Friday, March 13, 2026 12:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ପପୁ ବନଗୟା ଜେଣ୍ଟଲ୍‌ମ୍ୟାନ୍‌ !!!

by Our Correspondent
05 Jul, 2016- 08:12 PM
in News
1 min read
0
ପପୁ ବନଗୟା ଜେଣ୍ଟଲ୍‌ମ୍ୟାନ୍‌ !!!

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜେଲ୍‌ ଖୁଆଡରେ ପଶିଥିବା ପପୁ ପମ୍‌ ପମ୍‌ଙ୍କ ନାବାଳିକା ଯୌନ ନିର୍ଯ୍ୟାତନା ମାମଲାରେ ରୋମାଞ୍ଚକର ମୋଡ଼ । ୩ ଦିନ ତଳେ କଏଦୀ ସାଜିଥିବା ପପୁଙ୍କୁ ଜେଲ୍‌ରୁ ମୁକୁଳାଇ ଆପୋଷ ବୁଝାମଣାରେ କାମ ସାରିଦେବେ ବୋଲି ନାବାଳିକା ବାପାଙ୍କର ମନ ହୋଇଛି । ଗତକାଲି ଏଥିପାଇଁ କୋର୍ଟରେ କମ୍ପ୍ରମାଇଜ୍‌ ପିଟିସନ୍‌ ଦାଖଲ କରିଥିଲେ । ମାତ୍ର କୋର୍ଟ ତାହାକୁ ଗ୍ରହଣ କରିନାହିଁ । ତେବେ କୋର୍ଟରୁ ଧିକ୍କାର ପାଇଲା ପରେ ମାମଲା ମୋଡ଼ିବାର ନୂଆ ପାଠ ଧରିଛନ୍ତି ବାପା । ଗଳା ଫଟାଇ କହିଛନ୍ତି, ମାଜିଷ୍ଟ୍ରେଟ୍‌ଙ୍କ ସାମନାରେ ସିଆରପିସିର ୧୬୪ ଧାରାରେ ବୟାନ ରେକର୍ଡ କରାଇଥିବା ଝିଅଟି ତାଙ୍କ ଝିଅ ନୁହେଁ । ତାଙ୍କ ଝିଅର ନାଁ ନେଇ ଅନ୍ୟ କେଉଁ ଝିଅର ବୟାନ ରେକର୍ଡ କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାପା । ଆଶ୍ଚର୍ଯ୍ୟର କଥା ନିଜେ ପୀଡ଼ିତା ନାବାଳିକା ତାଙ୍କ ବାପାଙ୍କ ଅଭିଯୋଗ ସହ ସ୍ୱର ମିଳାଇଛନ୍ତି । ଏହି ମର୍ମରେ ପୀଡ଼ିତାର ରୋକଠୋକ୍‌ ବୟାନ ନିଜ ପାଖରେ ସାଇତି ରଖିଥିବା ନିର୍ଦ୍ଦିଷ୍ଟ ଟିଭି ଚାନେଲ ଦାବି କରିଛି । ସେପଟେ ସିଡବ୍ଲୁସି ଏହାକୁ ଖଣ୍ଡନ କରି ପୀଡ଼ିତା ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମାମଲାର ରଫାଦଫା ପାଇଁ ୧୫ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିବା ଅଭିଯୋଗ ଆଣିଛନ୍ତି ସିଡବ୍ଲୁସି ସଦସ୍ୟା ନିରୂପମା ରଥ । ଏଭଳି ଅଭିଯୋଗ ଓ ପ୍ରତି ଅଭିଯୋଗ ଭିତରେ ମାମଲାଟି ଅଧିକ ଜଟିଳ ହୋଇଯାଇଛି ।

ସପ୍ତାହ ତଳେ ପପୁଙ୍କ ବିରୋଧରେ ମହିଳା ଥାନାରେ ନାବାଳିକା ଯୌନ ନିର୍ଯ୍ୟାତନା ଅଭିଯୋଗ ଆସିଥିଲା । ଗିରଫ ଭୟରେ ସେବେଠାରୁ ପପୁ ଫେରାର ହୋଇଗଲେ । ସିଆରପିସିର ୧୬୧ ଧାରାରେ ମହିଳା ଥାନା ପୁଲିସ ପୀଡ଼ିତା ନାବାଳିକାର ବୟାନ ରେକର୍ଡ କରିଥିଲା ବେଳେ ଧାରା ୧୬୪ ଆଧାରରେ କୋର୍ଟରେ ତାଙ୍କର ବୟାନ ରେକର୍ଡ ହୋଇଥିଲା । ଏହି ନାବାଳିକାର ବରିଷ୍ଠ ଅଭିଯୋଗ ଆଧାରରେ ହିଁ ପପୁଙ୍କୁ ପୁଲିସ ଗୋଡେଇ ଗୋଡେଇ ଗତ ୩୦ ତାରିଖରେ ଧରିଲା ପୁରୀରୁ । ବର୍ତ୍ତମାନ ଭିନ୍ନ ମୋଡ଼ ନେଇଥିବା ମାମଲାଟିକୁ ନେଇ ଲୋକଙ୍କ ମନରେ ଉଙ୍କି ମାରିଛି ଅନେକ ପ୍ରଶ୍ନ । ଏକଥା ଜଣାଶୁଣା ଯେ ଉଭୟ ଫିଲ୍ମ ଓ ରାଜନୀତି କ୍ଷେତ୍ରରେ ପପୁଙ୍କ ଚେର ବହୁତ ଲମ୍ବା । ଧନ, ଯଶ ଓ ଖ୍ୟାତି କେଉଁଥିରେ ପପୁଙ୍କର ଅଭାବ ନାହିଁ । ଫିଲ୍ମ ଲାଇନ୍‌ରେ କାଷ୍ଟିଂ କାଉଚ୍‌ ଭଳି ଗର୍ହିତ ପ୍ରଥାର ବଶ ହୋଇ ପପୁ ନବମ ଶ୍ରେଣୀରେ ପଡୁଥିବା ଝିଅଟିକୁ ଯୌନ ନିର୍ଯ୍ୟାତନା ଯେ ଦେଇ ନ ଥିବେ ତାହା କେହି ଅବିଶ୍ୱାସ କରୁନାହାନ୍ତି । ବାରମ୍ବାର ଏଭଳି ନିର୍ଯ୍ୟାତନା ଦେଇଛନ୍ତି । ଆମ ପାଖରେ ଯାହା ଖବର, କଥା ପ୍ରଘଟ ହୋଇଯିବା ଡରରେ ପପୁ ପ୍ରବଳ ବ୍ଲାକ୍‌ ମେଲିଂର ଶିକାର ହୋଇଛନ୍ତି । ଏବେ ପୀଡ଼ିତା ବାପାଙ୍କ ବୟାନ ବିଶ୍ୱାସ କରାଗଲେ, ପପୁଙ୍କ ସହ ତାଙ୍କର ଅପଡ଼ ନ ଥିଲା ବୋଲି ସ୍ପଷ୍ଟ ହୋଇଯାଇଛି । ଖାଲି ସେତିକି ନୁହେଁ, ଝିଅ ପ୍ରତି ପପୁଙ୍କ କଦର୍ଯ୍ୟ କାରନାମାକୁ ବାପା ମାଫ୍‌ କରିଛନ୍ତି । ବର୍ଷେ ତଳୁ ଉଭୟ ପକ୍ଷ ଏକାଠି ବସି ଏହାର ସମାଧାନ କରିସାରିଛନ୍ତି ବୋଲି ପୀଡ଼ିତାଙ୍କ ବାପା ବୟାନ ଦେଇଛନ୍ତି ।

ଯଦି ଏହା ସତ, ତେବେ କେଉଁ ପରିସ୍ଥିତିରେ ଦେଢ଼ବର୍ଷ ତଳର ପୁରୁଣା କଥା ପଦାକୁ ଆସିଲା ଏବଂ ଶିଶୁ କଲ୍ୟାଣ ସମିତି ଆଗରେ ସେଇ ଝିଅ ଓ ତାଙ୍କ ମାଆ, ପପୁଙ୍କ ସଙ୍ଗୀନ କାରନାମା ବଖାଣି ଅଭିଯୋଗ ଦାଏର କଲେ ତାହା ରହସ୍ୟ ମନେ ହେଉଛି । ଏହା ପଛରେ ଯେ ଲକ୍ଷ ଲକ୍ଷ ଟଙ୍କାର ବାଜି ଲାଗିଛି ସେହି ଆଶଙ୍କାକୁ ବି ଏଡ଼ାଇ ହେବନି । ଆଉ ରହିଲା ଚାପର କଥା । ହଁ ଏୟା ବି ଅସମ୍ଭବ ନୁହେଁ ଯେ ପପୁ ଦୀର୍ଘକାଳୀନ ବ୍ଲାକ୍‌ ମେଲିଂକୁ ସାମନା କରିପାରିନାହାନ୍ତି । ଆଉ ତାହା ଭୟଙ୍କର ପରିଣାମ ଦେଇଛି । ଏଥିସହ ଏୟା ବି ଅସମ୍ଭବ ନୁହେଁ ଯେ ପପୁଙ୍କ ବିରୋଧରେ ଏତଲା ହେବା ପରେ ସେ କମ୍ପ୍ରମାଇଜ୍‌ର ବାଟ ଖୋଜିଛନ୍ତି ଏବଂ ଝିଅର ବାପାଙ୍କୁ ଯେ କୌଣସି ଉପାୟରେ ମନେଇଛନ୍ତି । ତେବେ ନିଜ ଝିଅର ଯୌନ ଅତ୍ୟାଚାରୀକୁ ବାପା ମାଫ୍‌ କରି କମ୍ପ୍ରମାଇଜ୍‌ ପିଟିସନ୍‌ ଦେବା ସମସ୍ତଙ୍କୁ ବିଚଳିତ କରିଛି । କୋର୍ଟରେ ବୟାନ ଦେଇଥିବା ଝିଅଟି ତାଙ୍କର ନୁହେଁ ବୋଲି ବାପା କହିଲେଣି । ନିଜେ ଝିଅ ବି ସେଥିରେ ମୁଣ୍ଡ ହଲାଇଲେଣି । 

ତେଣୁ କାହା କଥା ସତ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ମିଡ଼ିଆରେ ନିଜକୁ ବଡ଼ ସ୍ୱେଚ୍ଛାସେବୀ କି ପ୍ରକାଣ୍ଡ ଆଡଭୋକେଟ୍‌ ଦର୍ଶାଇ ବିଭିନ୍ନ ଅଲୋଚନାରେ ଭାଗ ନେଉଥିବା ମହିଳା/ପୁରୁଷମାନେ ବି ସେଥିରୁ ଚେତିବା କଥା । କିଏ ସତ କହୁଛି କି ମିଛ । ବାସ୍ତବରେ ମିଡ଼ିଆରେ ପ୍ରଚାରିତ ପୀଡ଼ିତାଙ୍କ ବାପାଙ୍କ କଥା ସତ ହୋଇଥିଲେ ନିଶ୍ଚିତ ସାଂଘାତିକ । କୋର୍ଟରେ ବୟାନ ଦେଇଥିବା ଝିଅଟି କିଏ ତାହା ଜାଣିବା ପାଇଁ ଫୋରେନସିକ୍‌ ଲାବରେଟୋରିକୁ ସ୍ୱର ପଠଇବା ନିତାନ୍ତ ଜରୁରୀ । ସ୍ୱରର ସତ୍ୟତା ନ ପରଖିଲା ଯାଏଁ ଝିଅଟିର ବାପାଙ୍କ ଦାବି ସତ ନା ମିଛ କହିବା ସମ୍ଭବ ନୁହେଁ । ଶେଷରେ କିଛି ହାତଗଣତି ମିଡ଼ିଆ ସଂସ୍ଥାଙ୍କ ଭୂମିକା ବି ଏବେ ସନ୍ଦେହରେ । ଟିଆରପି ଚକ୍କରରେ ପପୁ ଖବରକୁ ସେମାନେ ଏଭଳି ଦେଖାଉଛନ୍ତି ଯେ ସେଥିରେ ବାଡ଼ବତା ରହୁନି । ଷ୍ଟୋରୀ ଓ ଫଲୋ ଅପ୍‌ ଷ୍ଟୋରୀ ନାଁରେ ଯାଛାତା ଦେଖାଉଛନ୍ତି ସେମାନେ । ଗୋଟିଏ ଦିନରେ ସେମାନେ ପୁଲିସ ହୋଇ କାହାରିକୁ ବାନ୍ଧୁଛନ୍ତି ତ ଓକିଲ ହୋଇ କେସ୍‌ ଲଢ଼ୁଛନ୍ତି । ଜଜ୍‌ ହୋଇ ଗୋଟିଏ ଦିନରେ ରାୟ ବି ଶୁଣାଇ ଦେଉଛନ୍ତି । ଓଡ଼ିଶା ମିଡିଆ ଜଗତ ପାଇଁ ଏହାଠାରୁ ଅଧିକ ଲଜ୍ଜାଜନକ ଖବର ଆଉ କିଛି ନାହିଁ ।

Previous Post

ଡାକ୍ତର ମୋତିଲାଲଙ୍କ ପତ୍ନୀଙ୍କୁ ମାଫ୍‌ !

Next Post

ଠକର ସତ୍ୟପାଠ

Next Post
ଠକର ସତ୍ୟପାଠ

ଠକର ସତ୍ୟପାଠ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA