Wednesday, March 11, 2026 10:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଶେଷରେ ମିଡ଼ିଆକୁ କିଣିନେଲେ ସରକାର

by Our Correspondent
18 May, 2016- 05:54 AM
in News
1 min read
0
ଶେଷରେ ମିଡ଼ିଆକୁ କିଣିନେଲେ ସରକାର

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସଂଖ୍ୟାର ତାକତ୍‌ ବିଧାନସଭାକୁ ଜିତିଲା ପରେ ବାକି ରହିଥିଲା ମିଡ଼ିଆ । ନିଜର ଅପକର୍ମ ଘୋଡାଇବା ପାଇଁ ବିଜେଡ଼ି ସରକାର ଏବେ ମିଡ଼ିଆକୁ କିଣିବା ଆରମ୍ଭ କରିଛନ୍ତି । ପ୍ରଥମ ଉଦ୍ୟମରେ ବୁଧବାର ସବୁ ଖବରକାଗଜର ଗୋଟିଏ ଲେଖାଏଁ ପୃଷ୍ଠା ରାଜ୍ୟ ସରକାରଙ୍କ ଅକ୍ତିଆରକୁ ଚାଲିଯାଇଛି । ସରକାରଙ୍କ ପଞ୍ଚାୟତିରାଜ ବିଭାଗ ନିଜ ସଫଳତାର କାହାଣୀକୁ ଖବର ଆକାରରେ ଏମିତି ଛାପିଛି ତାହା ଜାଣିବା ଶୁଣିବା ଲୋକଙ୍କୁ ଟେରା କରିଦେଇଛି । ଖବରକାଗଜ ଅଙ୍କରେ ଏହା ବିଜ୍ଞାପନ ହୋଇଥିଲେ ମଧ୍ୟ ସାଧାରଣ ପାଠକଙ୍କ ପାଇଁ ବିଜ୍ଞାପନର ନାଁ ଗନ୍ଧ ନାହିଁ । ଓଲଟି ପାଠକଙ୍କ ପାଇଁ ଏହା ହୋଇଛି ଦୈନନ୍ଦିନ ଖବର । ପଞ୍ଚାୟତିତରାଜ ବିଭାଗ ସୁଚିନ୍ତିତ ବୁଦ୍ଧି ଘଟାଇ ଏହାର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି ଏବଂ ଖବରକାଗଜବାଲା ମୋଟା ଅଙ୍କ ବଦଳରେ ପୂରା ଗୋଟିଏ ପୃଷ୍ଠା ଛାଡ଼ିବାରେ ଦ୍ୱିଧା ରଖିନାହାନ୍ତି । ସିଧା ସିଧା ଅର୍ଥରେ ଖବରକାଗଜକୁ ମାଧ୍ୟମ କରି ସରକାର ସାଧାରଣ ଜନତାଙ୍କୁ ପୂରା ଭକୁଆ ବନେଇ ଦେଇଛନ୍ତି ।

ସାଧାରଣତଃ ସରକାର କିମ୍ବା ଦଳୀୟ ବିଜ୍ଞାପନରେ ଚିହ୍ନ ବର୍ଣ୍ଣ ରହିବା କଥା । ସରକାରୀ ବିଜ୍ଞାପନରେ ବିଭାଗର ଲୋଗୋ ରହିବାର ନିୟମ ଥିଲା ବେଳେ ଦଳୀୟ ବିଜ୍ଞାପନରେ ଦଳୀୟ ଲୋଗୋ କି ସିମ୍ବଲ ରହେ । କିଛି ନ ହେଲେ ସରକାରୀ ବିଭାଗର ସଫଳତାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ବିଜ୍ଞାପନ ଆକାରରେ ଛାପିଥାଏ । ମାତ୍ର ବୁଧବାର ଦିନର ସବୁ ପ୍ରମୁଖ ଖବର କାଗଜର ଦୁଇ କି ତିନି ପୃଷ୍ଠା ଲେଉଟାଇଲେ ସେଥିରେ ପଞ୍ଚାୟତିରାଜ ବିଭାଗର ପକ୍କାଘର ଯୋଜନାର ସଫଳତା ସ୍ଥାନ ପାଇଛି । ଖବରର ବିଭିନ୍ନ ଆଇଟମ୍‌ରେ ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଭଞ୍ଜନଗର, ମାଲକାନଗିରି, ଝାରସୁଗୁଡ଼ା ଓ ପଟ୍ଟାଙ୍ଗୀ ଡେଟଲାଇନ୍‌ ଦିଆଯାଇଛି । ଯେଭଳି ସାଧାରଣ ପାଠକ ତାକୁ ପଡ଼ିଲେ ସେହି ଅଞ୍ଚଳର ଖବର ବୋଲି ନିଶ୍ଚିତ ହେବେ । ଭୁବନେଶ୍ୱରଠାରୁ ଆରମ୍ଭ କରି ମାଲକାନଗିରି ପର୍ଯ୍ୟନ୍ତ ପଞ୍ଚାୟତିରାଜ ବିଭାଗର ପକ୍କାଘର ଯୋଜନାର ସଫଳତାକୁ ବାହାବା ଦେବେ ।

ଖବରକାଗଜ ଜଟିଳ ବିଜ୍ଞାପନ ଗଣିତର ଅପହଞ୍ଚରେ ଥିବା ସାଧାରଣ ପାଠକଙ୍କଠାରୁ ବାହାବା ଗୋଟାଇବା ପାଇଁ ଏଭଳି ଉର୍ବର ମସ୍ତିଷ୍କ ଖଟାଯାଇଛି । ନିଜ ନିଜର ସ୍ୱାର୍ଥ ପାଇଁ ଉଭୟ ସରକାର ଓ ଖବରକାଗଜ ସଂସ୍ଥା କମନ୍‌ ଏଥିକ୍ସକୁ ଜଳାଞ୍ଜଳି ଦେବାକୁ ପଛାଇନାହାନ୍ତି । ପଖାଳଖିଆ ଦୀନ ଦରିଦ୍ରଙ୍କଠାରୁ ଆରମ୍ଭ କରି ପାଠପଢ଼ୁଆ ଉଚ୍ଚଗୋଷ୍ଠୀ ଏହି ଖବର ଭ୍ରମର ଶିକାର ହୋଇଥିଲେ ବି ସେଥିପ୍ରତି ପରବାଏ ନାହିଁ । ଏହା ହିଁ ଆମ ଓଡ଼ିଶାବାସୀଙ୍କ ଦୁର୍ଭାଗ୍ୟ ।

Previous Post

ନବୀନଙ୍କ ଗୋଡ଼ ଧରି ପକାଇଲେ ବୈଷ୍ଣବ

Next Post

ରାଜନୀତିର ହରଡ଼ଘଣାରେ ଜଗା

Next Post
ରାଜନୀତିର ହରଡ଼ଘଣାରେ ଜଗା

ରାଜନୀତିର ହରଡ଼ଘଣାରେ ଜଗା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA