Sunday, March 15, 2026 02:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅସ୍ତିତ୍ୱ ସଙ୍କଟରେ ବିଜୟ ମହାପାତ୍ର !

by Our Correspondent
02 Apr, 2018- 11:31 AM
in Latest News, Politics
1 min read
0
ଅସ୍ତିତ୍ୱ ସଙ୍କଟରେ ବିଜୟ ମହାପାତ୍ର !
ଭୁବନେଶ୍ୱର: ବିଜୟ ମହାପାତ୍ର କିଏ ? ଏବେକାର ରାଜନୀତିରେ ଆଗ୍ରହ ରଖୁଥିବା ଓଡ଼ିଶାର ଯୁବପୀଢ଼ି ଏହି ନାଁଟିକୁ ଜାଣିଥିବେ ନା ନାହିଁ ସନ୍ଦେହ। ନିଜେ ବିଜୟ ମହାପାତ୍ର ବି ନିଜର ଅସ୍ତିତ୍ୱ ନେଇ ସନ୍ଦିହାନ । ଏକଥା ସତ ଯେ ଗଣମାଧ୍ୟମରେ ବିଜେପି ନେତା ବୋଲି ତାଙ୍କର ପରିଚୟ ସୀମିତ ରହିଥିଲେ ମଧ୍ୟ ବାସ୍ତବରେ ସେ ଯେ ବିଜେପିରେ ନାହାନ୍ତି ତାହା ଜଣାଶୁଣା । ତାଙ୍କର ନିଜ ଜିଲ୍ଲା କେନ୍ଦ୍ରାପଡ଼ା ବିଜେପି ସାଂଗଠନିକ କମିଟିରୁ ମଧ୍ୟ ତାଙ୍କୁ ତଡ଼ି ଦିଆଯାଇଛି । ଆଶ୍ଚର୍ଯ୍ୟର କଥା, ନିଜକୁ ସ୍ୱାଭିମାନୀ ବୋଲାଉଥିବା ବିଜୟଙ୍କ ସ୍ୱାଭିମାନକୁ ଏହା ଝଟକା ଦେଇପାରିନି । ଦଳରେ ସେମିତି ପଡ଼ିଛନ୍ତି ପଛେ, ଇସ୍ତଫା ଦେଇ ଚାଲିଯିବାର ସାହାସ ନାହିଁ । ବିଜେଡ଼ି ମଧ୍ୟ ଏହି ‘ସ୍ୱାଭିମାନୀ’ ନେତାଙ୍କୁ ଆଦରିପାରୁନି । ବିଜେଡ଼ିକୁ ଫେରିଯିବା ପାଇଁ ବିଜୟ ବ୍ୟାକୁଳ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ହୃଦୟ ତରଳୁନାହିଁ ବୋଲି କୁହାଯାଉଛି । ଏଭଳିସ୍ଥିତିରେ ବିଜୟଙ୍କ ପାଇଁ ପରିଚୟ ସଙ୍କଟ ଏବେ ବଡ଼ ସମସ୍ୟା ହୋଇଯାଇଛି । ସେଥିରୁ ମୁକୁଳିବା ପାଇଁ ତାଙ୍କ ମୁଣ୍ଡକୁ ତୃତୀୟ ରାଜନୈତିକ ବିକଳ୍ପ ଶକ୍ତି ଗଠନର ଚିନ୍ତା ପଶିଛି ବୋଲି କୁହାଗଲାଣି । ତାହା ପୁଣି ଯୁବ କାର୍ଡକୁ ଧରି ।
ଆମେ ଏଇଥିପାଇଁ ଏକଥା ଉଲ୍ଲେଖ କରୁଛୁ ଯେ ଗତକାଲି ଉତ୍କଳ ଦିବସରେ ହଠାତ୍ ବିଜୟ ମହାପାତ୍ରଙ୍କର ନୂଆ ରୂପରେ ଆର୍ବିଭାବ ହୋଇଛି । ଜନ ଅଧିକାର ପରିଷଦ ବ୍ୟାନର ତଳେ ସେ କିଛି ବୁଦ୍ଧିଜୀବୀଙ୍କୁ ବସାଇ ଓଡ଼ିଶାର ବିକାଶ ପାଇଁ ସ୍ୱର ଉଠାଇଛନ୍ତି । ବିଜେଡ଼ି ଓ ବିଜେପିକୁ ପରୋକ୍ଷ ସମାଲୋଚନା କରି ନିଜର ରାଜନୈତିକ ଗୋଟିଚାଳନା ଆରମ୍ଭ କରିଛନ୍ତି । ପ୍ରଚାର ସର୍ବସ୍ୱ ରାଜନୀତିକୁ ବିରୋଧ କରି ଯୁବପୀଢ଼ିଙ୍କୁ ନିଯୁକ୍ତି, ଚାଷୀଙ୍କୁ ହକ୍ ଏବଂ ଲୋକଙ୍କ ଅଧିକାର ପାଇଁ ଲଢ଼େଇର ଆହ୍ୱାନ ଦେଇଛନ୍ତି । ଗତକାଲି ଆୟୋଜିତ ମେଳିରେ ଭାଷଣ ଦେଇ ବିଜୟ ମହାପାତ୍ର ଓଡ଼ିଶାର ଯୁବପୀଢ଼ିଙ୍କୁ ଫୋକସ୍ କରିଥିଲେ । ସେମାନଙ୍କୁ ଆଖିରେ ରଖି ଓଡ଼ିଶା ବିକାଶର ସ୍ୱପ୍ନ ଦେଖିଥିଲେ । ଏଠାରେ କହିବା ଅନାବଶ୍ୟକ ଯେ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟ ଏହି ଯୁବପୀଢ଼ିଙ୍କୁ ନେଇ ମନରେ ସ୍ୱପ୍ନ ଖଞ୍ଜିଛନ୍ତି ।
ତେବେ ଯୁବପୀଢ଼ିଙ୍କ ଶକ୍ତି ଉଦୟ କରିବାକୁ ଚାହୁଁଥିବା ବିଜୟ ମହାପାତ୍ର ନିଜର ଏହି ରାଜନୈତିକ ପରିଚୟ ପୁନଃରୁଦ୍ଧାର କାର୍ଯ୍ୟକ୍ରମରେ ଜଣେ ହେଲେ ଯୁବ ଆଇକନ୍ ଙ୍କୁ ସ୍ଥାନ ଦେଇ ନ ଥିଲେ । କାର୍ଯ୍ୟକ୍ରମରେ ତାଙ୍କ ସହ ଥିଲେ ବରିଷ୍ଠ ସାମ୍ବାଦିକ ରଣଜିତ୍ ଗୁରୁ, ବସନ୍ତ ଦାସ, ରବି ଦାସ, ରାଜାରାମ ଶତପଥୀ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଏବଂ ହୁସେନ୍ ରବି ଗାନ୍ଧୀ । ଏହି ଅତିଥିମାନେ ସମସ୍ତେ ନିଶ୍ଚିତ ଭାବେ ଜ୍ଞାନୀ, ଗୁଣୀ ଓ ସମ୍ମାନସ୍ପଦ । ସେଥିରେ କାହାରି ସନ୍ଦେହ ନାହିଁ । ମାତ୍ର ସେମାନେ କେହି ଯୁବବର୍ଗର ପ୍ରତିନିଧି ନୁହଁନ୍ତି କି ଯୁବବର୍ଗର ଆଇଡଲ୍ ନୁହଁନ୍ତି । ପରନ୍ତୁ ନିଜ ନିଜ ପ୍ରଫେସନ୍ ରେ ସମସ୍ତେ ରିଟାୟାର୍ଡ ଏବଂ ଆଉଟ୍ ବୋଲି କୁହାଯାଇପାରିବ । ବିଜୟ ମହାପାତ୍ରଙ୍କ ସେମାନଙ୍କୁ ନେଇ ଆଗାମୀ ଓଡ଼ିଶାର ସ୍ୱପ୍ନ ଦେଖିବାରେ ମନା ନାହିଁ, ହେଲେ ଯେଉଁମାନଙ୍କ ପାଇଁ ସେ ଲଢ଼େଇ କରିବାକୁ ଚାହୁଁଛନ୍ତି ସେମାନଙ୍କର ପ୍ରତିନିଧି କାହାନ୍ତି ?
ବିଜୟ ସେମାନଙ୍କୁ ଜାଣିଶୁଣି ସାମିଲ କରିନାହାନ୍ତି କି ସେହି ଯୁବବର୍ଗର ପ୍ରତିନିଧି ତାଙ୍କ ଉପରେ ଆସ୍ଥା ରଖିନାହାନ୍ତି ତାହା ଏବେ ଚର୍ଚ୍ଚାରେ । ବିଜୟ ମହାପାତ୍ରଙ୍କ ଏହି ଆୟୋଜନର ନିଷ୍ପ୍ରଭତା କାର୍ଯ୍ୟକ୍ରମର ରୂପରେଖରୁ ହିଁ ବାରି ହୋଇପଡୁଛି । ସମ୍ଭବତଃ ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ଅବସ୍ଥା ହୋଇଛି ବିଜୟଙ୍କର । ନିଜର ଅସ୍ତିତ୍ୱ ରକ୍ଷା ଅଭିଯାନରେ ବିଜୟ ଯୁବବର୍ଗ ଖୋଜି ପାଉନାହାନ୍ତି କି ବୋଲି ପ୍ରଶ୍ନ ଉଠିଛି ।
ବିଜୟ ମହାପାତ୍ରଙ୍କ ବଡ଼ ପୁଞ୍ଜି ତାଙ୍କର ଅହଂକାର ଓ ସ୍ୱାଭିମାନ ବୋଲି ତାଙ୍କ ସମର୍ଥକମାନେ ଦାବି କରନ୍ତି । ତେବେ ତାଙ୍କର ରାଜନୈତିକ କାର୍ଯ୍ୟକଳାପରୁ ତାହା ଯେ ବ୍ୟକ୍ତିକେନ୍ଦ୍ରିକ ତାହା ଧରାପଡ଼ିଲାଣି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । କାରଣ ରାଜନୈତିକ ଅହଂକାର ଓ ସ୍ୱାଭିମାନ ଥିଲେ ସେ ଆଜିପର୍ଯ୍ୟନ୍ତ ବିଜେପିରେ ପଡ଼ି ରହି ନ ଥାଆନ୍ତେ କି ବିଜେଡ଼ିରେ ମିଶିବାକୁ ବ୍ୟାକୁଳ ହେଉଥିବା ଚର୍ଚ୍ଚା ଉପରେ ନିରବ ରହି ନ ଥାଆନ୍ତେ । ଏବେ ତୃତୀୟ ରାଜନୈତିକ ବିକଳ୍ପ ଶକ୍ତି ନେଇ ଆଗ୍ରହ ରଖିବା ତାଙ୍କ ପାଇଁ ଶେଷ ବିକଳ୍ପ ହୋଇଥିଲେ ମଧ୍ୟ ଯେଉଁ ଢ଼ଙ୍ଗରେ ତାହା ହେବା କଥା ତାହା ହେଉନାହିଁ ବୋଲି ତାଙ୍କ ପ୍ରଂଶସକମାନେ ବି ସ୍ୱୀକାର କରିଛନ୍ତି । ସେଥିପାଇଁ ବିଜୟଙ୍କ ‘ଅହଂକାର’ କୁ ସେମାନେ ଦାୟୀ କରିଛନ୍ତି ।
Previous Post

ଭଗୀରଥ ଅପେକ୍ଷାରେ ଗଙ୍ଗା

Next Post

ବିଜେଡ଼ିରୁ ଅତିଶୀଘ୍ର ବହିଷ୍କୃତ ହେବେ ବୈଜୟନ୍ତ !

Next Post
ବିଜେଡ଼ିରୁ ଅତିଶୀଘ୍ର ବହିଷ୍କୃତ ହେବେ ବୈଜୟନ୍ତ !

ବିଜେଡ଼ିରୁ ଅତିଶୀଘ୍ର ବହିଷ୍କୃତ ହେବେ ବୈଜୟନ୍ତ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA