Friday, March 13, 2026 11:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସିବିଆଇ ମୁଖ୍ୟ ପଦରୁ ହଟିଲେ ଆଲୋକ ବର୍ମା

by Our Correspondent
10 Jan, 2019- 09:00 PM
in Latest News, News
1 min read
0
ସିବିଆଇ ମୁଖ୍ୟ ପଦରୁ ହଟିଲେ ଆଲୋକ ବର୍ମା
ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ପଦରେ ପୁନଃ ଅବସ୍ଥାପିତ ହୋଇଥିବା ଆଲୋକ ବର୍ମାଙ୍କୁ ଭାଗ୍ୟ ସହାୟ ହେଲାନି । ଦାୟିତ୍ୱ ନେବାର ୪୮ ଘଣ୍ଟା ନ ପୂରୁଣୁ ସେ ତାଙ୍କ ପଦ ହରାଇଛନ୍ତି । ତାଙ୍କ ବିରୋଧରେ ରହିଥିବା ଅଭିଯୋଗଗୁଡ଼ିକୁ ଗୁରୁତର ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ତାଙ୍କୁ ପଦଚୁ୍ୟତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ସଂଧ୍ୟାରେ ଚୟନ କମିଟିର ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଜଷ୍ଟିସ୍ ଏ.କେ.ସିକରି ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ୍ ଖଡ଼ଗେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ଓ ଜଷ୍ଟିସ୍ ସିକରି ଶ୍ରୀ ବର୍ମାଙ୍କ ବିପକ୍ଷରେ ମତ ରଖିଥିଲା ବେଳେ ଶ୍ରୀ ଖଡ଼ଗେ ତାଙ୍କୁ ସମର୍ଥନ କରିଥିଲେ । ସଂଖ୍ୟାଧିକ ମତ ବଳରେ ଶ୍ରୀ ବର୍ମା ତାଙ୍କ ପଦରୁ ହଟିଛନ୍ତି ।
ଏକ ନାଟକୀୟ ଘଟଣାକ୍ରମେ ଗତ ଅକ୍ଟୋବର ୨୩ ମଧ୍ୟରାତ୍ରରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାଜେଶ ଅସ୍ଥାନାଙ୍କୁ କେନ୍ଦ୍ର ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ପଠାଇଦେଇଥିଲେ । ସିବିଆଇର ଏହି ଦୁଇ ମୁଖ୍ୟ ଅଧିକାରୀ ପରଷ୍ପରଙ୍କ ବିରୋଧରେ ଗୁରୁତର ଲାଞ୍ଚ ଅଭିଯୋଗ ଆଣିଲା ପରେ ସରକାର ଏହି ପଦକ୍ଷେପ ନେଇଥିଲେ । ବର୍ମାଙ୍କ ସ୍ଥାନରେ ସିବିଆଇ ଅନ୍ତରୀଣ ନିଦେ୍ର୍ଦଶକ ଭାବେ ଏମ.ନାଗେଶ୍ୱର ରାଓଙ୍କୁ ନିଯୁକ୍ତି ଦିଆଯାଇଥିଲା ।
ତେବେ ଶ୍ରୀ ବର୍ମା କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସୁପ୍ରିମକୋର୍ଟରେ ଚାଲେଂଜ କରିଥିଲେ । ଗତ ୮ ତାରିଖରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ରାୟ ଶୁଣାଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ । ଶ୍ରୀ ବର୍ମା ସିବିଆଇ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିପାରିବେ ବୋଲି କୋର୍ଟ କହିଥିଲେ । ତେବେ ତାଙ୍କ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟିକୁ କହିଥିଲେ । ସୁପ୍ରିମକୋର୍ଟଙ୍କ ଏହି ରାୟ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ଦେଇଥିଲା । ଏହାକୁ ନେଇ ବିରୋଧୀଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଥିଲେ ।
ଆଲୋକ ବର୍ମାଙ୍କ ଭାଗ୍ୟ ନିର୍ଣ୍ଣୟ ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ କମିଟିରେ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏବଂ ଲୋକସଭାରେ ବିରୋଧୀ ଦଳ ନେତା ସଦସ୍ୟ ଥିଲେ । ତେବେ ଏହି ମାମଲାର ରାୟ ତାଙ୍କ ବେଞ୍ଚ ଦେଇଥିବାରୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ କମିଟିରୁ ଦୂରେଇ ରହିଥିଲେ । ତାଙ୍କ ବଦଳରେ ଜଷ୍ଟିସ୍ ସିକରିଙ୍କୁ କମିଟି ସଦସ୍ୟ ଭାବେ ମନୋନୀତ କରିଥିଲେ । ଆସନ୍ତା ୩୧ ତାରିଖରେ ଶ୍ରୀ ବର୍ମା ଅବସର ନେବାକୁ ଥିବା ବେଳେ ସେ ପର୍ଯ୍ୟନ୍ତ ସିବିଆଇ ମୁଖ୍ୟ ଭାବେ ରହିବେ ନା ନାହିଁ ସେ ସମ୍ପର୍କରେ ଆଜି କମିଟିରେ ଆଲୋଚନା ହୋଇଥିଲା । ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସଙ୍ଗୀନ ବୋଲି ଦର୍ଶାଇଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସିକରି । ତାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ ।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ରାୟ ପରେ ଗତକାଲି ଶ୍ରୀ ବର୍ମା ତାଙ୍କ ଦାୟିତ୍ୱକୁ ଫେରିଥିଲେ । ଦାୟିତ୍ୱ ନେଉ ନେଉ ସେ ପୂର୍ବ ଅନ୍ତରୀଣ ମୁଖ୍ୟ ଏମ.ନାଗେଶ୍ୱର ରାଓଙ୍କ ଦ୍ୱାରା କରାଯାଇଥିବା ୧୦ ଜଣ ଅଧିକାରୀଙ୍କ ବଦଳି ଆଦେଶଗୁଡ଼ିକୁ ବାତିଲ କରିଦେଇଥିଲେ । ପୁନଃ ଅବସ୍ଥାପିତ ହୋଇ ସେ କୌଣସି ବଡ଼ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ କଟକଣା ଥିଲେ ମଧ୍ୟ ଶ୍ରୀ ବର୍ମା କଠୋର ଆଭିମୁଖ୍ୟ ପୋଷଣ କରିଥିଲେ ।
Previous Post

Best Odia News Portal Odisha

Next Post

ମହିଳା ଓ ଯୁବଶକ୍ତିକୁ ନେଇ ଭାବୁକ ହେଲେ ମୁଖ୍ୟମନ୍ତ୍ରୀ

Next Post
ମହିଳା ଓ ଯୁବଶକ୍ତିକୁ ନେଇ ଭାବୁକ ହେଲେ ମୁଖ୍ୟମନ୍ତ୍ରୀ

ମହିଳା ଓ ଯୁବଶକ୍ତିକୁ ନେଇ ଭାବୁକ ହେଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA