Saturday, March 14, 2026 12:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ରମ୍ ମନ୍ଦିର ଭରସା !

by Our Correspondent
16 Jul, 2019- 07:42 PM
in Guest Column, Latest News
1 min read
0
ରମ୍ ମନ୍ଦିର ଭରସା !

ବରେନ୍ଦ୍ରକୃଷ୍ଣ ସାହୁ

ମଦ କୌଣସି ସମସ୍ୟାର ସମାଧାନ ନୁହେଁ । ବରଂ ସମସ୍ୟାକୁ ଅଧିକରୁ ଅଧିକ ଜଟିଳ କରିଥାଏ । ତଥାପି କାହିଁକି କେଜାଣି ଲୋକେ ମଦ ପିଅନ୍ତି । ମଦକୁ ଏବେ କିଛି ଲୋକ ଘୃଣା କରୁଛନ୍ତି, କିନ୍ତୁ କିଛି ଏହାକୁ ନିଜର ଷ୍ଟାଟସ୍ ବୋଲି ଧରି ନେଇଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ ସୁଖ ହେଉ କି ଦୁଃଖ ସବୁଠି ରହିଛି ମଦର ଆବଶ୍ୟକତା । ଯେଉଁଥିପାଇଁ ମଦ ବେପାରୀ ମାଲାମାଲ୍, ଆଉ ସରକାର ଲାଲେଲାଲ୍ । ମଦ ସିନା କୌଣସି ସମସ୍ୟାର ସମାଧାନ କରିପାରିବନି, କିନ୍ତୁ ଯେଉଁ ସମସ୍ୟାର ସମାଧାନ ନାହିଁ, ସେ ସମସ୍ୟାକୁ ତ ପୁଣି ଭୁଲିବାକୁ ପଡ଼ିବ । ଖାସ୍ ସେଇଥିପାଇଁ ବୋଧହୁଏ ମଦର ରହିଛି ଆବଶ୍ୟକତା । ଏ କଥାକୁ କେହି ବୁଝୁ ବା ନ ବୁଝୁ, ରାଜ୍ୟ ସରକାର କିନ୍ତୁ ବୁଝି ନେଇଛନ୍ତି । ସରକାର ଏମିତି ସମସ୍ୟାରେ ପଡ଼ିଛନ୍ତି ଯେ ଧରି ନେଇଛନ୍ତି ମଦ ହିଁ କେବଳ ତାଙ୍କୁ ରକ୍ଷା କରିପାରିବ । ଯେଉଁଥିପାଇଁ ମଦକୁ ପ୍ରୋତ୍ସାହିତ ଦେଇ ମଦବେପାରୀଙ୍କୁ ପୁରସ୍କୃତ କରିବାକୁ ଚିନ୍ତା କରୁଛନ୍ତି । ବିଧାନସଭା ଷ୍ଟାଣ୍ଡିଂ କମିଟିର ଏମିତି ଏକ ସୁପାରିଶ ଏବେ ସୋସିଆଲ୍ ମିଡ଼ିଆରେ ଟ୍ରୋଲ୍ ହେଉଛି ।
କିଛି ଦିନ ତଳେ ସଚିବାଳୟରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ ବଢ଼ୁଥିବା ସଡ଼କ ଦୁର୍ଘଟଣା ନେଇ ଚିନ୍ତା ପ୍ରକଟ କରିଥିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମଦ ଯୋଗୁଁ ହିଁ ଅଧିକାଂଶ ଦୁର୍ଘଟଣା ଘଟୁଥିବା, ବୈଠକ ପରେ ନିଜେ ଗଣମାଧ୍ୟମ ସାମ୍ନାରେ କହିଥିଲେ ମନ୍ତ୍ରୀ । ସେପଟେ ମଦ ପାଇଁ ଅନେକ ପରିବାର ଛାରଖାର ହୋଇ ଯାଉଥିବା ବେଳେ ଦୁଷ୍କର୍ମ, ହତ୍ୟା ଭଳି ଅପରାଧ ମଧ୍ୟ ବଢ଼ିଚାଲିଛି । ତଥାପି ମଦ, ସରକାରଙ୍କ ଫେଭରିଟ୍ ।
ବିଧାନସଭା ଷ୍ଟାଣ୍ଡିଂ କମିଟିର ତଥ୍ୟ ଅନୁଯାୟୀ, ୨୦୦୯-୧୦ ରେ ରାଜ୍ୟ ସରକାର ୮୪୯ କୋଟି ଟଙ୍କା ରାଜସ୍ୱ ପାଇଥିଲେ । ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୩,୯୨୫ କୋଟି ଟଙ୍କା ହୋଇଥିବା ବେଳେ ସରକାର ଉତ୍ସାହିତ ହୋଇ ଆସନ୍ତା ଆର୍ଥିକ ବର୍ଷ ପାଇଁ ୪,୬୦୦ କୋଟି ଟଙ୍କା ଟାର୍ଗେଟ୍ ରଖିଛନ୍ତି । ସେପଟେ ଏହି ତଥ୍ୟକୁ ଯଦି ମଦୁଆଙ୍କ ସଂଖ୍ୟା ତୁଳନା କରିବା ତେବେ ସରକାର ଉତ୍ସାହିତ ହେବା ସ୍ୱାଭାବିକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୧୦ ତଥ୍ୟ ଅନୁଯାୟୀ ଦେଶରେ ମଦୁଆଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୩୦ ପ୍ରତିଶତ ଥିଲା । ୨୦୦୯ରୁ ୨୦୧୯ ମଧ୍ୟରେ ଓଡ଼ିଶାରେ ଯଦି ମଦରୁ ରାଜସ୍ୱ ସାଢ଼େ ଚାରିଗୁଣାରୁ ଅଧିକ ବଢ଼ିଛି, ତେବେ ୨୦୧୦ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ମଦୁଆଙ୍କ ସଂଖ୍ୟା କେତେ ହୋଇଥିବ, ଆଉ ଓଡ଼ିଶାରେ କେତେ ଲୋକ ମଦ ପିଉଥିବେ ତାହା ଅନୁମାନ କରାଯାଇପାରେ । ଏଭଳି ପରିପ୍ରେକ୍ଷୀରେ ମଦରୁ ଅଧିକରୁ ଅଧିକ ରାଜସ୍ୱ ଆଶା କରିବା ବି ସ୍ୱାଭାବିକ । କିନ୍ତୁ ରାଜସ୍ୱ ବଦଳରେ କେତେ କ୍ଷତି ହେବ, କେଉଁ ଧରଣର କ୍ଷତି ହେବ, ତାହା କ’ଣ ଚିନ୍ତା କରିବା ସରକାରଙ୍କ ଦାୟିତ୍ୱ ନୁହେଁ?
ଷ୍ଟାଣ୍ଡିଂ କମିଟିର ଏମିତି ଏକ ଉଦ୍ଭଟ ସୁପାରିଶ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ସତ, କିନ୍ତୁ ସୋସିଆଲ୍ ମିଡ଼ିଆକୁ ଛାଡ଼ିଦେଲେ କୌଣସି ବି ଗଣମାଧ୍ୟମରେ ଏହାର କ୍ରିଟିକାଲ୍ ଆନାଲିସିସ୍ ଦେଖିବାକୁ ମିଳୁନି । ଏଇଠି ଗୋଟେ କଥା ମନେପଡ଼େ.. ୨୦୦୪ ରେ ଯେତେବେଳେ ରାଜ୍ୟରେ ବିଜେଡ଼ି-ବିଜେପି ମେଣ୍ଟ ସରକାର ଥିଲା, ଆଉ ସମୀର ଦେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ, ସେତେବେଳେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ । କଲେଜ ଓ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ଉଠାଇ ଦେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଓଡ଼ିଶାକୁ ଏବଂ ଓଡ଼ିଆ ଭାଷାକୁ ଭଲ ପାଉଥିବା କିଛି ବ୍ୟକ୍ତିବିଶେଷ ତାହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ । ସାରା ରାଜ୍ୟରେ ପ୍ରତିବାଦର ସ୍ୱର ସେତେବେଳେ ତୀବ୍ର ହୋଇଥିଲା । ବିଭିନ୍ନ ଗଣମାଧ୍ୟମରେ ବି । ଫଳରେ ବାଧ୍ୟ ହୋଇ ମୁଣ୍ଡ ନୁଆଁଇ ଥିଲେ ସରକାର । ଯଦି ସେତେବେଳର ନିଷ୍ପତ୍ତି ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ୱାର୍ଥ ବିରୋଧୀ ଥିଲା ବୋଲି ହୃଦବୋଧ ହୋଇଥିଲା, ଏବେର ଷ୍ଟାଣ୍ଡିଂ କମିଟି ସୁପାରିଶ କାହିଁକି ନୁହେଁ? ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଓଡ଼ିଶାର କି ସ୍ୱାର୍ଥ ସାଧନ ହେବ? କାହିଁକି ଚୁପ୍ ବସିଛନ୍ତି ଗଣମାଧ୍ୟମ? କାହିଁକି ରାଜ୍ୟରେ ଜୋରଦାର ହେଉନି ମଦ ବିରୋଧୀ ଆନ୍ଦୋଳନ?
ଗଣମାଧ୍ୟମର ଏଠି ରହୁଛି ପ୍ରମୁଖ ଭୂମିକା । କିନ୍ତୁ ଏଠି କହିବା କାହାକୁ, ଶୁଣିବ ବା କିଏ? କାରଣ କିଛି ପ୍ରମୁଖ ଗଣମାଧ୍ୟମର ପ୍ରମୋଟର ରାଜନୀତିର ଅଫିମ ଖାଇ ନିଶାଶକ୍ତ ହୋଇ ଯାଇଥିବା ବେଳେ ଆଉ କିଛି ନିଜ ବେପାର ପାଇଁ ଏହାକୁ କମ୍ବଳ କରିଛନ୍ତି । ଯେଉଁଥିପାଇଁ ସରକାରଙ୍କ ବିରୋଧରେ ସ୍ୱର ଉଠାଇବାକୁ ସେମାନଙ୍କର ତାକତ୍ ନାହିଁ । ସରକାରଙ୍କ କାଳିଆ ଯୋଜନା ହେଉ ବା ପିଲା ଅଭାବରୁ ୯୬୬ ପ୍ରାଥମିକ ସ୍କୁଲ ବନ୍ଦ କରିବା ହେଉ, କେଉଁଠି ବି ପ୍ରମୁଖ ଗଣମାଧ୍ୟମରେ ଏଭଳି ନିଷ୍ପତ୍ତିର କ୍ରିଟିକାଲ୍ ଆନାଲିସିସ୍ ଦେଖିବାକୁ ମିଳିନି । ଜରୁରୀକାଳୀନ ପାଣ୍ଠି ଟଙ୍କା କାଳିଆ ଯୋଜନାରେ ଖର୍ଚ୍ଚ କରି ରାଜ୍ୟ ସରକାର ନିର୍ବାଚନକୁ ଗଲେ । ସେମିତି ଫନି ବେଳେ ଜଳ ଜଳ ଦିଶିଲା ସରକାରଙ୍କ ଅସହାୟତା । କିନ୍ତୁ ଦୁଃଖର ବିଷୟ, ସରକାରଙ୍କ ଚେତା ପୂରାଇଲା ଭଳି ଗଣମାଧ୍ୟମରେ ବିଶ୍ଲେଷଣାତ୍ମକ ଖବର ଦେଖିବାକୁ ମିଳିଲାନି । ସେହିଭଳି ଦିଲ୍ଲୀର ଆପ୍ ସରକାର ଯଦି ସରକାରୀ ସ୍କୁଲକୁ ପବ୍ଲିକ୍ ସ୍କୁଲଠାରୁ ଉପରକୁ ନେଇପାରିଲେ ତେବେ କାହିଁକି ଆମ ରାଜ୍ୟରେ ୯୬୬ ସ୍କୁଲ ବନ୍ଦ ହେଲା? ପୁଣି କାଲି ସକାଳେ ଯଦି ସରକାର, ରୋଗୀ ଆସୁ ନ ଥିବା କହି ସରକାରୀ ଡାକ୍ତରଖାନା ବନ୍ଦ କରିଦିଅନ୍ତି ତେବେ ତାହା ଗ୍ରହଣୀୟ ହେବ ତ?
ମଦକୁ ପ୍ରୋତ୍ସାହନ ଦେବାକୁ ଷ୍ଟାଣ୍ଡିଂ କମିଟିର ସୁପାରିଶ, କ’ଣ ସୂଚାଉଛି? ୧୯ ବର୍ଷ ଧରି ଶାସନ କରୁଥିବା ସରକାର, ରାଜ୍ୟର ଆର୍ଥିକ ସ୍ଥିତିକୁ କେଉଁ ଅବସ୍ଥାରେ ରଖିଛନ୍ତି? ଗାଁ ଗାଁରେ ରମ୍ ମନ୍ଦିର କରି ରାଜସ୍ୱ ବଢ଼ାଇବାର ହାଇବ୍ରିଡ୍ ଆଇଡିଆ ଆସିଲା କେଉଁଠୁ? ଯଦି ମଦ ଉପରେ ସରକାରଙ୍କର ଏତେ ଭରସା, ତେବେ ମଦୁଆଙ୍କ ପାଇଁ କାହିଁକି ଏତେ କଟକଣା? କାହିଁକି ବାଟରେ ଘାଟରେ ପୋଲିସ ବ୍ରିଦ୍ ଆନାଲାଇଜର ଧରି ସେମାନଙ୍କୁ ହଇରାଣ କରୁଛି? ମଦ ବେପାରୀଙ୍କୁ ପୁରସ୍କୃତ କରିବା ପରେ ରାଜ୍ୟସ୍ତରୀୟ ମଦ୍ୟପାନ ପ୍ରତିଯୋଗିତା କରି ଶ୍ରେଷ୍ଠ ମଦୁଆଙ୍କୁ ସମ୍ମାନିତ କରିବାକୁ କେବେ ଚିନ୍ତା କରିବେ ସରକାର, ଏବେ ତାହାକୁ ଅପେକ୍ଷା ।
Previous Post

ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ରାଜ୍ୟପାଳ

Next Post

ସାମ୍ବାଦିକଙ୍କ ଉପରକୁ ଚିହିଁକି ଗଲେ, ହାତ ଉଠାଇଲେ କେନ୍ଦ୍ରାପଡ଼ା ଏସପି

Next Post
ସାମ୍ବାଦିକଙ୍କ ଉପରକୁ ଚିହିଁକି ଗଲେ, ହାତ ଉଠାଇଲେ କେନ୍ଦ୍ରାପଡ଼ା ଏସପି

ସାମ୍ବାଦିକଙ୍କ ଉପରକୁ ଚିହିଁକି ଗଲେ, ହାତ ଉଠାଇଲେ କେନ୍ଦ୍ରାପଡ଼ା ଏସପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA