Wednesday, March 11, 2026 08:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ହାଇ ଭୋଲଟେଜ୍‌ ଡ୍ରାମା

by Our Correspondent
25 May, 2016- 07:46 PM
in News
1 min read
0
ହାଇ ଭୋଲଟେଜ୍‌ ଡ୍ରାମା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ତାଙ୍କ ଉପରେ ଶାଶୁ ଶ୍ୱଶୁରଙ୍କ ଭରପୂର ଆର୍ଶିବାଦ ଅଛି । ଘର ଛାଡ଼ିବା ପୂର୍ବରୁ ସେ ସେମାନଙ୍କ ସହ ଦେଖା ହୋଇ ଆସିଥିଲେ । ଏବେ ରଘୁ ମହାନ୍ତିଙ୍କ ବୋହୁ ନୁହଁ, ଝିଅ ହୋଇ ରହିବେ । ରାଜାଶ୍ରୀ ତାଙ୍କର କେବଳ ସ୍ୱାମୀ ନୁହଁନ୍ତି, ଉତ୍ତମ ବନ୍ଧୁ । ଏମିତି ଠାଣିରେ ନିଜର ପ୍ରିୟ ମିଡ଼ିଆ ସାଥୀଙ୍କ ଆଗରେ ଗପିଛନ୍ତି ବର୍ଷାସୋନୀ ଚୌଧୁରୀ । ପରିତ୍ୟକ୍ତ ସ୍ୱାମୀ ରାଜାଶ୍ରୀଙ୍କ ସହ ପୁର୍ନମିଳନ ଅବସରରେ ବର୍ଷାସୋନୀଙ୍କ ଏହି ମନ୍ତବ୍ୟ ଉପରେ କାହାରି କିଛି କହିବାର ନାହିଁ । ଭଲ କଥା, ଗୋଟିଏ ଉଜୁଡା ସଂସାର ଯୋଡି ହୋଇଯାଇଛି । ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ସମସ୍ତଙ୍କର କାମନା ଅଛି ।

ସୁପର ଡୁପର ହିଟ୍‌ ରଘୁନାଥ ମହାନ୍ତିଙ୍କ ପାରିବାରିକ କାହାଣୀ ପ୍ରାୟ ୪ ବର୍ଷ ଧରି ମିଡ଼ିଆରେ ଚର୍ଚ୍ଚା ହେଉଛି । ପୁଅ-ବୋହୁଙ୍କ ପୁର୍ନମିଳନ ପରେ ତାହାର ଯବନିକା ହେଲା ବୋଲି ମନେ କରାଯାଉଥିଲା । ମାତ୍ର ପୁଅର ଏଭଳି ଖୁସି ମୁହୁର୍ତ୍ତରେ ବାପା, ମାଆ, ଭଉଣୀ ଓ ଭିଣୋଇଙ୍କ ଅନୁପସ୍ଥିତି ପୁଣି ଚର୍ଚ୍ଚା ହେଲାଣି ମିଡ଼ିଆରେ । ଅବଶ୍ୟ ସମୁଦାୟ ମାମଲାକୁ ନେଇ ସୋସିଆଲ୍‌ ମିଡ଼ିଆରେ କଟୁ ମନ୍ତବ୍ୟ ଆସିଛି । ବର୍ଷାସୋନୀ ଚୌଧୁରୀ ଙ୍କ ମାମଲାକୁ ହାଇଭୋଲଟେଜ୍‌ ଡ୍ରାମା କହି ମିଡ଼ିଆର ଭୂମିକାକୁ ଆକ୍ଷେପ କରାଯାଉଛି । ଏହା ବି ସତ ଯେ ମିଡ଼ିଆ ଏହାକୁ ମାତ୍ରାଧିକ ପ୍ରଚାର କରି ବର୍ଷାସୋନୀଙ୍କୁ ସେଲିବ୍ରିଟ୍‌ କରିଦେଇଛି । ପ୍ରଭାବଶାଳୀ ଶ୍ୱଶୁର ଘର ଲୋକ ଓ ସ୍ୱାମୀ ଦ୍ୱାରା ନିର୍ଯାତିତା ହୋଇ ଜଣେ ନାରୀ ହାରିଯାଇନି ବରଂ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଛି । ବର୍ଷାସୋନୀଙ୍କୁ ଏହି ସଂଗ୍ରାମର ପ୍ରତୀକ ଦର୍ଶାଇ ଜନମାନସକୁ ବାର୍ତ୍ତା ଦେଇଆସିଛି ମିଡ଼ିଆ । ନାରୀ ନିର୍ଯାତନା ବିରୋଧୀ ସଂଗ୍ରାମରେ ତାଙ୍କୁ କରିଛି ବ୍ରାଣ୍ଡ ଆମ୍ବାସଡ଼ର । କିଛି ନାମକରା ଲୋକ ତାଙ୍କ ନାଁରେ ଟ୍ରଷ୍ଟ ଫ୍ରଷ୍ଟ ବି ଗଢ଼ିଦେଇଛନ୍ତି । ଜନମାନସରେ ବର୍ଷାସୋନୀଙ୍କୁ ଦୁର୍ଗତୀନାଶିନୀ ମା ଦୁର୍ଗା ଭଳି ଚିତ୍ରଣ କରାଯାଇଛି ।

ମାତ୍ର ବର୍ଷାସୋନୀଙ୍କ ସେ ଲଢ଼େଇର ସ୍ୱର ଗଲା କୁଆଡେ ? ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ମିଛ ଥିଲା କି ? ମିଡ଼ିଆ ମାନିଆରେ ପଡ଼ି ଏଭଳି ଅଭିଯୋଗ ଆଣି ନ ଥିଲେ ତ ? ଯେଉଁ ସ୍ୱାମୀ, ଶ୍ୱଶୁର, ଶାଶୁ, ନଣନ୍ଦ କି ନଣନ୍ଦେଇ ତାଙ୍କୁ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ସେମାନଙ୍କୁ ଧରି ସଂସାର କରିବାକୁ ପୁଣି ମନ ବଳାଇଲେ କେମିତି ? ଜନମାନସରେ ଏମିତି ବିଭିନ୍ନ ପ୍ରଶ୍ନ ଏବେ ଉଙ୍କିମାରିଛି । ଯଦିଓ ଜଣଙ୍କର ପ୍ରାଇଭେଟ୍‌ ଲାଇଫ୍‌ ଉପରେ ଚର୍ଚ୍ଚା କରିବା ଠିକ୍‌ ନୁହେଁ, ମାତ୍ର ବର୍ଷାସୋନୀ ସର୍ବସାଧାରଣରେ ନିଜର ବ୍ୟକ୍ତିଗତ ଜୀବନକୁ ବାଣ୍ଟିସାରିଛନ୍ତି । ଆଜି ତାହାକୁ ନିଜେ ଗିଳିଥିବାରୁ ସ୍ୱାଭାବିକ ଭାବେ ତାହାର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ସେ ଯାହା ହେଉ, ପୁଅ-ବୋହୁଙ୍କ ପୁର୍ନମିଳନ ଉତ୍ସବରେ ରଘୁ ମହାନ୍ତି ଓ ତାଙ୍କର ପରିବାର ସଦସ୍ୟ କାହାରିକୁ ଦେଖା ନ ମିଳିବା ପଛର ରହସ୍ୟକୁ ନେଇ ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ପୁଅ ରାଜାଶ୍ରୀ କିଛି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲା ବେଳେ ବୋହୁ ବର୍ଷାସୋନୀ କଥା ବାଆଁରେଇଛନ୍ତି । ବ୍ୟକ୍ତିଗତ ଅସୁବିଧା କାରଣରୁ ସେମାନେ ଆସିପାରିନାହାନ୍ତି ବୋଲି ସେ ସଫେଇ ଦେଇଛନ୍ତି । ତେବେ ସତରେ ରଘୁ ମହାନ୍ତି ଗଲେ କୁଆଡେ ? ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଖାସ୍‌ ଲୋକ ଭାବେ ଜଣାଶୁଣା ଏହି ଏକ୍ସ-ପାୱାରଫୁଲ୍‌ ମନ୍ତ୍ରୀ ଏବେ କେଉଁଠି ? ବୋହୁ ବର୍ଷାସୋନୀଙ୍କ ଅଭିଯୋଗ ତାଙ୍କର ସର୍ବସ୍ୱ ନେଇଯାଇଛି । ଖାଲି ମନ୍ତ୍ରୀପଦ ନୁହେଁ, ଉଭୟ ପାରିବାରିକ ଓ ରାଜନୈତିକ ଜୀବନକୁ ଛାରଖାର କରିଦେଇଛି । ମାତ୍ର ସମୟର ଏହି କ୍ରୁରଚକ୍ରକୁ ଭୁଲି ରଘୁ ମହାନ୍ତି ବୋହୁ ବର୍ଷାସୋନୀକୁ ଆପଣେଇନେଇଥିଲେ ଭଲ କଥା । ହେଲେ ପୁର୍ନମିଳନ ଉତ୍ସବରେ ତାଙ୍କ ଓ ପରିବାରର ଅନୁପସ୍ଥିତି ଭ୍ରୁକୁଞ୍ଚନ ସୃଷ୍ଟି କରିଛି ।

ଅନ୍ୟପକ୍ଷରେ ବର୍ଷାସୋନୀଙ୍କ ଘରବାହୁଡା ପଛରେ ରାଜନୀତିର ଗନ୍ଧ ଦେଖିଛନ୍ତି ସମାଲୋଚକ । ନବୀନଙ୍କ ପୁଣି ନିକଟତର ହୋଇ ରଘୁ ମହାନ୍ତି ରାଜ୍ୟସଭାକୁ ଯିବା ପାଇଁ ଏହି ହାଇଡ୍ରାମା ରଚାଯାଇଛି ବୋଲି ସେମାନେ କହୁଛନ୍ତି । ଏହା ସତ ହୋଇଥିଲେ ନିଶ୍ଚିତ ସାଂଘାତିକ । ତେବେ ଏହା ଉପରେ ଅଧିକ ଚର୍ଚ୍ଚା କରି ପୁଣି ବିବାଦ ଠିଆ କରିବା ଠିକ୍‌ ନୁହେଁ । ରାଜାଶ୍ରୀ-ବର୍ଷାସୋନୀ ସୁଖରେ ରହନ୍ତୁ ଏବଂ ରଘୁ ମହାନ୍ତି ତାଙ୍କର ସାମାଜିକ ସମ୍ମାନ ଫେରିପାଆନ୍ତୁ ।

Previous Post

ବବିଙ୍କୁ ବକ୍‌ରା ବନାଇବା କୌଶଳରେ ଜୟ

Next Post

ମୋଦିଙ୍କ ପ୍ରଚାରରେ ଲିଙ୍ଗରାଜ ସାର୍‌

Next Post
ମୋଦିଙ୍କ ପ୍ରଚାରରେ ଲିଙ୍ଗରାଜ ସାର୍‌

ମୋଦିଙ୍କ ପ୍ରଚାରରେ ଲିଙ୍ଗରାଜ ସାର୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA