Friday, March 13, 2026 06:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଝଡ଼ଝଞ୍ଝା ଆସିଛି, କମିନି ଲୋକପ୍ରିୟତା

by Our Correspondent
31 Dec, 2015- 04:09 AM
in News
1 min read
0
ଝଡ଼ଝଞ୍ଝା ଆସିଛି, କମିନି ଲୋକପ୍ରିୟତା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଦୁଇ ହଜାର ମସିହାରେ ନବୀନ ପଟ୍ଟନାୟକଙ୍କ ଯାହା ଲୋକପ୍ରିୟତା ଥିଲା ଆଜି ୨୦୧୫ ମସିହା ଶେଷକୁ ବି ସେଥିରେ ତିଳେମାତ୍ର ଖସିନି । ବରଂ ଲୋକପ୍ରିୟତା ବଢ଼ିଛି ବୋଲି କହିଲେ ଭୁଲ୍‍ ହେବନି । ଆଉ ନବୀନଙ୍କ ପ୍ରଚଣ୍ଡ ଲୋକପ୍ରିୟତାର ପୁଂଜିରେ ବିଜୁ ଜନତା ଦଳ ନାନା ଝଡ଼ଝଞ୍ଝାର ବୈତରଣୀ ପାର୍‍ ହୋଇଚାଲିଛି ।
୨୦୧୫ ବର୍ଷଟି ବିଜେଡ଼ି ଆଗରେ କଷ୍ଟକର ଚାଲେଂଜ ଛିଡ଼ା କରିଥିଲା । ଚିଟ୍‍ଫଣ୍ଡ ଘୋଟାଲା ଦଳର ଭାବମୂର୍ତ୍ତିକୁ ଗିଳିଦେବ ବୋଲି ଅବଗଣନା କରିଥିଲେ ରାଜନୈତିକ ପଣ୍ଡିତ । ଦଳର ଏମପି ରାମଚନ୍ଦ୍ର ହାଁସଦା, ଏମଏଲଏ ପ୍ରଭାତ ତ୍ରିପାଠୀ ଓ ପୂର୍ବତନ ଏମଏଲଏ ସୁବର୍ଣ୍ଣ ନାୟକ ଗିରଫ ହେଲା ପରେ ତୁମ୍ବିତୋଫାନ ହୋଇଥିଲା । ସିବିଆଇ ତଦନ୍ତ ନବୀନ ନିବାସକୁ ବି ଲମ୍ବି ଯାଇଥିଲା । ନବୀନଙ୍କ ବିଶ୍ୱସ୍ତ ସହଯୋଗୀ ତଥା ନବୀନ ନିବାସର କର୍ମଚାରୀ ସରୋଜ ସାହୁଙ୍କୁ ସିବିଆଇ ଜେରା କଲା ପରେ ଅନେକ ଗୁମର ଖୋଲିଯିବ ବୋଲି ଚର୍ଚ୍ଚା ହେଲା । ଏପରିକି ସିବିଆଇ ଜାଲରେ ଖୋଦ୍‍ ନବୀନ ପଟ୍ଟନାୟକ ପଡ଼ିବେ ବୋଲି ଅନୁମାନ ଲାଗିଲା । ହେଲେ ସବୁ ଅନୁମାନ ଭୁଲ୍‍ ହେଲା । ବିଜେଡ଼ି ଉପରେ ଚିଟ୍‍ଫଣ୍ଡର କଳଙ୍କ ଲାଗିଲା ସତ ହେଲେ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ତାହା ଛୁଇଁପାରି ନ ଥିଲା କି କଳୁଷିତ କରି ନ ଥିଲା ।
ଶତାଦ୍ଧୀର ପ୍ରଥମ ନବକଳେବର ପରିଚାଳନା ଦଳ ଓ ସରକାରଙ୍କୁ ପ୍ରଥମରୁ ବିବାଦକୁ ଟାଣିନେଲା । ଠାକୁରଙ୍କ ବ୍ରହ୍ମ ସଂସ୍ଥାପନ ବିଭ୍ରାଟ୍‍ ଲୋକଙ୍କ ଧାର୍ମିକ ଭାବନାକୁ ଦୋହଲାଇଦେଲା । ବିରୋଧୀ ଦଳ ଏହାକୁ ଅସ୍ତ୍ର କରି ସରକାରଙ୍କ ବିରୋଧରେ ତୁମ୍ବିତୋଫାନ କଲେ । ହେଲେ ଶୃଙ୍ଖଳିତ ଭାବେ ନବକଳେବର ରଥଯାତ୍ରା ପରିଚାଳନା କରି ପୂର୍ବ ଅପବାଦରୁ ଖସିବାରେ ସକ୍ଷମ ହୋଇଥିଲେ ନବୀନ ସରକାର । ଶିଶୁ ଭବନରେ ଶିଶୁ ମୃତୁ୍ୟର ଦୋଷ ବି ସରକାରଙ୍କୁ ଅସ୍ତବ୍ୟସ୍ତ କରିଥିଲା । ମାତ୍ର ତାହା ବି ବେଶୀ ଦିନ ଚାଲିପାରିଲା ନାହିଁ । ଶିଶୁମୃତୁ୍ୟ ଝଡ଼କୁ ପାର୍‍ କରିବାରେ ସମର୍ଥ ହୋଇଥିଲା ସ୍ୱାସ୍ଥ୍ୟ ବିଭାଗ । ସାରଥୀ ବାବା ହୁଅନ୍ତୁ କି ଆତଙ୍କବାଦୀ ସଂଗଠନ ଅଲ କାଏଦା ଏଜେଣ୍ଟ ଅବଦୁଲ୍ଲ ରେହମାନ୍‍ ହେଉ ସେମାନଙ୍କ ବିଜେଡ଼ି ଲିଙ୍କ୍‍ ଗଣମାଧ୍ୟମରେ ଶିରୋନାମା ହୋଇଥିଲା । ବିଜେଡ଼ିର ପୃଷ୍ଠପୋଷକତାରେ ସେମାନେ ପାଳି ପୋଷି ବଡ଼ ହୋଇଥିଲେ ବୋଲି ଅପବାଦ ଲାଗିଲା । ମାତ୍ର ବିଜେଡ଼ିକୁ ତାହା କାଣିଚାଏ କ୍ଷତି ପହଞ୍ଚାଇପାରିଲାନି ।
ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କ ପାଇଁ ସବୁଠାରୁ ବଡ଼ ବିପଦ ଥିଲା ଚାଷୀ ଆତ୍ମହତ୍ୟା । ମରୁଡ଼ି ଓ ଋଣଭାର ଯୋଗୁଁ ରାଜ୍ୟରେ ୨୦୦ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏବେ ବି ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଥିବା ଅଭିଯୋଗ ଆସୁଛି । ମାତ୍ର ଏହା ସତ୍ତ୍ୱେ ସରକାର ଏହି ବିପଦ ଓ ଅପବାଦର ଭଉଁରୀରେ ଫସିନାହାନ୍ତି । ବିଧାନସଭାରେ ହେଉ କି ବାହାରେ ହେଉ, ବିରୋଧୀ ଦଳ ସରକାରଙ୍କୁ ଯେତେ ଘେରିଲେ ବି ନବୀନଙ୍କ ଉଚ୍ଚା ଭାବମୂର୍ତ୍ତିକୁ ତାହା କ୍ଷତାକ୍ତ କରିବା ଦୂରର କଥା ଛୁଇଁ ମଧ୍ୟ ପାରିନାହିଁ । ସେହିଭଳି ରାସନ୍‍ କାର୍ଡ ଦୁର୍ନୀତିକୁ ନେଇ ରାଜନୀତିରେ ବେଶ୍‍ ଝଡ ବହୁଥିଲେ ମଧ୍ୟ ନବୀନଙ୍କ ଡିଫେନ୍ସ ସରକାରଙ୍କ ଭାବମୂର୍ତ୍ତିକୁ ଅକ୍ଷୂର୍ଣ୍ଣ ରଖିପାରିଛି ।
ଶେଷରେ ଦଳର ଆଭ୍ୟନ୍ତରୀଣ କଥା । ଦଳରେ ଆବ୍ୟନ୍ତରୀଣ ବିବାଦ ବଢ଼ିଛି । ଦାମ ରାଉତଙ୍କ ଭଳି ବରିଷ୍ଠ ମନ୍ତ୍ରୀଙ୍କୁ ଅଣଦେଖା କରାଯାଉଥିବା ସେ ନିଜେ ଗୁହାରି କରିଛନ୍ତି । ଖାଲି ଦାମ ନୁହଁନ୍ତି ନବୀନଙ୍କ ଷ୍ଟାଇଲ୍‍ ଓ ସରକାରୀ କାର୍ଯ୍ୟ ପରିଚାଳନାକୁ ଆଉ କିଛି ମନ୍ତ୍ରୀ ଗୁମୁରେଇ ଗୁମୁରେଇ ବିରୋଧ କରୁଥିଲେ ବି ନବୀନଙ୍କୁ ଚାଲେଞ୍ଜ କରିବାର ସାହାସ ପାଇପାରିନାହାନ୍ତି । କିଛି ବରିଷ୍ଠ ବିଧାୟକ ମନ୍ତ୍ରୀ ପଦ ହାତେଇବାକୁ ପଗଡ଼ି ପିନ୍ଧି ବସିଛନ୍ତି ଏବଂ ଦୀର୍ଘ ଅପେକ୍ଷାରେ ନିରାଶ ହୋଇ ନବୀନଙ୍କ ଉପରେ ରକ୍ତ ଚାଉଳ ଚୋବାଉଛନ୍ତି । ମାତ୍ର ନବୀନଙ୍କୁ ସାମନାରେ ଦେଖିଲେ ସେମାନଙ୍କ ଝାଡା ପରିସ୍ରା ହୋଇଯିବା ଭଳି ଅବସ୍ଥା ହେଉଛି । ଏକଥା କହିବାର ଉଦେ୍ଧଶ୍ୟ ହେଲା ନବୀନ ପଟ୍ଟନାୟକ ଉଭୟ ସରକାର ଓ ଦଳକୁ ନିଜ ନିୟନ୍ତ୍ରଣରେ ରଖି ସାଧାରଣ ଲୋକଙ୍କ ପ୍ରିୟଭାଜନତାକୁ ଅକ୍ଷୂର୍ଣ୍ଣ ରଖିପାରିଛନ୍ତି । ସୁତରାଂ ନବୀନଙ୍କ ସଫଳତାର ପୃଷ୍ଠାରେ ଆଉ ଏକ ପୃଷ୍ଠା ଯୋଡି ଦେଇଛି ୨୦୧୫ ।

Previous Post

ଇସ୍ତଫା ପାଇଁ ପାଣି ପିଆଇଲେ ଅନୀତା

Next Post

ନବୀନଙ୍କ ସଫଳ ଯୁବ ଟିମ୍‍

Next Post
ନବୀନଙ୍କ ସଫଳ ଯୁବ ଟିମ୍‍

ନବୀନଙ୍କ ସଫଳ ଯୁବ ଟିମ୍‍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA