Saturday, March 14, 2026 12:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ସନସନି ଖବରର ସମୟ ନୁହେଁ

by Our Correspondent
17 Apr, 2020- 08:37 PM
in Guest Column, Latest News
1 min read
0
ସନସନି ଖବରର ସମୟ ନୁହେଁ
ରଙ୍ଗାଚରଣ ପ୍ରଧାନ
ସନସନି ଓ ଡରେଇବା ଭଳି ଖବରକୁ ସହଜରେ ବିଶ୍ବାସ କରନ୍ତୁ ନାହିଁ । ଆମେ ସମସ୍ତେ ଜାଣିଛୁ ଯେ ଭାରତରେ କରୋନା ପଜିଟିଭଙ୍କ ସଂଖ୍ୟା 11000 ଅତିକ୍ରମ କରିସାରିଛି ଏବଂ ଏହା ଆହୁରି ବଢିବାରେ ଲାଗିଛି । ତଥାପି ତିନୋଟି ଭଲ ଖବର ଅଛି ।
ପ୍ରଥମଟି ହେଉଛି ଭାରତରେ କରୋନା ଭାଇରସ୍ ସଂକ୍ରମଣର ବେଗ କମିବାର ସୂଚନା ମିଳିଲାଣି । ଏହା ଜାଣିବା ପାଇଁ ହେଲେ ଆମକୁ ଦେଖିବାକୁ ହେବ ଯେ କେତେ ସମୟ ମଧ୍ୟରେ ପଜିଟିଭଙ୍କ ସଂଖ୍ୟା ଦୁଇଗୁଣ ହେଉଛି ।
ମାର୍ଚ୍ଚ 12 ତାରିଖରେ ଭାରତରେ ପ୍ରତି 3 ଦିନରେ ପଜିଟିଭଙ୍କ ସଂଖ୍ୟା ଦୁଇଗୁଣ ହୋଇଥିଲା । ମାର୍ଚ୍ଚ 23 ବେଳକୁ ଦେଖାଗଲା ଯେ ଏହି ସଂଖ୍ୟା ପ୍ରତି 5 ଦିନରେ ଦୁଇଗୁଣ ହେଉଛି । ପରିସ୍ଥିତିରେ ଏପରି ଉନ୍ନତ୍ତି ଆସିବାର କାରଣ ହେଲା ଯେ ଏହି ସମୟ ଭିତରେ ଭାରତ ବିଦେଶ ଯାତ୍ରା ଉପରେ ଅନେକ ନିୟନ୍ତ୍ରଣ ଲଗାଇଲା, ସ୍କୁଲ କଲେଜ ବନ୍ଦ ହେଲା ଏବଂ ଅନେକ ଗୁଡିଏ ରାଜ୍ୟ କ୍ବାରେଣ୍ଟାଇନ୍ ବ୍ୟବସ୍ଥା ଆରମ୍ଭ କଲେ । ଏସବୁର ପ୍ରଭାବରେ ଭାରତରେ ପଜିଟିଭଙ୍କ ସଂଖ୍ୟା ଦୁଇଗୁଣ ହେବାର ବେଗ କମିଲା ।
ମାର୍ଚ୍ଚ 25 ତାରିଖରେ ସାରା ଭାରତରେ ଲକଡାଉନ୍ ଲାଗୁ ହେଲା । ତଥାପି ମାର୍ଚ୍ଚ 29 ତାରିଖରେ ଦେଖାଗଲା ଯେ ପଜିଟିଭଙ୍କ ସଂଖ୍ୟା ଦୁଇଗୁଣ ହେବାର ବେଗ କମିବା ପରିବର୍ତ୍ତେ ବଢିଛି । ସେତେବଳକୁ ତାହା ପ୍ରତି 4 ଦିନରେ ଦୁଇଗୁଣ ହେଉଥିଲା ଯାହା 23 ତାରିଖ ବେଳକୁ 5 ଦିନରେ ହେଉଥିଲା । ଏପରି ହେବାର ସାମ୍ଭାବ୍ୟ କାରଣ ହେଉଛି ନିଜାମୁଦ୍ଦିନର ତବଲିଗ୍ ଜମାତ୍ ଘଟଣା ।
ଏପ୍ରିଲ୍ 6 ତାରିଖ ବେଳକୁ ଦେଖାଗଲା ଯେ ପଜିଟିଭଙ୍କ ସଂଖ୍ୟା ଏଣିକି ପ୍ରତି 6 ଦିନରେ ଦୁଇଗୁଣ ହେଉଛି । ଏଥିରେ ଲକ୍ ଡାଉନର ସ୍ପଷ୍ଟ ଅନୁକୂଳ ପ୍ରଭାବ ଦେଖିବାକୁ ମିଳୁଛି । ସେତେବେଳକୁ ଲକଡାଉନ୍ ପ୍ରାୟ 2 ସପ୍ତାହ ହୋଇ ସାରିଥାଏ ।
ଏ ପରିସଂଖ୍ୟାନ ମୋର ନୂହେଁ । ଜନ୍ ହପକିନ୍ସ ସିଏସଏସଇ ସ୍ଥିତ ମୁଦିତ କପୁର ଓ ସମିକ ରବିଙ୍କ ଦ୍ବାରା ଏହି ଡାଟା ପ୍ରକାଶ ପାଇଛି । ପୄଥିବୀର ସମସ୍ତ ଦେଶ ଏହି ପ୍ରକାରେ ହିସାବ କରୁଛନ୍ତି ।
ଦ୍ବିତୀୟ ଖୁସୀ ଖବର ହେଉଛି ଯେ ଭାରତର ଆର୍-ନଟ୍ (R-naught ବା R0) ଗତ 11 ତାରିଖ ସୁଦ୍ଧା 1.55 କୁ ଖସି ଆସିଛି । ଅର୍ଥାତ ଜଣେ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତି ଆଉ 1.55 ଜଣଙ୍କୁ ସଂକ୍ରମିତ କରୁଛି । ଚେନ୍ନାଇ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକାଲ୍ ଷ୍ଟଡିଜ୍ ଏହି ପରିସଂଖ୍ୟାନ୍ ଦେଇଛନ୍ତି । ଏହାର କିଛି ଦିନ ପୂର୍ବେ ଅର୍ଥାତ୍ ଏପ୍ରିଲ୍ 6 ତାରିଖ ବେଳକୁ ଭାରତର ଆର୍-ନଟ୍ 1.83 ଥିଲା । ଅର୍ଥାତ୍ ସେତେବେଳେ ଜଣେ ସଂକ୍ରମିତ ରୋଗୀ ଆଉ 1.83 ଜଣଙ୍କୁ ସଂକ୍ରମିତ କରୁଥିଲା ।
କିନ୍ତୁ ଆପଣ ଯଦି ମାର୍ଚ୍ଚ 23 ତାରିଖରେ ବା ଲକଡାଉନ୍ ଘୋଷଣାର ଦିନକ ପୂର୍ବରୁ ଏହା କେତେ ଥିଲା ଦେଖିବେ ତାହାଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସେତେବେଳେ ଏହା 4 ଥିଲା ବୋଲି ଆଇ.ସି.ଏମ୍.ଆର୍ ପକ୍ଷରୁ ତଥ୍ୟ ପ୍ରକାଶ ପାଇଥିଲା । ଅବଶ୍ୟ ଦୁଇଟି ଅଲଗା ସଂସ୍ଥାର ଭିନ୍ନ ଶୄଙ୍ଖଳର ଡାଟାକୁ ତୁଳନା କରିବା ଠିକ୍ ନୂହେଁ । କିନ୍ତୁ ଏକଥା ନିଶ୍ଚିତ ଯେ ଭାରତରେ ସଂକ୍ରମଣର ବେଗ କମୁଛି । ଯେଉଁଦିନ ଆର୍-ନଟ୍ 1 ତଳକୁ ଖସିଯିବ ସେଦିନ କହି ହେବ ଯେ ଭାରତରେ କରୋନା ରୋଗ ଏକ ମହାମାରୀର ରୁପ ଧାରଣ କରିବ ନାହିଁ ।
ଏ ବିଷୟରେ ଆସନ୍ତା 18 ତାରିଖର ତଥ୍ୟ ଆସନ୍ତା 20 ତାରିଖରେ ପ୍ରକାଶ ପାଇବ । ଯଦି ସେତେବେଳକୁ ଭାରତର ଆର୍-ନଟ୍ କ୍ରମାଗତ ହ୍ରାସର ଧାରା ବଜାୟ ରଖି 1.55 ଠାରୁ ଆହୁରି କମିଥିବ ତେବେ ନିଶ୍ଚିତ ଭାବେ କୁହାଯାଇ ପାରିବ ଯେ ଲକ୍-ଡାଉନ୍ ଜନିତ ଆମର ସମସ୍ତ କଷ୍ଟ ଓ ଧୈର୍ଯ୍ୟ କାମ ଦେଉଛି ।
ଏଥର ଆସନ୍ତୁ ତୄତୀୟ ଭଲ ଖବରକୁ । ‘ଦି ପ୍ରିଣ୍ଟ’ରେ ପ୍ରକାଶିତ ସାମ୍ବାଦିକା ସନ୍ଧ୍ୟା ରମେଶଙ୍କ ରିପୋର୍ଟରୁ ଏହି ଖବର ଆସିଛି । ଏହା ଅନୁଯାୟୀ ଏପ୍ରିଲ୍ 14 ତାରିଖ ସୁଦ୍ଧା ଭାରତରେ କରୋନା ପଜିଟିଭଙ୍କ ସଂଖ୍ୟା 10000କୁ ଟପିଗଲା । ଅର୍ଥାତ୍ ଭାରତରେ ପ୍ରଥମ କରୋନା ପିଡିତ ଚିହ୍ନଟ ହେବାର 74 ଦିନ ପରେ ଏହା ହେଲା । ଯେଉଁ ଦେଶଗୁଡିକ କରୋନା ଭାଇରସ୍ ପ୍ରତି ପ୍ରଥମରୁ ଢିଲା ମନୋବୄତ୍ତି ଦେଖାଇଥିଲେ ସେମାନେ ଏହାଠାରୁ କମ୍ ଦିନ ମଧ୍ୟରେ 10000 ପଜିଟିଭ୍ ରେ ପହଞ୍ଚି ଯାଇଥିଲେ । ଏହି ସଂଖ୍ୟାରେ ପହଞ୍ଚିବାକୁ ଆମେରିକା 53 ଦିନ ଓ ଇଂଲାଣ୍ଡ 55 ଦିନ, ସ୍ପେନ୍ 46 ଦିନ ଓ ଇଟାଲୀ 40 ଦିନ ନେଇଥିଲେ । ଭାରତରେ ଏହି ଦିନ ସଂଖ୍ୟା ସେହିସବୁ ଦେଶମାନଙ୍କ ସହ ସମାନ ଯେଉଁମାନେ କରୋନାକୁ ମୁକାବିଲା କରିବାରେ ସଫଳତା ପାଇଛନ୍ତି ବୋଲି ଧରାଯାଏ । ଭାରତ ଭଳି ଦକ୍ଷିଣ କୋରିଆକୁ 74 ଦିନ, ଚୀନକୁ 73 ଦିନ ଓ ସୁଇଡେନକୁ ଏଥିପାଇଁ 72 ଦିନ ଲାଗିଥିଲା ।
ସବା ଶେଷରେ ଆସନ୍ତୁ ଆମ ଅର୍ଥନୀତିର ଅବସ୍ଥା କ’ଣ ହେବ ସେ ବିଷୟରେ ଆଲୋଚନା କରିବା । ଆପଣ କଳ୍ପନା କରନ୍ତୁ ଯେଉଁଦିନ ସବୁ ମଦ ଦୋକାନ ଖୋଲିବ ସେଦିନ ସେଠାରେ କି ପ୍ରକାର ଭିଡ ସୄଷ୍ଟି ହେବ । ଅବଶ୍ୟ ମୋ ମତରେ ଓଡିଶା ସମେତ ଅନ୍ୟ ରାଜ୍ୟମାନେ ଡେରି ନକରି ଆବଶ୍ୟକୀୟ କଟକଣାର ସହିତ ଆସନ୍ତା କାଲିଠାରୁ ସବୁ ମଦ ଦୋକାନ ଖୋଲିଦେବା ଉଚିତ୍ । ମଦକୁ ନେଇ ଉଠୁଥିବା ସମସ୍ତ ନୈତିକତାର ବିବାଦ ଆମେ ପରେ ତୁଟାଇ ପାରିବା । ମାତ୍ର ଏବେ ସରକାର ନିଜ ରାଜସ୍ବ ବଢାଇବାର ଏକମାତ୍ର ଉପାୟ ହେଉଛି ଅବିଳମ୍ବେ ମଦ ଦୋକାନ ଖୋଲିବା ।
ତେବେ ସେ ଯାହା ହେଉ, ଆପଣ କଳ୍ପନା କରନ୍ତୁ, ଯେଉଁଦିନ ଲକଡାଉନ୍ ଉଠିଯିବ ସେଦିନ ରେଷ୍ଟୁରାଣ୍ଟରେ କି ପ୍ରକାର ଭିଡ ହେବ ? ବସ୍, ଟ୍ରେନ୍ ଓ ବିମାନ ପାଇଁ କି ପ୍ରକାର ଭିଡ ହେବ ? ମୋ ଭଳି ଯେଉଁମାନଙ୍କର ମୋବାଇଲ ସେଟ୍ ଖରାପ ହୋଇଯାଇଛି ସେମାନେ ସେଦିନ ଅଥୋରାଇଜଡ୍ ସର୍ଭିସ୍ ସେଣ୍ଟରରେ କି ପ୍ରକାର ଭିଡ କରିବେ ? ଆପଣ କ’ଣ ଭାବୁ ନାହାନ୍ତି ଯେ ବହୁ ଲୋକ କାରରେ ଟାଙ୍କି ପୁରା କରି ଲଙ୍ଗ୍ ଡ୍ରାଇଭରେ ଯିବେ ବୋଲି ? ଏବେ ବହୁ ସଂଖ୍ୟକ ବାହାଘର ରୋକି ହୋଇ ଅଛି । ସେତେବେଳେ ସେସବୁ ବି ହେବ ।
ଆପଣ ଏହି ଭଳି ଆହୁରି ଅନେକ କଥା କଳ୍ପନା କରିପାରିବେ । ମୁଁ ଏସବୁ କହିବାର ମାନେ ହେଲା ଯେତେବେଳେ ଲକଡାଉନ ହଟିବ ସେତେବେଳେ ଅଚାନକ ବହୁ ଜିନିଷର ଡିମାଣ୍ଡ ବଢିଯିବ । କରୋନା ଭାଇରସ୍ ଆସିବା ପୂର୍ବରୁ ଭାରତର ଆର୍ଥିକ ଅବସ୍ଥା ମାନ୍ଦା ଥିଲା । ସେତେବେଳେ ଅର୍ଥନୀତିରେ ଡିମାଣ୍ଡ ନ ଥିବାରୁ ଅଧିକାଂଶ ଶିଳ୍ପ କାରଖାନା ସେମାନଙ୍କ ଉତ୍ପାଦନ କ୍ଷମତାର 60% ବିନିଯୋଗ କରୁଥିଲେ ଏବଂ ଷ୍ଟକ୍ ବିକ୍ରୀ ନ ହୋଇ ଜମା ହୋଇ ରହୁଥିଲା । ମୁଁ ଆଶାବାଦୀ ଯେ ଲକଡାଉନ୍ ହଟିବା ପରେ ଉତ୍ପାଦନ ପ୍ରକ୍ରିୟାକୁ ଗୋଟିଏ ଲାତ ମିଳିବ ।
ସମସ୍ୟା ହେଉଛି ଯେ, ଉତ୍ପାଦନ ପାଇଁ ଶ୍ରମିକ କେଉଁଠାରୁ ଆସିବେ ? କାରଣ ବହୁ ସଂଖ୍ୟକ ଶ୍ରମିକ ନିଜେ ଚାକିରୀ କରୁଥିବା ସହର ଛାଡି ନିଜ ନିଜ ଗାଁକୁ ଫେରି ଯାଇଛନ୍ତି । ସେମାନଙ୍କ ପାଇଁ ଗାଁରେ ରୋଜଗାରର ମାର୍ଗ ଯଥେଷ୍ଟ ନଥିଲା ବୋଲି ସେମାନେ ସହରକୁ ଯାଇ କାମ କରୁଥିଲେ । ଏବେ ଉତ୍ପାଦନ ଓ କାରଖାନା ଖୋଲିଲେ ସେମାନେ ପୁଣି ଫେରିବେ । ଅବଶ୍ୟ ସେଥିପାଇଁ ସମୟ ଲାଗିବ ।
ଏଠାରେ ଆଉ ଗୋଟିଏ ସମ୍ଭାବନା ରହିଛି । ଯଦି ଅଚାନକ ଡିମାଣ୍ଡରେ ବୄଦ୍ଧି ଉତ୍ପାଦନ ବୄଦ୍ଧିକୁ ବାଧ୍ୟ କରାଏ ତେବେ ସେମାନେ ଶ୍ରମିକମାନଙ୍କୁ ଆକର୍ଷିତ କରାଇବା ପାଇଁ ସେମାନଙ୍କର ମଜୁରୀ ବୄଦ୍ଧି କରି ପାରନ୍ତି । ଦେଖନ୍ତୁ ଆଜ୍ଞା ଅର୍ଥନୀତି ହେଉଛି ଡିମାଣ୍ଡ ଓ ସପ୍ଲାଇର ଖେଳ । ବିଭିନ୍ନ ସରକାରମାନେ ମାଲିକମାନଙ୍କ ସପକ୍ଷରେ ହସ୍ତକ୍ଷେପ କରି ଏହି ସ୍ବାଭାବିକ ସମୀକରଣକୁ ବିଗାଡନ୍ତି ।
ଗତ ସେପ୍ଟେମ୍ବର ମାସରେ ସରକାର କମ୍ପାନୀମାନଙ୍କୁ 1.45 ଲକ୍ଷ କୋଟୀ ଟଙ୍କାର ଟିକସ ଛୁଟ୍ ଦେଇ ସପ୍ଲାଇ ପକ୍ଷକୁ ମଜବୁତ୍ କରୁଥିଲେ । ଏହାର କୌଣସି ସୁଫଳ ମିଳି ନଥିଲା । ପ୍ରଥମ ଥର ସୁଯୋଗ ଆସିଛି ଯେ ଡିମାଣ୍ଡ ଅର୍ଥନୀତିକୁ ଆଗକୁ ବଢାଇବ ।
ଅବଶ୍ୟ ଆପଣ ଯୁକ୍ତି କରିପାରନ୍ତି ଯେ କେବଳ ଉଚ୍ଚ ମଧ୍ୟବିତ୍ତ ଓ ଧନୀକ ଶ୍ରେଣୀର ଲୋକେ ଡିମାଣ୍ଡ ବଢାଇବେ । ମେହନତି ଲୋକଙ୍କ ପାଖରେ ଚାକିରୀ ନାହିଁ ରୋଜଗାର ନାହିଁ ଓ ଟଙ୍କା ନାହିଁ । ତେଣୁ ସେମାନେ କ’ଣ ଡିମାଣ୍ଡ କରିବେ ? ଏ ପ୍ରଶ୍ନ ଯୁକ୍ତିଯୁକ୍ତ । କିନ୍ତୁ ପାରମ୍ପରିକଭାବେ ଏ ଶ୍ରେଣୀର ଲୋକଙ୍କର ବେଶି ଓ ବହୁମୂଲ୍ୟର ଡିମାଣ୍ଡ ନଥାଏ । ଯେତେବେଳେ ଉତ୍ପାଦନ ବଢିବ ଓ ନିଯୁକ୍ତି ବଢିବ ସେତେବେଳେ ଏମାନଙ୍କ ହାତକୁ ଦୁଇ ଟଙ୍କା ଆସିବ ।
ଦେଖନ୍ତୁ, ଅର୍ଥନୀତିରେ ସବୁ କଥା ଏକାବେଳକେ ହୋଇଯାଏ ନାହିଁ । ଗୋଟିଏ ଘଟଣା ଆଉ ଗୋଟିଏ ଘଟଣାକୁ ପ୍ରେରଣ କରେ ।
ଏବେ ଜିଡିପି ବୄଦ୍ଧି ଦର ଶୂନ୍ୟକୁ ଖସି ଆସିବ ବୋଲି ରିପୋର୍ଟ ଆସିଲାଣି । ଏହା ଜଣାଥିଲା । କାରଣ କରୋନା ଯୋଗୁଁ ଆମେ ଜବରଦସ୍ତି ଆର୍ଥିକ କାର୍ଯ୍ୟକଳାପକୁ ରୋକି ରଖିଥିଲୁ । ଏହା ସ୍ବାଭାବିକ ଭାବେ ମାନ୍ଦା ହୋଇ ନାହିଁ । ବରଂ ନୋଟବନ୍ଦୀ ଓ ଜିଏସଟିର ତୄଟିଯୁକ୍ତି କାର୍ଯ୍ୟକାରିତା ଅର୍ଥନୀତିକୁ ବେଶି ଓ ସ୍ଥାୟୀ କ୍ଷତି ପହଞ୍ଚାଇଛନ୍ତି । ତା’ଛଡା ଯେତେ ହାଇପ୍ ସତ୍ତ୍ବେ ଭାରତର ଅର୍ଥନୀତି ଏତେ ବିରାଟ ଅର୍ଥନୀତି ନ ଥିଲା ଯେ ଏହା କରୋନାର ପୁର୍ବସ୍ଥିତିକୁ ଫେରି ପାରିବାକୁ ବେଶି ସମୟ ଲାଗିବ । ଭାରତର ମୁଣ୍ଡପିଛା ଜିଡିପି ବହୁତ କମ୍ । ଭାରତର ଅର୍ଥନୀତି ଅସମାନତାର ଅର୍ଥନୀତି, ଧନୀ ଦରିଦ୍ରଙ୍କ ମଧ୍ୟରେ ଆୟ ଓ ସମ୍ପତ୍ତିଗତ ବିରାଟ ପାର୍ଥକ୍ୟର ଅର୍ଥନୀତି, ଶୋଷଣର ଅର୍ଥନୀତି, ବ୍ୟାଙ୍କ ୠଣ ଫାଙ୍କି ମାରିବାର ଅର୍ଥନୀତି ।
ଆପଣ କେବଳ ସରକାରଙ୍କ ଉପରେ ବିଶ୍ବାସ ରଖନ୍ତୁ । ଖୁବ ଶୀଘ୍ର ଏ ଦିନ ଫେରାଇ ଆଣିବେ ।
ଆପଣ ଭାବୁଥିବେ ଯେ ମୁଁ ବେଶି ଆଶାବାଦୀ ହୋଇ ଏତକ ଲେଖୁଛି । କିନ୍ତୁ ନା । ଏପରି ଲେଖିବାର କାରଣ ହେଲା ମୋ ପାଇଁ ସନସନି ବିକିବାର ଆବଶ୍ୟକତା ନାହିଁ ।
ଜିଡିପି ଶୂନରେ ପହଞ୍ଚିଯାଉ । କିଛି ଚିନ୍ତା ନାହିଁ । କିନ୍ତୁ ଆମେ ଆମେରିକା ଓ ଇଟାଲୀ ଭଳି ପରିସ୍ଥିତିରେ ଯେମିତି ନ ପହଞ୍ଚିବା ସେଇଟା ବଡ କଥା ।
(ଶ୍ରୀ ପ୍ରଧାନ ଏହି ନିବନ୍ଧକୁ ତାଙ୍କ ଫେସ୍ ବୁକ୍ ରେ ପୋଷ୍ଟିଂ କରିଛନ୍ତି । ତାଙ୍କ ଅନୁମତିକ୍ରମେ ଆମେ ଏହାକୁ ସ୍ଥାନିତ କରିଛୁ)
Previous Post

ପୂର୍ବତନ ମନ୍ତ୍ରୀ ସହରାଇ ଓରାମ୍ ଙ୍କ ପରଲୋକ

Next Post

ଭୁୁବନେଶ୍ୱରର ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ

Next Post
ଭୁୁବନେଶ୍ୱରର ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ

ଭୁୁବନେଶ୍ୱରର ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA