Wednesday, March 11, 2026 05:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟରେ ସଫଳ ହେଲା ପ୍ଲାଜମା ଥେରାପି

by Our Correspondent
19 Jul, 2020- 06:34 PM
in Latest News, News
1 min read
0
ରାଜ୍ୟରେ ସଫଳ ହେଲା ପ୍ଲାଜମା ଥେରାପି
ଭୁବନେଶ୍ୱର: ଆମ ରାଜ୍ୟ ପାଇଁ ଖୁସି ଖବର । ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ସଫଳ ହୋଇଛି ପ୍ଲାଜମା ଥେରାପି ଚିକିତ୍ସା । ପ୍ରଥମ ପର୍ଯ୍ୟାୟରେ ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ୪ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଯାଉଥିବା ବେଳେ ଆଉ ଦୁଇ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଖୁବ୍ ଶୀଘ୍ର ସେମାନେ ବିପଦମୁକ୍ତ ହେବାର ଆଶା ଅଛି ।
ଗତ ୧୬ ତାରିଖରୁ ଭୁବନେଶ୍ୱରର ସମ୍ କୋଭିଡ୍ ହସ୍ପିଟାଲ୍ ରେ ୪ ଜଣ ଗୁରୁତର ରୋଗୀ ଏବଂ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ୨ ଜଣ ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ଚିକିତ୍ସା କରାଯାଇଥିଲା । ୪ ଜଣ ପ୍ଲାଜମା ଦାତାଙ୍କଠାରୁ ସଂଗୃହୀତ ୮ ୟୁନିଟ୍ ପ୍ଲାଜମାରୁ ୬ ୟୁନିଟ୍ ପ୍ଲାଜମାରେ ଏମାନଙ୍କର ଚିକିତ୍ସା କରାଯାଇଥିଲା । ମାତ୍ର ତିନି ଦିନ ମଧ୍ୟରେ ଏହାର ସୁଫଳ ମିଳିଛି ।
ଗୁରୁତର ଅବସ୍ଥାରେ ଥିବା ସଂପୃକ୍ତ ୪ ରୋଗୀଙ୍କୁ ଆଉ ଅକ୍ସିଜେନ୍ ସହାୟତାର ଆବଶ୍ୟକତା ନାହିଁ । ସେମାନେ ସୁସ୍ଥ ହେଉଛନ୍ତି ଏବଂ ଖୁବ୍ ଶୀଘ୍ର ଘରକୁ ଫେରିବେ । ଅନ୍ୟ ଦୁଇ ରୋଗୀ ଅକ୍ସିଜେନ୍ ସହାୟତାରେ ଥିଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ବିପଦମୁକ୍ତ ହୋଇଯିବେ ବୋଲି ଆଶା କରାଯାଉଛି ।
ଉଲ୍ଲେଖଥାଉକି, ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କଠାରୁ ସଂଗୃହୀତ ପ୍ଲାଜମା ଗୁରୁତର କରୋନା ରୋଗୀଙ୍କଠାରେ ପ୍ରୟୋଗ କରାଯିବା ହିଁ ପ୍ଲାଜମା ଚିକିତ୍ସା । ଡାକ୍ତରୀ ଅର୍ଥରେ, ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ରକ୍ତ (ପ୍ଲାଜମା)ରେ ଏକ ପ୍ରୋଟେକ୍ଟିଭ୍ ଆଣ୍ଟିବଡି ତିଆରି ହୋଇଥାଏ । ଏହି ଆଣ୍ଟିବଡିକୁ ଗୁରୁତର କରୋନା ରୋଗୀଙ୍କଠାରେ ପ୍ରୟୋଗ କରାଗଲେ ସେ ସୁସ୍ଥ ହୋଇପାରିବେ । ତେବେ ସବୁ ସୁସ୍ଥ ରୋଗୀଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯାଇପାରିବନି କି ସବୁ ଗୁରୁତର ରୋଗୀଙ୍କଠାରେ ଏହାର ପ୍ରୟୋଗ କରାଯାଇପାରିବ ନାହିଁ । ଶରୀରର ଅବସ୍ଥାକୁ ଦେଖି ଡାକ୍ତରମାନେ ଏହା ସ୍ଥିର କରିବେ ।
ତେବେ ପ୍ଲାଜମା ଦାନରେ କୌଣସି ସମସ୍ୟା ନାହିଁ ବୋଲି ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହେବାର ୧୪ ଦିନ ପରେ ଜଣେ କରୋନା ରୋଗୀ ଏକାଧିକ ଥର ପ୍ଲାଜମା ଦେଇପାରିବେ । ରକ୍ତଦାନ ଭଳି ପ୍ଲାଜମା ଦାନ ଏକ ସାଧାରଣ ପ୍ରକ୍ରିୟା । ଜଣେ ବ୍ୟକ୍ତିର ପ୍ଲାଜମାରେ ଦୁଇ ଜଣ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ । ପ୍ଲାଜମା ଥେରାପି ଚିକିତ୍ସାରେ ସଫଳତା ହାର ୧୦୦% ନ ହେଲେ ମଧ୍ୟ ୮୦ରୁ ୯୦% ବୋଲି ଦାବି କରାଯାଉଛି ।
ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ଓଡ଼ିଶା ତୃତୀୟ ରାଜ୍ୟ ଭାବେ ପ୍ଲାଜମା ଥେରାପି ଚିକିତ୍ସାକୁ ଗ୍ରହଣ କରିଛି । ଜୁଲାଇ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସସିବିରେ କୋଭିଡ୍ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିବା ସହ ମାଗଣାରେ ପ୍ଲାଜମା ଥେରାପି ଚିକିତ୍ସା ସୁବିଧା ଦେବାକୁ ଘୋଷଣା କରିଥିଲେ ।
ପ୍ଲାଜମା ଥେରାପି ପାଇଁ ଏସସିବି ମେଡ଼ିକାଲ୍ କଲେଜ ଏକ ନୋଡାଲ୍ ଏଜେନ୍ସୀ ଭାବରେ କାର୍ଯ୍ୟ କରୁଥିବା ବେଳେ ଭୁବନେଶ୍ୱରର ସମ୍ ଓ କିମସ୍ ହସ୍ପିଟାଲ୍ ଏବଂ କଟକର ଅଶ୍ୱିନୀ ହସ୍ପିଟାଲ୍ ରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ଏହାକୁ ଅନ୍ୟ ଜାଗାରେ ଉପଲବ୍ଧ କରିବାକୁ ଯୋଜନା ହୋଇଛି ।
Previous Post

ଦିନକରେ ରେକର୍ଡ ୩୮,୯୦୨ ପଜିଟିଭ୍, ଓଡ଼ିଶାରେ ୭୩୬

Next Post

ଜୀବଜନ୍ତୁଙ୍କ ଖାଇବା ଟଙ୍କା ବି ଚଳୁ କରିଦେଲେ !

Next Post
ଜୀବଜନ୍ତୁଙ୍କ ଖାଇବା ଟଙ୍କା ବି ଚଳୁ କରିଦେଲେ !

ଜୀବଜନ୍ତୁଙ୍କ ଖାଇବା ଟଙ୍କା ବି ଚଳୁ କରିଦେଲେ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA