Wednesday, March 11, 2026 06:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଓରଟେଲ୍‌ର ଡାହା ମିଛ

by Our Correspondent
05 Jun, 2016- 09:22 AM
in News
1 min read
0
ଓରଟେଲ୍‌ର ଡାହା ମିଛ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଗତ ଏପ୍ରିଲ୍‌ ୮ ତାରିଖରେ ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଓରଟେଲ୍‌ କମ୍ୟୁନିକେସନ୍‌ ସଂସ୍ଥାକୁ ଏକ ଚିଠି ଲେଖିଥିଲେ । ସଚିବାଳୟ ଚାମ୍ବରରେ ଟିଭି ଦେଖୋଉଥିବା ଓରଟେଲ୍‌ ସଂସ୍ଥାର ନିମ୍ନମାନର ସେବା ଉପରେ ବର୍ଷିଥିଲେ ରାଜ୍ୟ ସରକାରଙ୍କ ଏହି ବିଭାଗ । ଖୋଦ୍‌ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ଅଫିସ୍‌ ପକ୍ଷରୁ ବାରମ୍ବାର ଅଭିଯୋଗ କଲେ ବି ସଂସ୍ଥା ଗାଲୁ ମାରୁଛି । କନେକ୍ସନ୍‌ ସଜାଡ଼ିବାକୁ କେହି ଆସୁନାହାନ୍ତି । ତେଣୁ ତୁରନ୍ତ ସଂଯୋଗ କାଟିଦିଅ ବୋଲି ସଂସ୍ଥାକୁ ନିର୍ଦେଶ ହୋଇଥିଲା । ଖାଲି ସେତିକି ନୁହେଁ, ସେଟ୍‌ ଅପ୍‌ ବକ୍ସ ଓ ମାସିକିଆ ବିଲ୍‌ ବାବଦରେ ନେଇଯାଇଥିବା ୨୦ ହଜାର ଟଙ୍କା ଅବିଳମ୍ବେ ଫେରାଇ ଦେବାକୁ ସଂସଦୀୟ ବ୍ୟାପାର ବିଭାଗ ଓରଟେଲ୍‌କୁ ତାଗିଦ୍‌ କରିଥିଲେ ।

ଓରଟେଲ୍‌ କେବୁଲ୍‌ ସଂସ୍ଥାର ଅଳିଆ ସେବା ଉପରେ ଏହା ହେଉଛି ରାଜ୍ୟ ସରକାରଙ୍କ ଉପଲବ୍ଧି । ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରେ ଟିଭି କେବୁଲ୍‌ ସଜାଡ଼ିବାକୁ ସଂସ୍ଥା ଗାଲୁ ମାରୁଛି ସେଠି ସାଧାରଣ ଗ୍ରାହକଙ୍କ ଅବସ୍ଥା କିଭଳି ହୋଇଥିବା ତାହା ସହଜରେ ଅନୁମେୟ । ଓରଟେଲ୍‌ କେବୁଲ୍‌ ବିଛା ହୋଇଥିବା ରାଜ୍ୟର ଯେ କୌଣସି ଜାଗାକୁ ଯାଆନ୍ତୁ ଗ୍ରାହକମାନେ ଓରଟେଲ୍‌ ନାଁ ଶୁଣିଲେ ବହେ ଶୋଧିବାଟା ଥୟ । ଖୋଦ୍‌ ଭୁବନେଶ୍ୱରରେ ଗ୍ରାହକମାନେ ଓରଟେଲ୍‌ ନାଁ ଶୁଣିଲେ ନାକ ଟେକୁଛନ୍ତି । ଟିଭି କିମ୍ବା ନେଟ୍‌ ସଂଯୋଗ ସଜାଡ଼ିବାକୁ ଅଭିଯୋଗ କରି କରି ନୟାନ୍ତ ହେଲେ ବି କେହି ଶୁଣୁନାହାନ୍ତି । ଫଳରେ ଗ୍ରାହକମାନେ ଏମିତିକି ମାସ ମାସ ଧରି ଟିଭି କି ନେଟ୍‌ ସେବାରୁ ବଞ୍ଚିତ ରହୁଛନ୍ତି । ସେବା ଉପରେ ଆଦୌ ଧ୍ୟାନ ଦେଉ ନ ଥିବା ସଂସ୍ଥା କିନ୍ତୁ ମାସିକିଆ ବିଲ୍‌ ଆଦାୟ କରିବାରେ ବେଶ୍‌ ଧୂରନ୍ଧର । ଲୋକଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ କରିବାକୁ କମ୍ପାନୀ ହୃଷ୍ଟପୃଷ୍ଟିଆ ଗୁଡ଼ାଏ ଗୁଣ୍ଡାଙ୍କୁ ନିୟୋଜିତ କରିଛି । ଦିନ ଦ୍ୱିପ୍ରହରେ ବର୍ଷ ବର୍ଷ ଧରି ଲୋକଙ୍କୁ କିଭଳି ଶୋଷଣ କରାଯାଏ ଓରଟେଲ୍‌ ସଂସ୍ଥା ତାହାର ଏକ ଜ୍ୱଳନ୍ତ ଉଦାହରଣ ।

ତେବେ ଓଡ଼ିଶାବାସୀଙ୍କ ପାଇଁ ଆକାଶରୁ ଲୁହ ଗଡ଼ାଉଥିବା ବାବୁ ବୈଜୟନ୍ତ ପଣ୍ଡାଙ୍କ ଏହି ସଂସ୍ଥା ନିଜକୁ ସୁଧାରିବା ପରିବର୍ତ୍ତେ ଡିହ ଗାଲୁ ମାରି ନିଜକୁ ସତୀ ବୋଲାଉଛନ୍ତି । ଓରଟେଲ୍‌ କର୍ତ୍ତୃପକ୍ଷ ଟ୍ୱିଟ୍‌ କରି ଏହାକୁ ସଂସ୍ଥା ବିରୋଧରେ କିଛି ଲୋକଙ୍କ ଷଡ଼ଯନ୍ତ୍ର ବୋଲି ଆକ୍ଷେପ କରିଛନ୍ତି । ସେହି ବ୍ୟକ୍ତିମାନେ ସୋସିଆଲ୍‌ ମିଡ଼ିଆ ଜରିଆରେ କୁଆଡେ ମିଛ ଅପପ୍ରଚାର ଚଳେଇଛନ୍ତି । ସଂସ୍ଥା ମୁଖିଆଙ୍କ କହିବା କଥା, ଅଭିଯୋଗକାରୀ ଗ୍ରାହକଙ୍କୁ କଷ୍ଟମର୍‌ ନମ୍ବର ମାଗିଲେ ସେମାନେ ଦେଉନାହାନ୍ତି । କଷ୍ଟମର ନମ୍ବର ପାଉ ନ ଥିବାରୁ ସେବା ଯୋଗାଇ ହେଉନି ବୋଲି ଅତ୍ୟନ୍ତ ନିର୍ଲଜ ସଫେଇ ଦେବାକୁ ସଂସ୍ଥା କର୍ତ୍ତୃପକ୍ଷ ପ୍ରୟାସ କରିଛନ୍ତି । କର୍ତ୍ତୃପକ୍ଷ ଏଭଳି ନିର୍ଲ୍ଲଜ ଟ୍ୱିଟ୍‌ କରି ଗ୍ରାହକମାନଙ୍କୁ ପାଗଳ ବନାଇଛନ୍ତି ।

ନିଜ ଦୋଷ ଲୁଚାଇବାକୁ ସଂସ୍ଥା କର୍ତ୍ତୃପକ୍ଷ କିଭଳି ଡାହା ମିଛ ମାରୁଛନ୍ତି ତାହାର ଅନେକ ଉଦାହରଣ ରହିଛି । ଏକ ନିର୍ଦ୍ଦିଷ୍ଟ ପ୍ରମାଣ ହେଉଛି, ସଂସ୍ଥା ପରିଚାଳନା ମୁଖିଆଙ୍କ ମୋବାଇଲ୍‌ ନମ୍ବର ୯୯୩୭୦୪୧୫୭୪ କୁ ଗତ ଫେବୃଆରୀ ୨୫ ତାରିଖରେ ଏକ ଅଭିଯୋଗ ଦିଆଯାଇଥିଲା । ସଂପୃକ୍ତ ଗ୍ରାହକଙ୍କ ନେଟ୍‌ କନେକ୍ସନ୍‌ ୧୫ ଦିନ ପୂର୍ବରୁ କଟିଯାଇଥିଲା ଏବଂ ୧୫ ଦିନରେ ସେ ୩୦ ଥର ସଂସ୍ଥା ଅଫିସରେ ଅଭିଯୋଗ ଦେଇଥିଲେ । ସବୁଥର ଉତ୍ତର ମିଳିଥିଲା ଆଜି ସଂଧ୍ୟାରେ ଠିକ୍‌ ହୋଇଯିବ । ତେବେ ଶେଷରେ ନିରାଶ ହୋଇ ସଂସ୍ଥା ମୁଖିଆଙ୍କ ସାହାଯ୍ୟ ଲୋଡିଲେ ଗ୍ରାହକ । ତାଙ୍କୁ ଫୋନ୍‌ କଲେ । ମୁଖିଆ ଫୋନ୍‌ ଉଠାଇ ଅଭିଯୋଗ ଶୁଣିଲା ମାତ୍ରେ ଫୋନ୍‌ କାଟି ଦେଇଥିଲେ । ଆଉ ଯେତେ ଫୋନ୍‌ କଲେ ବି ଉଠାଇଲେନି । ଶେଷରେ ହତାଶ ଗ୍ରାହକ ତାଙ୍କୁ ଏସଏମଏସ୍‌ କରି ନିଜର ନାଁ, କଷ୍ଟମର୍‌ ନମ୍ବର ଏବଂ ଅଭିଯୋଗ ଲେଖିଥିଲେ । ହେଲେ କିଛି ବି ଆଶ୍ୱାସନା ମିଳିଲା ନାହିଁ । ଲାଗ ଲାଗ ଏ ନେଇ ରିମାଇଣ୍ଡର୍‌ ମେସେଜ୍‌ ବି ଦିଆଗଲା । ହେଲେ ଉତ୍ତର ମିଳିଲାନି କି ସଂଯୋଗ ସଜଡ଼ା ଗଲାନି । ଶେଷରେ ଗ୍ରାହକ ସଂଯୋଗ କାଟିବାକୁ ବାଧ୍ୟ ହେଲେ ।

ଖାଲି କିଛି ନିର୍ଦ୍ଦିଷ୍ଟ ଗ୍ରାହକ ନୁହଁନ୍ତ ଭୁବନେଶ୍ୱରର ଘର ଘର ବୁଲି ଓରଟେଲ୍‌ ସଂସ୍ଥାର ସେବା ଉପରେ ଚର୍ଚ୍ଚା କଲେ ଗୁଡ଼ାଏ ଗାଳି ଶୁଣିବାକୁ ପଡ଼ିବ । ଯେ କୌଣସି  ଛକ ଖଟିରେ ଅରଟେଲ ନାଁ ପଡ଼ିଲେ ଦୋ ଅକ୍ଷରି ଛଡ଼ା ଭଲ ପଦେ କଥା ଶୁଣିବାକୁ ମିଳିବନି । ସଂସ୍ଥା କର୍ତ୍ତୃପକ୍ଷଙ୍କ ସାହାସ ଥିଲେ ଗ୍ରାହକଙ୍କ ମତ ନିଅନ୍ତୁ ଏବଂ ଚକ୍ରାନ୍ତର ଆଖ୍ୟା ଦେଇ ଇଆଡୁ ସିଆଡୁ ଟ୍ୱିଟ୍‌ ନ କରି ନିଜ ଭୁଲ୍‌ ସୁଧାରନ୍ତୁ । ବେପାରୀ ସର୍ବସ୍ୱ ମନ ଛାଡ଼ି ସଂସ୍ଥାର ୱାର୍କ କଲଚର୍‌ ବଢ଼ାଇପାରିଲେ ଓଡ଼ିଶାବାସୀ ଉପକୃତ ହେବେ । ସଂସ୍ଥା କର୍ତ୍ତୃପକ୍ଷଙ୍କର ମଙ୍ଗଳ ହେବ ।

Previous Post

ଋଷିଙ୍କ ଫୁଟାଣି ଭାଙ୍ଗିଲା

Next Post

ନବୀନଙ୍କ ମନ ଈଶ୍ୱରଙ୍କୁ ଜଣା

Next Post
ନବୀନଙ୍କ ମନ ଈଶ୍ୱରଙ୍କୁ ଜଣା

ନବୀନଙ୍କ ମନ ଈଶ୍ୱରଙ୍କୁ ଜଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA