Saturday, March 14, 2026 11:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ଦର୍ଶକ ଏବଂ ପାଠକ, ଶ୍ରେଷ୍ଠ ବିଚାରକ

by Our Correspondent
23 Jul, 2020- 10:02 AM
in Guest Column, Latest News, News
1 min read
0
ଦର୍ଶକ ଏବଂ ପାଠକ, ଶ୍ରେଷ୍ଠ ବିଚାରକ
ପାଠକ କିମ୍ବା ଦର୍ଶକଙ୍କୁ ମୂର୍ଖ ଭାବନି କିମ୍ବା ସେମାନଙ୍କୁ ବୋକା ବନାଇବାକୁ ଚେଷ୍ଟା କରନି । ନୈତିକତା ଓ ଉତ୍ତର ଦାୟିତ୍ୱ ଭୁଲି ବଡ଼ ସ୍କ୍ରିନରେ ଭୁଲ୍ କଲେ, ଖସିଯିବାର ସୁଯୋଗ ଆଉ ନାହିଁ । ବୁମ୍ ଧରି ପରିବା ହାଟରେ ମାର୍କେଟିଂ କରିବା କିମ୍ବା ଛାତିରେ ଆଇ-କାର୍ଡ ପକାଇ ବସ୍ କିମ୍ବା ଟ୍ରେନରେ ଚଢ଼ିବାର ଜମାନା ଆଉ ନାହିଁ । ପେଡ୍ ନ୍ୟୁଜକୁ ବୁଲାଇ ବଙ୍କାଇ ଯେତେ ଆକର୍ଷଣୀୟ ଶୈଳୀରେ ପରିବେଷଣ କଲେ ବି ଧରା ପଡ଼ିଯିବା ଥୟ । କାରଣ ସେକାଳ ପଖାଳ ଗଲାଣି…  ଗଣମାଧ୍ୟମକୁ ଚେକ୍ ଦେବାକୁ ସବୁ ଆଖି ଖୋଲି ବସିଛି ସାମାଜିକ ଗଣମାଧ୍ୟମ । ମାଟି ସିଲଟ ଭଳି ଟେଲିଭିଜନ୍ ସ୍କ୍ରିନରୁ ଲିଭାଇ ଦେଲେ କଣ ହେବ, ସାମାଜିକ ଗଣମାଧ୍ୟମରୁ ତାହା ଲିଭିଲେ ତ ? ଖାସ୍, ସେଇଥି ପାଇଁ ତ କହନ୍ତି, ପାଠକ ଏବଂ ଦର୍ଶକ ହିଁ ସର୍ବଶ୍ରେଷ୍ଠ ବିଚାରକ ।
(୧ ) ଓଲିଉଡ ସୁପର୍ ଷ୍ଟାର୍ ବିଜୟ ମହାନ୍ତିଙ୍କ ଦେହାନ୍ତ । ଓଡ଼ିଶା ଜଣେ ଅଭିନେତା ବା କଳାକାରଙ୍କୁ ନୁହେଁ… ବରଂ ଜଣେ ଅନୁଷ୍ଠାନଙ୍କୁ ହରାଇଲା । ସାରା ରାଜ୍ୟ ମ୍ରିୟମାଣ । ୯୫ ବର୍ଷୀୟା ମାଆ ଥାଉ ଥାଉ ଚାଲିଗଲା ତାଙ୍କ ପୁଅ । ବଡ଼ ପୁଅର ମୃତ୍ୟୁ ଖବର ତାଙ୍କୁ ଜଣାଇବାକୁ ଘର ଲୋକେ ସାହସ ଜୁଟାଇ ପାରୁ ନାହାନ୍ତି । କିନ୍ତୁ ମନେ ମନେ ନୈତିକତା ଓ ଉତ୍ତର ଦାୟିତ୍ୱର ମୁରବି ସାଜିଥିବା ଏକ ନିର୍ଦ୍ଦିଷ୍ଟ ଟେଲିଭିଜନ୍ ଚ୍ୟାନେଲ୍ ଯାହା କଲା… ସାରା ଦୁନିଆ ଦେଖିଲା । ଏଠି ପ୍ରଶ୍ନ ଉଠୁଛି, ଫିଲ୍ଡରେ ବୁମ୍ ଧରିଥିବା ସାମ୍ବାଦିକ ବାଟ ହୁଡ଼ି ଅବାଟକୁ ଗଲା ବେଳେ ସେଣ୍ଟ୍ରାଲ୍ ଏସି ରୁମରେ ଥଣ୍ଡା ମୁଣ୍ଡରେ ବସି ନିଷ୍ପତ୍ତି ନେଉଥିବା ବାବୁମାନେ କଣ କରୁଥିଲେ ? ଦ୍ୱିତୀୟରେ ଜଣେ ୯୫ ବର୍ଷୀୟା ବୃଦ୍ଧା ମାଆଙ୍କୁ କ୍ୟାମେରା ସାମ୍ନାକୁ ଆଣି ତାଙ୍କ ମୁହଁରେ ବୁମ୍ ଲଗାଇବାର କଣ ଥିଲା ଆବଶ୍ୟକତା ? ଭାଗ୍ୟ ଭଲ… ବୃଦ୍ଧା ମାଆଙ୍କୁ ଭଲ ଭାବେ କିଛି ଶୁଭୁନି କିମ୍ବା ସେ ବୁଝି ପାରିଲେନି । ନଚେତ୍ ତାଙ୍କର ଯଦି କିଛି ହୋଇଯାଇ ଥାଆନ୍ତା, ତେବେ କାହିଁକି ସଂପୃକ୍ତ ସାମ୍ବାଦିକ ଓ ତାଙ୍କ ଟେଲିଭିଜନ୍ ସଂସ୍ଥାକୁ ଦାୟୀ କରାଯାଇ ନଥାନ୍ତା ?
(୨) ନିକଟରେ ବଲାଙ୍ଗିରର ଏକ କ୍ୱାରେଣ୍ଟାଇନ୍ ବା ସଂଗରୋଧ କେନ୍ଦ୍ରର ଏକ ପ୍ରେମୀ ଯୁଗଳଙ୍କ ଭିଡିଓକୁ ନେଇ ରାଜ୍ୟର ଆଉ ଏକ ଟେଲିଭିଜନ୍ ସଂସ୍ଥା ଖବର ପରିବେଷଣ କରିଛି । ଭାଇରାଲ୍ ଭିଡିଓକୁ ପାଇବା ପରେ ସେଥିରେ ୱାଟର୍ ମାର୍କ ଏକ୍ସୁସିଭ୍ ପକାଇ ଟିଆରପି ସାଉଁଟିବା ଉଦ୍ଦେଶ୍ୟରେ ଏହି ଖବରଟି କରା ଯାଇଥିବା ସ୍ପଷ୍ଟ ଜଣାପଡୁଛି । ସାମ୍ବାଦିକତାର ନୀତି ଓ ନୈତିକତା ଭୁଲି ଯାଇଥିବା ସାମ୍ବାଦିକ ଜଣକ ବେଶ୍ ସୁନ୍ଦର ଭାବେ ବୁମ୍ ଧରି ସାମାଜିକ ଏବଂ ଆଇନଗତ ନୀତି ନୈତିକତାର ପାଠ ପଢ଼ାଉଛନ୍ତି । କିଏ ଭିଡିଓ ସୁଟିଂ ଏବଂ ଭାଇରାଲ୍ କଲା, ତା ବିରୋଧରେ ପରୋକ୍ଷରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ସଂପୃକ୍ତ ସାମ୍ବାଦିକ ଜଣକ ।
ପୁଣି କହୁଛନ୍ତି… ଯୁବତୀ ଜଣକ କାଳେ ନାବାଳିକା । ପ୍ରେମ… ପ୍ରେମିକ ଓ ପ୍ରେମିକାଙ୍କ ବ୍ୟକ୍ତିଗତ ବ୍ୟାପାର । ପ୍ରେମିକ ନାବାଳକ କିମ୍ବା ପ୍ରେମିକା ନାବାଳିକା ଥିଲେ… ଘଟଣାର ଆଇନଗତ ଦିଗ ନିଶ୍ଚିତ ରହୁଛି । ଏଠି ଦୁଇ ପରିବାର ମଧ୍ୟରେ ମତାନ୍ତର କିମ୍ବା ମନାନ୍ତର ଭିନ୍ନ କଥା । ପୁଣି ସମ୍ପର୍କ ଯାହା ହେଉନା କାହିଁକି, ସର୍ବ ସାଧାରଣ ସ୍ଥାନରେ ଅସଂଯମତା, ଏକ ଧର୍ତ୍ତବ୍ୟ ଅପରାଧ । ବଲାଙ୍ଗିର ସଙ୍ଗରୋଧ କେନ୍ଦ୍ରର ପ୍ରେମୀ ଯୁଗଳଙ୍କ କ୍ଷେତ୍ରରେ ଯିଏ, ପ୍ରଥମେ ଭିଡିଓ ଉତ୍ତୋଳନ କଲା ଏବଂ ତାକୁ ଭାଇରାଲ୍ କଲା, ତା ବିରୋଧରେ ନିହାତି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଯାହା କେବଳ ପୋଲିସ୍ ହିଁ ଆରମ୍ଭ କରିପାରିବ ।
ଏଠି ଗଣମାଧ୍ୟମ କିଏ ? ସିଏ ନାବାଳିକା ହୁଅନ୍ତୁ ବା ସାବାଳିକା… ସଂପୃକ୍ତ ଗଣମାଧ୍ୟମ କେଉଁ ନୈତିକ ଅଧିକାର ଏବଂ ଦାୟିତ୍ୱବୋଧତା ନେଇ ସେହି ଆପତ୍ତିଜନକ ଭିଡିଓକୁ ବଡ଼ ସ୍କ୍ରିନକୁ ଆଣିଲା ? ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନ୍ ବାବଦରେ କଣ ସେହି ଟେଲିଭିଜନ୍ ସଂସ୍ଥା ଅବଗତ ନାହିଁ କି ? ଏକ ଭାଇରାଲ୍ ଭିଡିଓକୁ ଖବର ଆଳରେ ବଡ଼ ସ୍କ୍ରିନରେ ଭାଇରାଲ୍ କରି, ଭାଇରାଲ୍ ସୃଷ୍ଟିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିବା କି ପ୍ରକାର ନୈତିକ ସାମ୍ବାଦିକତା ?
(୩) ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପ୍ରସଙ୍ଗ । ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି… ତାଙ୍କ ମୃତ୍ୟୁ ପଛର କାରଣ କଣ… ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ କି… ପାରିପାର୍ଶ୍ୱିକ ତଥ୍ୟ ଓ ଫୋରେନସିକ୍ ସାଇନ୍ସ ଆଧାରରେ ଏସବୁ ଆଙ୍ଗଲର ତଦନ୍ତ କରୁଛି ଜିଆରପି । କିନ୍ତୁ ବେଶ୍ କିଛି ଦିନ ଧରି ହାଉ ହାଉ ହେଲେ କିଛିଟା ଗଣମାଧ୍ୟମ । ପୋଲିସ୍, ଘଟଣାର ଭିତିରିଆ ଛାନଭିନ୍ ଚଳାଇଥିବା ବେଳେ ବଡ଼ ସ୍କ୍ରିନରେ ଆଦିତ୍ୟଙ୍କ ମୃତ୍ୟୁର କୋଣ ଅନୁକୋଣ ଘାଣ୍ଟି ପକାଇଲେ । କହିବାକୁ ଗଲେ, ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଫଲୋ-ଅପ୍ କୁ ନେଇ ଚ୍ୟାନେଲ୍-ଚ୍ୟାନେଲ୍ ମଧ୍ୟରେ ଆରମ୍ଭ ହୋଇଗଲା ପ୍ରତିଯୋଗିତା ।
ଏଭଳି ସ୍ଥିତିରେ ଏକ ନିର୍ଦ୍ଦିଷ୍ଟ ଟେଲିଭିଜନ୍ ଚ୍ୟାନେଲର ଜଣେ ସାମ୍ବାଦିକା ପାଦେ ଆଗକୁ ଯାଇ ଆଦିତ୍ୟଙ୍କ ଘରର ବେଡ୍ ରୁମରେ ପଶିଗଲେ । ଖଟ ଉପରେ ଶୋଇଥିବା ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ କ୍ୟାମେରା ଫ୍ରେମକୁ ଆଣିଲେ । ପୁଣି ତାଙ୍କୁ ଉଠାଇ କନ୍ଦାଇଲେ । ବୁମ୍ ଲଗାଇ ତାଙ୍କ ମୁହଁରୁ କିଛି ବାହାର କରିବା ସମ୍ଭବ ନହେବାରୁ ନିଜେ ଗୁଡ଼େ ୟାଡୁ-ସ୍ୟାଡୁ ଗପି ବାଧ୍ୟ ହେଲେ ସାଇନ୍ ଅଫ୍ କରିବାକୁ । ଏହି ନୈତିକତା ଓ ସମ୍ବେଦନ ବିହୀନ ଖବର ପରିବେଷଣ ପାଇଁ ସଂପୃକ୍ତ ସାମ୍ବାଦିକା ଏବଂ ତାଙ୍କ ଟେଲିଭିଜନ୍ ସଂସ୍ଥାକୁ ସାମାଜିକ ଗଣମାଧ୍ୟମରେ କିଛି କମ୍ ସମାଲୋଚନାର ଶିକାର ହେବାକୁ ପଡ଼ିନି ।
(୪ ) ରାଜ୍ୟରେ ନୂଆ ମୋଟରଯାନ ଆଇନ ଲାଗୁ ବେଳର କଥା । ବାଲେଶ୍ୱରରେ ଜଣେ ଯୁବତୀ ସ୍କୁଟି ଚଢ଼ି ଯାଉଥିବା ବେଳେ ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ପୋଲିସ୍ ହାବୁଡ଼ରେ ପଡ଼ିଲେ । ଆଇନକୁ ସମ୍ମାନ ଦେଉଥିବା ଜଣେ ନାଗରିକ ହିସାବରେ ସଂପୃକ୍ତ ଯୁବତୀ, ପୋଲିସକୁ ସହଯୋଗ କଲେ । ପୋଲିସ୍ ତାଙ୍କୁ ଭଦ୍ରାମିର ସହ ବ୍ୟବହାର କରିଥିବା ବେଳେ ନିଜ ଭୁଲ୍ ବୁଝି ପାରିଥିବା ଯୁବତୀ ଉଚିତ ଜରିମାନା ଦେଲେ । କିନ୍ତୁ ଉପସ୍ଥିତ ପୋଲିସଙ୍କ ଉପରେ ଚଢ଼ି ଯୁବତୀଙ୍କୁ ଜେରା କଲେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକ । ସଂପୃକ୍ତ ସାମ୍ବାଦିକଙ୍କ ଭଏସ୍ ଶୁଣିଲେ ଲାଗୁଥିଲା, ସତେ ଯେମିତି ସେ ହେଉଛନ୍ତି, ସେଠାରେ ଉପସ୍ଥିତ ଥିବା ପୋଲିସ୍ କର୍ମଚାରୀଙ୍କ ଉପରିସ୍ଥ ପୋଲିସ୍ ଅଧିକାରୀ ।
ଯଦି ଜଣେ ଭୁଲ୍ କରିଛନ୍ତି… ପୋଲିସକୁ ସହଯୋଗ କରୁଛନ୍ତି… ପୁଣି ଭୁଲ୍ ବୁଝିପାରି ଜରିମାନା ଦେଉଛନ୍ତି… ତେବେ ଏଠି ଆଉ କେଉଁ ଅଧିକ ଖବରଟା ବାକି ରହିଲା ? ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେବା କିମ୍ବା କ୍ୟାମେରା ଫ୍ରେମକୁ ଆସି, ବୁମ୍ ସାମ୍ନାରେ କହିବାକୁ କିଛି ବାଧ୍ୟତାମୂଳକ ଆଇନ୍ କାନୁନ୍ ରହିଛି କି ? ଏ ଖବରକୁ ନେଇ ମଧ୍ୟ, ସେତେବେଳେ ସୋସିଆଲ୍ ମିଡିଆରେ କିଛି କମ୍ ସମାଲୋଚନା ହୋଇ ନଥିଲା । ତଥାପି ଏବେ ଚାଲିଥିବା 4 ଜିଲ୍ଲା ଲକ୍ ଡାଉନ୍ ପର୍ଯ୍ୟାୟରେ ଭୁବନେଶ୍ୱରରେ ଏମିତି ଏକ ରିପିଟ୍ ଘଟଣା ଦେଖିବାକୁ ମିଳିଥିଲା । ମୋଟର ସାଇକେଲ ଚଢ଼ି ଯାଉଥିବା ଜଣେ ବ୍ୟକ୍ତି ପୋଲିସ୍ ହାବୁଡ଼ରେ ପଡ଼ିଲେ । ତାଙ୍କ ବେଶ ଭୂଷା କହୁଥିଲା, ବ୍ୟକ୍ତି ଜଣକ କୌଣସି ଏକ ସାମାଜିକ ଦାୟିତ୍ୱ ସମ୍ପନ୍ନ ପାଇଁ ଯାଉଥିଲେ । ବିନ୍ଦୁ ସାଗରରେ ନିଜର ଜଣେ ସ୍ୱର୍ଗତ ସମ୍ପର୍କୀୟଙ୍କୁ ପିଣ୍ଡ ଟେକିବାକୁ ଯାଉଥିଲେ ସେ ।
କିନ୍ତୁ ଦୁଃଖର ବିଷୟ, ପୋଲିସ୍ ତାଙ୍କୁ ଭଦ୍ର ଭାବେ ପଚରା ଉଚରା କରୁଥିବା ବେଳେ ଜଣେ ଟେଲିଭିଜନ୍ ସାମ୍ବାଦିକ ବେଶ୍ ଚଢ଼ା ଗଳାରେ, ପୁଣି ପୁଲିସିଆ ଠାଣିରେ ଜେରା କଲା ଭଳି ପ୍ରଶ୍ନ କରୁଥିଲେ । କାହିଁକି ତମେ ବୁଲୁଛ… ଲକ୍ ଡାଉନ୍ ବେଳେ ପିଣ୍ଡ ଦେବାକୁ କେଉଁଠି ନିୟମ ରହିଛି… ଏମିତି କେତେ କଣ ପ୍ରଶ୍ନ । ଅନୁପ ସାହୁ ଡିସିପି ପଦରୁ ପଦୋନ୍ନତି ପାଇ ଡିଆଇଜି ହେବାକୁ ଯାଉଥିବା ବେଳେ ଉମାଶଙ୍କର ଦାସଙ୍କୁ ନୂଆ ଡିସିପି ଭାବେ ସ୍ୱାଗତ କରିବାକୁ ଭୁବନେଶ୍ୱର ଅପେକ୍ଷା କରିଥିଲା । କିନ୍ତୁ ଏହି ମଝି ସମୟରେ ଏହି ଘଟଣାଟି ହୋଇଥିବା ବେଳେ ଲାଗୁଥିଲା ସତେ ଯେମିତି, ସଂପୃକ୍ତ ସାମ୍ବାଦିକ ଜଣକ ଭୁବନେଶ୍ୱରର ମଧ୍ୟବର୍ତ୍ତିକାଳୀନ ଡିସିପି ଦାୟିତ୍ୱରେ ଥିଲେ ବୋଧେ !
(୫) ୩ ବର୍ଷ ତଳେ ଦାମ ବାବୁ ମନ୍ତ୍ରୀ ଥିବା ବେଳର କଥା । ସଚିବାଳୟ ଚାମ୍ବରରେ ତାଙ୍କଠାରୁ ସେଦିନର କୌଣସି ଏକ ପ୍ରସଙ୍ଗରେ ଟିଭି ସାମ୍ବାଦିକମାନେ ବାଇଟ୍ ଆଣୁଥିଲେ । ତେବେ ଏକ ପ୍ରମୁଖ ଟିଭିର ସାମ୍ବାଦିକ ପ୍ରସଙ୍ଗ ବାହାରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କର ନିହାତି ବ୍ୟକ୍ତିଗତ ବ୍ୟାପାର ସମ୍ପର୍କରେ ଦାମବାବୁଙ୍କୁ ଅଜବ ପ୍ରଶ୍ନ କଲେ । ଏଭଳି ପ୍ରଶ୍ନ ସେଠାରେ ଉପସ୍ଥିତ ଅନ୍ୟମାନଙ୍କୁ ଚକିତ କଲା । ଆଜି ଯାହାରି ମୁହଁରୁ ସାମ୍ବାଦିକତାର ଧର୍ମ, ଶାଳୀନତାର ଶିକ୍ଷା ବାହାରୁଛି ତାଙ୍କ ନେତୃତ୍ୱରେ ଥିବା ସଂସ୍ଥାରେ ସିଏ ବଡ଼ ସାମ୍ବାଦିକ । ସାମ୍ବାଦିକତାର ଏଥିକ୍ସ, ଲକ୍ଷ୍ମଣରେଖା ନିଜ ସାମ୍ବାଦିକଙ୍କୁ ଶିଖାଇବେ କେବେ?
ଆଇନର ପରିସର ଭିତରେ ସମସ୍ତେ । ସେ ଯେତେ ବଡ଼ ନେତା ହୁଅନ୍ତୁ ବା ସରକାରୀ ଚାକିରିଆ, ହୁଅନ୍ତୁ ଅବା ସାଧାରଣ ଜନତା । ଠିକ୍ ସେହିଭଳି ସାମ୍ବାଦିକ ଓ ସାମ୍ବାଦିକତା । ତେବେ ଛାତିରେ ଆଇ-କାର୍ଡ ଏବଂ ହାତରେ ବୁମ୍ ଧରିବା ପରେ, ଯଦି କେହି ଲକ୍ଷ୍ମଣରେଖାକୁ ଭୁଲି ଯାଆନ୍ତି, ତେବେ ଦର୍ଶକ କିମ୍ବା ପାଠକ ସେମାନଙ୍କୁ କେବେ ବି ଛାଡ଼ିବେ ନାହିଁ । କାରଣ, ଦର୍ଶକ ଓ ପାଠକ ପରା ହେଉଛନ୍ତି ସର୍ବଶ୍ରେଷ୍ଠ ବିଚାରକ ।…  
(ଲେଖକ ବରେନ୍ଦ୍ର କୃଷ୍ଣ ସାହୁ ଜଣେ ବରିଷ୍ଠ ସାମ୍ବାଦିକ । ତାଙ୍କର ଯୋଗଯୋଗ ନମ୍ବର 7008779043 )
Previous Post

ଆମେରିକାକୁ ‘3-O’ ଲୋଭ ଦେଖାଇଲେ ମୋଦି

Next Post

କରୋନାର ଗମ୍ଭୀର ସ୍ଥିତି

Next Post
କରୋନାର ଗମ୍ଭୀର ସ୍ଥିତି

କରୋନାର ଗମ୍ଭୀର ସ୍ଥିତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA