Sunday, March 15, 2026 01:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସିସିଟିଭି କ୍ୟାମେରାରେ ଭିଜିଲାନସ୍ ଚେହେରା

by Our Correspondent
24 May, 2017- 08:59 AM
in Latest News, Politics
1 min read
0
ସିସିଟିଭି କ୍ୟାମେରାରେ ଭିଜିଲାନସ୍ ଚେହେରା

ଭୁବନେଶ୍ୱର: ଛାତି ଥରେଇ ଦେଲା ଭଳି ଦୃଶ୍ୟ । କୋଟି କୋଟି ଓଡ଼ିଶାବାସୀଙ୍କ ବିଶ୍ୱାସ ପାଉଥିବା ଭିଜିଲାନସ୍ ବିଭାଗର କିଛି ଅଫିସର ଓ କର୍ମଚାରୀଙ୍କ କୁତ୍ସିତ ଚେହେରାର ଦୃଶ୍ୟ ଧରିଛି ସିସିଟିଭି କ୍ୟାମେରାରେ କଏଦ ୧୭ ମିନିଟ୍ ର ଭିଜୁଆଲ । ଜନୈକ ଠିକାଦାରଙ୍କ ଇଙ୍ଗିତ ଓ ସଲାସୁତୁରାରେ ଜଣେ ଜୁନିୟର୍ ଇଂଜିନିୟରଙ୍କୁ କିଭଳି ଫସାଯାଉଛି ତାହାର ଟିକନିକ୍ ଦୃଶ୍ୟ ରହିଛି ସେଥିରେ । ଆମେ ଏଠାରେ ସେହି ସିସିଟିଭିର ଦୃଶ୍ୟକୁ ହିଁ ଅବିକଳ ଉପସ୍ଥାପନ କରୁଛୁ ।

ଘଟଣାଟି ହେଉଛି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରର । ଗତ ମାର୍ଚ୍ଚ ୨୪ ତାରିଖ ସଂଧ୍ୟା ୫ଟା ୪୫ ମିନିଟରେ ଭିଜିଲାନସ ଟିମ୍ ରେଡ କରିଥିଲା କାମାକ୍ଷାନଗର ଏନଏସିରେ କାର୍ଯ୍ୟରତ ଜୁନିୟର୍ ଇଂଜିନିୟର ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଅଫିସ୍ ଚାମ୍ବର । ଢ଼େଙ୍କାନାଳ ଭିଜିଲାନସ୍ ଡିଏସପି ହିମାଂଶୁ ଶେଖର ମିଶ୍ର(ଟୋପିପିନ୍ଧା ବାବୁ)ଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ ଏହି ଚଢ଼ାଉ କରିଥିଲେ । ଜେଇଙ୍କ ଅଫିସ ଚାମ୍ବର ଭିତରକୁ ବାଟ କଢ଼ାଇ ନେଇଥିଲେ ସେଠିକାର ଡି-କ୍ଲାସ୍ ଠିକାଦାର ସୁରେଶ ନାୟକ । ଠିକାଦାର ବାବୁଜଣଙ୍କ ଜେଇଙ୍କ ଚେୟାର ପଛରେ ପଡ଼ିଥିବା ଆଉ ଏକ ଚେୟାରରେ ଗଜପତି ଷ୍ଟାଇଲରେ ବସିଯାଇଥିଲେ । ହାବଭାବ ଠାଣିମାଣି ଥିଲା କୌଣସି ଫିଲ୍ମର ନିର୍ଦ୍ଦେଶକ ଭଳି । ଆଉ ଡିଏସପି ମହୋଦୟ ତାଙ୍କ ସହଯୋଗୀଙ୍କୁ ଧରି ଚାମ୍ବର ଭିତରେ ଛାନଭିନ୍ ଆରମ୍ଭ କରିଦେଇଥିଲେ । ଜେଇଙ୍କ ଆଲମାରି, ଟେବୁଲ୍ ଡ୍ରୟାରରେ ଥିବା କୌଣସି ଫାଇଲ୍ ଛାଡ଼ି ନ ଥିଲେ । ଡ୍ରୟାରରୁ ସବୁ ଫାଇଲ ପୋଛି ଆଣିଥିଲେ । ଗୋଟେ ପଟେ ଭିଜିଲାନସ ବାବୁଙ୍କ ତନଖି ଚାଲୁଥିଲା, ଆଉ ସେପଟେ ଠିକାଦାର ନାୟକ ଚଲାଇଥିଲେ ଗୁଣ୍ଡାଗର୍ଦ୍ଦି । ଜେଇ ଶ୍ରୀ ମିଶ୍ରଙ୍କୁ ହଲାପଟା କରୁଥିଲେ । କେତେବେଳେ ଧକ୍କିଆ ମାରୁଥିଲେ ତ ଆଉ କେତେବେଳେ ଗାଲକୁ ଢ଼ୋ ଢ଼ା ଚାପୁଡ଼ା । ଅଫିସ କବାଟ କଡ଼ରେ ଥିବା ଏକ ଲମ୍ବା ଲୁହା ରଡରେ ବି ପିଟିଥିଲେ । କଥାକଥାକେ ଜେଇଙ୍କ ଆଡକୁ ଉହୁଁକି ଆସୁଥିଲେ । ଠିକାଦାରଙ୍କୁ ଖୁସି କରାଇବାର କୌଣସି ସୁଯୋଗକୁ ଡିଏସପି ମହୋଦୟ ବି ହାତଛଡ଼ା କରୁ ନ ଥିଲେ । ଅତ୍ୟନ୍ତ ନିର୍ଦ୍ଦୟ ଓ ଅମାନବୀୟ ଢ଼ଙ୍ଗରେ ସେ ଜେଇଙ୍କ ସାର୍ଟ କଲର୍ ଧରି ତଣ୍ଟିଆ ମାରୁଥିଲେ । ସାକ୍ଷୀ ହୋଇ ସେଠାକୁ ଯାଇଥିବା ଅଫିସ ପିଅନ୍ ମଧ୍ୟ ଜେଇଙ୍କୁ କୁକୁର ମାଙ୍କଡ଼ ଭଳି ବ୍ୟବହାର କରି ନାଲିଆଖି ଦେଖାଉଥିଲେ ।

ପ୍ରାୟ ୧୦ ମିନିଟ୍ ଧରି ଚାଲିଥିଲା ଏହି ସତସତିକା ନାଟକବାଜି । ଛାନଭିନରୁ କିଛି ମିଳିଲାନି । ଠିକାଦାରଙ୍କ ମାର୍ଫତଦାରରେ ଜେଇଙ୍କୁ ସାଷ୍ଟାଙ୍ଗ ଛିଡ଼ା କରି ଭିଜିଲାନସ ବାବୁମାନେ ରୁମ୍ ବାହାରକୁ ପଳାଇଗଲେ । ତେବେ ମାତ୍ର କେଇ ମିନିଟ୍ ପରେ ପୁଣି ଫେରିଥିଲେ ସେହି ରୁମ୍ କୁ । ଫେରିଲା ବେଳକୁ କନେଷ୍ଟବଳ ଉଦ୍ଧବ ଚରଣ ଲେଙ୍କାଙ୍କ ହାତରେ ଥିଲା ଏକ ଲମ୍ବା ବ୍ୟାଙ୍କ ପାସବୁକ । ପାସବୁକ୍ ଟି ଫୁଲୁକା ଦିଶୁଥିଲା । ପୂରା ଷ୍ଟେଜ୍ ସୋ ଭଳି ଡିଏସପିଙ୍କ ସମେତ ଅନ୍ୟ କର୍ମଚାରୀମାନେ ପୁଣି ଆରମ୍ଭ କଲେ ଛାନଭିନ । ସେତିକିବେଳେ ପୂର୍ବରୁ ଖାଲି କରାଯାଇ ତାଲା ଠୁଙ୍କାଯାଇଥିବା ଜେଇଙ୍କ ଟେବୁଲ୍ ଡ୍ରୟାର ପୁଣି ଖୋଲିଥିଲେ କନେଷ୍ଟବଳ ଉଦ୍ଧବ । ଡ୍ରୟାର ଖୋଲି ଭିତରେ ସର୍ କିନା ପାସବୁକଟିକୁ ଝାଡ଼ିଦେଲେ । କିଛି ନ ଜାଣିଲା ଭଳି ଅନ୍ୟତ୍ର ଆସିବା ପରେ ସେଠାରେ ସାକ୍ଷୀ ଭାବେ ଉପସ୍ଥିତ ପିଅନକୁ ନିର୍ଦ୍ଦେଶ ଦିଆଗଲା ଟେବୁଲ ଡ୍ରୟାର ଖୋଲିବାକୁ । ଆଉ ଚଟାପଟ ସେ ଡ୍ରୟାର ଖୋଲି ଦି ହଜାର ଟଙ୍କିଆ ଏକ ବଣ୍ଡଲ୍ ବାହାର କଲେ । ତାପରେ ସମସ୍ତେ ଚିଲାଇଲେ । ଜେଇଙ୍କୁ ବାଧ୍ୟ କରି ତାଙ୍କ ହାତରେ ଟଙ୍କା ଗଣାଗଲା । ଯେଉଁଥିରେ ଥିଲା ୨୫ ହଜାର ଟଙ୍କା । ସେହି ସମୟକୁ ନିର୍ଦ୍ଦେଶକ ସାଜିଥିବା ଠିକାଦାର ଛାତି ଫୁଲାଇ ଲଙ୍କାଗଡ଼ ଜୟ କଲା ଭଳି ସଁ ସଁ ହେଉଥିଲେ । “ସଳା ମନା କରୁଥିଲା ହେଇ ହେଇ ଟଙ୍କା ଖାଇବା ଧରାପଡ଼ିଲା” କହି ଜେଇଙ୍କ ଉପରକୁ ମାଡ଼ି ଆସିଥିଲେ । ଡିଏସପି, କନେଷ୍ଟବଳ, ଅଫିସ୍ ପିଅନ ସମସ୍ତଙ୍କର ମିଜାଜ୍ ସମାନ ଥିଲା । ଲଙ୍କାଗଡ଼ ଜୟ କଲା ଭଳି ସେମାନଙ୍କ ଆଚରଣ କହୁଥିଲା । ବିଚାରା ଜେଇ ଏହି ଦୃଶ୍ୟ ଦେଖି ହତବାକ୍ ହୋଇଯାଇଥିଲେ । “ଆଜ୍ଞା ଏବେ ତ ଡ୍ରୟାର ଖାଲି ଥିଲା । ତାହେଲେ ଟଙ୍କା ଆସିଲା କୁଆଡୁ । ଆପଣମାନେ ହିଁ ଟଙ୍କା ରଖିଛନ୍ତି” ବୋଲି ଚିତ୍କାର୍ କରିଥିଲେ । ଡିଏସପି ତାଙ୍କୁ ଫୁରସତ୍ ନ ଦେଇ ଗାଡ଼ି ଆଡକୁ ଭିଡ଼ି ନେଲେ । ଆଉ ପରଦିନ କୋର୍ଟ ଫରୱାର୍ଡ କରି ଜେଲ୍ ପଠାଇଦେଲେ ।

୧୪ ଦିନ ଜେଲରେ କାଟି ଏପ୍ରିଲ୍ ୭ ତାରିଖରେ ଜାମିନ୍ ପାଇଥିଲେ ଜେଇ ରାଜେନ୍ଦ୍ର ମିଶ୍ର । ଲାଞ୍ଚ ଖାଇବା ଅଭିଯୋଗରେ ଭିଜିଲାନସ ଦ୍ୱାରା ଗିରଫ ପରେ ଚାକିରିରୁ ସସପେଣ୍ଡ ହୋଇଥିବା ରାଜେନ୍ଦ୍ର ଏବେ ସରକାରଙ୍କ ପାଖରେ ନ୍ୟାୟଭିକ୍ଷା କରିଛନ୍ତି । ଠିକାଦାର ସୁରେଶ ନାୟକଙ୍କ ନିମ୍ନମାନର କାମ ଓ ଫଲସ୍ ବିଲ୍ କୁ ସେ ବିରୋଧ କରିବାରୁ ତାଙ୍କୁ ଫସାଇ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଖାଲି ଅଭିଯୋଗ ନୁହେଁ, ଭିଜିଲାନସ୍ ରେଡର ମୂଳରୁ ଶେଷ ଯାଏଁ ସିସିଟିଭି କ୍ୟାମେରାର ଫୁଟେଜ୍ ମଧ ସରକାରଙ୍କୁ ପଠାଇଛନ୍ତି । ସିସିଟିଭି କ୍ୟାମେରାରେ ଅତ୍ୟନ୍ତ ସ୍ପଷ୍ଟ ଓ ପ୍ରାଞ୍ଜଳ ଥିବା ଚିତ୍ରକୁ ଦେଖିଲେ ଠିକାଦାର-ଭିଜିଲାନସ ସାଂଘାତିକ ସେଟିଂ ଧରାପଡ଼ିଯାଉଛି । ବାଡ ହୋଇ ଭିଜିଲାନସ କିଭଳି କ୍ଷେତ ଖାଉଛି ତାହା ଏହି ଫୁଟେଜ ହିଁ ବୟାନ କରୁଛି । ଏହା ଉପରେ ସରକାର କିଭଳି କାର୍ଯ୍ୟାନୁଷ୍ଠାନ କରିବେ ତାହା ତ ଦେଖିବାର କଥା । ହେଲେ ଦଶମ ସିବିଏସଇ ପରୀକ୍ଷା ବେଳେ ବାପାଙ୍କର ଜେଲ୍ ଯିବାର ଦୃଶ୍ୟକୁ ଭୁଲିପାରୁନାହାନ୍ତି ରାଜେନ୍ଦ୍ରଙ୍କ ଝିଅ । ସାହିପଡ଼ିଶା ଓ ବନ୍ଧୁବାନ୍ଧବରେ ମୁହଁ ଦେଖାଇ ପାରୁନାହାନ୍ତି ପରିବାର ।

Previous Post

ବିଜେଡ଼ିର କଛା ଖୋଲିଲେ ତଥାଗତ, ବୈଜୟନ୍ତ ଆସିଲେନି

Next Post

କିପରି କରିବେ ଆଗାମୀ ବର୍ଷରେ ସଞ୍ଚୟ ଓ ନିବେଶ

Next Post

କିପରି କରିବେ ଆଗାମୀ ବର୍ଷରେ ସଞ୍ଚୟ ଓ ନିବେଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA