ଭୁବନେଶ୍ୱର: ୧୦ ଜିଲ୍ଲା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳର ନୂଆ ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଆଜି ଏହି ତାଲିକା ପ୍ରକାଶ ପାଇଛି । ନବନିଯୁକ୍ତ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତିମାନେ ହେଲେ ଦେବଗଡ଼- ପ୍ରତାପ କୁମାର ଦେବ, ଗଜପତି- ଲେଙ୍କା ସୀମାଦ୍ରି, ଝାରସୁଗୁଡ଼ା- ରବିନ ପାଣ୍ଡେ, କନ୍ଧମାଳ- ରାକେଶ କୁମାର ମିଶ୍ର, କେନ୍ଦୁଝର- ରାକେଶ କୁମାର ରାମ, ନୟାଗଡ଼-ଦୁର୍ଯେ୍ୟାଧନ ବେହେରା, ରାୟଗଡ଼ା-ଧୀରେନ୍ଦ୍ର ପାଣିଗ୍ରାହୀ, ସମ୍ବଲପୁର- ପ୍ରଦୋଷ ମହାନ୍ତି, ସୁବର୍ଣ୍ଣପୁର- ଅଶୋକ ନନ୍ଦ, ସୁନ୍ଦରଗଡ଼-ସୟେଦ ସାବଜ ହୁସେନ ।
ସେହିଭଳି ନବନିଯୁକ୍ତ ବିଜୁ ଛାତ୍ର ସଭାପତିମାନେ ହେଲେ, ଦେବଗଡ଼-ଭବାନୀ ଶଙ୍କର ସାହୁ, ଗଜପତି-ବିଶ୍ୱଜିତ ତ୍ରିପାଠୀ, ଝାରସୁଗୁଡ଼ା-ଶିବାଶିଷ ପଟ୍ଟନାୟକ, କନ୍ଧମାଳ-ସୁନୀଲ କୁମାର ସେଠୀ, କେନ୍ଦୁଝର- ଅମରେନ୍ଦ୍ର ଧଳ, ନୟାଗଡ଼-ଅମରେଶ୍ୱର ଜେନା, ରାୟଗଡ଼ା-ଉଦୟ ହିମିରିକା, ସମ୍ବଲପୁର-ଶୁଭ୍ରାଂଶୁ ଶେଖର ପାଢ଼ୀ, ସୁବର୍ଣ୍ଣପୁର-ଅଭିଷେକ ଶର୍ମା, ସୁନ୍ଦରଗଡ଼-ଆଦିତ୍ୟ ନାଥ ଗିରି ।