Wednesday, March 11, 2026 10:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ମୋତିଲାଲ୍‌ଙ୍କ ପ୍ରେମରେ ମନ୍ତ୍ରୀ ପ୍ରଫୁଲ୍ଲ ବି

by Our Correspondent
29 Jun, 2016- 07:35 PM
in News, Politics
1 min read
0
ମୋତିଲାଲ୍‌ଙ୍କ ପ୍ରେମରେ ମନ୍ତ୍ରୀ ପ୍ରଫୁଲ୍ଲ ବି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଡାକ୍ତର ମୋତିଲାଲ୍‌ ଗୌଡ଼ଙ୍କ ପଛରେ ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କର ବି ଆର୍ଶିବାଦ ଥିଲା । ଶ୍ରମ ବିଭାଗର ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସରେ ଚାକିରୀ କରୁଥିବା ମୋତିଲାଲଙ୍କ କଳା କାରନାମାକୁ ମନ୍ତ୍ରୀ ପରୋକ୍ଷରେ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରିଥିଲେ । ଡାକ୍ତର ମୋତିଲାଲ୍‌ଙ୍କ ସସ୍‌ପେଣ୍ଡ ଫାଇଲ୍‌କୁ ନିଜ ଟେବୁଲ୍‌ରେ ପକାଇ ରଖିଥିଲେ ପ୍ରଫୁଲ୍ଲ ମଲ୍ଲିକ । ତେବେ ତୃତୀୟ ମହଲା ଏହା ଜାଣିବା ପରେ ମନ୍ତ୍ରୀଙ୍କୁ ସାଇଡ୍‌ କରି ଫାଇଲ୍‌ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଓକେ କରିଥିଲା । ମାମଲାର ତନାଘନା ପରେ ଖବରଟି ପଡ଼ିଛି “ମିଡ-ଡେ ଓଡ଼ିଶା’ ହାତରେ ।

ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଥିବା ଡାକ୍ତର ମୋତିଲାଲ୍‌ ଜାଲ୍‌ ସରକାରୀ ବିଜ୍ଞପ୍ତ ଜରିଆରେ କୋଟିଏରୁ ଅଧିକ ଟଙ୍କା ହଡ଼ପ କରିଥିଲେ । ବିଭାଗୀୟ ଖୋଳତାଡ଼ରୁ ଏହା ଜଣାପଡ଼ିବା ପରେ ନିର୍ଦ୍ଦେଶକ ତାଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ କରିଥିଲେ । ଏହି ସୁପାରିଶ ଫାଇଲ୍‌ଟି ତଳ ଆଡୁ ଆସିଲା ମନ୍ତ୍ରୀଙ୍କ ଅନୁମୋଦନ ପାଇଁ । ମାତ୍ର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କୌଣସି କାରଣରୁ ଫାଇଲ୍‌ଟି ନିଜ ଟେବୁଲ୍‌ ଉପରେ ପକାଇ ରଖିଲେ । ଦିନେ ଦୁଇ ଦିନ ନୁହେଁ । ଗୋଟିଏ ସପ୍ତାହ ଧରି ମନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷାରେ ପଡ଼ି ରହିଥିଲା ଫାଇଲ୍‌ । ତେବେ ମନ୍ତ୍ରୀଙ୍କ ଆଡୁ ଫାଇଲ୍‌ କ୍ଲିୟର୍‌ ହେଉ ନ ଥିବା ଜାଣିଲା ପରେ ତୃତୀୟ ମହଲା ଫାଇଲ୍‌ ମଗାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନେଇଥିଲେ । ଅର୍ଥାତ୍‌ ବିଭାଗୀୟ ମନ୍ତ୍ରୀଙ୍କୁ ନଜରଅନ୍ଦାଜ କରି ତାଙ୍କ ବିନା ଅନୁମୋଦନରେ ଫାଇଲ୍‌ ସିଧାସଳଖ କ୍ଲିୟର୍‌ ହୋଇଥିଲା ତୃତୀୟ ମହଲାରୁ । ମେ ୨୯ ତାରିଖରେ ମୋତିଲାଲଙ୍କୁ ଚାକିରିରୁ ନିଲମ୍ବିତ କରାଗଲା ।

ଡାକ୍ତର ମୋତିଲାଲଙ୍କ ଭଳି ଜଣେ ସାଂଘାତିକ ଠକ ଓ ଜାଲିଆଙ୍କ କାରନାମା ନିର୍ଦ୍ଦେଶକଙ୍କଠାରୁ ଜାଣି ମଧ୍ୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଚୁପ୍‌ ରହିଲେ କାହିଁକି ? ତାଙ୍କ ନିଲମ୍ବନ ସଂକ୍ରାନ୍ତୀୟ ଫାଇଲ୍‌କୁ ମନ୍ତ୍ରୀ କେଉଁ ଉଦ୍ଦେଶ୍ୟରେ ୭ ଦିନ ଧରି ଚପାଇ ରଖିଲେ ? ମନ୍ତ୍ରୀଙ୍କ ଉପରେ ଏଥିପାଇଁ କାହାରି ଚାପ ଥିଲା କି ? ଏହି ସବୁ ପ୍ରଶ୍ନର ଜବାବକୁ ଏବେ ସମସ୍ତଙ୍କ ଅପେକ୍ଷା । ତେବେ ମନ୍ତ୍ରୀଙ୍କ ବିନା ଦସ୍ତଖତ ଓ ମନ୍ତ୍ରୀଙ୍କ ସହ ଆଲୋଚନା ନ କରି ମୋତିଲାଲଙ୍କ ନିଲମ୍ବନ ଫାଇଲ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଅନୁମୋଦନ ଦେବା ପ୍ରଫୁଲ୍ଲ ମଲ୍ଲିକଙ୍କ ପାଇଁ ନିଶ୍ଚିତ ଲଜ୍ଜାଜନକ ଓ ଅପମାନ । ମାତ୍ର ଏହି ଅପମାନକୁ ମନ୍ତ୍ରୀ ଶଯ୍ୟ କରିବା ପଛର ରହସ୍ୟ ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନ ହୋଇଯାଇଛି । ତେବେ ଏଥିରୁ ସ୍ପଷ୍ଟ ଯେ କୌଣସି ନା କୌଣସି କାରଣରୁ ପ୍ରଫୁଲ୍ଲ ଚାହୁଁଥିଲେ ମୋତିଲାଲଙ୍କ ସୁରକ୍ଷା । ଆଉ ତାଙ୍କୁ ସୁରକ୍ଷା ଦେବାକୁ ସବୁ ଜାନ୍‌ ଖଟାଇଥିଲେ । ଘଟଣାଟି ପଦାକୁ ଆସିଲା ପରେ ମୋତିଲାଲଙ୍କ ସହ ଶ୍ରମମନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଧରାପଡ଼ିଛି ।

ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ ବ୍ରାଞ୍ଚ ଏହି ଦିଗକୁ ଏ ଯାଏଁ ଛୁଇଁ ନ ଥିଲା ବେଳେ ଆଗକୁ ଦୃଷ୍ଟି ଦେବାକୁ ଦାବି ଉଠିଛି । ଶ୍ରମମନ୍ତ୍ରୀ ଏ ନେଇ ଗଣମାଧ୍ୟଠାରୁ ନିଜକୁ ଦୂରେଇ ରଖିଥିବାରୁ ସତ୍ୟତା ଜଣାପଡ଼ିନାହିଁ । ତେବେ ଏହା ସ୍ପଷ୍ଟ ଯେ ମୋତିଲାଲଙ୍କ ବିରୋଧରେ ସଙ୍ଗୀନ ଜାଲିଆତି ସଂକ୍ରାନ୍ତୀୟ ଫାଇଲ୍‌ ଉପରେ ହାତବାନ୍ଧି ବସିଥିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏପରିକି ସମୟ ଗଡ଼ାଇ ଫାଇଲ୍‌ଟିକୁ ଚାପି ଦେବା ପାଇଁ ଉଦ୍ୟମ କରିଥିଲେ । ମାତ୍ର ଠିକଣା ସମୟରେ ତୃତୀୟ ମହଲାର ହସ୍ତକ୍ଷେପ ଯୋଗୁଁ ସଠିକ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇଛି । ମନ୍ତ୍ରୀ ଅରୁଣ ସାହୁ ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ପରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କର ମୋତିଲାଲ ପ୍ରେମ ତୃତୀୟ ମହଲାକୁ ବିଚଳିତ କରିଥିବା ସୂଚନା ମିଳିଛି । ମୋତିଲାଲଙ୍କ ଜାଲିଆତି ପେଡ଼ି ଖୋଲିଯିବା ପରେ ମୁଖ୍ୟମନ୍ତ୍ରୀ ବିବ୍ରତ ହେବା ସହ ସଂପୃକ୍ତ ମନ୍ତ୍ରୀମାନଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି । ମୋତିଲାଲଙ୍କ ସହ ଏହି ମନ୍ତ୍ରୀମାନଙ୍କ ଗୋପନ ସମ୍ପର୍କ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ ପାଇଁ ମୁଖ୍ୟମନ୍ତ୍ରୀ ଗୁଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ସେପଟେ ଫେରାର୍‌ ମୋତିଲାଲ୍‌ଙ୍କୁ ଅବିଳମ୍ବେ ଗିରଫ ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ତାଗିଦ୍ କରିଥିବା ତୃତୀୟ ମହଲାରୁ ସୂଚନା ମିଳିଛି ।

Previous Post

ବିଜେଡ଼ିରୁ ଗଲେ ପପୁ ପମ୍‌ ପମ୍‌

Next Post

ଝାରପଡ଼ା ଗଲେ ପପୁ ପମ୍‌ ପମ୍‌

Next Post
ଝାରପଡ଼ା ଗଲେ ପପୁ ପମ୍‌ ପମ୍‌

ଝାରପଡ଼ା ଗଲେ ପପୁ ପମ୍‌ ପମ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA