Friday, January 16, 2026 06:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗୁଜବ ହେଇଥିଲେ ଗୁରୁଚାଣ୍ଡାଳ

by Our Correspondent
02 Mar, 2017- 05:25 PM
in Latest News
1 min read
0
ଗୁଜବ ହେଇଥିଲେ ଗୁରୁଚାଣ୍ଡାଳ

ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ନାରଦନିଉଜ ଡଟ୍ କମ୍ ନାମକ ଗଣମାଧ୍ୟମ ଏକ ସ୍ପର୍ଶକାତର ଓ ଚାଞ୍ଚଲ୍ୟ ସୃଷ୍ଟିକାରୀ ଖବର ପ୍ରକାଶ କରିଛି । ସେଥିରେ କୁହାଯାଇଛି, ନବୀନ ଲିଭର୍ ସୋରିଆସିସ୍ ରୋଗରେ କିଛି ବର୍ଷ ଧରି ପୀଡ଼ିତ ଅଛନ୍ତି । ତାଙ୍କର ଲିଭର୍ ପ୍ରତ୍ୟାରୋପଣ ଆମେରିକାର ମିଚିଗାନ୍ ସ୍ଥିତ ବେମଣ୍ଟ ହସ୍ପିଟାଲ୍ ରେ ହେବ । ସେଥିପାଇଁ ନବୀନ ଆସନ୍ତା ୫ ତାରିଖରେ ଆମେରିକା ଯିବେ । ଅପରେସନ୍ ଓ ଅପରେସନ୍ ପରବର୍ତ୍ତୀ ବିଶ୍ରାମ ପାଇଁ ଦୀର୍ଘ ୪ ମାସ ଧରି ସେଠାରେ ରହିବେ । ଆସନ୍ତା ଏପ୍ରିଲ୍ ଶେଷରେ ସେ ଓଡ଼ିଶା ଫେରିବେ ବୋଲି ଉକ୍ତ ବୁଲେଟିନ୍ ରେ କୁହାଯାଇଛି ।

ଗତ ୧୭ ତାରିଖରେ ଖବରଟି ପୋଷ୍ଟ ହୋଇଛି । ମାତ୍ର ବହୁ ବିଳମ୍ବରେ ଅର୍ଥାତ୍ ଆଜି ଆଜି ତାହା ସାମନାକୁ ଆସି ବିଜୁଳି ବେଗରେ ଖେଳିଯାଇଛି । ସୋସିଆଲ୍ ମିଡ଼ିଆରେ ଏହାକୁ ନେଇ ନାନା ଚର୍ଚ୍ଚା ବି ଆରମ୍ଭ ହୋଇଛି । ଖବରଟିର ସତ୍ୟତା ଜାଣିବା ପାଇଁ ସାମ୍ବାଦିକମାନେ ନବୀନ ନିବାସଠାରୁ ଆରମ୍ଭ କରି ବିଜେଡ଼ିର ବରିଷ୍ଠ ନେତାମାନଙ୍କ ସହ ଯୋଗାଯୋଗ କରୁଛନ୍ତି । ମାତ୍ର ଏ ସମ୍ପର୍କରେ କାହାରିଠାରୁ କୌଣସି ସ୍ପଷ୍ଟ ଉତ୍ତର ମିଳୁନାହିଁ । ଆମ ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅନ୍ତତଃ ବିଧାନସଭା ଚାଲିବା ଭିତରେ ବିଦେଶ ଯିବାର କୌଣସି କାର୍ଯ୍ୟସୂଚୀ ନାହିଁ । ତାଙ୍କର ଅତ୍ୟନ୍ତ ଜଣେ ନିକଟତମ ନେତାଙ୍କ କହିବା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସେଭଳି କୌଣସି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାରେ ନାହାନ୍ତି । ଏହି ଖବରଟି ସମ୍ପୂର୍ଣ୍ଣ ଅମୂଳକ ଓ ଭିତ୍ତିହୀନ ବୋଲି ସେ ଦାବି କରିଛନ୍ତି । ତେବେ ଏହା ସତ ଯେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କିତ ଏଭଳି ଖବରକୁ ନେଇ ବିଜେଡ଼ି ମହଲରେ ଛନକା ପଶିଯାଇଛି । କିଛି ନେତା ଏହି ଖବରର ସତ୍ୟାସତ୍ୟ ଜାଣିବା ପାଇଁ ନିଜେ ବ୍ୟାକୁଳ ହୋଇ ଫୋନ୍ ବୁଲାଉଛନ୍ତି । ଖୋଦ୍ କିଛି ମନ୍ତ୍ରୀ ଏହି ଖବର ଶୁଣି ଝୁଣ୍ଟେଇ ପଡ଼ିଛନ୍ତି । ସତରେ ଏମିତି କିଛି ହୋଇଛି କି ବୋଲି ସନ୍ଦେହରେ ପଡ଼ି ପରଷ୍ପରକୁ ପଚରା ଉଚୁରି ହେଉଛନ୍ତି ।

ଖବରଟିରେ ଏକ କେଞ୍ଚ ଛାଡ଼ିଛନ୍ତି ସଂପୃକ୍ତ ରିପୋର୍ଟର । ନବୀନଙ୍କ ଅନୁପସ୍ଥିତିରେ ଜଣେ ଅନ୍ତରୀଣ ମୁଖ୍ୟମନ୍ତ୍ରୀ ନିଯୁକ୍ତି ହେବେ ଏବଂ ସେଥିପାଇଁ ବିଜେଡ଼ିରେ କନ୍ଦଳ ଆରମ୍ଭ ହୋଇଯାଇଛି ବୋଲି ସେ ଲେଖିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଯେତିକି ଚର୍ଚ୍ଚା, ଅନ୍ତରୀଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ମଧ୍ୟ ସୋସିଆଲ୍ ମିଡ଼ିଆ ଓ ଗୁଲିଖଟିରେ ସେତିକି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିଏ କହୁଛି ପ୍ରଦୀପ ଅମାତ୍ ଙ୍କୁ ଅନ୍ତରୀଣ ମୁଖ୍ୟମନ୍ତ୍ରୀ ପଦରେ ରଖି ନବୀନ ଛୁଟିରେ ଯିବେ । ଆଉ କିଏ କହୁଛି, ନା ନା ଅମାତ୍ ଚାଲାକ୍ ହୋଇଗଲେଣି । ତାଙ୍କୁ ନବୀନ ବିଶ୍ୱାସକୁ ନେବେନି । ବରଂ ଲାଲବିହାରି ହିମାରିକା ହେବେ ତାଙ୍କର ପସନ୍ଦ । ତେବେ ଏଭଳି ଗୁଲିଖଟିର କୌଣସି ଭିତ୍ତି ନାହିଁ ବୋଲି ବିଜେଡ଼ିର ଗୋଟିଏ ମହଲ ଦାବି କରିଛି ।

ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗର ଜଣେ ଅଧିକାରୀ ଏହି ଖବରଟିକୁ ସମ୍ପୂର୍ଣ୍ଣ ଗୁଜବ ଓ ମନଗଢ଼ା ବୋଲି କହିଛନ୍ତି । ଏଭଳି ମନଗଢ଼ା ଖବର ପ୍ରସାର ପଛରେ ବିଜେପିର ହାତ ଥିବା ସେ କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ସଂପୃକ୍ତ ନିଉଜ୍ ପୋର୍ଟାଲ୍ ର ମାଲିକ ହେଉଛନ୍ତି ପଶ୍ଚିମବଙ୍ଗଳାର ଲୋକ । ବିଜେପିର ସେ ଜଣେ ପ୍ରମୁଖ ପ୍ରଚାରକ ଭାବେ କାର୍ଯ୍ୟ କରୁଛନ୍ତି । ଅତୀତରେ ଏଭଳି ମିଥ୍ୟା ଅପପ୍ରଚାର କରି ସେ ଗିରଫ ହୋଇଥିଲେ । ଓଡ଼ିଶାରେ ବିଜେଡ଼ିକୁ ହଲଚଲ କରିବା ଦାୟିତ୍ୱ ଏବେ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି । ତେଣୁ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏଭଳି ଗୁଜବ ତାଙ୍କର ସୃଷ୍ଟି । ପଞ୍ଚାୟତ ନିର୍ବାଚନ ସମୟରେ ଖବରଟି ଛପା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୁଚି ରହିବା ଏବଂ ଆଜି ହଠାତ୍ ଲୋକଲୋଚନକୁ ଆସିବା ପ୍ରଶ୍ନ ଉପରେ ଅବଶ୍ୟ ସେ କୌଣସି ସ୍ପଷ୍ଟ ଉତ୍ତର ଦେଇପାରିନାହାନ୍ତି ।

ପୁଣି ରିପୋର୍ଟ ଟି ଫାଇଲ୍ କରିଥିବା ସାମ୍ବାଦିକ ଆଂଜେଲ୍ ଆବ୍ରାହମ୍ ଙ୍କ ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ଏହି ମହିଳା ସାମ୍ବାଦିକଙ୍କର ଘର କୁଆଡେ ତାମିଲନାଡୁରେ । ଓଡ଼ିଶା ରାଜନୀତିରେ ତାମିଲନାଡୁର ପ୍ରଭାବ ଥିବାରୁ ତାଙ୍କ ଖବରର ଆଧାରକୁ ନେଇ ଆମ ସାମ୍ବାଦିକମାନେ ଖୋଳତାଡ଼ ଆରମ୍ଭ କରିଛନ୍ତି । ତେବେ ସେ ଯାହା ହେଉ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱାସ୍ଥ୍ୟ ଠିକ୍ ଥାଉ ଏବଂ ସେ ଦୀର୍ଘଜୀବୀ ହୋଇ ଓଡ଼ିଶାର ସେବା କରୁଥାଆନ୍ତୁ ଏହା ହିଁ “ମିଡ-ଡେ ଓଡ଼ିଶା’ର କାମନା । ଯଦି ରାଜନୈତିକ ଉଦ୍ଦେଶ୍ୟ ରଖି ବିନା ସତ୍ୟତାରେ ଏଭଳି ଖବର ପରିବେଷଣ ହୋଇଥାଏ ତେବେ ତାହାକୁ କଠୋର ନିନ୍ଦା କରିବା ଦରକାର ।

Previous Post

ଅନନ୍ତ କୀଳା ଗୋଡ଼େଇଲା

Next Post

ମୁଁ ପୂରା ସୁସ୍ଥ ଅଛି : ନବୀନ

Next Post
ମୁଁ ପୂରା ସୁସ୍ଥ ଅଛି : ନବୀନ

ମୁଁ ପୂରା ସୁସ୍ଥ ଅଛି : ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA