Saturday, March 14, 2026 02:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବୈଜୟନ୍ତଙ୍କ ବନ୍ଧୁଙ୍କୁ ସୁପ୍ରିମକୋର୍ଟଙ୍କ ଚୋଟ: ତମ ପାଇଁ ଜେଲ୍ ହିଁ ସୁରକ୍ଷିତ ଜାଗା

by Our Correspondent
04 Oct, 2018- 05:33 PM
in Latest News, News
1 min read
0
ବୈଜୟନ୍ତଙ୍କ ବନ୍ଧୁଙ୍କୁ ସୁପ୍ରିମକୋର୍ଟଙ୍କ ଚୋଟ: ତମ ପାଇଁ ଜେଲ୍ ହିଁ ସୁରକ୍ଷିତ ଜାଗା

ଅଭିଜିତ୍ ଆୟାରଙ୍କ ଜାମିନ ଆବେଦନ ଅଗ୍ରାହ୍ୟ

ଭୁବନେଶ୍ୱର: ତମେ ଭାରତୀୟଙ୍କ ଧାର୍ମିକ ଭାବନାକୁ ଜଳେଇଛ । ତମ ପାଇଁ ଶ୍ରେଷ୍ଠ ସୁରକ୍ଷିତ ଜାଗା ହେଉଛି ଜେଲ୍ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଆଜି ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କ ଉଦ୍ଦେଶ୍ୟରେ । ଓଡ଼ିଶା ଏବଂ କୋଣାର୍କ ମନ୍ଦିର ଉପରେ ଅରୁଚିକର, ସାମ୍ପ୍ରଦାୟିକତା ମନ୍ତବ୍ୟ ଦେଇଥିବା ଆୟାର ନିଜ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ନାକଚ କରିଦେଇଛନ୍ତି । ତମର ଜୀବନ ପ୍ରତି ଯଦି ବିପଦ ଅଛି ବୋଲି ଭାବୁଛ ତେବେ ତମ ପାଇଁ ଜେଲ୍ ହିଁ ସବୁଠାରୁ ସୁରକ୍ଷିତ ଜାଗା ବୋଲି ସୁପ୍ରିମକୋର୍ଟ ଶୁଣାଇ ଦେଇଛନ୍ତି ।

କୋଣାର୍କ ଥାନାରେ ହୋଇଥିବା ଏକ ଏତଲା ଭିତ୍ତରେ ଅଭିଜିତ୍ ଆୟାର ଗତ ୨୦ ତାରିଖରେ ଦିଲ୍ଲୀରେ ଗିରଫ ହୋଇଥିଲେ । ତେବେ ସ୍ଥାନୀୟ ସକେତ କୋର୍ଟରୁ ସେ ଅନ୍ତରୀଣ ଜାମିନ୍ ପାଇଯାଇଥିଲେ । ସେପ୍ଟେମ୍ବର ୨୮ ତାରିଖରେ ତାଙ୍କୁ କୋଣାର୍କ ଥାନାରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପୂର୍ବରୁ ୨୭ ତାରିଖରେ ଆୟାର ସୁପ୍ରିମକୋର୍ଟରେ ପିଟିସନ୍ ଦେଇ ଓଡ଼ିଶାରେ ଓକିଲଙ୍କ ଆନ୍ଦୋଳନର ବାହାନା ରଖିଥିଲେ । ସୁପ୍ରିମକୋର୍ଟ ତାଙ୍କର ଅନ୍ତରୀଣ ଜାମିନ୍ କୁ ଅକ୍ଟୋବର ୫ ତାରିଖ ଯାଏଁ ବଢ଼ାଇ ଦେଇଥିଲେ । ଇତିମଧ୍ୟରେ ଆୟାର ସୁପ୍ରିମକୋର୍ଟରେ ନିୟମିତ ଜାମିନ୍ ଆବେଦନ କରିଥିଲେ । ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ ।
ସୁପ୍ରିମକୋର୍ଟଙ୍କଠାରୁ ଚୋଟ ପାଇବା ପରେ ଦିନକ ପରେ ଅଭିଜିତ୍ ଗିରଫ ହେବା ସୁନିଶ୍ଚିତ ହୋଇଯାଇଛି । ଏଥିସହ ତାଙ୍କୁ ଓଡ଼ିଶା ଆଣି ହେଲିକପ୍ଟରରେ ବୁଲାଇଥିବା ପରମବନ୍ଧୁ ବୈଜୟନ୍ତ ପଣ୍ଡାଙ୍କ ପାଇଁ ମଧ୍ୟ ଏହା ଶକ୍ତ ଚଟକଣି ହୋଇଛି । ଗତ ସେପ୍ଟେମ୍ବର ୧୫ ତାରିଖରେ ବୈଜୟନ୍ତ ତାଙ୍କର ଦୁଇ ଅଣଓଡ଼ିଆ ବନ୍ଧୁଙ୍କୁ ନିଜ ହେଲିକପ୍ଟରରେ ବସାଇ ଚିଲିକା, ପୁରୀ,କୋଣାର୍କ ବୁଲାଇଥିଲେ । ବୈଜୟନ୍ତଙ୍କର ତଥାକଥିତ ସ୍ମାର୍ଟ ବନ୍ଧୁ ଅଭିଜିତ୍ କୋଣାର୍କରେ ଓହ୍ଲାଇ ମନ୍ଦିର ସାମନାରେ ନିଜର ଏକ ଭିଡ଼ିଓ ସୁଟ୍ କରିଥିଲେ । ସେଥିରେ ସେ କୋଣାର୍କ ମନ୍ଦିରକୁ ସାଂଘାତିକ ତାତ୍ସଲ୍ୟ କରିଥିଲେ । ଓଡ଼ିଶା ଓ ଓଡ଼ିଶାର ସଂସ୍କୃତି,ଐତିହ୍ୟକୁ ଦଳିଚକଟି ଦେଇଥିଲେ । ଦୁଇଦିନ ପରେ ତାକୁ ନିଜ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରି ବାହାଦୁରି ମାରିଥିଲେ ।
ଏହା ରାଜ୍ୟବାସୀଙ୍କ ମନରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ସମସ୍ତେ ନିନ୍ଦା କଲେ । ବିଧାନସଭା ବି ଥରହର ହେଲା । ବିଧାନସଭାରେ ଏହି ପ୍ରତିକ୍ରିୟାକୁ ବି ଅଭିଜିତ୍ ତାତ୍ସଲ୍ୟ କରି ସବୁ ବିଧାୟକଙ୍କୁ ବୁଦ୍ଦୁ ବୋଲି ଟିପ୍ପଣୀ ଦେବାକୁ ପଛାଇଲେ ନାହିଁ । ତେବେ ଓଡ଼ିଶାର ଇଜ୍ଜତକୁ ଲୁଟିବାକୁ ଉଦ୍ୟମ କରିଥିବା ଏହି ଅଣଓଡ଼ିଆର ଆଚରଣ ଓ କାର୍ଯ୍ୟ ତାଙ୍କର ବନ୍ଧୁ ବୈଜୟନ୍ତଙ୍କୁ ଆଘାତ ଦେଲାନି । ବହୁ ଡେରିରେ ପ୍ରତିକ୍ରିୟା ରଖି ତାଙ୍କୁ ଓଲଟି ସୁରକ୍ଷା ଦେବାକୁ ଉଦ୍ୟମ କଲେ । କୋଣାର୍କ ଉପରେ ଅଭିଜିତ୍ ଆୟାର ଯାହା କହିଛନ୍ତି ମଜ୍ଜାରେ କହିଥାଇପାରନ୍ତି ବୋଲି ନିର୍ଲ୍ଲଜ ଟିପ୍ପଣୀ ଦେଲେ । ଖାଲି ସେତିକି ନୁହେଁ, ତାଙ୍କ ଟିଭିରେ ଅଭିଜିତ ବିରୋଧୀ ଖବରକୁ ଗୌଣ କରିଦିଆଗଲା । ବିଧାନସଭା ହୁଲସ୍ତୁଲ ହୋଇ ଗୃହ କମିଟି ଗଠନ ହୋଇଥିଲେ ମଧ୍ୟ ତାଙ୍କ ଟିଭି ଏହାକୁ ଗୁରୁତ୍ୱ ଦେଲାନି । ଦିଲ୍ଲୀରେ ପୁଲିସ ଅଭିଜିତ୍ ଙ୍କୁ ଗିରଫ କଲା ପରେ ତାଙ୍କୁ ତୁରନ୍ତ ଜାମିନ୍ ରେ ଆଣିବା ପାଇଁ ହୋଇଥିବା ଆଇନଗତ ଲଢ଼େଇରେ ବୈଜୟନ୍ତଙ୍କ ସହଯୋଗ ଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା ।
Previous Post

ଖାରବେଳ ସ୍ୱାଇଁ କାହିଁକି ବିକଳ୍ପ ହେବେନି ?

Next Post

ବୈଜୟନ୍ତଙ୍କ ବନ୍ଧୁପ୍ରେମ; ମୁଖ୍ୟ ଖବରକୁ ଚାପିଦେଲେ

Next Post
ବୈଜୟନ୍ତଙ୍କ ବନ୍ଧୁପ୍ରେମ; ମୁଖ୍ୟ ଖବରକୁ ଚାପିଦେଲେ

ବୈଜୟନ୍ତଙ୍କ ବନ୍ଧୁପ୍ରେମ; ମୁଖ୍ୟ ଖବରକୁ ଚାପିଦେଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA