Wednesday, March 11, 2026 08:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ନବୀନଙ୍କ ମନ ଈଶ୍ୱରଙ୍କୁ ଜଣା

by Our Correspondent
10 Jun, 2016- 01:32 PM
in Politics
1 min read
0
ନବୀନଙ୍କ ମନ ଈଶ୍ୱରଙ୍କୁ ଜଣା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଖୁବ୍‌ ଶୀଘ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ହେଉଥିବା ନେଇ ଚର୍ଚ୍ଚା । ବଜାର ଚା ଖଟି ଠାରୁ ଆରମ୍ଭ କରି ସଚିବାଳୟ ସବୁଠି ଏବେ ସେହି ଚର୍ଚ୍ଚା । ବିନା ଆଧାରରେ ମିଡ଼ିଆ ବି ଏହାକୁ ନେଇ ରୋଚକ ସମ୍ବାଦ ପରିବେଷଣ କରିବାର ସୁଯୋଗ ହାତଛଡ଼ା କରୁନାହାନ୍ତି । ଅମୁକ ମନ୍ତ୍ରୀ ବିଦାୟ ହେବେ । ସମୁକ ମନ୍ତ୍ରୀଙ୍କ ବିଭାଗ ବଦଳିବ । ଏମିତିକା ଗପ ମାରି ନେତାଙ୍କ ହୃତକମ୍ପନ ବଢ଼ାଇ ଦେଇଛି ମିଡ଼ିଆ । ଏଭଳି ଅଦଳବଦଳ ଚର୍ଚ୍ଚା ସିଜିନ୍‌ରେ ସାମ୍ବାଦିକଙ୍କ ଡିମାଣ୍ଡ ବି ବେଶ୍‌ ବଢ଼ିଛି । ସଚିବାଳୟ କରିଡ଼ରର ଖବର ରଖୁଥିବା ସାମ୍ବାଦିକଙ୍କୁ ଦେଖିଲା ମାତ୍ରେ ସମସ୍ତଙ୍କର ଉତ୍ସୁକତା । କ’ଣ ଭାଇ ହଉଛି ତ? ରଜ ପୂର୍ବରୁ ନା ପରେ ? ସଚିବାଳୟ ଆଗନ୍ତୁକଙ୍କଠାରୁ ଆରମ୍ଭ କରି କର୍ମଚାରୀ, ଅଫିସର, ଆଶାୟୀ ମନ୍ତ୍ରୀ ଏପରିକି ମନ୍ତ୍ରୀମାନେ ବି ଏଭଳି ପ୍ରଶ୍ନ ପଚାରୁଛନ୍ତି ସାମ୍ବାଦିକଙ୍କୁ । ଅବଶ୍ୟ କିଛି ସାମ୍ବାଦିକ ଏହି ମୌକାରେ ଇଆଡୁ ସିଆଡୁ ଗପି ନିଜର କାଟ୍‌ତି ଦେଖାଇବାକୁ ଚେଷ୍ଟା କରୁଛନ୍ତି । ସତେ ଯେମିତି ନଗଦ ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରି ଫେରିଛନ୍ତି ।

ନିରାଟ ସତ ହଉଛି ମନ୍ତ୍ରୀମଣ୍ଡଳ ଅଦଳବଦଳ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଛଡ଼ା ଦ୍ୱିତୀୟ ଲୋକ କେହି ଜାଣିନାହାନ୍ତି କି ଶେଷ ମୁହୁର୍ତ୍ତ ଯାଏଁ ଜାଣିବାର ସୁଯୋଗ ନାହିଁ । ଆଉ କୋଉ ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି ଯେ ତାଙ୍କ ଯୋଜନା ସମ୍ପର୍କରେ ଆଗୁଆ ଟେର୍‌ ମିଳିଯିବ । ମୁଣ୍ଡ ପିଟି ମରିଗଲେ ବି ଏଭଳିଆ ଖବରର ଟେର୍‌ ନବୀନ ପଟ୍ଟନାୟକଙ୍କ ଭଳି ବ୍ୟକ୍ତିତ୍ୱଙ୍କଠାରୁ ମିଳିବନି । ଏକଥା ତାଙ୍କର ଖାସ୍‌ ନିକଟତମ ବରିଷ୍ଠ ଓ କନିଷ୍ଠ ମନ୍ତ୍ରୀ ଓ ନେତାମାନଙ୍କୁ ଅମାଲୁମ୍‌ ନାହିଁ । ମାତ୍ର ସବୁ ଜାଣି ମଧ୍ୟ ସେମାନଙ୍କ ଅମାନିଆ ମନର ବ୍ୟାକୁଳତା ଯାଉନି । କ’ଣ କରିବେ ? ପରିସ୍ଥିତି ଆସିଲେ ସମସ୍ତଙ୍କର ଏମିତିକା ବେଳ ଆସେ । ପାଳ ଦଉଡ଼ାକୁ ସାପ ଭାବି ଛନକେଇ ଯିବେ ।
ତେବେ ସମସ୍ତଙ୍କ ମନରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଯେଉଁ ପ୍ରଶ୍ନ ଉଙ୍କିମାରିଛି ତାହାର ସତ୍ୟତା ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରିବାର କଥା । ନିକଟରେ ନବୀନ ତାଙ୍କ ଚତୁର୍ଥ ପାଳି ସରକାରର ଦୁଇବର୍ଷ ପୂର୍ତ୍ତି ପାଳନ କରିଛନ୍ତି । ମନ୍ତ୍ରୀମାନଙ୍କ ଦକ୍ଷତା ତଉଲିଛନ୍ତି । ତାଙ୍କ ମନ ଭିତରେ କ’ଣ କେହି ଜାଣି ନ ଥିଲେ ବି ତାଙ୍କ ଅଫିସ୍‌ ଯେଉଁ ଖବର ଛାଡ଼ିଛି ସେଥିରେ ମନ୍ତ୍ରୀମାନଙ୍କ ଦକ୍ଷତା ଉପରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ ଥିବାର ବାର୍ତ୍ତା ରହିଛି । ଯଦି ମୁଖ୍ୟମନ୍ତ୍ରୀଙ୍କ ବିଚାରରେ ତାଙ୍କ ମନ୍ତ୍ରୀମାନେ ଭଲ କାମ କରୁଛନ୍ତି ତେବେ ଅଦଳ ବଦଳର ପ୍ରଶ୍ନ ରହିଲା କେଉଁଠି? ଦ୍ୱିତୀୟରେ, ମିଡ଼ିଆରେ ବିବାଦ ଘେରରେ ଥିବା ମନ୍ତ୍ରୀମାନଙ୍କ କଥା ବିଚାର କଲେ ଦାମ ରାଉତ, ସଞ୍ଜୟ ଦାସବର୍ମାଙ୍କ ନାଁ ପ୍ରମୁଖ ଆସୁଛି । ମାତ୍ର ଆଗରେ ଥିବା ପଞ୍ଚାୟତ ନିର୍ବାଚନ ଓ ବିଜେଡ଼ି ଆଭ୍ୟନ୍ତରୀଣ ରାଜନୀତିକୁ ଦେଖିଲେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବିଦା କରିବାର ସମ୍ଭାବନା ଦିଶୁନି ।

ବିଷ୍ଣୁ ଦାସଙ୍କୁ ରାଜ୍ୟସଭା ପଠାଇ ଜଗତସିଂହପୁର ଦଳୀୟ ପାଣିପାଗକୁ ଠିକ୍‌ କରିବାକୁ ଉଦ୍ୟମ କରିଥିବା ମୁଖ୍ୟମନ୍ତ୍ରୀ ଦାମଙ୍କୁ ଡିଷ୍ଟ୍ରବ୍‌ କରି ବିପଦକୁ ଟାଣିବାକୁ ଚାହିଁବେନି । କାରଣ ମନ୍ତ୍ରୀ ଦାମ ରାଉତଙ୍କ ତୁଣ୍ଡ ଅପେକ୍ଷା ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କ ତୁଣ୍ଡ ଯେ ଅଧିକ ମାରାତ୍ମକ ଏବଂ ଦଳ ପାଇଁ ଘାତକ ତାହା ମୁଖ୍ୟମନ୍ତ୍ରୀ ନିଶ୍ଚେ ଅନୁଭବ କରିଥିବେ । ସେପଟେ ସଞ୍ଜୟ ଦାସବର୍ମାଙ୍କ ଚିଟ୍‌ଫଣ୍ଡ ଲିଙ୍କ୍‌ ନେଇ ଯେତେ ଯାହା ତୁମ୍ବିତୋଫାନ ହୋଇଥିଲେ ବି ତାହା ନବୀନଙ୍କ ଉପରେ ଆଦୌ ପ୍ରଭାବ ପକାଇନି । ଅନ୍ୟପକ୍ଷରେ ଉଭୟ ସରକାର ଓ ସଂଗଠନରେ ସଞ୍ଜୟଙ୍କ ଦକ୍ଷତା, ଆନୁଗତ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ଥିବା ବାରି ହୋଇପଡୁଛି । ଲୁଲୁ ମହାପାତ୍ରଙ୍କ ଭଳି ନେତାଙ୍କୁ ଚେକ୍‌ ଦେଇଥିବା ସଞ୍ଜୟଙ୍କୁ ବଳି ପକାଇ ମୁଖ୍ୟମନ୍ତ୍ରୀ ବିପଦକୁ ଆମନ୍ତ୍ରଣ କରିବେ ନାହିଁ ବୋଲି ରାଜନୈତିକ ବିଚାର କହୁଛି ।

ପତ୍ନୀଙ୍କ ନାଁରେ ଜାଗାକୁ ନେଇ ବିବାଦ ଘେରିଛି ବିଜୟଶ୍ରୀ ରାଉତରାୟଙ୍କୁ । ବିଭାଗ ପରିଚାଳନାରେ ତାଙ୍କର ନିଷ୍ଠା ଓ ଦକ୍ଷତା ଉପରେ ମୁଖ୍ୟମନ୍ତ୍ରୀ ବି ଖୁସି ନ ଥିବା କୁହାଯାଉଛି । ମାତ୍ର ଦଳୀୟ ସମୀକରଣ ଦେଖିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଦା କରିବା ଆଶଙ୍କା କମ୍‌ । ସେହିଭଳି ଦକ୍ଷତା ମାପକାଠିରେ ଯୋଗେନ୍ଦ୍ର ବେହେରା, ଲାଲବିହାରି ହିମରିକା, ଉଷା ଦେବୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖୁସି ନ ଥିବା ଚର୍ଚ୍ଚା ହେଉଛି । ମାତ୍ର ସେମାନଙ୍କୁ ବଳି ପକାଇ ଜାଗା ପୂରଣ କରିବାରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରିସ୍କ ରହିଛି । କାରଣ ଦଳରେ ଆଶାୟୀ ମନ୍ତ୍ରୀଙ୍କ ସଂଖ୍ୟା ଏତେ ବଡ଼ ଯେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗୁଡ଼ାଏ ଅସନ୍ତୁଷ୍ଟ ସୃଷ୍ଟି କରିବାକୁ ଚାହିଁ ନ ପାରନ୍ତି ।
ବାକି ରହିଲେ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରଣବ ପ୍ରକାଶ ଦାସ, ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ଯୁବ ବିଗ୍ରେଡ୍‌ । ଏହି ବ୍ରିଗେଡ୍‌ଙ୍କ କ୍ଷମତା ଓ ଦବଦବା ନେଇ ଦଳୀୟ ମହଲରେ ବିଭିନ୍ନ ସମୟରେ ନାନା ଆଲୋଚନା ଚାଲିଛି । ମାତ୍ର ମନ୍ତ୍ରୀ ଭାବେ ସେମାନଙ୍କ ଦକ୍ଷତା, ଆନୁଗତ୍ୟ ହେଉ କି ସଂଗଠନ ପରିଚାଳନାରେ ସେମାନଙ୍କ ନିଷ୍ଠା ଓ ଆନ୍ତରିକତାକୁ ମୁଖ୍ୟମନ୍ତ୍ରୀଙ୍କ ଭରସା ରହିଛି । ମନ୍ତ୍ରୀ ହିସାବରେ ସେମାନଙ୍କ ବିଭାଗ ପାଇଁ ଅନେକ ଚାଲେଞ୍ଜ ରହୁଥିଲେ ବି ସେମାନେ ହାରିନାହାନ୍ତି । ଏକଥା ଅନ୍ତତଃ ମୁଖ୍ୟମନ୍ତ୍ରୀ ହୃଦ୍‌ବୋଧ କରିଥିବା ଅନୁଭବ ହେଉଛି । ତେଣୁ ଏହି ଯୁବ ବିଗ୍ରେଡଙ୍କ ଭିତରୁ କାହାକୁ ଯେ ମୁଖ୍ୟମନ୍ତ୍ରୀ ବଳି ପକାଇବେ ସେହି ସମ୍ଭାବନା ଦିଶୁନି । ଅତିବେଶୀରେ ଏୟା ହୋଇପାରେ, ଜଣେ ଦି ଜଣ ସିନିୟର୍‌ ମନ୍ତ୍ରୀଙ୍କୁ ଦକ୍ଷତା ମାପକାଠିରେ ମୁଖ୍ୟମନ୍ତ୍ରୀ ବାଦ୍‌ ଦେଇ ରିସ୍କ ନେଇପାରନ୍ତି । ଆଉ କିଛି ମନ୍ତ୍ରୀଙ୍କ ବିଭାଗ ଅଦଳ ବଦଳ କରିପାରନ୍ତି । ତେବେ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା କ’ଣ ତାହା କେବଳ ଈଶ୍ୱରଙ୍କୁ ଜଣା ।

Previous Post

ଓରଟେଲ୍‌ର ଡାହା ମିଛ

Next Post

ମାର୍କେଟ୍‌ ନେଲା ଅରୁଣଙ୍କ ଡାଇଲଗ୍‌

Next Post
ମାର୍କେଟ୍‌ ନେଲା ଅରୁଣଙ୍କ ଡାଇଲଗ୍‌

ମାର୍କେଟ୍‌ ନେଲା ଅରୁଣଙ୍କ ଡାଇଲଗ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA