Friday, March 13, 2026 11:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରତିଶ୍ରୁତି ପାଳିବାକୁ ହାତ ଖୋଲିଲେ: ୧. ୩୮ ଲକ୍ଷ କୋଟିର ବଜେଟ୍ ଆଣିବେ ରାଜ୍ୟ ସରକାର

by Our Correspondent
20 Jun, 2019- 09:34 PM
in Latest News, News
1 min read
0
ପ୍ରତିଶ୍ରୁତି ପାଳିବାକୁ ହାତ ଖୋଲିଲେ: ୧. ୩୮ ଲକ୍ଷ କୋଟିର ବଜେଟ୍ ଆଣିବେ ରାଜ୍ୟ ସରକାର
ଭୁବନେଶ୍ୱର: ପଞ୍ଚମ ପାଳି ସରକାର ଗଠନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ପରିଷଦ ବୈଠକରେ ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ସଂକଳ୍ପ ନେଇଥିଲେ । ଦଳର ଇସ୍ତାହାରକୁ ନୀତିଗତ ଭାବେ ସରକାରଙ୍କ ପ୍ରାଥମିକତା କ୍ଷେତ୍ର ଭାବେ ଅନୁମୋଦନ କରାଇ ମନ୍ତ୍ରୀମାନଙ୍କୁ କାମରେ ଲଗାଇ ଦେଇଥିଲେ । ତେବେ ଖାଲି କଥାରେ ନୁହେଁ, ଆଗାମୀ ଆର୍ଥିକ ବର୍ଷର ବଜେଟ୍ ରେ ଏଥିପାଇଁ ଅଧିକ ଅର୍ଥବରାଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଧାନସଭାର ବଜେଟ୍ ଅଧିବେଶନ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଆସନ୍ତା ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ପ୍ରସ୍ତାବ ଉପରେ ମୋହର ଲଗାଯାଇଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍ ଆକାର ୧.୩୮ ଲକ୍ଷ କୋଟି ଛୁଇଁବାକୁ ଯାଉଛି । ପୂର୍ବଥର ଏହି ବଜେଟ୍ ଆକାର ଥିଲା ୧.୨୦ ଲକ୍ଷ କୋଟି । ତା ପୂର୍ବବର୍ଷ ଅର୍ଥାତ୍ ୨୦୧୭-୧୮ ଆର୍ଥିକ ବର୍ଷ ବଜେଟ୍ ଆକାରଠାରୁ ତାହା ୧୨.୩ ପ୍ରତିଶତ ଅଧିକ ଥିଲା ।
ଆଜିର ମନ୍ତ୍ରୀ ପରିଷଦ ବୈଠକରେ ବଜେଟ୍ ର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ ଏବଂ କେତେ ଅର୍ଥ ବରାଦ କରାଯିବ ତାହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଇ ଆସୁଥିବା ମହିଳା ଓ ଚାଷୀଙ୍କ ପାଇଁ ବଜେଟ୍ ରେ ସର୍ବାଧିକ ଗୁରୁତ୍ୱ ଦିଆଯିବ । ‘ମିଶନ ଶକ୍ତି’ ଓ ‘କାଳିଆ’ ଯୋଜନା ପାଇଁ ଅଧିକ ଅର୍ଥ ବରାଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ର କୁ ଗୁରୁତ୍ୱ ଦିଆଯାଇ ଅଧିକ ଅର୍ଥ ବରାଦ ପାଇଁ ନିଷ୍ପତ୍ତି ହୋଇଛି । ନିର୍ବାଚନ ପ୍ରତିଶ୍ରୁତି ପାଳନ ଦିଗରେ ଅର୍ଥ ଯେଭଳି ବାଧକ ସୃଷ୍ଟି ନ କରେ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଜୁନ୍ ୨୫ ତାରିଖରୁ ଆରମ୍ଭ ହେବ । ଲଗାତର ପଞ୍ଚମ ଥର ପାଇଁ ଶାସନ କ୍ଷମତାକୁ ଆସିଥିବା ବିଜେଡ଼ି ସରକାର ତାଙ୍କ ପଞ୍ଚମ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ କୁ ବିଧାନସଭାରେ ଉପସ୍ଥାନ କରିବେ । ଅର୍ଥମନ୍ତ୍ରୀ ଭାବେ ନିରଞ୍ଜନ ପୂଜାରୀ ପ୍ରଥମ ଥର ପାଇଁ ଜୁନ୍ ୨୮ ତାରିଖରେ ବଜେଟ୍ ଆଗତ କରିବେ ।
Previous Post

ଖରାଛୁଟି ବଢ଼ିଲା, ମନ୍ତ୍ରୀ ଜାଣିଲେନି

Next Post

୧୦୨ ପ୍ରଶାସନିକ ଅଧିକାରୀଙ୍କୁ ମିଳିଲା ନିଯୁକ୍ତି

Next Post
୧୦୨ ପ୍ରଶାସନିକ ଅଧିକାରୀଙ୍କୁ ମିଳିଲା ନିଯୁକ୍ତି

୧୦୨ ପ୍ରଶାସନିକ ଅଧିକାରୀଙ୍କୁ ମିଳିଲା ନିଯୁକ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA