Friday, March 13, 2026 03:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଭକୁଆ ହେଲେ ମନ୍ତ୍ରୀ,ଏମଏଲଏ

by Our Correspondent
28 Dec, 2015- 06:34 PM
in News
1 min read
0
ଭକୁଆ ହେଲେ  ମନ୍ତ୍ରୀ,ଏମଏଲଏ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନବୀନଙ୍କ ଘୋଷିତ ୨୦୩୬ ଭିଜନ୍‍ ଡକୁମେଣ୍ଟ ସମ୍ପର୍କରେ ବିଜୁ ଜନତା ଦଳର ନେତାମାନେ ସମ୍ପୂର୍ଣ୍ଣ ଅବଜ୍ଞ । କ’ଣ ସେହି ଡକୁମେଣ୍ଟ ତାହାର ରୂପରେଖର ଟେର୍‍ ବି ପାଉନାହାନ୍ତି । ବିଜେଡ଼ି ପ୍ରତିଷ୍ଠା ଦିବସ ଉତ୍ସବରେ ନବୀନ ଏକଥାଟି ପଢ଼ି ଶୁଣାଇବା ପରେ ସାମ୍ବାଦିକମାନେ ନରି ସ୍ୱାଇଁଙ୍କୁ ପଚାରିଥିଲେ ଭିଜନ୍‍ ଡକୁମେଣ୍ଟ ସମ୍ପର୍କରେ । ତାଙ୍କର ସିଧା ସିଧା ଉତ୍ତର ଥିଲା, ମୁଁ ସେ ବିଷୟରେ କହିପାରିବିନି । ସବୁ ସେଇ ଅଫିସରମାନେ କରିଛନ୍ତି । ଆମେ କେମିତି ଜାଣିବୁ ବୋଲି ଓଲଟି ପ୍ରଶ୍ନ କରିଥିଲେ ନୂଆ ସାଂସଦ ନରି ବାବୁ । ତାଙ୍କର ଏହି ପ୍ରତିକ୍ରିୟାକୁ ହାଲୁକା ଭାବେ ନିଆଯାଇ ନ ପାରେ । ବିଜୁ ଜନତା ଦଳରେ କ’ଣ ଯୋଜନା ହେଉଛି ସେ ସମ୍ପର୍କରେ ମନ୍ତ୍ରୀ,ଏମଏଲଏ କି ଏମପି ମାନେ ଯେ ଜାଣନ୍ତି ନାହିଁ ନରି ବାବୁଙ୍କ କଥାରୁ ସେୟା ହିଁ ଇଙ୍ଗିତ ଆସୁଥିଲା ।
ତେବେ ନରିଙ୍କ ମନ୍ତବ୍ୟ କିଛି ଟିଭିରେ ବାଜିଲା ପରେ ଦଳର ମୁଖପାତ୍ର ପ୍ରତାପ ଦେବଙ୍କୁ ଉପରୁ ଟ୍ରେନିଂ ଦିଆଗଲା ଭିଜନ୍‍ ଡକୁମେଣ୍ଟ ଉପରେ କ’ଣ କହିବାକୁ ପଡ଼ିବ । ପ୍ରତାପ ତାକୁ ଘୋଷି ଘୋଷି ଟିଭିବାଲାଙ୍କୁ କହିଲେ । ଅନ୍ୟତମ ମୁଖପାତ୍ର ସମୀର ଦାଶ ବି ଘୋଷିଦେଲେ ତାକୁ । ତାଙ୍କୁ ଯିଏ ପଚାରିଲା ସେ ବି ଘୋଷା ପଦ କହିଲେ । ଅବଶ୍ୟ ସେମାନଙ୍କ ମନ୍ତବ୍ୟ ସେମାନେ ନିଜେ ବୁଝିଥିଲେ କି ନା ସନେ୍ଦହ ଲାଗୁଥିଲା । ତେବେ ଏହି ଦୁଇ ମୁଖପାତ୍ରଙ୍କ ଘୋଷା ପାଠକୁ ଛାଡ଼ିଦେଲେ ନବୀନଙ୍କ ଭିଜନ୍‍ ଡକୁମେଣ୍ଟ ସମ୍ପର୍କରେ କୋ÷ଣସି ମନ୍ତ୍ରୀ,ଏମଏଲଏ ଓ ଏମପି ବିନ୍ଦୁ ବିସର୍ଗ ଜାଣିନାହାନ୍ତି । ଦାମୋଦର ରାଉତ ନିଜ ମନ୍ତ୍ରୀପଦକୁ ଜଗି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ଓଲଟି ବିଦ୍ରୁପ୍‍ର ତୀର ହୋଇଛି । ତାଙ୍କର ଯୁକ୍ତି, ୨୦୩୬ କୁ ଲକ୍ଷ୍ୟ ରଖି ନବୀନ ଯେଉଁ ଭିଜନ୍‍ ଡକୁମେଣ୍ଟ ପ୍ରସ୍ତୁତ କରୁଛନ୍ତି ତାହା ଅନ୍ୟମାନଙ୍କର ଜାଣିବାର ଆବଶ୍ୟକତା ନାହିଁ । ନେତା ଭିଜନ୍‍ କରେ । ଆଉ ସହଯୋଗୀମାନେ ତାକୁ କାର୍ଯ୍ୟକାରୀ କରନ୍ତି । ଅତଏବ ନବୀନ ଯେଉଁ ଭିଜନ୍‍ କରିବେ ତାହାକୁ କାର୍ଯ୍ୟକାରୀ କରିବା ବ୍ୟତିରେକେ ଜାଣିବାର ଆବଶ୍ୟକତା ନାହିଁ । ଦାମ ବାବୁ ମାନିଛନ୍ତି ତାଙ୍କୁ ନବୀନଙ୍କ ପାଠ ଜଣା ନାହିଁ । ଯାହାର ଦରକାର, ସେ ନବୀନଙ୍କୁ ଯାଇ ପଚାରନ୍ତୁ ବୋଲି ରୋକଠୋକ୍‍ କହିଛନ୍ତି ଦାମ । କ୍ୟାବିନେଟ୍‍ ର ଅନ୍ୟତମ ବରିଷ୍ଠ ସହଯୋଗୀ ବିଜୟଶ୍ରୀ ରାଉତରାୟଙ୍କଠାରୁ ଭିଜନ୍‍ ଡକୁମେଣ୍ଟ ବିଷୟରେ ଜାଣିବାକୁ ଚାହିଁଲାରୁ ସେ “ସରି’ବୋଲି କହି ବାଟ ଭାଙ୍ଗିଛନ୍ତି ।
ଏହି ମନ୍ତ୍ରୀଙ୍କ ଛଡ଼ା ଅନ୍ୟ ମନ୍ତ୍ରୀଙ୍କୁ ଏ ବିଷୟରେ ପଚାରିଲେ ସେମାନେ ଅଜ୍ଞାନବଶତଃ ହସି ହସି ଗଡୁଛନ୍ତି । ଭାଇ ଆମକୁ ସେହି ଜଟିଳ ପାଠରେ ପୂରାଅନି ବୋଲି ସାମ୍ବାଦିକମାନଙ୍କୁ କହୁଛନ୍ତି । ଦଳର ବରିଷ୍ଠ ବିଧାୟକ ଡାକ୍ତର ନୃସିଂହ ସାହୁ, ପ୍ରଭାତ ବିଶ୍ୱାଳଙ୍କ ମୁହଁରେ ବି ସମାନ କଥା । ନୃସିଂହ ସାହୁ କହିଛନ୍ତି, ସେ ପାଠରେ ତାଙ୍କର ଅଧ୍ୟୟନ ନାହିଁ । ଭିଜନ୍‍ ଡକୁମେଣ୍ଟ ନାଁ ଶୁଣି ସେ ଓଲଟି ତର୍କି ଯାଇଛନ୍ତି । ପ୍ରଭାତ ବିଶ୍ୱାଳ ତ କ୍ୟାମେରା ଆଗରେ ହାତଯୋଡି ପକେଇ ମତେ ସେ ଅଡୁଆରେ ପୂରାନି ବୋଲି ନେହୁରା ହୋଇଛନ୍ତି ।
ଏମାନଙ୍କ କଥାରୁ ଏତିକି ସ୍ପଷ୍ଟ ଯେ ଭିଜନ୍‍ ଡକୁମେଣ୍ଟ-୨୦୩୬ କନ୍‍ସେପ୍ଟ ଉପରେ ଦଳରେ କାହାର କିଛି ଧାରଣା ନାହିଁ । ସୁତରାଂ ଦଳର ବରିଷ୍ଠ ନେତାମାନେ ନିଜର ଅସହାୟତା ଦେଖାଇଥିବାରୁ ତାହାର ବାସ୍ତବ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଅବଶ୍ୟ ନବୀନଙ୍କ ଏକଛତ୍ରବାଦରେ ଥିବା ବିଜୁ ଜନତା ଦଳ ପାଇଁ ଏହା ନୂଆ କି ଆଶ୍ଚର୍ଯ୍ୟର କଥା ନୁହେଁ । ନରି ସ୍ୱାଇଁ ନିଜ ଅଜାଣତରେ କହୁ କହୁ ସତକଥାଟି କହିଦେଇଛନ୍ତି । ଏଥିପାଇଁ ଦଳର ଅନ୍ୟ ନେତାମାନେ ନରି ସ୍ୱାଇଁଙ୍କୁ ମନେ ମନେ ବାହାବା ଦେଉଛନ୍ତି ।

Previous Post

ସ୍ୱପ୍ନରେ ବିଭୋର ନବୀନ

Next Post

ବଦ୍ରି ଇଜ୍ଜତ ନେଇଗଲେ

Next Post
ବଦ୍ରି ଇଜ୍ଜତ ନେଇଗଲେ

ବଦ୍ରି ଇଜ୍ଜତ ନେଇଗଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA