Wednesday, March 4, 2026 07:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ଜହ୍ନ କାହାର ?

by Our Correspondent
29 Apr, 2020- 05:34 PM
in Guest Column, International, Latest News, News
1 min read
0
ଜହ୍ନ କାହାର ?
“ଆ ଜହ୍ନ ମାମୁ ସରଗ ଶଶି…
ମୋ କାହ୍ନୁ ହାତରେ ପଡ଼ରେ ଖସି”
ପିଲା ବେଳର ଏ ନାନା ବାୟା ଗୀତ, ଆମେମାନେ ସମସ୍ତେ ଶୁଣିଛନ୍ତି । କୁନି ପିଲାଟିକୁ ବୁଝାଇବାକୁ ଯାଇ, କୋଳରେ ଝୁଲାଇ ପ୍ରାୟ ସବୁ ମାଆ ଏ ଗୀତ ଶୁଣାଇଛନ୍ତି, ଏବେ ବି ଶୁଣାଉଛନ୍ତି । ତେବେ ଜହ୍ନ ଯଦି ସମସ୍ତଙ୍କ ମାମୁ, ତେବେ କାହା ମାଆର ସେ ଭାଇ ? ହଁ, ଏ ନାନା ବାୟା ଗୀତ, କାହିଁ କେଉଁ ଅମଳରୁ ରହି ଆସିଛି, ଯାହାକୁ ପରିବର୍ତ୍ତନ କରିବାର ଅଧିକାର କାହାର ନାହିଁ । ସେହି ଆଧାରରେ ଦେଖିବାକୁ ଗଲେ ଜହ୍ନ ହେଉଛି, ସମସ୍ତଙ୍କ ମାଆର ଭାଇ, ପୂରା ମାନବ ଜଗତର ମାମୁ… ରହି ଆସିଛି, ଆଉ ଆଗକୁ ମଧ୍ୟ ରହିଥିବ ।
କିନ୍ତୁ ଏବେ ଜହ୍ନକୁ ଜବର ଦଖଲ କରିବାକୁ କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ସମୁଦ୍ର, ସୂର୍ଯ୍ୟ, ବାୟୁମଣ୍ଡଳ ଭଳି ଜହ୍ନ ମଧ୍ୟ ସାରା ଜଗତର… ସମଗ୍ର ଜୀବଜଗତ ପାଇଁ । ତେବେ ସମୁଦ୍ର ଓ ଆକାଶରେ ସୀମା ନିର୍ଦ୍ଧାରଣ ସରିଥିବା ବେଳେ ଏବେ ଜହ୍ନ ପାଇଁ ସେମିତି କିଛି ଯୋଜନା କରିଛି ଅଙ୍କଲ୍ ଶାମ୍ ମାନେ ଆମେରିକା । ସାରା ଜଗତର ତଥା ଜୀବଜଗତର ଏ ସାମୂହିକ ସମ୍ପତ୍ତିକୁ ଜବର ଦଖଲ କରି ଆମେରିକା ସେଠି କରିବ କଣ ? ରିଅଲ୍ ଇଷ୍ଟେଟରୁ ରାଷ୍ଟ୍ରପତି ହୋଇଥିବା ଟ୍ରମ୍ପ, କ’ଣ ସେଠି ‘ଟ୍ରମ୍ପ ଟାୱାର’ ନିର୍ମାଣ କରିବେ କି ? ନା… ସେମିତି ନହେଲେ, ବି ଚନ୍ଦ୍ରକୁ ଘରୋଇ ଏବଂ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଟ୍ରମ୍ପ ପ୍ରଶାସନ ଆରମ୍ଭ କରିଛି ଦୁଃସାହସିକ ପ୍ରୟାସ, ଜାରି କରିଛି ଏକଜିକ୍ୟୁଟିଭ୍ ଅର୍ଡର୍ । ମହାକାଶରେ ରକେଟ୍ ପାଇଁ ଚନ୍ଦ୍ରରେ ଆମେରିକା, ଗ୍ୟାସ୍ ଷ୍ଟେସନ୍ ବା ଇନ୍ଧନ ଯୋଗାଣ କେନ୍ଦ୍ର ତିଆରି କରିବାକୁ ଯୋଜନା କରୁଛି ।
ଆମେରିକା ଜାରି କରିଛି Moon mining ବା ଚନ୍ଦ୍ର ଖନନ ଏକଜିକ୍ୟୁଟିଭ୍ ଅର୍ଡର୍ । ଯାହା ବଳରେ, ଚନ୍ଦ୍ରର ଡାର୍କ ସାଇଡ୍ ବା ଅନ୍ଧାରୁଆ ଦିଶୁଥିବା ସ୍ଥାନରେ ଥିବା କଠିନ ବରଫରୁ ଅମ୍ଳଜାନ ଓ ଉଦଯାନ ପ୍ରସ୍ତୁତ କରିବ । ଆଉ ତାକୁ ମହାକାଶରେ ରକେଟର ଇନ୍ଧନ ଭାବେ ବ୍ୟବହାର କରିବ ଟ୍ରମ୍ପ ପ୍ରଶାସନ । ଯାହାକି ପ୍ରକାରାନ୍ତରେ ଚନ୍ଦ୍ରକୁ ଏକ ଗ୍ୟାସ୍ ଷ୍ଟେସନରେ ପରିଣତ କରିବ କହିଲେ ଭୁଲ୍ ହେବନି ।
ମହାକାଶକୁ ନେଇ ରୁଷିଆ, ଚୀନ୍ ଏବଂ ଆମେରିକା ମଧ୍ୟରେ ଚାଲିଛି ପ୍ରତିନ୍ଦ୍ୱନ୍ଦିତା । ଆଉ ଏଭଳି ସ୍ଥିତିରେ ଅଙ୍କଲ୍ ଶାମ୍ ମୁଣ୍ଡରେ ପଶିଛି ମହାକାଶରେ ବେପାର କରିବାର ଚିନ୍ତାଧାରା । ଯେଉଁଥି ପାଇଁ ‘ମୁନ୍ ମାଇନିଂ’ ଏକଜିକ୍ୟୁଟିଭ୍ ଅର୍ଡର ଜାରି କରି ଚନ୍ଦ୍ର ଉପରେ ମାଲିକାନା ସ୍ୱତ୍ତ୍ୱ ଜାହିର କରିବାକୁ ଟ୍ରମ୍ପ ନେଇଛନ୍ତି ପଦକ୍ଷେପ । ୱାଶିଂଟନର କହିବା କଥା, ଏଭଳି ଏକଜିକ୍ୟୁଟିଭ୍ ଅର୍ଡର୍ 1967ର ବାହ୍ୟ ମହାକାଶ ଚୁକ୍ତିନାମା ବା  Outer Space Treaty ଉଲ୍ଲଘଂନ କରୁନି, ବରଂ ଅନୁମତି ଦେଉଛି । ଅଣ ବୈଜ୍ଞାନିକ ଉଦ୍ଦେଶ୍ୟରେ ଚନ୍ଦ୍ରର ବ୍ୟବହାର ଉପରେ ରହିଛି କଟକଣା । ଏନେଇ ହୋଇଥିବା 1979ର ଚନ୍ଦ୍ର ଚୁକ୍ତିନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଭବିଷ୍ୟତରେ ଯଦି, ଚନ୍ଦ୍ରରେ କୌଣସି ପ୍ରକାର ଅଣ ବୈଜ୍ଞାନିକ ବ୍ୟବହାରର ଆବଶ୍ୟକତା ପଡ଼େ, ତେବେ ସେଥିପାଇଁ ଏକ  International Regulatory Framework ତିଆରି କରିବାକୁ ପଡ଼ିବ । ସେହି ଅନ୍ତର୍ଜାତୀୟ ସଂଗଠନ ହିଁ ଚନ୍ଦ୍ରପୃଷ୍ଠର ଅଣବୈଜ୍ଞାନିକ ବ୍ୟବହାର ପାଇଁ ଅନୁମତି ଦେବ ଏବଂ ତଦାରଖ କରିବ ।
ତେବେ ମହାକାଶକୁ କେବଳ ନିଜର ଭାବୁଥିବା ଆମେରିକା ଭଳି କିଛି ଦେଶ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିନାହାନ୍ତି । ସେପଟେ ଆମେରିକୀୟ ସଂସ୍ଥାଗୁଡ଼ିକ, ଚନ୍ଦ୍ର ଏବଂ  ଅନ୍ୟ ସବୁ ଗ୍ରହାଣୁପୁଞ୍ଜରେ ଥିବା ସମ୍ପଦର ବ୍ୟବହାର ପାଇଁ 2015ରେ ଆମେରିକା କଂଗ୍ରେସ ଏକ ଆଇନ ଅନୁମୋଦନ କରିଛି । ଯାହାକୁ ଆଧାର କରି, ଟ୍ରମ୍ପ ପ୍ରଶାସନ ଏବେ ଜାରି କରିଛି ମୁନ୍ ମାଇନିଂ ଏକଜିକ୍ୟୁଟିଭ୍ ଅର୍ଡର୍ ।
ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି, ମହାକାଶ ଭଳି କୌଣସି  Heavenly Body କୁ ଆମେରିକା, ‘Global Comons’ ବା ସାରା ଜଗତର ବୋଲି ଦେଖୁନାହିଁ । ତେଣୁ ମହାକାଶୀୟ ସମ୍ପଦର ଅଣବୈଜ୍ଞାନିକ ବ୍ୟବହାର ପାଇଁ ଆମେରିକା ନିଜ ପଥ ନିଜେ ପରିଷ୍କାର କରିଛି । ତେବେ  ନାସାର Artemis Programmeକୁ ଅଧିକ ପ୍ରୋତ୍ସାହନ ଦେବା କଥା କହି, ଏକଜିକ୍ୟୁଟିଭ୍ ଅର୍ଡରର ଶେଷ ଭାଗରେ, କୂଟନୈତିକ ଶୈଳୀରେ କୁହାଯାଇଛି, Engagement with international partners remains important । ଖାଲି ସେତିକି ନୁହେଁ, ଆମେରିକା କହୁଛି, 2030 ସୁଦ୍ଧା, ଚନ୍ଦ୍ରକୁ ମାନବ ଜଗତ ପାଇଁ ବାସୋପଯୋଗୀ କରାଇ ଦେଇ ମଙ୍ଗଳ ଗ୍ରହରେ ମାତିବ ।
1959ର ଅନ୍ତର୍ଜାତୀୟ ଚୁକ୍ତିନାମା ଅନୁଯାୟୀ, ଆଣ୍ଟାର୍କଟିକା କାହାର ନୁହେଁ । ତେବେ ବୈଜ୍ଞାନିକ ଗବେଷଣା ପାଇଁ ଚୁକ୍ତିରେ କିଛିଟା ସଂଶୋଧନ କରାଯାଇଥିବା ବେଳେ ଏବେ 7ଟି ଦେଶ ନିଜ ନିଜ ସୀମାନ୍ତ ବଢ଼ାଇ ମାଲିକାନା ସ୍ୱତ୍ତ୍ୱ ଜାହିର୍ କରିବାକୁ ଲାଗିଲେଣି ।  1967ର ବାହ୍ୟ ମହାକାଶ ଚୁକ୍ତିରେ ସଂଶୋଧନ ପରେ ମହାକାଶରେ ପ୍ରତିନ୍ଦ୍ୱନ୍ଦିତା କରୁଛନ୍ତି ଶତାଧିକ ଦେଶ । ସେପଟେ ସମୁଦ୍ରରେ ବିଭିନ୍ନ ଦେଶର ସୀମାନ୍ତ ସମସ୍ତଙ୍କୁ ଜଣାଥିବା ବେଳେ ଏବେ ନିଜ ସ୍ୱାର୍ଥ ପାଇଁ ଚନ୍ଦ୍ର ଚୁକ୍ତିନାମାକୁ ମୋଡ଼ି ମକଚି ଦେଇଛି ଆମେରିକା ।
ଆମେରିକା ସିନା ଚନ୍ଦ୍ରକୁ ନେଇ ଘରୋଇ ଏବଂ ବ୍ୟାବସାୟିକ ଚିନ୍ତା କରୁଛି । ଚୀନର କିନ୍ତୁ ଆଉଟ୍ ଅଫ୍ ବକ୍ସ ଚିନ୍ତାଧାରା । କୃତ୍ରିମ ଚନ୍ଦ୍ର ତିଆରି କରି ଷ୍ଟ୍ରିଟ୍ ଲାଇଟିଂରେ ଖର୍ଚ୍ଚ ହେଉଥିବା ବିଦ୍ୟୁତ୍ କାଟ କରିବାକୁ କେବେ ଠାରୁ ଯୋଜନା ଆରମ୍ଭ କରି ଦେଇଛି ବେଜିଂ । Tian Fu New Area Science Societyର ଯୋଜନା ଅନୁଯାୟୀ, ଚଳିତବର୍ଷ ସୁଦ୍ଧା ଚେଙ୍ଗୁଡୁ ସହର ଉପରେ ଘୂରିପାରେ କୃତ୍ରିମ ଚନ୍ଦ୍ର । 2022 ସୁଦ୍ଧା ଆଉ 3ଟି ସହର ଏହି ଯୋଜନା ପରିସରଭୁକ୍ତ ହେବ । ଏହି ହାତ ତିଆରି ଜହ୍ନ, ପ୍ରକୃତ ଜହ୍ନ ଠାରୁ 8 ଗୁଣା ଅଧିକ ଆଲୁଅ ଦେବ ଏବଂ ଚୀନ୍ ଆକାଶରୁ ସବୁଦିନ ପାଇଁ ଅମାବାସ୍ୟାକୁ ହଟାଇ ଦେବ ।  ଯୋଜନା ସଫଳ ହେଲେ, ଚୀନର ସବୁ ରାତି ହେବ ଚାନ୍ଦିନୀ ରାତି ।
କରୋନା ମାଡ଼ରେ ସାରା ବିଶ୍ୱ ଚେପା । ପୁଣି କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦେଖିଲେ, ସବା ଆଗରେ ଆମେରିକା । ମହାମାରୀ ଦାଉରୁ ମାନବ ଜଗତକୁ କେମିତି ରକ୍ଷା କରାଯିବ, ସେନେଇ ବୈଜ୍ଞାନିକମାନେ ଦିନରାତି ଗବେଷଣାରେ ମାତିଛନ୍ତି । କିନ୍ତୁ ହ୍ୱାଇଟ୍ ହାଉସରେ ଥାଇ ଟ୍ରମ୍ପ ଚିନ୍ତା କରୁଛନ୍ତି, “ଜହ୍ନ ରାଇଜରେ ଘରଟେ କରିବେ… ତାରା ଫୁଲରେ ମାଳଟେ ଗୁନ୍ଥିବେ”….
(ଲେଖକ ଜଣେ ସାମ୍ବାଦିକ, ମୋବାଇଲ୍ ନଂ 7377226029 )
Previous Post

ଆଉ ୩ ଜିଲ୍ଲାରେ କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୧୨୨

Next Post

ଟେଷ୍ଟିଂ ଅଧିକ, ସଂକ୍ରମଣ କମ୍

Next Post
ଟେଷ୍ଟିଂ ଅଧିକ, ସଂକ୍ରମଣ କମ୍

ଟେଷ୍ଟିଂ ଅଧିକ, ସଂକ୍ରମଣ କମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA