୁ କାନ ଧରାଇ କିଛି କନେଷ୍ଟବଳ ବସ୍ ଉଠ୍ କରାଇବା କେତେଦୂର ଗ୍ରହଣୀୟ ?
ଗ୍ରାଉଣ୍ଡରେ ମୁତୟନ ପୋଲିସ ଅଧିକାରୀ ଓ କର୍ମଚାରୀ ଧୈର୍ଯ୍ୟର ସହ ଏବଂ ଆଇନର ପରିସର ମଧ୍ୟରେ ଥାଇ କଠୋର ଆଇନ କାର୍ଯ୍ୟକାରୀ କରିବାକୁ ଉଭୟ ସରକାର ଓ ବିଭାଗୀୟ ଅଧିକାରୀ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହା ଭିତରେ ସେମାନଙ୍କୁ ଅଖଣ୍ଡ କ୍ଷମତା ମିଳିଥିବା ଏବଂ ସେମାନେ ହିଁ ସର୍ବେସର୍ବା ବୋଲି ଧରି ନେଇଛନ୍ତି କିଛି ଅଧିକାରୀ ଓ କର୍ମଚାରୀ । ମୌକା ଦେଖି କିଏ ପୁରୁଣା ରାଗ ଶୁଝାଉଛି ତ ଆଉ କିଏ ଦବଙ୍ଗ ଅଫିସର ବୋଲି ନିଜକୁ ପ୍ରତିପାଦନ କରିବାକୁ ଚାହୁଁଛି । ଏଭଳି କ୍ଷେତ୍ରରେ କିଛି ପ୍ରମୁଖ ଓ ସାମାଜିକ ଗଣମାଧ୍ୟମ ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଦେଖିବାକୁ ମିଳୁଛି ।
ଚୋରା ମଦ ବେପାର ଅଭିଯୋଗରେ ରାମଚନ୍ଦ୍ରପୁର ଥାନା (କେନ୍ଦୁଝର ଜିଲ୍ଲା) ସବ୍ ଇନ୍ସପେକ୍ଟର ବିଶ୍ୱଜିତ ବେହେରା ଏବଂ ତାଙ୍କ ଟିମ୍ ଯେଉଁ କାଣ୍ଡ କରିଛନ୍ତି, ତାହା ସବୁ ପ୍ରକାର ସୀମା ଉଲ୍ଲଘଂନ କରିଛି । ଅଭିଯୁକ୍ତଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ମାଡ଼ ମାରିବାକୁ ଏସଆଇ ବିଶ୍ୱଜିତ ଏବଂ ତାଙ୍କ ଟିମକୁ କିଏ ଅଧିକାର ଦେଇଥିଲା ? ସଂପୃକ୍ତ ବ୍ୟକ୍ତିଙ୍କ ଉଲଗ୍ନ ଏବଂ ପିଚାରେ ନୋଳା ଫଟା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାମଚନ୍ଦ୍ରପୁର ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଲା । ଯେଉଁଥି ପାଇଁ ଏସପି ମିତ୍ରଭାନୁ ମହାପାତ୍ରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିଲା । ଏସଡିପିଓଙ୍କୁ ପଠାଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ନେବା ସହ ଏସଆଇ ବିଶ୍ୱଜିତ ବେହେରା ଏବଂ ତାଙ୍କ ସହ ଥିବା ଅନ୍ୟ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।
କେବଳ ସୀମାପାର ଦବଙ୍ଗଗିରି ନୁହେଁ, ଟ୍ରେନିଂ ସମୟରେ ବିଶୃଙ୍ଖଳା ପାଇଁ ମଧ୍ୟ ପୂର୍ବରୁ   ନିଲମ୍ବିତ ହୋଇଛନ୍ତି ଏସଆଇ ବିଶ୍ୱଜିତ ବେହେରା । କିନ୍ତୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିବିଶେଷ, ଉଲଗ୍ନ ହୋଇ ମାଡ଼ ଖାଇଥିବା ବ୍ୟକ୍ତିଙ୍କୁ ଡରାଇ ଧମକାଇ ତାଙ୍କ ସ୍ୱୀକାରୋକ୍ତି ଆଣିବା ପରେ ତାହାକୁ ପ୍ରଚାର କରି ଏସଆଇ ବିଶ୍ୱଜିତ୍ ଙ୍କ ପାଇଁ ଓକିଲାତି କରୁଥିବା ଦେଖିବାକୁ ମିଳୁଛି । ଘଟଣାର ପ୍ରାଥମିକ ତଦନ୍ତ ପରେ ଏସପି, ଏଭଳି ପଦକ୍ଷେପ ନେଇଥିବା ବୋଧ ହୁଏ ସେମାନଙ୍କର ଧାରଣା ବାହାରେ ।
ମହାମାରୀ କରୋନା ପାଇଁ ସ୍ଥିତି ସାଂଘାତିକ । ଲକ୍ ଡାଉନ୍ ପାଇଁ ସମସ୍ତେ ଚିନ୍ତାରେ, ଆଉ ଚାପରେ । ପୋଲିସ ଭଳି, ସ୍ବାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ମଧ୍ୟ ଚାପରେ । ଦେଖିବାକୁ ଗଲେ ଉଭୟଙ୍କ ଉପରେ ସମାନ ପ୍ରେସର । ସବୁ ମହଲରୁ ସେମାନଙ୍କ ତ୍ୟାଗ ଓ କର୍ତ୍ତବ୍ୟ ପରାୟଣତାକୁ ସାବାସି ମିଳୁଛି । ସେମାନଙ୍କୁ ପ୍ରୋତ୍ସାହନ ଦେବାକୁ କେବଳ ସରକାର କାହିଁକି, ସୋସିଆଲ ମିଡିଆରେ ସାଧାରଣ ଜନତା ମଧ୍ୟ ଶୁଭେଚ୍ଛା ଜଣାଉଛନ୍ତି । ସେମାନଙ୍କୁ ସାଲ୍ୟୁଟ୍ କରିାବ ସହ ହ୍ୟାଟସ୍ ଅଫ୍ କରୁଛନ୍ତି ।
POLICE…. କୁହାଯାଏ, P-ରୁ  Politeness ମାନେ ନମ୍ରତା, O-ରୁ Obediency ମାନେ ଆଜ୍ଞାନୁବର୍ତ୍ତିତା, L-ରୁ Loyalty ମାନେ ବିଶ୍ୱସନୀୟତା, I-ରୁ Intelligency ମାନେ ବିଜ୍ଞତା, C-ରୁ Courtesy ମାନେ ଭଦ୍ରତା ଏବଂ E-ରୁ Efficiency ମାନେ ଦକ୍ଷତା… ଏସବୁ ଗୁଣର ଅଧିକାରୀ ଜଣେ ପୋଲିସ ପାଖରେ ରହିଥାଏ । କିନ୍ତୁ ବର୍ତ୍ତମାନର ଘଡ଼ିସନ୍ଧି ପରିସ୍ଥିତିରେ ହାତଗଣତି କିଛି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପୂରା ବିଭାଗ ବଦନାମ୍ ନହେଉ ।
Previous Post

୫୨୫ ଶଯ୍ୟାର ସମ୍ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ

Next Post

ବୋରିଗୁମ୍ମାର ଆଦିବାସୀ ଅପାଠୁଆ ମହିଳା ବନାମ ସହରୀ ପାଠୁଆ ମଣିଷ

Next Post
ବୋରିଗୁମ୍ମାର ଆଦିବାସୀ ଅପାଠୁଆ ମହିଳା ବନାମ ସହରୀ ପାଠୁଆ ମଣିଷ

ବୋରିଗୁମ୍ମାର ଆଦିବାସୀ ଅପାଠୁଆ ମହିଳା ବନାମ ସହରୀ ପାଠୁଆ ମଣିଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA