Wednesday, March 11, 2026 06:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଠକ ଚିଟ୍‌ଫଣ୍ଡ ସଂସ୍ଥା ଠାରୁ ବି କମ୍‌ ନୁହେଁ

by Our Correspondent
15 Jun, 2016- 06:58 PM
in News
1 min read
0
ଠକ ଚିଟ୍‌ଫଣ୍ଡ ସଂସ୍ଥା ଠାରୁ ବି କମ୍‌ ନୁହେଁ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବୈଜୟନ୍ତ ପଣ୍ଡାଙ୍କ ଓରଟେଲ୍‌ ସଂସ୍ଥା ଅଲାଜୁକ ହୋଇଯାଇଛି । ତାଙ୍କ ଉପରେ ବାରମ୍ବାର ଲେଖିବାକୁ ଆମକୁ ଲାଜ ଲାଗିଲାଣି । ସାଧାରଣ ପ୍ରଜାଙ୍କଠାରୁ ଆରମ୍ଭ କରି ରାଜ୍ୟର ସର୍ବୋଚ୍ଚ ଶାସକକର୍ତ୍ତାଙ୍କ ପର୍ଯ୍ୟନ୍ତ କାହାରି ତୁଣ୍ଡକୁ ସଂସ୍ଥାର ଖାତିର ନାହିଁ । ଲୋକଙ୍କୁ ଠକି ପଇସା ଆଦାୟ କରିବାରେ ପିଏଚଡି କରିସାରିଛି ସଂସ୍ଥା । କିଛି ଦିନ ତଳେ ସଂସ୍ଥା ନିର୍ଦ୍ଦେଶକ ଟ୍ୱିଟ୍‌ କରିଥିଲେ କି ସଂସ୍ଥା ବିରୋଧରେ ମିଛ ଅପପ୍ରଚାର ହେଉଛି । ଅଭିଯୋଗ କରୁଥିବା ଗ୍ରାହକ କୁଆଡେ କଷ୍ଟମର୍‌ ନମ୍ବର ଦେଉନାହାନ୍ତି । ତେଣୁ ସେମାନଙ୍କୁ ସେବା ଯୋଗାଇବା ସମ୍ଭବ ହେଉନି ବୋଲି ନିର୍ଦ୍ଦେଶକ ଅତି ନିର୍ଲ୍ଲଜ ଟ୍ୱିଟ୍‌ କରି ଲୋକଙ୍କୁ ଭକୁଆ ବନେଇବାକୁ ଚେଷ୍ଟା କରିଥିଲେ । ଏମିତି ଲେଖି ସେ ଅଭିଯୋଗକାରୀ ଗରାଖଙ୍କୁ ମୁର୍ଖ ଅଥବା ବାୟା ଦର୍ଶାଇବାକୁ ଚେଷ୍ଟା କରିଥିଲେ । ମାତ୍ର ବୈଜୟନ୍ତ ପଣ୍ଡାଙ୍କ ଭଳି ତଥାକଥିତ ଦୂରଦ୍ରଷ୍ଟା ଓ ଦାୟିତ୍ୱସମ୍ପନ୍ନ ବ୍ୟକ୍ତିଙ୍କ ସଂସ୍ଥାର ମୁଖ୍ୟ ଅଧିକାରୀ ଏଭଳି ଟ୍ୱିଟ୍‌ କରି କିଭଳି ସମସ୍ତଙ୍କୁ ଭକୁଆ ବନେଇଛନ୍ତି ତାହାର ଗଣ୍ଡା ଗଣ୍ଡା ଉଦାହରଣ ପହଞ୍ଚିବାରେ ଲାଗିଛି । ଲୋକଙ୍କ ତଣ୍ଟିରେ ଖୋଜ ପକାଇଥିବା ସିସୋର, ଅର୍ଥତତ୍ତ୍ୱ କି ଓସ୍କାର ଭଳି ସଂସ୍ଥାଠାରୁ ଓରଟେଲ୍‌ ଯେ କୌଣସି ଗୁଣରେ କମ୍‌ ନୁହେଁ ତାହା ସେଥିରୁ ଜଳ ଜଳ ।

କଷ୍ଟମର୍‌ ନମ୍ବର ୮୩୮୬୨୬ । ରାଜଧାନୀର କଳିଙ୍ଗ ବିହାରର ଏହି ଭଦ୍ରବ୍ୟକ୍ତି ଜଣଙ୍କ ଓରଟେଲ୍‌ ଉପଭୋକ୍ତା । ଜୁନ୍‌ ୨ ତାରିଖରୁ ତାଙ୍କ ଟିଭି ପଙ୍ଗୁ ହୋଇ ପଡ଼ିଛି । ସିଗନାଲ୍‌ ନାହିଁ । ୨ ତାରିଖରୁ ସେ ଲଗାତର ଅଫିସ୍‌ରେ ଅଭିଯୋଗ ଦେଇ ଆସୁଛନ୍ତି । ସବୁ ଥର ରିସେପସନ୍‌ରୁ ଚିକଣିଆ କଥା କୁହାଯାଉଛି । ସଂଧ୍ୟା ସୁଦ୍ଧା ଆପଣଙ୍କର ଠିକ୍‌ ହୋଇଯିବ ବୋଲି ଆଶ୍ୱାସନା ଦିଆଯାଉଛି । ମାତ୍ର ୧୫ ତାରିଖ ପୂରି ଯାଇଥିଲେ ବି ଅରଟେଲ୍‌ ଲୋକଙ୍କର ନା ଦେଖା ମିଳୁଛି ନା ଟିଭି ସଜଡ଼ା ହୋଇପାରୁଛି । ୨ ତାରିଖରୁ ୧୫ ତାରିଖ ମଧ୍ୟରେ ସଂପୃକ୍ତ କଷ୍ଟମର ଦିନକୁ ଦୁଇ ତିନି ଥର ଫୋନ୍‌ କରି ସମାନ ଅଭିଯୋଗ ଦେଉଛନ୍ତି ଆଉ ଏକା ଉତ୍ତର ପାଉଛନ୍ତି । ୭ ତାରିଖରେ ଉପଭୋକ୍ତା ନିଜେ ଅଫିସ ଯାଇଥିଲେ ଏବଂ ସମାନ ଆଶ୍ୱାସନା ପାଇ ଫେରିଥିଲେ । ଦିପ୍ତୀ, ଆକାଶ, ରଶ୍ମି ଏବଂ ଜୟନ୍ତୀଙ୍କ ଭଳି ରିସେପସ୍‌ନିଷ୍ଟଙ୍କ ଗୋଟିଏ ଉତ୍ତର ଶୁଣି ଶୁଣି କାନରୁ ଜଳକା ବାହାରିଗଲାଣି ଗ୍ରାହକଙ୍କର ।

ଜଣେ ଉପଭୋକ୍ତାଙ୍କର ଏଭଳି ବାରମ୍ବାର ଅଭିଯୋଗ ପାଇଲା ପରେ ବି ସଂସ୍ଥା ବାଲା କାହିଁକି ଗାଲୁଆମୀ କରୁଛନ୍ତି ତାହା ବୁଝାପଡୁ ନ ଥିବାରୁ ଅଫିସ ୱାର୍କ କଲଚର ସେୟା ହୋଇଯାଇଥିବା କୁହାଯାଉଛି । ଏହି ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପକ୍ଷରୁ ଖୋଳତାଡ଼ ବେଳେ ଯାହା ଜଣାପଡ଼ିଛି ତାହା ଆହୁରି ସଙ୍ଗୀନ । ଗ୍ରାହକଙ୍କର ପ୍ରତିଟି ଅଭିଯୋଗ ଓରଟେଲ୍‌ ଅଫିସ ଖାତାରେ ଦର୍ଜ ହୋଇଛି ଏବଂ ସଂଯୋଗ ଠିକ୍‌ ହୋଇଗଲା ବୋଲି ରିପୋର୍ଟ ହୋଇ ଚାଲିଛି । ବାସ୍ତବରେ ଆଜି ପର୍ଯ୍ୟନ୍ତ କେହି ବି ଓରଟେଲ୍‌ କର୍ମଚାରୀ ଲାଇନ୍‌ ଠିକ୍‌ କରିବା ପାଇଁ ସେଠାକୁ ଯାଇନାହାନ୍ତି କି ଗରାଖଙ୍କର ଅଭିଯୋଗ ଉପରେ ସେମାନଙ୍କ ଆଡୁ ଫୋନ୍‌ରେ ମଧ୍ୟ ପଚାରିନାହାନ୍ତି । ନିଜର ପେମେଣ୍ଟ ଅପ୍‌ ଟୁ ଡେଟ୍‌ ରଖିଥିବା ଖାଲି ଏହି ନିର୍ଦ୍ଦିଷ୍ଟ ଗରାଖ ନୁହଁନ୍ତି, ପ୍ରାୟ ଗରାଖଙ୍କର ସମସ୍ୟା ପ୍ରତି ଓରଟେଲ୍‌ ବାଲା ଏମିତିକା ଭାଣ୍ଡାମୀ କରୁଛନ୍ତି । ମାଲିକ ଏବଂ ନିର୍ଦ୍ଦେଶକଙ୍କୁ ଏକଥା ଭଲ ଭାବେ ମାଲୁମ ଥିଲେ ମଧ୍ୟ କିଛି ଉପଚାର ନାହିଁ । ଓଲଟି ନିଜକୁ ସତୀ ବୋଲାଇ ଗରାଖଙ୍କୁ ଚୋର, ତସ୍କର, ଭଣ୍ଡ ବନାଇଛନ୍ତି ଓରଟେଲ୍‌ କର୍ତ୍ତୃପକ୍ଷ ।

ସୂଚନାଯୋଗ୍ୟ ଯେ, ଓରଟେଲ୍‌ ବାଲାଙ୍କର ଭାଣ୍ଡାମୀର ଶିକାର ତାଲିକାରେ ଖୋଦ୍‌ ସେହି ଅଫିସର ଅନେକ ବଡ଼ବଡ଼ିଆ କର୍ମଚାରୀ ବି ଅଛନ୍ତି । ବିରକ୍ତ ହୋଇ କିଛି କର୍ମଚାରୀ ସଂସ୍ଥାର କେବୁଲ୍‌ ସର୍ଭିସ୍‌ କାଟି ସାରିଥିବା ବେଳେ ଅନ୍ୟମାନେ ଲାଇନ୍‌ରେ ଅଛନ୍ତି । ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଓରଟେଲ୍‌ ଗାଲୁଆମୀରୁ ଛାଡ଼ ପାଉନି ସେଠି ଅନ୍ୟ ଗରାଖଙ୍କର ଅବସ୍ଥା ନ କହିବା ଭଲ । ପୋଷା ଗୁଣ୍ଡା ରଖି ଗରାଖଙ୍କଠାରୁ ମାସିକ ପାଉଣା ଠିକ୍‌ ରେ ଆଦାୟ କରୁଥିବା ସଂସ୍ଥା ସର୍ଭିସ୍‌ ନ ଦେଇ ଲୋକଙ୍କୁ ଯେଭଳି ଠକି ଚାଲିଛି ତାହା ପ୍ରଭାସ ରାଉତଙ୍କ ଓସ୍କାର ଠକ ସଂସ୍ଥାର କାରନାମାଠାରୁ ବି କମ୍‌ ନୁହେଁ । ଏହା ନିଶ୍ଚିତ ଭାବେ ସାଂଘାତିକ ।

Previous Post

ଓହୋ ! ହାଲୋ, ଏକ ନମ୍ବର ଟିଭି ନ୍ୟୁଜ୍‌

Next Post

ଦାମଙ୍କୁ ତାଗିଦ୍‌ କଲେ ସୁପ୍ରିମୋ

Next Post
ଦାମଙ୍କୁ ତାଗିଦ୍‌ କଲେ ସୁପ୍ରିମୋ

ଦାମଙ୍କୁ ତାଗିଦ୍‌ କଲେ ସୁପ୍ରିମୋ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA