Saturday, March 14, 2026 11:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ପାଠକ ନୁହେଁ, ଗରାଖ ଖୋଜୁଛି ଖବର କାଗଜ

by Our Correspondent
17 Jan, 2020- 10:46 PM
in Guest Column, Latest News, News
1 min read
0
ପାଠକ ନୁହେଁ, ଗରାଖ ଖୋଜୁଛି ଖବର କାଗଜ
ବସ୍ ଷ୍ଟାଣ୍ଡ କିମ୍ବା ରେଲୱେ ଷ୍ଟେସନରେ ଅଧିକାଂଶଙ୍କ କାନରେ ଏ କଥାଟା ନିଶ୍ଚିତ ବାଜିଥିବ । କିଛି ପ୍ରମୁଖ ତାଜା ଖବରର ଶିରୋନାମା ବା ହେଡଲାଇନକୁ ବଡ଼ ପାଟିରେ ଡାକି, ହକର୍ ପେପର ବିକ୍ରିକରିବାକୁ ଚେଷ୍ଟା କରୁଥିବା ଅନେକ ଶୁଣିଥିବେ । ପାଠକଙ୍କ ଧ୍ୟାନ ଆକର୍ଷଣ କଲା ଭଳି, ବିଶେଷ କରି ସନ୍ ସନି ଖବରର ଶିରୋନାମା ହିଁ ହକରଙ୍କ ପାଇଁ ପେପର ବିକ୍ରିର ପ୍ରମୁଖ ମାଧ୍ୟମ ହୋଇଥାଏ । କିନ୍ତୁ ଏବେ ସମୟ ବଦଳି ଯାଇଛି । ଖବର କାଗଜ ନାଁରେ ଚାଲିଛି ବେପାର । ପୁଣି ବେପାର ପାଇଁ ପ୍ରତିନ୍ଦ୍ୱିତା । ହକରଙ୍କ ବଦଳରେ ବୋର୍ଡ ରୁମରୁ ପ୍ରସ୍ତୁତ ହେଉଛି ଜାକ୍ ପଟ୍ ଅଫର୍ ।
ହଁ, ବେପାର । ବେପାର ତ ନିଶ୍ଚିତ କରିବାକୁ ହିଁ ପଡ଼ିବ । କାରଣ ଖବର କାଗଜ ପ୍ରକାଶନ ପାଇଁ ଆବଶ୍ୟକୀୟ ଉପକରଣର ଦାମ୍ ବଢ଼ି ବଢ଼ି ଚାଲିଥିବା ବେଳେ କର୍ମଚାରୀଙ୍କ ଦରମା, ଏକ ମୁଖ୍ୟ ପ୍ରସଙ୍ଗ । ଏସବୁକୁ ପୂରଣ କରିବା ସହ ସଂସ୍ଥା ବଞ୍ଚାଇବା ନାଁରେ ମାଲିକଙ୍କୁ ଲାଭବାନ୍ କରିବାକୁ ପଡ଼ିବ । ଆମକୁ ଏହା ବୁଝିବାକୁ ପଡ଼ିବ ଯେ, ଗୋଟିଏ ଖବର କାଗଜ ଛପାଇବାରେ ଯେତିକି ଖର୍ଚ୍ଚ ହେଉଛି, ତାହା ତା ଠାରୁ ଢେର୍ କମରେ ତାହା ବିକ୍ରି ହେଉଛି । ତା ସହ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ମଧ୍ୟ ରହିଛି । ଏସବୁ ଖର୍ଚ୍ଚ ବିଜ୍ଞାପନ ମାଧ୍ୟମରେ ଉଠାଇବାକୁ ସଂସ୍ଥା ଚେଷ୍ଟା କରିଥାଏ । DAVP ଏବଂ I & PR ଅନୁମୋଦନ ପ୍ରାପ୍ତ ଖବର କାଗଜ ଗୁଡ଼ିକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବିଜ୍ଞାପନ ପାଉଛନ୍ତି । ଏହା ଛଡ଼ା ଘରୋଇ ବିଜ୍ଞାପନ ପାଇବାରେ ରାଜ୍ୟର ଆଗ ଧାଡ଼ିର କିଛି ଖବର କାଗଜ ଆଗୁଆ ଅଛନ୍ତି ।
ରାଜ୍ୟରେ ଆଗ ଧାଡ଼ିର ଯେଉଁ କେତୋଟି ଆଞ୍ଚଳିକ ଖବର କାଗଜ ରହିଛି, ସେଗୁଡ଼ିକ ପ୍ରତ୍ୟେକ ଦୈନିକ ଅତି କମରେ 20 ଲକ୍ଷରୁ କମ୍ ଟଙ୍କା ରୋଜଗାର କରୁନାହାନ୍ତି । ଦଶହରା, କାଳୀପୂଜା, ନୂଆଁଖାଇଁ ଭଳି ବିଭିନ୍ନ ଗଣପର୍ବ ସମୟରେ ଏମାନଙ୍କ ସ୍କୋୟାର ସେଣ୍ଟିମିଟର ଦାମରେ ହାତ ମାରି ହୁଏନି । ପୁଣି ସ୍ୱନକ୍ଷତ୍ର ନାଁରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ (କୁଜି ଠାରୁ ରାଜ୍ୟ ଓ କେନ୍ଦ୍ର ସ୍ତର), ବିଭିନ୍ନ ଶିଳ୍ପାନୁଷ୍ଠାନ ମୁଣ୍ଡରେ ଏମାନେ ହାତ ବୁଲାଇ ଥାନ୍ତି । ରିପୋର୍ଟରଙ୍କୁ ଦେଇଥାନ୍ତି ଲକ୍ଷ ଲକ୍ଷ ଟଙ୍କାର ଟାର୍ଗେଟ୍ । ଆଉ ନିର୍ବାଚନ ସମୟ ତ, ଏମାନଙ୍କ ପାଇଁ ପୁଷ ମାସ କହିଲେ ଭୁଲ୍ ହେବନି । ପଇସା ପାଇଁ ଏଥିକ୍ସ ଏବଂ ଆଇନକୁ ଫୁ କରି ଖୁବ୍ ସୁନ୍ଦର ଭାବରେ ପେଡ୍ ନ୍ୟୁଜକୁ ବୁଲାଇ ବଙ୍କାଇ ଉପସ୍ଥାପନ କରିବାରେ ଏମାନେ ମାହିର ।
ସରଳ ବାକ୍ୟରେ କହିବାକୁ ଗଲେ, କାହା ପାଇଁ “ The glass is half filled”  ହୋଇଥାଇ ପାରେ । କିନ୍ତୁ ସାମ୍ବାଦିକଙ୍କ ପାଇଁ “The glass is half empty” । Why the glass is half empty… ଏହାର ସଠିକ୍ ଉତ୍ତର ଖୋଜି ଲୋକଙ୍କ ସାମ୍ନାରେ ନିରପେକ୍ଷ ଭାବେ ଉପସ୍ଥାପନ କରିବା ହିଁ ସାମ୍ବାଦିକର କାମ ।
ସାମ୍ବାଦିକତା ଏକ ବୃତ୍ତି ନୁହେଁ, ବ୍ରତ । ତେବେ ଏହା କେବଳ କଥାରେ । କାରଣ ଖବର କାଗଜ ହେଉ କି ଟେଲିଭିଜନ… ଏସବୁ ପ୍ରଭାବଶାଳୀ ଲୋକଙ୍କ ହାତରେ । କାହାର ମାଲିକ ରାଜନେତା ତ ଆଉ କେଉଁ ମାଲିକଙ୍କର ଏକାଧିକ ବ୍ୟାବସାୟିକ ପ୍ରତିଷ୍ଠାନ । ନିଜ ନିଜର ରାଜନୈତିକ କ୍ୟାରିଅର ବା ବ୍ୟବସାୟକୁ ସୁରକ୍ଷା ଦେବା ପାଇଁ ମାଲିକମାନେ ଯେ, ଗଣମାଧ୍ୟମ ସଂସ୍ଥାକୁ ବ୍ୟବହାର କରୁଛନ୍ତି, ଏହା କାହାକୁ ଅଛପା ନାହିଁ ।
ବିଜ୍ଞାପନ ମାଧ୍ୟମରେ ଏବଂ କ୍ଷମତାରେ ଥିବା ସରକାରଙ୍କ ବୋଲକରା ହୋଇ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ରାଜକୋଷରୁ କରଦାତାଙ୍କ କୋଟି କୋଟି ଟଙ୍କା ବୋହି ନେଉଛନ୍ତି । ତେବେ ସେସବୁ ସଂସ୍ଥାର ସ୍ୱଳ୍ପ ଦରମାପ୍ରାପ୍ତ ସାମ୍ବାଦିକ ଦୁର୍ବିସହ ଜୀବନ ବିତାଉଥିବା ବେଳେ ବୋର୍ଡ ରୁମରେ ବସି ଜାକ୍ ପଟ୍ ଅଫର୍ ବେପାର ମେଲାଇ ଦେଉଛନ୍ତି, ସେମାନଙ୍କ ବିଗ୍ ବସ୍ ମାନେ । କେଉଁଠି ଅଟୋ ପଛରେ ପୋଷ୍ଟର ତ ଆଉ କେଉଁଠି ଛକରେ ଲାଗିଛି ହୋର୍ଡିଂ । କେବଳ ମହାନଗର ଗ୍ରାହକ (ପାଠକ ନୁହେଁ)ଙ୍କ ପାଇଁ… ଅମୁକ ଖବର କାଗଜର ନିୟମିତ ଗ୍ରାହକ ହୁଅନ୍ତୁ… ଆଉ ଜିତନ୍ତୁ ନିଶ୍ଚିତ ଉପହାର ।
ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁସବୁ ସଂସ୍ଥାର ସାମ୍ବାଦିକ ପରକୁ ହାତ ପତୋଉଛନ୍ତି ସେସବୁ ସଂସ୍ଥା, କୋଟି କୋଟି ଟଙ୍କାର ଲଟେରୀ ବେପାର କରୁଛନ୍ତି କେମିତି ? ଗ୍ରାହକଙ୍କୁ ଦେଉଥିବା ପୁରସ୍କାର କଣ ଏମାନେ ନିଜ ପକେଟରୁ ଦେଉଛନ୍ତି ? ନାଁ.. ଏହା କଦାପି ନୁହେଁ । ବରଂ ଲଟେରୀ ନାଁରେ ଏମାନେ Circulation ବା ପ୍ରସାରଣ ବଢ଼ାଇବା ସହ କୋଟି କୋଟି ଟଙ୍କା ଲାଭ ଉଠାଇଥାନ୍ତି । ତେବେ କେମିତି ? ସ୍ପନସରସିପ୍ ବା ପ୍ରାୟୋଜକ…
ଯାହାକୁ ଅତି ସରଳରେ କହିବାକୁ ଗଲେ ମାଛ ତେଲରେ ମାଛ ଭଜା । ବିଭିନ୍ନ ଶିଳ୍ପ ଓ ବ୍ୟାବସାୟିକ ସଂସ୍ଥାକୁ ପ୍ରାୟୋଜକ କରି ଏମାନେ କୋଟି କୋଟି ଟଙ୍କା ଆଣୁଛନ୍ତି । ଆଉ ସେଥିରୁ କିଛି ଲଟେରୀ ବିଜେତାଙ୍କୁ ଦେଇ ବାକି ସବୁ କମ୍ପାନିକୁ ଲାଭ ବୋଲି ଦେଖାଇଥାନ୍ତି । ସଂସ୍ଥାର ଉପର ସ୍ତରର କିଛି କର୍ମଚାରୀ, ମାଲିକଙ୍କ ନିକଟତର ହୋଇଥିବା ବେଳେ ସେମାନଙ୍କୁ ବୋନସ୍ ଆକାରରେ କିଛି ମିଳିଥାଏ । କିନ୍ତୁ ଗ୍ରାଉଣ୍ଡରେ ଥାଇ ଜାକ୍ ପଟ୍ ଅଫର ବେପାରକୁ ସଫଳ କରିଥିବା କର୍ମଚାରୀ ଭକୁଆ ରହିଯାଏ । ଗୁଣାତ୍ମକ ଓ ନିରପେକ୍ଷ ଲେଖାର ଅଭାବ ଯୋଗୁଁ, ଏସବୁ ଖବର କାଗଜ ସେମାନଙ୍କ ପାଠକୀୟ ଆଦୃତି ହରାଉ ଥିବା ବେଳେ ଲୋକଙ୍କୁ ଭୁଆଁ ବୁଲାଇବାକୁ ଘନ ଘନ ଆଣୁଛନ୍ତି ଜାକ୍ ପଟ୍ ଅଫର୍ । ଯେଉଁଥି ପାଇଁ ପାଠକ ବଦଳରେ ସେମାନେ ଖୋଜୁଛନ୍ତି ଗ୍ରାହକ ।
ବି.କେ.ସାହୁ

ଭୁବନେଶ୍ୱର

Previous Post

ଜୋସ୍ ଦେଖାଇଲେ ସମୀର, ବିରୋଧୀଙ୍କ ମନଊଣା

Next Post

ଓଡ଼ିଆ-ଅଣଓଡ଼ିଆ ଭେଦଭାବ ପାଇଁ ଟିଭି ପ୍ରତିଯୋଗିତା!

Next Post
ଓଡ଼ିଆ-ଅଣଓଡ଼ିଆ ଭେଦଭାବ ପାଇଁ ଟିଭି ପ୍ରତିଯୋଗିତା!

ଓଡ଼ିଆ-ଅଣଓଡ଼ିଆ ଭେଦଭାବ ପାଇଁ ଟିଭି ପ୍ରତିଯୋଗିତା!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA