Wednesday, March 11, 2026 08:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

କୋଲକତାରେ ଲୁଚିଛନ୍ତି ମୋତିଲାଲ୍‌ !

by Our Correspondent
27 Jun, 2016- 04:19 AM
in News
1 min read
0
କୋଲକତାରେ ଲୁଚିଛନ୍ତି ମୋତିଲାଲ୍‌ !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କୋଲକତାରେ ଲୁଚିଛନ୍ତି ଡାକ୍ତର ମୋତିଲାଲ୍‌ ଗୌଡ। ସେଠାକାର୍‌ ରେଡ ଲାଇଟ୍‌ ଏରିଆ ସୋନାଗାଛି ନିକଟ ଏକ ନିକାଞ୍ଚନ ଜାଗା ତାଙ୍କ ପାଇଁ ସୁରକ୍ଷିତ ହୋଇଛି । ଶାସକ ଦଳର ସହଯୋଗୀ ଯୁବନେତାଙ୍କ ଇସାରା ଓ ସହଯୋଗରେ ସେଠାରେ ସେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି । କୋଲକତାର ଏହି ନିର୍ଦ୍ଦିଷ୍ଟ ଇଲାକା ମୋତିଲାଲ ଓ ତାଙ୍କ ଗଡ଼ଫାଦର ଗୋଷ୍ଠୀ ପାଇଁ ନୂଆ ନୁହେଁ । ନିୟମିତ ଭାବେ ଶାସକ ଦଳର ନିର୍ଦ୍ଦିଷ୍ଟ ଯୁବ ବିଧାୟକ ଓ ଛାତ୍ର ନେତାଙ୍କ ସହ ମୋତିଲାଲ ଅୟସ୍‌ ପାଇଁ ସେଠାକୁ ଚାଲିଯାଆନ୍ତି ।

ଆଶ୍ଚର୍ଯ୍ୟର କଥା, ନିଜକୁ ଦକ୍ଷ ବୋଲାଉଥିବା ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଏ ଯାଏଁ ମୋତିଲାଲଙ୍କ ସନ୍ଧାନର ସୁରାକ୍‌ ପାଇନାହିଁ କି ସେ ସନ୍ଧାନ ପାଇବାକୁ ଉଦ୍ୟମ କରିନାହିଁ । ଆଗୁଆ ଜାମିନ୍‌ ଆବେଦନ ଶୁଣାଣୀ ସମୟରେ ହିଁ ଭୁବନେଶ୍ୱରରେ ମୋତିଲାଲ ନିଜର ଅନ୍ତରଙ୍ଗ ବିଜେଡ଼ି ବନ୍ଧୁଙ୍କ ଗହଣରେ ଥିଲେ ଏବଂ ସେଠାରୁ ସେ ଫେରାର ହୋଇଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ କୌଣସି ଟେର୍‌ ନ ପାଇବା ସମସ୍ତଙ୍କୁ ବିସ୍ମିତ କରିଛି ।

ମୋତିଲାଲଙ୍କୁ ଫେରାର୍‌ କରାଇବା ପଛରେ ତାଙ୍କର ଗଡ଼ଫାଦର୍‌ ସାଜିଥିବା ମନ୍ତ୍ରୀ, ବିଧାୟକ ଓ ଯୁବନେତାଙ୍କ ହାତଥିବା ସନ୍ଦେହ କରାଯାଉଛି । ମାତ୍ର କ୍ରାଇମବ୍ରାଞ୍ଚ ଏହି ସୂତ୍ରର ସହଯୋଗ ଲୋଡିବାକୁ ସାହାସ ଜୁଟାଇ ପାରୁନାହିଁ । ମୋତିଲାଲ୍‌ ଗିରଫ ହେଲେ ଜାଲିଆତି ଚେର୍‌ ଓଗାଳି ହୋଇଯିବ ଏବଂ ମନ୍ତ୍ରୀ, ବିଧାୟକଙ୍କ ମୁଖା ଖୋଲିଯିବ । ଏହି ଆଶଙ୍କାରେ ଶାସକ ଦଳର ଏହି ଗୋଷ୍ଠୀ ନିଶ୍ଚିତ ଥିବାରୁ କ୍ରାଇମବ୍ରାଞ୍ଚ ଉପରେ ଚାପ ପକାଉଛନ୍ତି । ଉଲ୍ଲେଖଯୋଗ୍ୟ, ମୋତିଲାଲ୍‌ଙ୍କ କଳା କାରନାମା ପଦାକୁ ଆସି ଗଣମାଧ୍ୟମରେ ଜୋର ଚର୍ଚ୍ଚା ଚାଲିଥିବା ବେଳେ ବି ତାଙ୍କୁ ନିଜ କ୍ୱାର୍ଟରରେ ବସାଇ ମନ୍ତ୍ରଣାରେ ମାତିଥିଲେ ପ୍ରଭାବଶାଳୀ ଗୋଷ୍ଠୀ । ଏଥିପାଇଁ ନା ସେମାନେ ଭୟ କରିଥିଲେ ନା ଲଜ୍ଜା ଅନୁଭବ କରିଥିଲେ । ମୋତିଲାଲଙ୍କ ସବୁ କାରନାମା ପଛରେ ସିଂହ ଭାଗ ଥିବାରୁ ସେମାନେ ଏଭଳି ସାହାସ କରିଥିଲେ । କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଯେ ଏହା ଜାଣି ନ ଥିଲେ ତାହା ନୁହେଁ ମାତ୍ର ଉପର ଶକ୍ତି ଆଗରେ ଅଥର୍ବ ହୋଇଯାଇଥିଲେ । ସେବେଠୁଁ ଟ୍ରାକ୍‌ ରଖିଥିଲେ ମୋତିଲାଲ୍‌ ଫେରାର ହେବାକୁ ସାହାସ କି ସୁଯୋଗ ପାଇ ନ ଥାଆନ୍ତେ ବୋଲି କୁହାଯାଉଛି ।

ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ପଦରୁ ନିଲମ୍ବିତ ହେଲା ପରେ ପ୍ରଭାବଶାଳୀ ସହଯୋଗୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ମୋତିଲାଲ ନିଜ ଚାମ୍ବର ତାଲା ଭାଙ୍ଗି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାଏବ କରିଛନ୍ତି । ଅଫିସ୍‌ ସିସିଟିଭି କ୍ୟାମେରାରେ କଏଦ ଏହି ଦୃଶ୍ୟକୁ ଉଡାଇ ଦେବାକୁ ବି ଉଦ୍ୟମ ଚାଲିଛି । କ୍ରାଇମ୍‌ବ୍ରାଞ୍ଚ ପାଖରେ ଏହାର ସୁରାକ୍‌ ଥିଲେ ମଧ୍ୟ ଅଧିକାରୀମାନେ ହାତ ବାନ୍ଧି ବସିବା ଓ ସମୟ ଗଡ଼ାଇବା ତଦନ୍ତ ନିରପେକ୍ଷତା ଉପରେ ଅଙ୍ଗୁଳି ଉଠାଇଛି । ଘଟଣା ଘଟିବାର ୧୫ ଦିନ ଗଡ଼ିଗଲାଣି ଏବଂ ଆଗୁଆ ଜାମିନ୍‌ ଖାରଜ ପରେ ମୋତିଲାଲ୍‌ ଫେରାର ହୋଇଯାଇଥିଲେ ବି କ୍ରାଇମ୍‌ବ୍ରାଞ୍ଚ ସେ ଦିଗକୁ ନ ଛୁଇଁବା ସମସ୍ତଙ୍କୁ ବିସ୍ମିତ କରିଛି । ହୁଏତ କ୍ରାଇମବ୍ରାଞ୍ଚ ହାତରେ ମୋତିଲାଲଙ୍କ ସନ୍ଧାନ ବାଜିଥିଲେ ମଧ୍ୟ ତାଙ୍କୁ ଗିରଫ ନ କରି ସମୟ ଗଡ଼ାଇଦେଲେ ତଦନ୍ତର ଅନେକ ଦିଗକୁ ଛପାଇ ଦିଆଯାଇପାରିବ ବୋଲି ଯୋଜନା ହୋଇଛି ।

Previous Post

ବିଜେପିକୁ ଏକାଠି କରିଦେଲେ

Next Post

ମୋତିଙ୍କ ବଡ଼ବାପା ଥିଲେ ମନ୍ତ୍ରୀ ପୁଷ୍ପେନ୍ଦ୍ର

Next Post
ମୋତିଙ୍କ ବଡ଼ବାପା ଥିଲେ ମନ୍ତ୍ରୀ ପୁଷ୍ପେନ୍ଦ୍ର

ମୋତିଙ୍କ ବଡ଼ବାପା ଥିଲେ ମନ୍ତ୍ରୀ ପୁଷ୍ପେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA