Friday, March 13, 2026 01:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଡରରେ ବାଉଳା ବିଜେଡ଼ି

by Our Correspondent
09 May, 2016- 04:24 AM
in News, Politics
1 min read
0
ଡରରେ ବାଉଳା ବିଜେଡ଼ି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଚିଟ୍‌ଫଣ୍ଡ ଓ ବିରୋଧୀ ଦଳ ନେତାଙ୍କ ମାମଲାରେ ବାଉଳା ହୋଇଯାଇଛି ବିଜେଡ଼ି । ସବୁ ନିଷ୍ପତ୍ତିରେ ଯାବତୀୟ ଡିଫେକ୍ଟ ଧରିଛି । ସଞ୍ଜୟ ଦାସବର୍ମା ଓ ଜଷ୍ଟିସ୍‌ ଏମ୍‌.ଏମ୍‌. ଦାସଙ୍କ ଇସ୍ତଫା ଦାବିରେ ବିଧାନସଭା ଥରାଉଥିବା ବିରୋଧୀ ଦଳଙ୍କୁ ବିଜେଡ଼ି କାଉଣ୍ଟର କଲା ଗହମ ବଦଳରେ ଚାଉଳ ଅସ୍ତ୍ର ଧରି । ବିଧାନସଭାକୁ ବନ୍ଦ କରି ରାଜଭବନକୁ ପଦଯାତ୍ରାରେ ଗଲେ ଦଳର ସବୁ ମନ୍ତ୍ରୀ ଓ ବିଧାୟକ । ଗହମ ବଦଳରେ ଚାଉଳ ପାଇଁ ଲୁହ ଗଡ଼ାଇବାର ଅଭିନୟ କରୁଥିବା ବିଜେଡ଼ିକୁ ବିଧାନସଭା ଅଧିବେସନର ସକାଳୁ ସକାଳୁ ଏକଥା ମନେ ପଡ଼ିଲା । ପୂର୍ବଦିନ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଏ ନେଇ ଚିଠି ଲେଖିଥିବାରୁ ବିଜେଡ଼ିର ବିଧାନସଭା ରଣନୀତିରେ ହଠାତ୍‌ ତାହା ପଶି ଆସିଲା । ବହୁ ଆଡମ୍ବରେ ଲଘୁକ୍ରିୟା ଭଳି ପ୍ରବଳ ଖରାରେ ମନ୍ତ୍ରୀ, ବିଧାୟକମାନେ ରାଜଭବନକୁ ପଦଯାତ୍ରାରେ ଯାଇଥିଲେ ମଧ୍ୟ ସେଠି ନାଁ ଭେଟ ମିଳିଲା ରାଜ୍ୟପାଳଙ୍କୁ ନା ତାଙ୍କର ସଚିବଙ୍କୁ । ଫଳରେ ବିଜେଡ଼ି ନେତା ଭାଣ୍ଡିଆ ହେବା ସାର ହେଲା । ରାଜଭବନ ତଳିଆ କର୍ମଚାରୀଙ୍କୁ ସ୍ମାରକପତ୍ର ଦେଇ ସଗର୍ବେ ଫେରିଆସିଲେ ବିଜେଡ଼ି ବାବୁମାନେ । ପୂର୍ବରୁ ସମୟ ନେଇଥିଲେ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜି ନ ଥାଆନ୍ତା ।

ଆହୁରି ଲଜ୍ଜାର କଥା, ବିଧାନସଭା ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ଗହମ ବଦଳରେ ଚାଉଳ ପ୍ରସଙ୍ଗକୁ ବିଜେଡ଼ି ଲୋକଙ୍କ ପାଖକୁ ନେବାକୁ ସ୍ଥିର କରିଛି । ଆସନ୍ତା ୧୪ ତାରିଖରେ ଜିଲ୍ଲା ସଦର ମହକୁମାରେ ଦଳ ଆନ୍ଦୋଳନ କରିବ ଏବଂ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବ ବୋଲି ରଣନୀତି କରିଛି । ତେବେ ୧୪ ତାରିଖ ଅର୍ଥାତ୍‌ ଦ୍ୱିତୀୟ ଶନିବାର ଛୁଟି ଦିନରେ ବିଜେଡ଼ି କେଉଁ ଅଫିସ ଆଗରେ ବିକ୍ଷୋଭ କରିବ ଏବଂ ସେଠାରେ କିଏ ତାଙ୍କ କଥା ଶୁଣିବେ ତାହା ବିଜେଡ଼ିବାଲାଙ୍କୁ ଜଣା । ସମୟ ଧାର୍ଯ୍ୟ କରିବା ପୂର୍ବରୁ ବିଜେଡ଼ି ନେତାମାନେ ଦିନ/କାଳ ଦେଖିବାକୁ ବି ଭୁଲିଯାଇଛନ୍ତି । ଖାସ୍‌ ବାଉଳା ରୋଗ ଯୋଗୁଁ ।

ତେଣେ ବିଧାନସଭାକୁ ବି ଡରିଯାଇଛି ବିଜେଡ଼ି । ଅକ୍ଷୟ ତୃତୀୟାଟି ସରକାରୀ ଛୁଟି ଦିନ ନୁହେଁ । ସଚିବାଳୟ ସମେତ ସବୁ ସରକାରୀ ଦପ୍ତର ଖୋଲା । ମାତ୍ର ବାଚସ୍ପତିଙ୍କୁ ମନାଇ ରଖିଥିବା ବିଜେଡ଼ି ବିଧାନସଭାକୁ ଛୁଟି ଘୋଷଣା କରି ନରସିଂହ ମିଶ୍ରଙ୍କ ମାମଲାକୁ ଗଡ଼ାଇ ଦେବାର ସୁଯୋଗ ନେଇଛି । ସମାଧାନର ବାଟ ଧରିବାକୁ ଲଗାତର ଦୁଇ ଦିନ ଧରି ସର୍ବ ଦଳୀୟ ବୈଠକ ବସିଛି । ମାତ୍ର ବାଟ ବାହାରି ପାରି ନାହିଁ । ସୋମବାର ବିଧାନସଭା ଛୁଟି ହୋଇ ନ ଥିଲେ ହୁଏତ ପୁନର୍ବାର ସର୍ବଦଳୀୟ ବୈଠକ ବସି ବାଟ ବାହାରିଥାଆନ୍ତା ଓ ବିଧାନସଭା ସ୍ୱାଭାବିକ ହୋଇଥାଆନ୍ତା । ମାତ୍ର ଛୁଟି ହୋଇଯିବା ଯୋଗୁଁ ମୂଲ୍ୟବାନ ଗୋଟିଏ ଦିନ ମାଡ଼ ଖାଇଯାଇଛି । ଅକାମୀ ହୋଇଯାଇଥିବା ଗୁରୁତ୍ୱପୂର୍ଣ୍ଣ ବଜେଟ୍‌ ଖର୍ଚ୍ଚ ଦାବି ଆଲୋଚନାକୁ ବି ଶାସକ ଦଳର ପରବାଏ ନାହିଁ । ଏମିତି ଦିନ ଗଡେଇ ଦେଲେ ୧୨ ତାରିଖରେ ଗିଲୋଟିନ୍‌ ଓ ୧୩ ତାରିଖରେ ବ୍ୟୟମଂଜରୀ ବିଲ୍‌କୁ ଗୃହରେ ପାରିତ କରାଇ ବିଧାନସଭା ବନ୍ଦ କରିଦେବେ ସରକାର । ବିରୋଧୀ ଟେନସନ୍‌ ନ ବଢ଼ାଇ ବିଧାନସଭାକୁ ବନ୍ଦ କରିଦେଲେ କାମ ସରିଲା ବୋଲି ଶାସକ ଶିବିର ସ୍ଥିର କରିସାରିଥିବା ସୂଚନା ମିଳିଛି ।

Previous Post

ନବୀନ ମାୟା: ଜୁନିୟର୍‌ ବନାମ ସିନିୟର୍‌

Next Post

କୁଆଡେ ଗଲେ ପୂର୍ଣ୍ଣ ପାଢ଼ୀ ?

Next Post
କୁଆଡେ ଗଲେ ପୂର୍ଣ୍ଣ ପାଢ଼ୀ ?

କୁଆଡେ ଗଲେ ପୂର୍ଣ୍ଣ ପାଢ଼ୀ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA