Friday, March 13, 2026 01:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଠକର ସତ୍ୟପାଠ

by Our Correspondent
06 Jul, 2016- 07:20 AM
in News
1 min read
0
ଠକର ସତ୍ୟପାଠ

 

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଶେଷରେ ନିଜକୁ ଠକ ବୋଲି କହି ସତ୍ୟପାଠ କରିଛି ବୈଜୟନ୍ତ ପଣ୍ଡାଙ୍କ ଓରଟେଲ୍‌ ସଂସ୍ଥା । ଖବରକାଗଜର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ଜରିଆରେ ନିଜକୁ ଠକ ବୋଲି ଗ୍ରାହକଙ୍କୁ ଜଣାଇ ଦେଇଛି । ଓରଟେଲ୍‌ କେବୁଲ୍‌ରେ ଲୋକପ୍ରିୟ ଷ୍ଟାର୍‌ ଚାନେଲଗୁଡ଼ିକୁ ଦର୍ଶକ ଦେଖିବାରୁ ଦୀର୍ଘ ଦିନ ଧରି ବଞ୍ଚିତ ହୋଇଛନ୍ତି । ଓରଟେଲ୍‌ ସେଥିପାଇଁ ସର୍ବସାଧାରଣରେ ନିଜକୁ ଦୋଷୀ ବୋଲି ମାନିଛି । ଷ୍ଟାର୍‌କୁ ବାକିଆ ଦେୟ ପୈଠ କରି ନ ଥିବାରୁ ସେମାନେ ସିଗନାଲ୍‌ ବନ୍ଦ କରି ଦେଇଛନ୍ତି ବୋଲି ଉପଭୋକ୍ତାଙ୍କୁ ଗୁହାରି କରିଛି ଓରଟେଲ୍‌ ସଂସ୍ଥା । ତେବେ ଖବରକାଗଜ ବିଜ୍ଞାପନ ମାଧ୍ୟମରେ ନିଜକୁ ଦେବାଳିଆ ଦର୍ଶାଇ ଲୋକଙ୍କ ସହଯୋଗ କାମନା ପଛରେ ଓରଟେଲ୍‌ର କ’ଣ ଉଦ୍ଦେଶ୍ୟ ତାହା ବୁଝିବା ଲୋକ ଠିକ୍‌ ବୁଝିଛନ୍ତି । ସେମାନଙ୍କ ମତରେ ସରକାର, ବ୍ୟାଙ୍କ ସବୁଠାରୁ କୋଟି କୋଟି ଟଙ୍କା ଖାଇ ମୁହଁ ପୋଛିବାର ଅଭ୍ୟାସ ରଖିଥିବା ଓରଟେଲ୍‌ ସଂସ୍ଥାର ଏକମାତ୍ର ଭରସା କୋର୍ଟ କଚେରୀ । କେସ୍‌ ଦାଏର କରି ଟଙ୍କା ଫାଙ୍କିବାର ଅଭ୍ୟାସ ଷ୍ଟାର୍‌ ସଂସ୍ଥା ପାଖରେ କାଟୁ କରି ନ ଥିବାରୁ ଗ୍ରାହକଙ୍କ ଶରଣ ପଶିବାକୁ ସଂସ୍ଥା ଏଭଳି ଚାଲ୍‌ ବିଛାଇଥିବା ସେମାନେ ଭାବୁଛନ୍ତି ।

ଓଡ଼ିଶା ବଜାରରେ କେବୁଲ୍‌ ସେବାର ଏକଚାଟିଆ ଅଧିକାର ରଖିଥିବା ବିଜ୍ଞ ବୈଜୟନ୍ତଙ୍କ ଓରଟେଲ୍‌ ସଂସ୍ଥା ଗ୍ରାହକଙ୍କୁ ବର୍ଷ ବର୍ଷ ଧରି ପଟି ମାରି ଚାଲିଛି । ଗ୍ରାହକଙ୍କ ଟିଭି କି ନେଟ୍‌ ଅଚଳ ହୋଇ ପଡୁଥିଲେ ମଧ୍ୟ ସଜାଡ଼ିବାକୁ ଲୋକ ଆସୁନାହାନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଡିହ ଗାଲୁ ମାରୁଛନ୍ତି ସଂସ୍ଥା କର୍ମଚାରୀ । ସେପଟେ ଗ୍ରାହକଙ୍କଠାରୁ ମାସିକିଆ ଚଢ଼ା ପାଉଣା ଆଦାୟ କରିବାରେ ସଂସ୍ଥା ଭାରି ଆକ୍ଟିଭ୍‌ । ସେବା ଥାଉ କି ନ ଥାଉ ପାଉଣା ଆଦାୟରେ କିନ୍ତୁ କମ୍ପ୍ରମାଇଜ୍‌ ନାହିଁ । ମିଶ୍ରବାବୁ ଭଳି ହୃଷ୍ଟପୃଷ୍ଟ ଭଦ୍ର ଗୁଣ୍ଡାଙ୍କୁ ଉଚ୍ଚ ଦରମାରେ ପୋଷିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଚିକ୍କଣ ଟାଉଟରୀ ନହେଲେ କୋର୍ଟ କଚେରୀର ନାଲିଆଖି ଦେଖାଇ ଗ୍ରାହକଙ୍କୁ ଶୋଷଣ କରିବାକୁ ମିଶ୍ର ଭଳି ଲୋକଙ୍କୁ କର୍ତ୍ତୃପକ୍ଷ ନିଯୁକ୍ତ କରିଛନ୍ତି । ଗ୍ରାହକଙ୍କ ତୀବ୍ର ଅସନ୍ତୋଷକୁ ସଂସ୍ଥା ଓ ତାଙ୍କର ପୋଷା ଗୁଣ୍ଡାମାନେ ଚୂଳ ପ୍ରମାଣେ ଖାତିର କରୁନାହାନ୍ତି । ବରଂ ନିଜକୁ ସଚ୍ଚୋଟ ବୋଲାଇ ଓରଟେଲ୍‌ ପୀଡ଼ିତ ଗ୍ରାହକଙ୍କ ମୁଣ୍ଡରେ ଅପବାଦ ଲଦିବାକୁ ସଂସ୍ଥା ମୁଖିଆ ଉଦ୍ୟମ ଜାରି ରଖିଛନ୍ତି । ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ସେବାକୁ ଖାତିର କରୁ ନ ଥିବା ସଂସ୍ଥା ସାଧାରଣ ଗ୍ରାହକଙ୍କୁ କିଭଳି ଚୂନ ମାରୁଛି ତାହାକୁ ଗ୍ରାହକ ଅଙ୍ଗେ ନିଭାଇଛନ୍ତି ।

ଏବେ ଖବରକାଗଜରେ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ଦେଇ ଓରଟେଲ୍‌ ସଂସ୍ଥା ଲୋକଙ୍କୁ କ’ଣ ଜଣାଇବାକୁ ଚାହୁଁଛି ତାହା ବୁଝାପଡୁ ନ ଥିଲେ ମଧ୍ୟ ସଂସ୍ଥା ସମସ୍ତଙ୍କୁ ଚିତାକାଟି ଠକିବାରେ ଧୂରନ୍ଧର ବୋଲି ଆଗୁଆ ସତ୍ୟପାଠ କରିଛି । ଷ୍ଟାର୍‌ର ବକେୟା ଦେୟ ପୈଠ ନ କରି ଫାଙ୍କିବା ଉଦ୍ୟମରେ ଓରଟେଲ୍‌ ଉପଭୋକ୍ତାମାନଙ୍କ ସହଯୋଗ ଲୋଡି ନିଜକୁ ଲଜ୍ଜିତ କରିଛି । ଏହାକୁ ବଦଳାଇବାର ସମୟ ଆସିଛି ବୋଲି ସଂସ୍ଥା କହିବା ପଛରେ କି ବାର୍ତ୍ତା ରହିଛି ତାହା ତ ବୁଝାପଡୁନି । ହୋଇପାରେ ବକେୟା ଦେୟକୁ ଗ୍ରାହକଙ୍କ ମୁଣ୍ଡରେ ଖସାଇବାର ଏହା ଏକ ଚାଲ୍‌ । ବୈଜୟନ୍ତ ବାବୁଙ୍କ ସଂସ୍ଥାର ଏଭଳି ଉର୍ବର ମସ୍ତିଷ୍କ ଚାର୍ଲସ ଶୋଭରାଜ ଚାଲ୍‌କୁ ବି ଟପିବାକୁ ବସିଲାଣି । ନେଡି ଗୁଣ କହୁଣୀକୁ ବୋହିସାରିଥିଲେ ମଧ୍ୟ ଗ୍ରାହକ ଏହାର ପ୍ରତିବାଦ କରିବାର ଆବଶ୍ୟକତା ରହିଛି । ଠକ ମନବୃତ୍ତି ଛାଡ଼ି ଲୋକଙ୍କୁ ଯଦି ସେବା ଦେଇପାରୁନ ତେବେ ସଂସ୍ଥା ବନ୍ଦ କରିଦେଲେ ଇଜ୍ଜତ ବଞ୍ଚିଯାଆନ୍ତା ବୋଲି ସାଧାରଣ ଲୋକ ଟୀପ୍ପଣୀ ଦେଉଛନ୍ତି ।

Previous Post

ପପୁ ବନଗୟା ଜେଣ୍ଟଲ୍‌ମ୍ୟାନ୍‌ !!!

Next Post

ସରକାରୀ ଜମି ହଡ଼ପ ପଛରେ ବିଧାୟକଙ୍କ ହାତ !

Next Post
ସରକାରୀ ଜମି ହଡ଼ପ ପଛରେ ବିଧାୟକଙ୍କ ହାତ !

ସରକାରୀ ଜମି ହଡ଼ପ ପଛରେ ବିଧାୟକଙ୍କ ହାତ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA