Wednesday, March 11, 2026 08:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବିଜେଡ଼ିର ପୋଲାଭରମ୍‍ ନାଟକବାଜି

by Our Correspondent
13 Dec, 2015- 09:22 AM
in News
1 min read
0
ବିଜେଡ଼ିର ପୋଲାଭରମ୍‍ ନାଟକବାଜି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା) ପୋଲାଭରମ୍‍ ପ୍ରକଳ୍ପ ବିରୋଧରେ ଗର୍ଜନ ଛାଡ଼ି ରାଜ୍ୟବାସୀଙ୍କୁ ଭକୁଆ ବନେଇବାକୁ ଚେଷ୍ଟା କରୁଛି ବିଜୁ ଜନତା ଦଳ । ଖାଲି ସେତିକି ନୁହେଁ ରାଜ୍ୟର ସ୍ୱାର୍ଥ କଥା କହି ହୀନ ରାଜନୀତି କରିବାକୁ ବି ପଛାଉ ନାହିଁ । ସବୁ ଦଳର ସଭ୍ୟଙ୍କୁ ନେଇ ଗଠିତ ବିଧାନସଭା ହାଉସ୍‍ କମିଟି ବୈଠକ ପରଦିନ ହିଁ ତାର ପ୍ରମାଣ ଦେଖାଇଦେଇଛି । ହାଉସ୍‍ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଯଦି ଦାବି ହାସଲ କରିନିଏ ବିଜେଡ଼ି ଏକା ଭାଉ ମାରିବନି । ତେଣୁ ବିରୋଧୀଙ୍କୁ ସୁଯୋଗର ଫୁରସତ୍‍ ନ ଦେଇ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ରାଜ୍ୟପାଳଙ୍କୁ ଆଗୁଆ ସ୍ମାରକପତ୍ର ଦେଇଛି । ତାହା ପୁଣି ବିଧାନସଭାକୁ ଅଚଳ କରି । ପଲିଟିକାଲ ମାଇଲେଜ୍‍ ନେବାକୁ ଗୋଟିଏ ରାଜନୈତିକ ଦଳ ପାଇଁ ଏହା ସ୍ୱାଭାବିକ ହୋଇପାରେ । ହେଲେ ରାଜ୍ୟର ସମୂହ ସ୍ୱାର୍ଥ ଆଗରେ ଏମିତିକା ଗେମ୍‍ ପ୍ଲାନ୍‍ ସଂକୀର୍ଣ୍ଣ ଓ କୁତ୍ସିତ କାର୍ଯ୍ୟ କହିବା ଠିକ୍‍ ହେବ । ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ଅନ୍ତତଃ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ଅତୀତ ପୃଷ୍ଠା ଦେଖିଲେ ଦଳମତ ନିର୍ବିଶେଷରେ କିଭଳି ଜାତି ପ୍ରେମ କରାଯାଏ ଶିଖିପାରନ୍ତେ ।
ଆଖିବୁଜି ଏକଥା କହିହେବ କି ଓଡ଼ିଶାର ସ୍ୱାର୍ଥକୁ ଏଇ ବିଜେଡ଼ି ହିଁ ଦୁର୍ବଳ କରିଛି? ପୋଲାଭରମ୍‍ ପ୍ରକଳ୍ପ ମଂଜୁରୀ ବେଳେ ସର୍ତ ଥିଲା ଓଡ଼ିଶାର ଇଞ୍ଚେ ଜାଗା ବି ବୁଡ଼ିବାକୁ ଦିଆଯିବନି । ଏହି ଆଧାରରେ ୧୯୭୮ ଓ ୧୯୮୦ ମସିହାରେ ଆନ୍ଧ୍ର ସହିତ ଓଡ଼ିଶାର ଚୁକ୍ତି ବି ହୋଇଥିଲା । ମାତ୍ର ଯଦି ତାହାର ଉଲ୍ଲଂଘନ ହେଲା ତେବେ ରାଜ୍ୟ ସରକାର କିଛି ଫର୍ମାଲିଟି ମେଣ୍ଟେନ୍‍ କରି ଶୋଇଯାଇଥିଲେ କାହିଁକି? ୨୦୦୦ ମସିହା ପରେ ମାମଲା କେନ୍ଦ୍ରୀୟ ଜଳ କମିସନଙ୍କ ନିକଟକୁ ଆସିଲା । ସେତେବେଳକୁ କେନ୍ଦ୍ରରେ ଜଳସମ୍ପଦ ବିଭାଗର ମନ୍ତ୍ରୀ ଥିଲେ ଅର୍ଜ୍ଜୁନ ସେଠୀ । ଅର୍ଥାତ୍‍ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ହାତରେ ଥିଲା ବିଭାଗର ଚାବିକାଠି । ମାତ୍ର ଥରୁଟିଏ ବି ବିଜେଡ଼ି ପୋଲାଭରମ୍‍ ବନ୍ଦ ପାଇଁ ଉଦ୍ୟମ କରି ନ ଥିଲା । ଅର୍ଜୁନ ସେଠୀ ପୋଲାଭରମ୍‍ ପ୍ରକଳ୍ପ ଅଞ୍ଚଳ ଯିବାକୁ ସମୟ ପାଇଲେ ନାହିଁ କି ମାମଲାରେ ମୁଣ୍ଡ ଖେଳାଇଲେ ନାହିଁ । ୨୦୦୫ରେ ପ୍ରକଳ୍ପକୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ମଞ୍ଜୁରୀ ମିଳିଗଲା । ଏହାକୁ ଛତିଶଗଡ଼ ଓ ଓଡ଼ିଶା ବିରୋଧ କରିବାରୁ କାମ ବଢ଼ିପାରିଲାନି । ତେବେ ୨୦୦୬-୦୭ ମସିହାରେ ପ୍ରକଳ୍ପ ବିବାଦ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ଆନ୍ତଃରାଜ୍ୟ ବୈଠକ ଡାକିଲେ । ସେଥିରେ ଛତିଶଗଡ଼, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ ମଧ୍ୟ ଆମ ମୁଖ୍ୟମନ୍ତ୍ରୀ ଗଲେ ନାହିଁ । ରାଜ୍ୟ ସରକାର ଭେଳିକି ଦେଖାଇବାକୁ ହାଇକୋର୍ଟ ଗଲେ ହେଲେ ବାସ୍ତବ ତଥ୍ୟ ରଖି ନ ପାରିବାରୁ ପରାସ୍ତ ହୋଇ ସୁପ୍ରିମ୍‍ କୋର୍ଟ ଗଲେ । ମାତ୍ର ସମାନ କାରଣରୁ ସୁପ୍ରିମ୍‍କୋର୍ଟରୁ ରହିତାଦେଶ ବି ଆଣିପାରିଲେନି । ଇତିମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ୬୦ ପ୍ରତିଶତରୁ ଅଧିକ ସରିଥିଲେ ମଧ୍ୟ ଓଡ଼ିଶା ସୁପ୍ରିମ୍‍କୋର୍ଟରେ ଯେଉଁ ଦମ୍‍ ଖଟାଇ ଲଢ଼ିବା କଥା ଲଢ଼ୁନାହିଁ । ଭଲ ଓକିଲ ଦେଇ ଟଙ୍କା ଖର୍ଚ୍ଚ କରିବାକୁ ସରକାର କୁନ୍ଥୋଉଛନ୍ତି ।
କେନ୍ଦ୍ର ସରକାରଙ୍କଠାରୁ ଜାତୀୟ ପ୍ରକଳ୍ପର ମାନ୍ୟତା ପାଇସାରିଥିବା ପୋଲାଭରମ୍‍ ପାଇଁ ମଝିରେ ମଝିରେ ବିଜେଡ଼ି କୁମ୍ଭୀର କାନ୍ଦଣା କାନ୍ଦୁଛି । ନିରାଟ ସତ ହେଉଛି, ପୋଲାଭରମ୍‍ ଯୋଗୁଁ ଓଡ଼ିଶାର କେତେ କ୍ଷୟକ୍ଷତି ହେଉଛି ତାହାର ସଠିକ ଆକଳନ ଏଯାଏଁ ସରକାର କରିନାହାନ୍ତି । ସୁପ୍ରିମ୍‍କୋର୍ଟଠାରୁ ଆରମ୍ଭ କରି ରାଷ୍ଟ୍ରପତି କି କେନ୍ଦ୍ର ସରକାରଙ୍କୁ ଯେତେବେଳେ ବି ସ୍ମାରକପତ୍ର ଦିଆଯାଇଛି ସେଥିରେ କ୍ଷୟକ୍ଷତିର ଅନୁମାନ କେବଳ ଲାଗିଛି । ରାଜ୍ୟର ସ୍ୱାର୍ଥ ସମ୍ବଳିତ ଏତେବଡ଼ ମାମଲାର ସଠିକ୍‍ ଆକଳନ ନ ହେବା ଖାଲି ଆଶ୍ଚର୍ଯ୍ୟର କଥା ନୁହେଁ ବରଂ ବିଜେଡ଼ି ସରକାରଙ୍କ ଖାମଖିଆଲି ନୀତିର ସ୍ପଷ୍ଟ ପରିଚାୟକ । ଏହା ରାଜ୍ୟପାଇଁ ବହୁତ ବଡ଼ ସାଂଘାତିକ କଥା । ପୋଲାଭରମ୍‍ ପରିକଳ୍ପନାର ୬୪ ବର୍ଷ ପରେ ଏହା ବାସ୍ତବତାର ରୂପ ନେଉଥିବା ବେଳେ ୧୫ ବର୍ଷ ଧରି ଓଡ଼ିଶାର ଶାସନଗାଦିରେ ଥିବା ବିଜେଡ଼ି ଆନ୍ତରିକତା ରଖିଥିଲେ କଥା ହୁଏତ ଏତେବାଟ ଆଗେଇ ନ ଥାଆନ୍ତା । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରର ବଡ଼ପଣ୍ଡାମାନେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଞ୍ଚଳ ବୁଲିବାକୁ ସମୟ ନ ପାଇବା ଦୁର୍ଭାଗ୍ୟଜନକ । ଖାଲି ସେତିକି ନୁହେଁ ଜନଶୁଣାଣୀକୁ ଏଡାଇ ସରକାର ଆହୁରି ମୁର୍ଖାମୀ କରିଛନ୍ତି । ଏତେ ସବୁ ଭୁଲ୍‍ ପରେ ଭୁଲ୍‍ କରି ବି ବିଜେଡ଼ି ଯେଉଁ ଦମ୍ଭ ମାରୁଛି ତାହା ଅତ୍ୟନ୍ତ ଲଜ୍ଜାଜନକ ।
ନିଜ ଅପାରଗତାକୁ ଲୁଚାଇ ବିଧାନସଭାରେ ବଡ଼ପାଟିରେ ଗର୍ଜନ କରିବା, କି ଗାନ୍ଧୀ ପ୍ରତିମୂର୍ତି ତଳେ ବ୍ୟାନର ଧରି ଛିଡ଼ା ହେବା ହେଉ କି ରାଜ୍ୟପାଳଙ୍କୁ ଯାଇ ସ୍ମାରକପତ୍ର ଦେଇଦେଲେ ଯେ ସମସ୍ୟାର ସମାଧାନ ହେବ ନାହିଁ ଏକଥା ନବୀନ ଓ ତାଙ୍କ ଦଳ ବୁଝିବା ଦରକାର । ବର୍ତମାନ କୋ÷ଣସି ହାଲତ୍‍ ରେ ପ୍ରକଳ୍ପ ବନ୍ଦ ହେବାର ସମ୍ଭାବନା ନାହିଁ । ଏଭଳି ସ୍ଥିତିରେ ବିଜେଡ଼ି ପଲିଟିକାଲ୍‍ ଡ୍ରାମା ଛାଡ଼ି ବିରୋଧୀ ଦଳକୁ ସାଙ୍ଗରେ ନେଇ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ କରିବା ଦରକାର । ଏହି ସ୍ୱାର୍ଥ ହେଉଛି ପ୍ରକଳ୍ପ ଦ୍ୱାରା ରାଜ୍ୟର ହେଉଥିବା କ୍ଷତିର ଭରଣା । ଏହା ହେଲେ ଯାଇ ମାଲକାନଗିରି ଜିଲ୍ଲା ମୋଟୁ ଅଂଚଳର ୧୫ ଟି ରାଜସ୍ୱ ଗାଁର ପ୍ରାୟ ୬ ହଜାର ଆଦିବାସୀ ବଞ୍ଚିଯିବେ ଏବଂ ବୁଡ଼ିଯାଉଥିବା ପାଖାପାଖି ୮ ହଜାର ହେକ୍ଟର ଚାଷଜମିର ଭରଣା ପାଇପାରିବେ ସେହି ନିରୀହ ଆଦିବାସୀ ।

Previous Post

ମରୁଡ଼ି ଛାଡ଼ି ମହାପାତ୍ର ଯିବେ ମଉଜରେ

Next Post

କଂଗ୍ରେସର ପୁରୁଣା ରୋଗ ଲେଉଟିଲା

Next Post
କଂଗ୍ରେସର ପୁରୁଣା ରୋଗ ଲେଉଟିଲା

କଂଗ୍ରେସର ପୁରୁଣା ରୋଗ ଲେଉଟିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA