Wednesday, March 11, 2026 08:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ମୋଦିପ୍ରେମୀ ଲିଙ୍ଗରାଜଙ୍କ ପାଳି କେବେ ?

by Our Correspondent
28 May, 2016- 04:46 AM
in News
1 min read
0
ମୋଦିପ୍ରେମୀ ଲିଙ୍ଗରାଜଙ୍କ ପାଳି କେବେ ?

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମଧ୍ୟପ୍ରଦେଶର ନାମଜାଦା ଆଇଏଏସ୍‌ ଅଫିସର ତଥା ଜିଲ୍ଲାପାଳ ଅଜୟ ସିଂ ଗଙ୍ଗୱାର୍‌ଙ୍କୁ ରାଜ୍ୟ ସରକାର ରାତାରାତି ବଦଳି କରିଛନ୍ତି । ତାଙ୍କୁ ସଚିବାଳୟରେ ଏକ ପନିସ୍‌ମେଣ୍ଟ ପୋଷ୍ଟରେ ଅବସ୍ଥାପିତ କରାଯାଇଛି । ତାଙ୍କର ଦୋଷ, ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଧର୍ମନିରପେକ୍ଷତାକୁ ସେ ପ୍ରଂଶସା କରିଛନ୍ତି । ଏହି ଫେସ୍‌ବୁକ ପୋଷ୍ଟକୁ ନେଇ କିଛି ମହଲରେ ଚର୍ଚ୍ଚା ଆରମ୍ଭ ହେଲା କ୍ଷଣି ଗଙ୍ଗୱାର୍‌ ତାହାକୁ ଉଠାଇ ଦେଇଥିଲେ । ମାତ୍ର ବିଜେପି ସରକାରଙ୍କ ନଜରରେ ସେ ଦୋଷୀ ହୋଇଛନ୍ତି । ସରକାରୀ ଅଧିକାରୀମାନଙ୍କର ପଲଟିକାଲ୍‌ ଆଫିଲିଏସନ୍‌ ରହିବା ଉଚିତ୍‌ ନୁହେଁ ଏବଂ ଏହାକୁ ସେମାନେ ସେୟାର୍‌ କରିବା ମୌଳିକ ନିୟମର ଉଲ୍ଲଂଘନ । ଚାକିରୀ ଆଚରଣବିଧିର ଉଲ୍ଲଂଘନସ୍ୱରୂପ ଗଙ୍ଗୱାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମଧ୍ୟପ୍ରଦେଶ ସରକାର ସଫେଇ ଦେଇଛନ୍ତି ।

ମଧ୍ୟପ୍ରଦେଶ ଉଦାହରଣରେ ସରକାରଙ୍କ ଆଭିମୁଖ୍ୟ ଯାହା ହେଉ ନା କାହିଁକି ଜଣେ ସରକାରୀ କର୍ମଚାରୀ କୌଣସି ରାଜନୈତିକ ଦଳ କିମ୍ବା ଆଦର୍ଶ ସହ ସଂଶ୍ଲିଷ୍ଟ ହୋଇ ତାହାର ପ୍ରଚାର କରିପାରିବେ ନାହିଁ ତାହା ସ୍ପଷ୍ଟ । ମାତ୍ର ଆମ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଲିଙ୍ଗରାଜ ପ୍ରସାଦ ପଟ୍ଟନାୟକ ନିଜ ହ୍ୱାଟସ୍‌ ଆପ୍‌ରେ ମୋଦି ସରକାରଙ୍କ ପ୍ରଚାରରେ ମାତିଥିଲେ ମଧ୍ୟ ସରକାର ତାହାକୁ ସହ୍ୟ କରିବା ସମସ୍ତଙ୍କୁ ବିସ୍ମିତ କରିଛି । ଲିଙ୍ଗରାଜ ବାବୁଙ୍କ ହ୍ୱାଟସ୍‌ ଆପ୍‌ ବାର୍ତ୍ତାକୁ ପୂର୍ବରୁ ମିଡ଼-ଡେ ଓଡ଼ିଶା ପ୍ରକାଶ କରିଥିଲା । ସଂପୃକ୍ତ ଅଧିକାରୀଙ୍କ ଏଭଳି କାର୍ଯ୍ୟର ଖବରକୁ ନେଇ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ହୋଇଛି । ମାତ୍ର ସରକାର ତାଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ପୁରସ୍କୃତ କରିବାର ପୁରୁଣା ଯୋଜନାରୁ ହଟିନାହାନ୍ତି । ତାଙ୍କୁ ପଦୋନ୍ନତି ଦେଇ ବିଡ଼ିଏର ସୃଷ୍ଟି ହୋଇଥିବା ନୂଆ ଭାଲ୍ୟୁଏସନ୍‌ ଅଫିସର ପଦବୀରେ ଥଇଥାନ କରିବାକୁ ଯୋଜନା କରିଛନ୍ତି ।

ସୂଚନାଯୋଗ୍ୟ, ପୁରୀ-କୋଣାର୍କ ଡେଭଲପ୍‌ମେଣ୍ଟ ଅଥରିଟି ବା ପିକେଡିଏର ପ୍ଲାନିଂ ମେମ୍ବର ଭାବେ କାର୍ଯ୍ୟ କରୁଛନ୍ତି ଲିଙ୍ଗରାଜ ପଟ୍ଟନାୟକ । ପୁରୀରେ ଇସ୍କନ୍‌ର ପ୍ରସ୍ତାବିତ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ବିବାଦରେ ସେ ହେଉଛନ୍ତି ଅଭିଯୁକ୍ତ । ଆରଡ଼ିସି ଏହି ମାମଲାର ତଦନ୍ତ କରୁଛି । ମାତ୍ର ତଦନ୍ତ ସରି ନ ଥିବା ବେଳେ ସରକାର ଏହି ବିବାଦୀୟ ଅଫିସରଙ୍କୁ ପଦୋନ୍ନତି ଦେଇ ପୁରସ୍କୃତ କରିବାକୁ ଯାଉଛନ୍ତି । ଆଉ ଠିକ୍‌ ଏତିକିବେଳେ ଲିଙ୍ଗରାଜ ବାବୁ ନରେନ୍ଦ୍ର ମୋଦି ସରକାରଙ୍କ ଦୁଇବର୍ଷର ସଫଳତାକୁ ନିଜର ହ୍ୱାଟସ୍‌ ଆପ୍‌ ମାଧ୍ୟମରେ ବାଣ୍ଟି ଆହୁରି ବିବାଦୀୟ ହୋଇପଡ଼ିଛନ୍ତି । ତୃତୀୟ ମହଲାରେ ଚେର ଖେପିଥିବା ଏଲପିପି ବାବୁ ଖାଲି ନରେନ୍ଦ୍ର ମୋଦିଙ୍କ ପ୍ରେମରେ ପଡ଼ିନାହାନ୍ତି ବରଂ ପ୍ରଚାର ଓ ପ୍ରସାର ଦାୟିତ୍ୱର ଏକପ୍ରକାର ଠିକା ନେଇଯାଇଛନ୍ତି । ମୋଦିଙ୍କ ସଫଳ ରିପୋର୍ଟ କାର୍ଡକୁ ନିଜର ଚିହ୍ନାଜଣାଙ୍କୁ ବାଣ୍ଟିଛନ୍ତି । ହ୍ୱାଟସ୍‌ ଆପ୍‌ ବାର୍ତ୍ତାରେ ଖୁଦ୍‌ ପଡ଼ିଏ, ଲୋଗୋ କୋଁ ଭି ପଢ଼ାଇୟେ..ବୋଲି ଲେଖିଛନ୍ତି ପଟ୍ଟନାୟକ ସାର୍‌ ।

Previous Post

ଦାମଙ୍କୁ ମାଷ୍ଟର୍‌ ଷ୍ଟ୍ରୋକ୍‌

Next Post

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀର ନୃଶଂସତା

Next Post
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀର ନୃଶଂସତା

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀର ନୃଶଂସତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA