Friday, March 13, 2026 09:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଲୋକଙ୍କ ବରବାଦିରେ ବିଧାନସଭା ଫାର୍ସ

by Our Correspondent
07 May, 2016- 08:44 AM
in News
1 min read
0
ଲୋକଙ୍କ ବରବାଦିରେ ବିଧାନସଭା ଫାର୍ସ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କ୍ରମାଗତ ୪ ଦିନ ପାଇଁ ଅଚଳ ହୋଇପଡ଼ିଛି ବିଧାନସଭା । ଶାସକ ଦଳ ସଭ୍ୟମାନେ ବିରୋଧୀ ଦଳ ନେତାଙ୍କ କ୍ଷମାପ୍ରାର୍ଥନା ଓ ଇସ୍ତଫା ଦାବିରେ ଅଟଳ ଥିଲା ବେଳେ ବିରୋଧୀ ଦଳ ସଭ୍ୟମାନେ ଏହାର ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଜିଦ୍‌ ଧରିଛନ୍ତି । ଦୁଇ ଦିନର ଅଚଳାବସ୍ଥା ପରେ ବାଚସ୍ପତି ଗୃହକୁ ସ୍ୱାଭାବିକ କରିବାକୁ ମନେ ପକାଇ ସର୍ବଦଳୀୟ ବୈଠକ ଡାକିଲେ । ଦିନତମାମ ବୈଠକ ଚାଲିଲା । ମାତ୍ର ନିର୍ଯାସ ବାହାରି ପାରିଲାନି । ଶନିବାର ପୁଣି ଡକାଯାଇଛି ବୈଠକ । ମାତ୍ର କଂଗ୍ରେସ ଏହାକୁ ବର୍ଜନ କରି ରାଜ୍ୟପାଳଙ୍କ ପାଖରେ ଯାଇ ଫେରାଦ ହୋଇଛି । ବିଜେଡ଼ିର ଅଗଣତାନ୍ତ୍ରିକ ଶାସନକୁ ବିରୋଧ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରିଛନ୍ତି ।

ବିଧାନସଭା ଗୁରୁତ୍ୱପୂର୍ଣ୍ଣ ବଜେଟ୍‌ ଅଧିବେସନର ଏହା ହେଉଛି ସୂକ୍ଷ୍ମ ଚିତ୍ର । ୪ ଦିନ ହେଲା ଗୃହରେ ବଜେଟ୍‌ ଆଲୋଚନା ହୋଇପାରୁନି । ଗୁରୁତ୍ୱପୂର୍ଣ୍ଣ କୃଷି, ପଞ୍ଚାୟତିରାଜ ଆଦି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇ ନ ପାରି ଗିଲୋଟିନ୍‌କୁ ଯାଇଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେସନ ଆରମ୍ଭରୁ ଲାଗିରହିଛି ଅଚଳାବସ୍ଥା । ଚିଟ୍‌ଫଣ୍ଡ କେଳେଙ୍କାରୀରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ସଂପୃକ୍ତ ଦର୍ଶାଇ ବିରୋଧୀ ଦଳ ଇସ୍ତଫା ମାଗିଛନ୍ତି । ଚିଟ୍‌ଫଣ୍ଡ ତଦନ୍ତ କମିଶନ ଜଷ୍ଟିସ୍‌ ଏମ.ଏମ.ଦାସ ବିଜେଡ଼ି ଲିଗାଲ୍‌ ଫ୍ରଣ୍ଟ ସଭାରେ ଯୋଗଦେଇ ସରକାରଙ୍କ ପକ୍ଷ ନେବା ବି ବିରୋଧୀଙ୍କୁ କ୍ଷୁବ୍ଧ କରିଛି ଏବଂ ସେମାନେ ଜଷ୍ଟିସ୍‌ଙ୍କ ବହିଷ୍କାର ଦାବି କରିଛନ୍ତି । ବିରୋଧୀ ଦଳର ମୁକାବିଲା ପାଇଁ ଶାସକ ଦଳ ନିର୍ଲ୍ଲଜ ଓ କଠୋର ଆଭିମୁଖ୍ୟ ନେଇଛି । ବିରୋଧୀ ଦଳ ନେତାଙ୍କୁ ବୁଢ଼ା ହଢ଼ା କହି ତାଙ୍କର ମୁଣ୍ଡ ମାଗିଛି । ଆଉ ଗୃହ କାର୍ଯ୍ୟ ଠପ୍‌ କରିଦେଇଛି ।

ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସବୁକୁ ଖୋଦ୍‌ ଶାସକ ଦଳ ପରବାଏ କରିନାହାନ୍ତି । ନିଜର କାଟ୍‌ତି ଓ ଭାବମୂର୍ତ୍ତି ରଖିବା ଉଦ୍ୟମରେ ଲୋକଙ୍କ ସ୍ୱାର୍ଥ ସହ ସାଂଘାତିକ ଖେଳ ଖେଳୁଛନ୍ତି ଆମର ନିର୍ବାଚିତ ପ୍ରତିନିଧି ।
ବିଧାନସଭା ପାଇଁ ଦୈନିକ ଆନୁମାନିକ ଖର୍ଚ୍ଚ ହେଉଛି ୩୦ ଲକ୍ଷ ଟଙ୍କା । ସୁରକ୍ଷା କର୍ମଚାରୀଙ୍କଠାରୁ ଆରମ୍ଭ କରି ସମଗ୍ର ସରକାରୀ କଳର ବଳ ଲାଗୁଛି ବିଧାନସଭାରେ । ଲୋକଙ୍କ ସ୍ୱାର୍ଥ ଓ ସମସ୍ୟା ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ସମାଧାନ ହେବ କିମ୍ବା ବଜେଟ୍‌ ଓ କୌଣସି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ ହୋଇ ଲୋକଙ୍କ ସ୍ୱାର୍ଥରେ ଲାଗିବା ହେଉଛି ମୂଳ ଲକ୍ଷ୍ୟ । ମାତ୍ର ତାହାକୁ ଆମ ନିର୍ବାଚିତ ପ୍ରତିନିଧିମାନଙ୍କର ଖାତିର ନାହିଁ । ଲୋକ ଭୋଟ ଦେଇ ଭୁବନେଶ୍ୱର ପଠାଇଛନ୍ତି । ହାତ ପାଆନ୍ତାକୁ ଆସିଯାଇଛି କ୍ଷମତା, ଟଙ୍କା, ପଇସା, ଗାଡ଼ି, ଘୋଡା, ଘର । ଅୟସ ଜୀବନକୁ ଆସିଥିବା ଆମର ଏହି ଆଇନ ପ୍ରଣେତାମାନେ ଲୋକଙ୍କ କଥା ଭୁଲି ନ ଥିଲେ ସେଇ ଲୋକଙ୍କ ଝାଳବୁହା ପଇସାରେ ଏମିତି ମସ୍ତି କରନ୍ତେ ନାହିଁ ।

ଆହୁରି ଲଜ୍ଜାର କଥା, ରାଜ୍ୟବାସୀ ଭରପୂର ସମସ୍ୟା ଭିତରେ ଥିଲା ବେଳେ ଏଇ ବିଧାନସଭା ବେଳାରେ ବିଦେଶ ଭ୍ରମଣ କରୁଛନ୍ତି ବିଭିନ୍ନ ବିଭାଗର ଶାସନ ସଚିବ ଥିବା ୮ ଜଣ ବରିଷ୍ଠ ଆଇଏଏସ୍‌ । ଉତ୍କଟ ପାଣି ସଙ୍କଟରେ ଲୋକ ଛଟପଟ ହେଉଥିଲା ବେଳେ ବିଭାଗୀୟ ସଚିବ ବିଦେଶ ଟୁର୍‌ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଶିକ୍ଷକଙ୍କ ସମସ୍ୟାକୁ ନେଇ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ନ ରହି ଆମେରିକା ବୁଲୁଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ବଜେଟ୍‌ ଅଧିବେସନ ସମୟରେ ସେମାନଙ୍କୁ ସରକାରୀ କାମ ବାହାନାରେ ବିଦେଶ ଭ୍ରମଣର ଅନୁମତି ଦେବା ଖାଲି ସାଂଘାତିକ ନୁହେଁ, ଅପରାଧ ବି । ସମସ୍ୟା ଜର୍ଜରିତ ବିଭାଗର ଅମଲା ଓ ମନ୍ତ୍ରୀଙ୍କୁ ବିଦେଶ ଭ୍ରମଣରେ ଛାଡ଼ିଥିବା ବିଧାନସଭାରେ ଉତ୍ତର ଦାୟିତ୍ୱର ଆବଶ୍ୟକତା ନ ଥିବା ବୋଧହୁଏ ପୂର୍ବ ଆକଳନ କରିଛନ୍ତି ରାଜ୍ୟ ସରକାର । ଯେଉଁଥିପାଇଁ ବିରୋଧୀ ଦଳକୁ ଟପି ନିଜେ ବିଧାନସଭାକୁ ଅଚଳ କରିବାର ବଜ୍ରଶପଥ ନେଇଛନ୍ତି । ଏଥିରେ ସଂଖ୍ୟାବଳର ଔଦ୍ଧତ୍ୟ ଥିଲେ ମଧ୍ୟ ରାଜ୍ୟବାସୀ କେବେହେଲେ କ୍ଷମା ଦେବେ ନାହିଁ ।

Previous Post

୧୧୭ ଙ୍କୁ ଆଣ୍ଠେଇଲେ ନରସିଂହ

Next Post

ନବୀନ ମାୟା: ଜୁନିୟର୍‌ ବନାମ ସିନିୟର୍‌

Next Post
ନବୀନ ମାୟା: ଜୁନିୟର୍‌ ବନାମ ସିନିୟର୍‌

ନବୀନ ମାୟା: ଜୁନିୟର୍‌ ବନାମ ସିନିୟର୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA